କନକ ବ୍ୟୁରୋ: ଡରାଇଲାଣି ଝାଡାବାନ୍ତି ରୋଗ । ୩ ଦିନରେ ଗଲାଣି ୬ ଜୀବନ ।ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ୨୦୦ ଆକ୍ରାନ୍ତ । ରାଉରକେଲାରେ ଝାଡାବାନ୍ତି ବ୍ୟାପିବାରୁ ରୋଗୀଙ୍କ ସଂଖ୍ୟା ବଢୁଛି । ସାଂଘାତିକ କଥା ହେଉଛି ଗତ ୩ ଦିନରେ ଝାଡାବାନ୍ତି ୬ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା । ପାନପୋଷ, ଛେଣ୍ଡ କଲୋନୀ ସହ ବିଭିନ୍ନ ବସ୍ତି ଅଂଚଳର ଅଧିକାଂଶ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତିContinue reading “ଝାଡ଼ାବାନ୍ତିରେ ଆଉ ୨ଜଣଙ୍କ ମୃତ୍ୟୁ ।୩ ମହିଳାଙ୍କ ସମେତ ମୋଟ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି । ହସ୍ପିଟାଲରେ ୨୦୦ ରୋଗୀ ।”
Category Archives: News
ଜେରା ପାଇଁ ରିମାଣ୍ଡରେ ଯାଇପାରେ ସନ୍ଦିଗ୍ଧ ଆତଙ୍କବାଦୀ । ସିଡିଆର ରିପୋର୍ଟ ଖୋଲିବ ବୁଖାରୀର ଆତଙ୍କୀ ଲିଙ୍କ୍ ।
କନକ ବ୍ୟୁରୋ: ଓଡ଼ିଶାରେ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇଶାନ ବୁଖାରୀ ଘଟଣାରେ ଏସଟିଏଫ ଛାନଭିନକୁ ଜୋରଦାର କରିଛି । ଏସଟିଏଫ୍ ଆଜି ବୁଖାରୀକୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ । ଏସଟିଏଫର କହିବା ଅନୁସାରେ, ବୁଖାରିର ହ୍ୱାଟସଅପ ଚାଟରୁ ଗୁରୁତ୍ୱପୁର୍ଣ ତଥ୍ୟ । ପାକିସ୍ଥାନର ଆଇଏସଆଇ ଏଜେଣ୍ଟଙ୍କ ସହ ଲିଙ୍କରେ ଥିଲା ଇସାନ ବୁଖାରି । ବୁଖାରି ନିକଟରୁ ଜବତ ହୋଇଥିବା ୪ ଟି ଫୋନରୁ କିଛି ଏଭଳି ତଥ୍ୟ ଲାଗିଛିContinue reading “ଜେରା ପାଇଁ ରିମାଣ୍ଡରେ ଯାଇପାରେ ସନ୍ଦିଗ୍ଧ ଆତଙ୍କବାଦୀ । ସିଡିଆର ରିପୋର୍ଟ ଖୋଲିବ ବୁଖାରୀର ଆତଙ୍କୀ ଲିଙ୍କ୍ ।”
ଇନଫ୍ଲୁଏନ୍ସର ପ୍ରିୟା ସିଂଙ୍କ ଉପରେ ଗାଡି ଚଢାଇଦେଇଥିବା ଅଭିଯୁକ୍ତ ଅଶ୍ୱଜିତ୍ ଗିରଫ । ଲ୍ୟାଣ୍ଡ ରୋଭର ଗାଡି ମଧ୍ୟ ଜବତ ।
କନକ ବ୍ୟୁରୋ: ମହାରାଷ୍ଟ୍ରର ଚର୍ଚ୍ଚିତ ପ୍ରିୟା ସିଂହ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ, ଡିସିପିଙ୍କ ନିର୍ଦ୍ଦେଶରେ ଏସଆଇଟି ଟିମ୍ ବନାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବ୍ୟବହାର କରାଯାଇଥିବା କାରକୁ ମଧ୍ୟ ସିଜ୍ କରାଯାଇଛି । ମହାରାଷ୍ଟ୍ର ଷ୍ଟେଟ୍ ରୋଡ୍ ଡେଭଲପମେଣ୍ଟ କର୍ପୋରେସନ୍ (ଏମଏସଆରଡିସି)ର ଏମଡିଙ୍କ ପୁଅ ଅଶ୍ୱଜିତ୍ ଗାୟକୱାଡଙ୍କ ଉପରେ ଇନଷ୍ଟା ଈନଫ୍ଲୁଏନ୍ସର ପ୍ରେମିକା ପ୍ରିୟା ସିଂଙ୍କ ଉପରେ କାର ଚଢାଇ ହତ୍ୟା କରିବା ଚେଷ୍ଟାର ଅଭିଯୋଗ ଲାଗିଛିContinue reading “ଇନଫ୍ଲୁଏନ୍ସର ପ୍ରିୟା ସିଂଙ୍କ ଉପରେ ଗାଡି ଚଢାଇଦେଇଥିବା ଅଭିଯୁକ୍ତ ଅଶ୍ୱଜିତ୍ ଗିରଫ । ଲ୍ୟାଣ୍ଡ ରୋଭର ଗାଡି ମଧ୍ୟ ଜବତ ।”
ହସ୍ପିଟାଲରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ । କରାଚିରେ ଦାଉକୁ ବିଷ ଦିଆଯାଇଥିବା ଦାବୀ ।
କନକ ବ୍ୟୁରୋ: ପାକିସ୍ତାନର କରାଚିରେ ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । କେହି ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅନୁମାନ କରାଯାଉଛି । କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଗତକାଲିଠୁ କରାଚିରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି । ଦାଉଦ୍ ଇବ୍ରାହିମକୁ ହସ୍ପିଟାଲ୍ ଭିତରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି ଏବଂ ସେ ହିଁ ଏକମାତ୍ରContinue reading “ହସ୍ପିଟାଲରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ । କରାଚିରେ ଦାଉକୁ ବିଷ ଦିଆଯାଇଥିବା ଦାବୀ ।”
ଶୀତ ପାଇଁ ମହାପ୍ରଭୁ ପିନ୍ଧିବେ ଶୀତବସ୍ତ୍ର । ଶ୍ରୀମନ୍ଦିରରେ ଆଜି ଓଢଣ ଷଷ୍ଠୀ ନୀତି । ଶ୍ରୀଜିଉଙ୍କୁ କରାଯିବ ଘୋଡଲାଗି ।
କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଓଢଣ ଷଷ୍ଠୀ ନୀତି । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡଲାଗି କରାଯିବ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସକାଳ ଧୂପବଢିବା ପରେ ମଇଲମ କରାଯାଇ ପୂର୍ବ ରାତିରୁ ଭୋଗମଣ୍ଡପ ପରେ ଅଧିବାସିତ ହୋଇଥିବା ଘୋଡମାନଙ୍କୁ ଘଣ୍ଟା, ଛତା, କାହାଳୀ ସହ ପଟୁଆରରେ ବଡଦେଉଳକୁ ତିନି ଘେରା ପ୍ରଦକ୍ଷିଣ କରାଇ ରତ୍ନସିଂହାସନକୁ ବିଜେ କରାଯିବ । ସିଂହାସନରେContinue reading “ଶୀତ ପାଇଁ ମହାପ୍ରଭୁ ପିନ୍ଧିବେ ଶୀତବସ୍ତ୍ର । ଶ୍ରୀମନ୍ଦିରରେ ଆଜି ଓଢଣ ଷଷ୍ଠୀ ନୀତି । ଶ୍ରୀଜିଉଙ୍କୁ କରାଯିବ ଘୋଡଲାଗି ।”
ନିୟମଗିରି ପାହାଡ ଉପରେ ଷ୍ଟବେରୀ ଚାଷ । ୧ ଏକର ଜମିରେ ଷ୍ଟ୍ରବେରୀ ଚାଷ କରୁଛନ୍ତି କୁର୍ଲି ଗାଁର ଲାକୁନୁଜା କେସିକା
କନକ ବ୍ୟୁରୋ : ରାୟଗଡା ଜିଲ୍ଲାର ଡ଼ଙ୍ଗରିଆଙ୍କ ଆବାସ ସ୍ଥଳି ନିୟମଗିରି ବେଶ ପରିଚିତ । ଏଠାରେ ବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ ଜୀବନ ଜିବିକା ନିୟମଗିରି ପାହାଡରୁ ହିଁ ମିଳିଥାଏ । ଏହି ପାହାଡରେ ସେମାନେ ସପୁରୀ, କମଳା, ପଣସ ଭଳି ବିଭିନ୍ନ ଫଳ ଓ ଅଦା, ହଳଦୀ ଭଳି ବିଭିନ୍ନ ଚାଷ କରି ଜିବିକା ନିର୍ବାହ କରିଥାନ୍ତି । ସାଧାରଣତଃ ଏମାନେ ପାହାଡିଆ ଅଂଚଳରେ ଏହି ସବୁ ଚାଷ କରିବାରେ ସମର୍ଥ ହୋଇଥାନ୍ତିContinue reading “ନିୟମଗିରି ପାହାଡ ଉପରେ ଷ୍ଟବେରୀ ଚାଷ । ୧ ଏକର ଜମିରେ ଷ୍ଟ୍ରବେରୀ ଚାଷ କରୁଛନ୍ତି କୁର୍ଲି ଗାଁର ଲାକୁନୁଜା କେସିକା”
ଗେଣ୍ଡୁଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ବାଙ୍କୀ କୁଶପଙ୍ଗି ଗାଁର ଯୁବଚାଷୀ ଗତିକାନ୍ତ । ପୂର୍ବରୁ କରୁଥିଲେ ପରିବା ଚାଷ
କନକ ବ୍ୟୁରୋ : ମନ୍ଦିର ଠାରୁ ମଶାଣି ପର୍ଯ୍ୟନ୍ତ ସବୁଠି ରହିଛି ଗେଣ୍ଡୁ ଫୁଲର ଚାହିଦା । ଅନ୍ୟ ଚାଷ ଅପେକ୍ଷା ଗେଣ୍ଡୁ ଫୁଲ ଚାଷରେ ଭଲ ଲାଭ ମିଳୁଥିବାରୁ ଏହି ଚାଷ ପ୍ରତି ଅନେକ ଚାଷୀ ଏବେ ମନ ବଳାଇଲେଣି । ବାଙ୍କୀ-ଡମପଡା ବ୍ଲକ କୁଶପଙ୍ଗି ଗାଁର ଯୁବଚାଷୀ ଗତିକାନ୍ତ ବେଉରା ନିଜ ଜମିରେ ଗେଣ୍ଡୁଫୁଲ ଚାଷ କରି ଭଲ ରୋଜଗାର ଭଲ ରୋଜଗର କରୁଛନ୍ତି । ସେ ପ୍ରତିବର୍ଷ ପରିବା ଚାଷ କରୁଥିଲେ ।Continue reading “ଗେଣ୍ଡୁଫୁଲ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ବାଙ୍କୀ କୁଶପଙ୍ଗି ଗାଁର ଯୁବଚାଷୀ ଗତିକାନ୍ତ । ପୂର୍ବରୁ କରୁଥିଲେ ପରିବା ଚାଷ”
କୃଷ୍ଣପ୍ରସାଦ ଓଡିଆସାହି ଗାଁର ୧୬ ଜଣ ମହିଳା କରୁଛନ୍ତି ଛତୁ ଚାଷ । ୫୦ ହଜାର ଟଙ୍କାରୁ ଆରମ୍ଭ, ଏବେ ଲକ୍ଷାଧିକ ଟଙ୍କା କରୁଛନ୍ତି ରୋଜଗାର
କନକ ବ୍ୟୁରୋ : ମହିଳା ମାନେ ଏବେ ଘର କାମରେ ସୀମିତ ନରହି ରୋଜଗାର କରିବା ପାଇଁ ବିଭିନ୍ନ ପ୍ରକାରର ବାଟ ବାଛୁଛନ୍ତି । ସ୍ୱୟଂ ସହାୟକ ଗ୍ରୁପ୍ ମାଧ୍ୟମରେ ରୁଣ ନେଇ କିଏ ଛତୁ ଚାଷ କରୁଛନ୍ତି ତ ପୁଣି କିଏ ଛେଳି ଚାଷ କରୁଛନ୍ତି । ତେବେ କୃଷ୍ଣପ୍ରସାଦ ବ୍ଲକ ଭଗବାନପୁର ଓଡ଼ିଆସାହି ଗାଁର ମା’ ମହାମାୟା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଛତୁ ଚାଷ କରି ବେଶ ଲାଭବାନ ହେଉଛନ୍ତି ।Continue reading “କୃଷ୍ଣପ୍ରସାଦ ଓଡିଆସାହି ଗାଁର ୧୬ ଜଣ ମହିଳା କରୁଛନ୍ତି ଛତୁ ଚାଷ । ୫୦ ହଜାର ଟଙ୍କାରୁ ଆରମ୍ଭ, ଏବେ ଲକ୍ଷାଧିକ ଟଙ୍କା କରୁଛନ୍ତି ରୋଜଗାର”
କମଳା ଚାଷ ପାଇଁ ଦେବଗଡ କୁଣ୍ଢେଇଗୋଳାର ରହିଛି ସ୍ୱତନ୍ତ୍ର ପରିଚୟ । ବର୍ଷକୁ ୨ ହଜାର ମେଟ୍ରିକ ଟନ୍ କମଳା ହେଉଛି ଅମଳ
କନକ ବ୍ୟୁରୋ : ଓଡ଼ିଶାର ନାଗପୁର ଭାବେ ପରିଚିତ ଦେବଗଡ଼ ଜିଲ୍ଲାର କୁଣ୍ଢେଇଗୋଳା ପଂଚାୟତ । କମଳା ଚାଷ ପାଇଁ ଉପଯୁକ୍ତ ଜଳବାୟୁ ଯୋଗୁଁ କୁଣ୍ଢେଇଗୋଳା ଅଂଚଳର ପ୍ରାୟ ୨୦ଟି ଗାଁର ଚାଷୀ କମଳା ଚାଷ କରିଛନ୍ତି । ବର୍ଷକୁ ୨ଥର କମଳା ଅମଳ ହେଉଥିବା ବେଳେ ପ୍ରତିବର୍ଷ ଏହି ଅଂଚଳରୁ ୨ହଜାର ମେଟ୍ରିକ ଟନ୍ କମଳା ଉତ୍ପାଦନ ହେଉଛି । ଅମଳ ହେଉଥିବା କମଳା ସମ୍ବଲପୁର, ଅନୁଗୁଳ. କଟକ, ଭୁବନେଶ୍ୱରକୁ ବିକ୍ରି ପାଇଁ ପଠାଯାଉଛି ।Continue reading “କମଳା ଚାଷ ପାଇଁ ଦେବଗଡ କୁଣ୍ଢେଇଗୋଳାର ରହିଛି ସ୍ୱତନ୍ତ୍ର ପରିଚୟ । ବର୍ଷକୁ ୨ ହଜାର ମେଟ୍ରିକ ଟନ୍ କମଳା ହେଉଛି ଅମଳ”
ଦିଲ୍ଲୀ ଯିବେ ବିଜେପି ନେତା । ୨୪ ପାଇଁ ପ୍ରସ୍ତୁତ ହେବ ରଣନୀତି !
କନକ ବ୍ୟୁରୋ : ମଙ୍ଗଳବାର ଦିଲ୍ଲୀ ଯିବେ ବିଜେପିର ୨୨ ବିଧାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଓ ଅନ୍ୟ ପ୍ରମୁଖ ନେତାଙ୍କୁ ଭେଟି ୨୪ ନିର୍ବାଚନ ଲାଗି ଗୁରୁମନ୍ତ୍ର ନେବେ । ବିଧାୟକଙ୍କ ସହିତ ସାଂସଦମାନେ ମଧ୍ୟ ଓଡ଼ିଶାର ଏବେର ସ୍ଥିତି ନେଇ ଦଳୀୟ ନେତୃବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିବାର ଯୋଜନା ରହିଛି । ସାକ୍ଷାତ ସମୟରେ .. କେନ୍ଦ୍ରୀୟ ନେତୃତ୍ୱକୁ ଜଣାଇବେ ଓଡିଶାContinue reading “ଦିଲ୍ଲୀ ଯିବେ ବିଜେପି ନେତା । ୨୪ ପାଇଁ ପ୍ରସ୍ତୁତ ହେବ ରଣନୀତି !”