ବରଗଡ ଧନୁଯାତ୍ରା : ଡିସେମ୍ବର ୨୨ରେ ସ୍ଥାପନ ହେବ ଶୁଭସ୍ତମ୍ଭ

କନକ ବ୍ୟୁରୋ : ବରଗଡ ଧନୁଯାତ୍ରା ପାଇଁ ଡିସେମ୍ବର ୨୨ରେ ସ୍ଥାପନ ହେବ ଶୁଭସ୍ତମ୍ଭ । ହାଟପଦା ସ୍ଥିତ ସଞ୍ଚାର ପଡିଆରେ ସ୍ଥାପନ ହେବ ଶୁଭସ୍ତମ୍ଭ । ଜାନୁଆରୀ ୧୫ରୁ ୨୫ତାରିଖ ଯାଏଁ ଚାଲିବ ଧନୁଯାତ୍ରା । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦ୍ୱିତୀୟ ବୈଠକରେ ନିଷ୍ପତ୍ତି । ଧନୁଯାତ୍ରାରେ ଦୁଲୁକିବ ବରଗଡ । ଦେଖିବାକୁ ମିଳିବ ଭଗବାନ କୃଷ୍ଣଙ୍କ ଲୀଳା । କଂସ ମହାରାଜଙ୍କ ଗର୍ଜନରେ କମ୍ପିବ ମଞ୍ଚ । ଦୁଲୁକିବ ବଡଗଡ । ଭଗବାନଙ୍କ ଲୀଳାContinue reading “ବରଗଡ ଧନୁଯାତ୍ରା : ଡିସେମ୍ବର ୨୨ରେ ସ୍ଥାପନ ହେବ ଶୁଭସ୍ତମ୍ଭ”

ରିଟାୟର୍ଡ ପରେ ବି ଥକିନାହାନ୍ତି ଶିକ୍ଷକ । ସ୍କୁଲରୁ ସ୍କୁଲ ବୁଲି ମାଗଣାରେ ଶିକ୍ଷାଦାନ କରୁଛନ୍ତି ବ୍ରହ୍ମପୁରର କେଦାରନାଥ ଚୌଧୁରୀ

କନକ ବ୍ୟୁରୋ : ଦୀର୍ଘର୍ ବର୍ଷ ଧରି ଚାଲିଥିବା ପେଶା ଏବେ ନିଶାରେ ପରିଣତ ହୋଇଛି । ଗୁରୁମାନି ତାଙ୍କୁ ଯିଏ ଜ୍ଞାନ ମାଗିଛି ସ୍ୱେଚ୍ଛାକୃତ ଭାବେ ସେ ବାଣ୍ଟି ଚାଲିଛନ୍ତି । ଅବସର ପୂର୍ବରୁ ଓ ପରବର୍ତି ସମୟ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ । ପୂର୍ବରୁ ପେଶା କରି ସରକାରୀ ଅନୁଦାନ ପାଉଥିଲେ ଆଉ ଏବେ ତାହା ନିଶା ପାଲଟିଯାଇଛି । ସ୍ୱେଚ୍ଛାକୃତ ଭାବେ ଶିକ୍ଷାଦାନ କରି ଚର୍ଚ୍ଚାରେ ଅଛନ୍ତି ବ୍ରହ୍ମପୁରର ଜଣେ ଆଦର୍ଶContinue reading “ରିଟାୟର୍ଡ ପରେ ବି ଥକିନାହାନ୍ତି ଶିକ୍ଷକ । ସ୍କୁଲରୁ ସ୍କୁଲ ବୁଲି ମାଗଣାରେ ଶିକ୍ଷାଦାନ କରୁଛନ୍ତି ବ୍ରହ୍ମପୁରର କେଦାରନାଥ ଚୌଧୁରୀ”

ଜୀବନ ସଂଘର୍ଷର ପ୍ରେରଣାଦାୟୀ କାହାଣୀ । ପରିବାର ପୋଷିବାକୁ ଭାଙ୍ଗୁଥିଲେ ପଥର । ଚାରିଆଡେ ପ୍ରଶଂସା, ଦିଲ୍ଲୀରେ ସମ୍ମାନ

କନକ ବ୍ୟୁରୋ : କଥାରେ ଅଛି ବିପଦ ଯେତେବେଳେ ଆସେ ସାଙ୍ଗ ସାଥିକୁ ଧରି ଆସେ । ହସ ଖୁସିର ପରିବାରରେ କେହି କିଛି ବୁଝିବା ଆଗରୁ ସବୁକିଛି ଓଲଟପାଲଟ କରିଦିଏ । ନିମିଷକେ ତେଲ ଲୁଣର ସଂସାର ଉଜାଡ଼ିଦିଏ । ସବୁ ସ୍ୱପ୍ନ ଅଧାରେ ରହିଯାଏ । ଏହାର ଏକ ଉଦାହରଣ ହେଉଛନ୍ତି ଯାଜପୁର ଦାନଗଦି ବ୍ଲକ ରଙ୍ଗାହୁଡ଼ି ଗ୍ରାମର ମିନୁ ମହନ୍ତ । ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ଥିତି ବଦଳି ଯାଇଛି ।Continue reading “ଜୀବନ ସଂଘର୍ଷର ପ୍ରେରଣାଦାୟୀ କାହାଣୀ । ପରିବାର ପୋଷିବାକୁ ଭାଙ୍ଗୁଥିଲେ ପଥର । ଚାରିଆଡେ ପ୍ରଶଂସା, ଦିଲ୍ଲୀରେ ସମ୍ମାନ”

ଜୀବନର ଅପରାହ୍ଣରେ କିଏ ଜିଉଁଛି କେମିତି ଜୀବନ? ଜଙ୍ଗଲ ଭିତରେ ଭଙ୍ଗା ଦଦରା ଘରେ ରହୁଛନ୍ତି କୋଇଡାର ସୀତାରାମ ମୁଣ୍ଡା

କନକ ବ୍ୟୁରୋ: ବୃଦ୍ଧଙ୍କ ଜଙ୍ଗଲୀ ଜୀବନ । ଚାରିଆଡେ ଘଂଚ ଜଙ୍ଗଲ । ବଣବୁଦା ଭିତରେ ରହିଛି ଏକ ଭଙ୍ଗାଦଦରା ଘର । ପରିଣତ ବୟସରେ ସେହି ଘରେ ବନବାସ ଜୀବନ ବିତାଉଛନ୍ତି ସୀତାରାମ ମୁଣ୍ଡା । ଦିନ ରାତି ବୃଦ୍ଧଙ୍କ ସାଥି ହୋଇଛନ୍ତି ଦୁଇଟି ବୁଲା କୁକୁର । ଏକାଠି ରହୁଛନ୍ତି, ଏକାଠି ଖାଇ ଏକାଠି ଶୋଉଛନ୍ତି ସୀତାରାମ ଓ ତାଙ୍କ ଦୁଇ କୁକୁର । ନା ଅଂଟାରେ ବଳ ଅଛି, ନା ପାଦେ ଚାଲିବାରContinue reading “ଜୀବନର ଅପରାହ୍ଣରେ କିଏ ଜିଉଁଛି କେମିତି ଜୀବନ? ଜଙ୍ଗଲ ଭିତରେ ଭଙ୍ଗା ଦଦରା ଘରେ ରହୁଛନ୍ତି କୋଇଡାର ସୀତାରାମ ମୁଣ୍ଡା”

ଗଂଜାମ ପରେ କେନ୍ଦ୍ରାପଡ଼ା ଗସ୍ତରେ ଭି.କେ ପାଣ୍ଡିଆନ: କଲେ ବିକାଶ କାମର ସମୀକ୍ଷା

କନକ ବ୍ୟୁରୋ: ଗଂଜାମ ପରେ ଆଜି କେନ୍ଦ୍ରାପଡା ଗସ୍ତରେ ଯାଇଛନ୍ତି ଫାଇଭ ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ । କେନ୍ଦ୍ରାପଡା ରାଜନଗର କେରେଡାଗଡରେ ସେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ଏହାସହ ବ୍ରହ୍ମଣୀ ନଦୀ ଉପରେ ଏକମାଣିଆ ସେତୁର ଶିଳାନ୍ୟାସ କରିଛନ୍ତି ଭି.କେ ପାଣ୍ଡିଆନ । ରାଜନଗର ଆସି ଦୁଇଟି ମନ୍ଦିରର ରୂପାନ୍ତର କାମର ଅନୁଧ୍ୟାନ କରିଛନ୍ତି । କିଛି ଦିନ ପୂର୍ବରୁ ସେ କେନ୍ଦ୍ରପଡା ଗସ୍ତରେ ଆସି ରାଜନଗରର ବାୟାବାବା ପୀଠକୁ ୫ କୋଟି ଟଙ୍କାContinue reading “ଗଂଜାମ ପରେ କେନ୍ଦ୍ରାପଡ଼ା ଗସ୍ତରେ ଭି.କେ ପାଣ୍ଡିଆନ: କଲେ ବିକାଶ କାମର ସମୀକ୍ଷା”

କୁକୁଡ଼ା ପାଇଁ ହତ୍ୟା: ହତ୍ୟା କରିବା ପରେ ମୃତଦେହକୁ ଲୁଚାଇ ଦେଇଥିଲା ଅଭିଯୁକ୍ତ

କନକ ବ୍ୟୁରୋ: କୁକୁଡ଼ା ପାଇଁ ହତ୍ୟା । ସୁନ୍ଦରଗଡ଼ ଜିଲ୍ଲା କୋଇଡାରୁ ଆସିଛି ଏଭଳି ଏକ ସାଂଘାତିକ ଖବର । କେବଲାଙ୍ଗ ଥାନା ଅମାରୁଢ଼ି ଗ୍ରାମରେ କୁକୁଡ଼ା ଖାଇବାକୁ ନେଇ ଦୁଇଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ପରେ ଦୁଇ ମୃତଦେହକୁ ଲୁଚାଇ ରଖିଥିଲା ଅଭିଯୁକ୍ତ । ହତ୍ୟା କରିବା ପରେ ଆଜି ସେ ବଲାଙ୍ଗ ଥାନାରେ ଆତ୍ମସମର୍ପଣ କରିଛି । ଦୁଇ ମୃତକ ହେଲେ ସାଧୁ ଚରଣ ବୁରୱେଲି ଓ ଜଙ୍ଗ ସୁଣ୍ଡିContinue reading “କୁକୁଡ଼ା ପାଇଁ ହତ୍ୟା: ହତ୍ୟା କରିବା ପରେ ମୃତଦେହକୁ ଲୁଚାଇ ଦେଇଥିଲା ଅଭିଯୁକ୍ତ”

ଦୁଆରଶୁଣୀ ଘାଟିରେ ଦୁର୍ଘଟଣା: ପୋଲିସ ଭ୍ୟାନ ଓ କଣ୍ଟେନର ମୁହାଁମୁହିଁ ଧକ୍କା, ୨୦ ଜଣ ଆହତ

କନକ ବ୍ୟୁରୋ: ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ଦୁର୍ଘଟଣା । ପୋଲିସ ଭ୍ୟାନ ଓ କଣ୍ଟେନର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଭ୍ୟାନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । କରଞ୍ଜିଆରୁ ଫେରିବା ବେଳେ ଘାଟିରେ ହେଲା ଦୁର୍ଘଟଣା । ପୋଲିସ ଭ୍ୟାନ ବ୍ରେକ ଫେଲ ହେବାରୁ ଦୁର୍ଘଟଣା ହୋଇଥିବା ସୂଚନା । The post ଦୁଆରଶୁଣୀ ଘାଟିରେ ଦୁର୍ଘଟଣା: ପୋଲିସ ଭ୍ୟାନ ଓ କଣ୍ଟେନର ମୁହାଁମୁହିଁ ଧକ୍କା, ୨୦ ଜଣ ଆହତContinue reading “ଦୁଆରଶୁଣୀ ଘାଟିରେ ଦୁର୍ଘଟଣା: ପୋଲିସ ଭ୍ୟାନ ଓ କଣ୍ଟେନର ମୁହାଁମୁହିଁ ଧକ୍କା, ୨୦ ଜଣ ଆହତ”

ବିଦେଶ ମାଟିରେ ଓଡ଼ିଆ କଳା ସଂସ୍କୃତିର ଝଲକ । ବାହାରିନରେ ଶୋଭା ପାଇଥିଲା ଓଡିଶାର କଳା

କନକ ବ୍ୟୁରୋ : ବିଦେଶ ମାଟିରେ ଓଡ଼ିଆ କଳା ସଂସ୍କୃତିର ଝଲକ । ୫୨ ତମ ବାହାରିନ୍ ଜାତୀୟ ଦିବସ ପାଳନ ଅବସରରେ ବାହାରିନରେ ଶୋଭା ପାଇଥିଲା ଓଡିଶାର କଳା । ବାହାରିନ ସରକାରଙ୍କ ଦ୍ୱାରା ଜାତୀୟ ଷ୍ଟାଡିୟମରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଓଡିଶାର ସଂସ୍କୃତି, ହସ୍ତତନ୍ତ ଏବଂ ପର୍ଯ୍ୟଟନ ସୁବିଧାର ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା । ବିଶାଳ ପ୍ରଦର୍ଶନୀକୁ ବାହାରିନର ସାମାଜିକ ବିକାଶ ମନ୍ତ୍ରୀ ଓସାମାବିନ୍ ଅହମଦ ଖଲିଫା ଅଲ ଅସଫୁର ଉଦଘାଟନ କରିଥିଲେ ।Continue reading “ବିଦେଶ ମାଟିରେ ଓଡ଼ିଆ କଳା ସଂସ୍କୃତିର ଝଲକ । ବାହାରିନରେ ଶୋଭା ପାଇଥିଲା ଓଡିଶାର କଳା”

କାହିଁକି ହରିୟାଣା ସରକାର ଇସ୍ରାଏଲ ପାଇଁ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି ?

ଇସ୍ରାଏଲରେ ଦଶ ହଜାର ପଦ ପାଇଁ ହରିୟାଣା ସରକାର ନିଯୁକ୍ତି ଆବେଦନ ପ୍ରକାଶ କରିଛନ୍ତି । ପ୍ରଥମ ଥର ପାଇଁ ହରିଆଣା ରାଜ୍ୟ ସରକାର ବିଦେଶରେ ଚାକିରି ପାଇଁ ସୁଯୋଗ ପ୍ରଦାନ କରୁଛି । ‘ହରିଆଣା କୌଶଳ ରୋଜଗାର ନିଗମ’ ଏହି ବିଜ୍ଞାପନ ବାହାର କରିଛି । କମ୍ପାନୀର ୱେବସାଇଟର ଏହି ବିଜ୍ଞାପନରେ ଦୁବାଇରେ ସିକ୍ୟୁରୀଟି ଗାର୍ଡ, ଲଣ୍ଡନରେ ଷ୍ଟାଫ ନର୍ସ ଏବଂ ଇସ୍ରାଏଲରେ କନଷ୍ଟ୍ରକସନ ୱାର୍କ ପାଇଁ ନିଯୁକ୍ତି ବାହାରିଛି । ଏହି ବିଜ୍ଞାପନରେ ଇସ୍ରାଏଲକୁContinue reading “କାହିଁକି ହରିୟାଣା ସରକାର ଇସ୍ରାଏଲ ପାଇଁ ୧୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି ?”

ସଂସଦରେ ହଙ୍ଗାମା ଭିତରେ ନିଲମ୍ବିତ ହେଲେ ୩୩ ସାଂସଦ । ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ଏକାଧିକ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କଲେ ବାଚସ୍ପତି

କନକ ବ୍ୟୁରୋ : ଲୋକସଭାରେ ହଙ୍ଗାମା କାରଣରୁ ବିରୋଧୀ ଦଳର ୩୩ ସାଂସଦଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ଓମ ବିର୍ଲା । ଶୀତକାଳୀନ ଅଧିବେଶନରେ ଏମାନେ ଆଉ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ନାହିଁ । ସସପେଣ୍ଡ ହେଇଥିବା ସାସଂଦଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ସାସଂଦ ଅଧୀର ରଞ୍ଜନ ଚୌଧୁରୀ । ଏହି ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିବାକୁ ପ୍ରସ୍ତାହ ଆଣିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆଉ ଏହା ଧ୍ୱନିମତରେ ମଞ୍ଜୁର ହୋଇଥିଲା ।Continue reading “ସଂସଦରେ ହଙ୍ଗାମା ଭିତରେ ନିଲମ୍ବିତ ହେଲେ ୩୩ ସାଂସଦ । ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ଏକାଧିକ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କଲେ ବାଚସ୍ପତି”

Design a site like this with WordPress.com
Get started