କନକ ବ୍ୟୁରୋ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆଜି ବସୁଛି ଇଣ୍ଡିଆ ମେଣ୍ଟର ବୈଠକ । ବୈଠକ ପୂର୍ବରୁ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟି ଆଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେହିପରି ପର୍ଯ୍ୟାୟକ୍ରମେ ଜଣେ ପରେ ଜଣେ ନେତା ଦିଲ୍ଲୀରେ ପହଞ୍ଚିିଛନ୍ତି । ୩ଟି ରାଜ୍ୟରେ ବିଜେପିକୁ ମିିଳିଥିବା ସଫଳତା, ବିରୋଧୀ ମେଣ୍ଟ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବରେ ଛିଡ଼ା ହୋଇଛି । ସେହିପରିContinue reading “୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆଜି ବସୁଛି ଇଣ୍ଡିଆ ମେଣ୍ଟର ବୈଠକ । ଦିଲ୍ଲୀରେ ପହଞ୍ଚୁଛନ୍ତି ବିଭିନ୍ନ ଦଳ ନେତା ।”
Category Archives: News
ଚୀନରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ତିବ୍ରତା ୬ .୨ । ଏବେ ସୁଦ୍ଧା ୧୧୧ ଜଣଙ୍କ ମୃତ୍ୟୁ, ଶତାଧିକ ଆହତ ସୂଚନା । ଭୂକମ୍ପ ଯୋଗୁଁ ହୋଇଛି ଆଗ୍ନେୟ ଉଦଗିରଣ ।
କନକ ବ୍ୟୁରୋ: ଉତ୍ତର ପଶ୍ଚିମ ଚୀନରେ ଶକ୍ତିଶାଳୀ ଭୁମିକମ୍ପ । ରିକ୍ଟର ସ୍କେଲରେ ତିବ୍ରତା ୬.୨ ଥିବା ରେକର୍ଡ ହୋଇଛି । ଫଳରେ ଏବେ ସୁଦ୍ଧା ୧୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । ଭୂମିକମ୍ପ ପ୍ରଭାବରେ ଆଇସଲ୍ୟାଣ୍ଡରେ ଆଗ୍ନେୟ ଉଦଗିରଣ ମଧ୍ୟ ହୋଇଛି । ଉତ୍ତର-ପଶ୍ଚିମ ଚୀନର ଗାନ୍ସୁ-କିଙ୍ଗହାଇ ପ୍ରଦେଶରେ ୬.୨ ତୀବ୍ରତାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୧୧୧ ଅତିକ୍ରମ କରିଛି। କୁହାଯାଉଛି ଯେ ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେContinue reading “ଚୀନରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ତିବ୍ରତା ୬ .୨ । ଏବେ ସୁଦ୍ଧା ୧୧୧ ଜଣଙ୍କ ମୃତ୍ୟୁ, ଶତାଧିକ ଆହତ ସୂଚନା । ଭୂକମ୍ପ ଯୋଗୁଁ ହୋଇଛି ଆଗ୍ନେୟ ଉଦଗିରଣ ।”
ଚର୍ଚ୍ଚାରେ ବିଜୟଙ୍କ ରାଜନୈତିକ ଭବିଷ୍ୟତ: କଂଗ୍ରେସରେ ଯୋଗଦେବେ କି ବିଜୟ ମହାପାତ୍ର?
କନକ ବ୍ୟୁରୋ: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ୱିକିପିଡିଆରେ ଥିବା ବ୍ୟକ୍ତିଗତ ବିବରଣୀରେ ତାଙ୍କର ବର୍ତମାନ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି । କିନ୍ତୁ ସାଂଗଠନିକ ବୈଠକ ହେଉ ଅବା ରାଜନୈତିକ ସଭା କେଉଁଥିରେ ବି ବିଜୟଙ୍କୁ ଦେଖିବାକୁ ମିଳେ ନାହିଁ । ତେଣୁ ନିଜ ନାଁ ସହ କୌଣସି ଦଳକୁ ନଯୋଡି ବରିଷ୍ଠ ନେତା କହିବାକୁ ଅଧିକ ପସନ୍ଦ କରୁଛନ୍ତି ବିଜୟ ମହାପାତ୍ର । ଆଉ ଏହାରି ଭିତରେ ବିଜୟ କଂଗ୍ରେସରେ ଯୋଗContinue reading “ଚର୍ଚ୍ଚାରେ ବିଜୟଙ୍କ ରାଜନୈତିକ ଭବିଷ୍ୟତ: କଂଗ୍ରେସରେ ଯୋଗଦେବେ କି ବିଜୟ ମହାପାତ୍ର?”
ମଙ୍ଗଳବାର ଦୁବାଇରେ ହେବ ୨୦୨୪ ଆଇପିଏଲ ନିଲାମି: ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଞ୍ଚାଇଜଙ୍କ ନଜର
କନକ ବ୍ୟୁରୋ: ମଙ୍ଗଳବାର ଦୁବାଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ଡକାଯିବ । ମଧ୍ୟାନ ୧ଟାରେ ନିଲାମି ପ୍ରକିୟା ଆରମ୍ଭ ହେବ । ମୋଟ ୩୩୩ ଜଣ ଖେଳାଳି ନିଲାମିରେ ଅଂଶଗ୍ରହଣ କରିଥିବା ବେଳେ ୧୦ ଫ୍ରାଂଚାଇଜ ଖେଳାଳୀ କିଣିବେ । ୧୧୬୬ ଜଣ ଖେଳାଳୀଙ୍କ ନାଁ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୩ ଜଣଙ୍କୁ ନିଲାମି ପାଇଁ ଚୟନ କରାଯାଇଛି । ନିଲାମିରେ ୨୧୪ ଭାରତୀୟ ଖେଳାଳି ରହିଥିବା ବୋଳContinue reading “ମଙ୍ଗଳବାର ଦୁବାଇରେ ହେବ ୨୦୨୪ ଆଇପିଏଲ ନିଲାମି: ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଞ୍ଚାଇଜଙ୍କ ନଜର”
ମୋବାଇଲ ନେଟୱର୍କକୁ ନିଜ ନିୟନ୍ତ୍ରଣକୁ ନେଇପାରିବେ ସରକାର, ଆସିବ ନୂଆ ବିଲ: ଜାତୀୟ ସୁରକ୍ଷା ପାଇଁ ସର୍ଭିସ ଓ ନେଟୱର୍କକୁ ପରିଚାଳନା କିମ୍ବା ନିଲମ୍ବିତ କରିପାରିବେ ସରକାର
କନକ ବ୍ୟୁରୋ: ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଣିକି ସରକାର ଚାହିଁଲେ କୌଣସି ଟେଲିକମ୍ୟୁନିକେସନ ନେଟୱର୍କୁ ଅସ୍ଥାୟୀଭାବେ ନିଜ ନିୟନ୍ତ୍ରଣରେ ରଖିପାରିବେ । ଜରୁରୀ ପରିସ୍ଥିତିରେ ନେଟୱର୍କକୁ ନିଜ ନିୟନ୍ତ୍ରଣରେ ରଖିପାରିବେ । ଏନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନି ବୈଷ୍ଣବ । ନୂଆ ଟେଲିକମ ବିଲରେ ଏହି ବ୍ୟବସ୍ଥା ରଖାଯାଇଛି ।ସୋମବାର ଲୋକସଭାରେ ଆଗତ ହୋଇଛି ଟେଲିକମ୍ୟୁନିକେସନ ବିଲ ୨୦୨୩ । ମୁଖ୍ୟତଭାବେ ବିପର୍ଯ୍ୟୟ ପରିଚାଳନା ଓ ସୁରକ୍ଷା ଦୃଷ୍ଟି ପାଇଁ କେନ୍ଦ୍ରContinue reading “ମୋବାଇଲ ନେଟୱର୍କକୁ ନିଜ ନିୟନ୍ତ୍ରଣକୁ ନେଇପାରିବେ ସରକାର, ଆସିବ ନୂଆ ବିଲ: ଜାତୀୟ ସୁରକ୍ଷା ପାଇଁ ସର୍ଭିସ ଓ ନେଟୱର୍କକୁ ପରିଚାଳନା କିମ୍ବା ନିଲମ୍ବିତ କରିପାରିବେ ସରକାର”
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ: ଦିଲ୍ଲୀ ଅବକାରୀ ଦୁର୍ନିତୀ ମାମଲାରେ ଜେରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ
କନକ ବ୍ୟୁରୋ: ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇଡିର ସମନ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ କେଜରିୱାଲଙ୍କୁ ସମନ ଜାରି କରିଛି । ଆସନ୍ତା ୨୧ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଇଡି କହିଛି । ଗତ ନଭେମ୍ବରରେ ଇଡି କେଜରୀୱାଲଙ୍କୁ ସମନ କରିଥିଲା । କିନ୍ତୁ କେଜରିୱାଲ ହାଜର ହୋଇନଥିଲେ । ତଦନ୍ତକାରୀ ସଂସ୍ଥା ପୂର୍ବରୁ ସୁପ୍ରିମକୋର୍ଟରେ କହିଥିଲା ଯେ, କେଜରିୱାଲ ଆମ ଆଦମୀ ପାର୍ଟିContinue reading “ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ: ଦିଲ୍ଲୀ ଅବକାରୀ ଦୁର୍ନିତୀ ମାମଲାରେ ଜେରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ”
ଦାଉଦ୍ ଇବ୍ରାହିମ୍ ମୃତ? ଗୁଜବକୁ ନେଇ ଚର୍ଚ୍ଚା
କନକ ବ୍ୟୁରୋ: ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ମୃତ୍ୟୁ ଖବର ଏବେ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ପାକିସ୍ତାନର କରାଚିରେ ଏକ ହସ୍ପିଟାଲରେ ଦାଉଦ୍ଙ୍କ ମୃତ୍ୟୁ ଖବର ଇଂଟରନେଟରେ ବହୁ ମାତ୍ରାରେ ପ୍ରସାରିତ ହେଉଛି । ଦାଉଦକୁ କେହି ଖାଦ୍ୟରେ ବିଷ ଦେଇଦେବା ପରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଉଛି । କେତକ ୟୁଜର୍ସ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ରକ୍ଷଣାବେକ୍ଷଣକାରୀ ଅନୱାର ଉଲ କାକର ପୋଷ୍ଟକୁ ସେୟାରContinue reading “ଦାଉଦ୍ ଇବ୍ରାହିମ୍ ମୃତ? ଗୁଜବକୁ ନେଇ ଚର୍ଚ୍ଚା”
ହମାସ ଆତଙ୍କୀଙ୍କ ବିଶାଳ ସୁଡ଼ଙ୍ଗ: ଦୀର୍ଘ ୪କିଲୋମିଟର ଲମ୍ବ ସୁଡ଼ଙ୍ଗ ଠାବ
କନକ ବ୍ୟୁରୋ: ଇସ୍ରାଏଲ୍ ଏବଂ ହାମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ୍ ସେନା ଏକ ବିରାଟ ଟନେଲ୍ ଖୋଜି ବାହାର କରିଛି । ଆଇଡିଏଫ୍ ଦାବି କରିଛି ଯେ ଏହା ହମାସର ସବୁଠାରୁ ବଡ ଟନେଲ । ରବିବାର ଟ୍ୱିଟରରେ ଏକ ପୋଷ୍ଟରେ ଆଇଡିଏଫ୍ କହିଛି ଯେ ବାହାର କରାଯାଇଥିବା ଟନେସ ହମାସର ସବୁଠାରୁ ବଡ ଟନେଲ୍ । ଏହାର ଲମ୍ବା ୪ କିଲୋମିଟର । ଆଇଡିଏଫ୍ ଦାବି କରିଛି ଯେ ଗାଜାରେ ରହିଥିବା ହମାସରContinue reading “ହମାସ ଆତଙ୍କୀଙ୍କ ବିଶାଳ ସୁଡ଼ଙ୍ଗ: ଦୀର୍ଘ ୪କିଲୋମିଟର ଲମ୍ବ ସୁଡ଼ଙ୍ଗ ଠାବ”
କେରଳରେ କୋଭିଡ ଆତଙ୍କ: ଭୟ ବଢ଼ାଉଛି ନୂଆ ସବ୍ ଭ୍ୟାରିଆଂଟ ‘ଜେଏନ୍ ଡଟ୍ ୱାନ’
କନକ ବ୍ୟୁରୋ: କିଛି ଦିନର ଆଶ୍ୱସ୍ତି ପରେ ପୁଣି ମୁଣ୍ଡ ଟେକିଛି କରୋନା ଭୟ । ଓମିକ୍ରନର ଉପପ୍ରଜାତି ଜେଏନ ଡଟ ୱାନକୁ ନେଇ ଡର ବଢ଼ୁଛି । ୨୪ଘଂଟା ଭିତରେ କେରଳରୁ ୪ଜଣ ଓ ଉତରପ୍ରଦେଶରୁ ଜଣେ କୋଭିଡ ସଂକ୍ରମିତଙ୍କ ମୃତ୍ୟୁ ସୂଚନା ରହିଛି । ସେପଟେ କର୍ଣ୍ଣାଟକ ସରକାର ବୟସରଙ୍କ ମାସ୍କ ବ୍ୟବହାର ପାଇଁ ପରାର୍ମଶ ଦେବା ସହ କେରଳରେ ହେବ ସମୂହ ନମୁନା ପରୀକ୍ଷା । ଅନ୍ୟପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଭୟଭୀତରContinue reading “କେରଳରେ କୋଭିଡ ଆତଙ୍କ: ଭୟ ବଢ଼ାଉଛି ନୂଆ ସବ୍ ଭ୍ୟାରିଆଂଟ ‘ଜେଏନ୍ ଡଟ୍ ୱାନ’”
ଶସ୍ତାରେ ଦାମୀ କାର ଦେବାକୁ କହି ଚୁନା ଲଗାଇଲେ ୪୦ କୋଟି: ୩ ଜଣଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ
କନକ ବ୍ୟୁରୋ: ଶସ୍ତାରୁ ହୀନସ୍ତା । କମ ଟଙ୍କାରେ ଦାମୀ ଗାଡି ଚଢିବାର ନିଶା ଅନେକଙ୍କ ଧୂଳିସାତ ହୋଇଛି । ଡିସକାଂଉଟରେ କାର ଦେବାକୁ କହି ସ୍ୱାମୀ, ସ୍ତ୍ରୀ ଓ ଅନ୍ୟଜଣେ ୪୦ କୋଟି ଟଙ୍କା ଠକି ନେଇଛନ୍ତି । ଅକ୍ଷୟ ଗୌଡ ଉଷାରାଣୀ ବାରିକ, ସ୍ତ୍ରୀ ଶିବରାମ ଗୌଡ ଏହି ୩ ଜଣଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଏମାନେ ଡିସକାଂଉଟରେ କାର ଦେବାକୁ କହି ପାଖାପାଖି ୪୦ କୋଟି ଟଙ୍କାର ଠକେଇ କରିଥିବାContinue reading “ଶସ୍ତାରେ ଦାମୀ କାର ଦେବାକୁ କହି ଚୁନା ଲଗାଇଲେ ୪୦ କୋଟି: ୩ ଜଣଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ”