ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ରାଜନୀତିରେ ତାତି । ବିଜେପି ଓ ବିଜେଡି ନେତାଙ୍କ ବୟାନକୁ ନେଇ ତେଜିଲା ରାଜନୀତି

କନକ ବ୍ୟୁରୋ : ବଜେଡି-ବିଜେପି ଦୁଇ ଦଳର ବରିଷ୍ଠ ନେତାଙ୍କ ଏଭଳି ବୟାନ ରାଜ୍ୟ ରାଜନୀତିର ତାତିକୁ ବଢ଼ାଇ ଦେଇଛି । ୨୦୨୪ ନିର୍ବାଚନ ପାଇଁ ବିଗୁଲ ବାଜିବାର ସଂକେତ ଦେଉଛି । ଦୁଇ ଦଳ ସେମାନଙ୍କ ରଣନୀତି ବଦଳାଉଥିବା ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗଇଛି ପୂର୍ବତନ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାୟକଙ୍କ ବୟାନ । କହିଛନ୍ତି, ବିଜେଡି ବିଜେପି ମଧ୍ୟରେ କୌଣସି ସମ୍ପର୍କ ନାହିଁContinue reading “ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ରାଜନୀତିରେ ତାତି । ବିଜେପି ଓ ବିଜେଡି ନେତାଙ୍କ ବୟାନକୁ ନେଇ ତେଜିଲା ରାଜନୀତି”

ନାଗପୁରରେ ଭୟଙ୍କର ବିସ୍ଫୋରଣ । ବଢିପାରେ ମୃତାହତଙ୍କ ସଂଖ୍ୟା

କନକ ବ୍ୟୁରୋ : ମହାରାଷ୍ଟ୍ର ନାଗପୁରର ଏକ୍ଲପ୍ଲୋସିଭ କାରଖାନା ସୋଲାର ଇଣ୍ଡଷ୍ଟ୍ରିଜ ଇଣ୍ଡିଆ ଲିମିଟେଡରେର ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ଓ ୩ ଗୁରୁତର ହୋଇଛନ୍ତି   । ମୃତକଙ୍କ ମଧ୍ୟରେ ଅଛନ୍ତି ୩ଜଣ ମହିଳା ଓ ୬ଜଣ ପୁରୁଷ । କାରଖାନାରେ ବିସ୍ଫୋରଣ ଖବର ପାଇବା ପରେ କଂପାନୀ ଗେଟ ଆଗରେ ମୃତକଙ୍କ ସଂପର୍କୀୟଙ୍କ ଭିଡ ଜମିଥିଲା । ସୁରକ୍ଷାକର୍ମୀ ଭିତରକୁ ନଛାଡିବାରୁ କଂପାନୀ ପରିସରରେ ଉତେଜନା ବଢିଥିଲା । ଖବରContinue reading “ନାଗପୁରରେ ଭୟଙ୍କର ବିସ୍ଫୋରଣ । ବଢିପାରେ ମୃତାହତଙ୍କ ସଂଖ୍ୟା”

ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀଙ୍କ ସମ୍ପର୍କରେ ଚାଂଚଲ୍ୟକର ତଥ୍ୟ । ଧର୍ମଶାଳାର ନେଉଳପୁର ମିଲତନଗରରେ ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କଲା କନକ ନ୍ୟୁଜ

କନକ ବ୍ୟୁରୋ : ଯାଜପୁରର ଧର୍ମଶାଳା ଅଂଚଳର ନେଉଳପୁର ମିଲତ ନଗର । ଏଠାରେ ବୁଖାରୀଙ୍କ ସ୍ତ୍ରୀ ଓ ଝିଅ ରହୁଥିଲେ ଓ ବୁଖାରୀ ସମୟ ସମୟରେ ଆସି କିଛି ଦିନ ରହୁଥିଲା । ଚାଲିଚଳନ ଓ ହାବଭାବକୁ କେହି ବି ଜାଣିଥିଲେ ବୁଖାରୀ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ବୋଲି । ଏବେ କ୍ରାଇମବ୍ରାଚ ଏସଟିଏଫ ଦ୍ୱାରା ବୁଖାରୀ ଗିରଫ ହେବା ପରେ ନେଉଳପୁର ଅଂଚଳର ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ବୁଖାରୀ ଚଣ୍ଡୀଖୋଲରେ ଥିବାContinue reading “ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀଙ୍କ ସମ୍ପର୍କରେ ଚାଂଚଲ୍ୟକର ତଥ୍ୟ । ଧର୍ମଶାଳାର ନେଉଳପୁର ମିଲତନଗରରେ ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କଲା କନକ ନ୍ୟୁଜ”

ହ୍ୟାକରଙ୍କ ଟାର୍ଗେଟରେ ସାମସଙ୍ଗ ମୋବାଇଲ୍ । କିଛି ଭର୍ସନ ଅସୁରକ୍ଷିତ ଥିବା ନେଇ ସତର୍କ କଲେ ସରକାର

କନକ ବ୍ୟୁରୋ : ସାମସଙ୍ଗ ମୋବାଇଲ୍ ଫୋନ ବ୍ୟବହାର କରୁଛନ୍ତି କି? ସାବଧାନ! ଆପଣଙ୍କ ଫୋନରୁ ହୋଇପାରେ ତଥ୍ୟ ଚୋରି । ତୁରନ୍ତ କରନ୍ତୁ ସିକ୍ୟୁରିଟି ଅପଡେଟ୍ । ଯଦି ଆପଣଙ୍କର ସାମସଙ୍ଗ ମୋବାଇଲ୍ ଆଣ୍ଡ୍ରଏଡ୍ ଭର୍ସନ ୧୧, ୧୨, ୧୩ କିମ୍ବା ୧୪ ରହିଛି, ତା’ହେଲେ ତୁରନ୍ତ ସିକ୍ୟୁରିଟି ପ୍ୟାଚ୍ ଅପଡେଟ୍ କରନ୍ତୁ । କାରଣ ଏହି ସବୁ ଭର୍ସନର ମୋବାଇଲକୁ ସହଜରେ ହ୍ୟାକ୍ କରା ଯାଇପାରୁଛି । ଆପଣଙ୍କ ତଥ୍ୟ ଚୋରି କରିନେଇପାରନ୍ତି ହ୍ୟାକର୍Continue reading “ହ୍ୟାକରଙ୍କ ଟାର୍ଗେଟରେ ସାମସଙ୍ଗ ମୋବାଇଲ୍ । କିଛି ଭର୍ସନ ଅସୁରକ୍ଷିତ ଥିବା ନେଇ ସତର୍କ କଲେ ସରକାର”

ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ୍ କଲେ ଫାଇଭ-ଟି ଅଧ୍ୟକ୍ଷ । କହିଲେ, କିଛି ଲୋକଙ୍କୁ ଦେଖାଯାଉନି ରୂପାନ୍ତରୀକରଣ, ଜବାବ ରଖିଲା ବିଜେପି

କନକ ବ୍ୟୁରୋ : ଶାସକ ଦଳ ବିଜେଡିରେ ଯୋଗଦେବା ପରେ ପ୍ରଥମ ଥର ପାଇଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି ଭି.କେ. ପାଣ୍ଡିଆନ୍ । ପ୍ରାୟତଃ ସିଧାସଳଖ କୌଣସି ରାଜନୈତିକ ପ୍ରତିକ୍ରିୟା ଦେଉନଥିବା ପାଣ୍ଡିଆନ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି । ଚାକିିରୀରୁ ଭିଆରଏସ ନେଇ ରାଜନୀତିରେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା ପାଣ୍ଡିଆନ, ଦ୍ୱିତୀୟ ଦିନରେ ବ୍ରହ୍ମପୁର ଏମକେସିଜି ମେଡିକାଲ, ଛତ୍ରପୁର, ପୁରଷୋତ୍ତମପୁର, ପୋଲସରା, କବିସୂର୍ଯ୍ୟନଗର, ଆସିକାରେ ବିକାଶମୂଳକ କାର୍ଯ୍ୟରContinue reading “ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ୍ କଲେ ଫାଇଭ-ଟି ଅଧ୍ୟକ୍ଷ । କହିଲେ, କିଛି ଲୋକଙ୍କୁ ଦେଖାଯାଉନି ରୂପାନ୍ତରୀକରଣ, ଜବାବ ରଖିଲା ବିଜେପି”

ରାଉରକେଲା ସହରରେ ଝାଡ଼ାବାନ୍ତିରେ ଆଉ ୨ଜଣଙ୍କ ମୃତ୍ୟୁ । ୩ ମହିଳାଙ୍କ ସମେତ ମୋଟ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

କନକ ବ୍ୟୁରୋ : ଡରାଇଲାଣି ଝାଡାବାନ୍ତି ରୋଗ । ୩ ଦିନରେ ଗଲାଣି ୬ ଜୀବନ । ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ୨୦୦ ଆକ୍ରାନ୍ତ । ହସ୍ପିଟାଲରୁ ଆସିଛି ବିକଳ ଚିତ୍ର । ହସ୍ପିଟାଲରେ କିଏ ରୋଗୀଙ୍କ ଗୋଡ ଘଷି ଦେଉଛି । କିଏ କପଡା ଘୋଡେଇ ଦେଉଛି । ପୁଣି କିଏ ଡାକ୍ତର ନର୍ସଙ୍କୁ ଡାକିବାକୁ ଯାଉଛି । ରାଉରକେଲା ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳୁଛି ଏମିତି ଦୃଶ୍ୟ । ରାଉରକେଲାରେ ଝାଡାବାନ୍ତି ବ୍ୟାପିବାରୁ ରୋଗୀଙ୍କContinue reading “ରାଉରକେଲା ସହରରେ ଝାଡ଼ାବାନ୍ତିରେ ଆଉ ୨ଜଣଙ୍କ ମୃତ୍ୟୁ । ୩ ମହିଳାଙ୍କ ସମେତ ମୋଟ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି”

ଅଟୋକୁ ଚାପିଦେଲା ହାଇୱା । ଧ ୫ ଜଣଙ୍କ ମୃତ୍ୟୁ, ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମେଡିକାଲରେ ୨ ଜଣ ଭର୍ତି

କନକ ବ୍ୟୁରୋ : ହୃଦୟ ବିଦାରକ ଦୃଶ୍ୟ । ଛାତିକୁ ଚହଲାଇ ଦେଲା ଭଳି ଚିତ୍ର । ମୃତକଙ୍କ ଭିତରୁ ପରିଚିତଙ୍କୁ ଖୋଜିବା କେତେ ଯନ୍ତ୍ରଣା ଦାୟକ, ସୁନ୍ଦରଗଡ଼ରୁ ଆସିଥିବା ଦୁର୍ଘଟଣାର ଦୃଶ୍ୟ ସମସ୍ତଙ୍କ ଛାତି ଥରାଇ ଦେଇଛି । ରାସ୍ତାକଡ଼ରେ ପଡ଼ିଥିବା ଶବ ଭିତରୁ ସମ୍ପର୍କୀୟ କିଏ ଏବଂ ପରିଚିତ କିଏ, ମୁହଁରେ ଘୋଡ଼ାଯାଇଥିବା କନାକୁ ଉଠାଇ ଖୋଜୁଛନ୍ତି ସମ୍ପର୍କୀୟ । ଆଉ ବିଭତ୍ସ ଚିତ୍ର ଦେଖି ଭେଁଭେଁ ହୋଇ କାନ୍ଦିପକାଇଛନ୍ତି । ହାଇୱା ଧକ୍କାରେContinue reading “ଅଟୋକୁ ଚାପିଦେଲା ହାଇୱା । ଧ ୫ ଜଣଙ୍କ ମୃତ୍ୟୁ, ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମେଡିକାଲରେ ୨ ଜଣ ଭର୍ତି”

ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଂପର୍କରେ ଏସଟିଏଫର ଚାଞ୍ଚଲ୍ୟକର ସୂଚନା । ଆଇଏସଆଇ ଏଜେଣ୍ଟଙ୍କ ସହ ଚାଟିଂ କରୁଥିଲା ମୋଷ୍ଟ ୱାଣ୍ଟେଡ୍ ସୟଦ ଇଶାନ୍ ବୁଖାରୀ

କନକ ବ୍ୟୁରୋ : ଯାଜପୁରରୁ ଗିରଫ ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରିଙ୍କ ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କ ନେଇ ଖୋଳତାଡ କରୁଛି କ୍ରାଇମବ୍ରାଂଚ ଏସଟିଏଫ । ଏସଟିଏଫର କହିବା ଅନୁସାରେ, ବୁଖାରିର ହ୍ୱାଟସଅପ ଚାଟରୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ । ପାକିସ୍ଥାନର ଆଇଏସଆଇ ଏଜେଣ୍ଟଙ୍କ ସହ ଲିଙ୍କରେ ଥିଲା ଇସାନ ବୁଖାରି । ବୁଖାରି ନିକଟରୁ ଜବତ ହୋଇଥିବା ୪ ଟି ଫୋନରୁ କିଛି ଏଭଳି ତଥ୍ୟ ଲାଗିଛି ଏସଟିଏଫ ହାତରେ । ଆଇଏସଆଇ ଏଜେଂଟଙ୍କ ସହContinue reading “ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କବାଦୀ ସଂପର୍କରେ ଏସଟିଏଫର ଚାଞ୍ଚଲ୍ୟକର ସୂଚନା । ଆଇଏସଆଇ ଏଜେଣ୍ଟଙ୍କ ସହ ଚାଟିଂ କରୁଥିଲା ମୋଷ୍ଟ ୱାଣ୍ଟେଡ୍ ସୟଦ ଇଶାନ୍ ବୁଖାରୀ”

ପଦ୍ମପୁର ଅଶୋକନଗର ପଡିଆରେ ଜମୁଛି ସାଂସ୍କୃତିକ ଆସର । ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଭରପୁର ମଜା ଉଠାଉଛନ୍ତି ଦର୍ଶକ

କନକ ବ୍ୟୁରୋ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ସୁନ୍ଦର ସଂଧ୍ୟାରେ ରଙ୍ଗୀନ ଆଲୁଅର ମଂଚ । ତା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ… ଏ ଅବସର ହେଉଛି ତୃତୀୟ ପଦ୍ମପୁର ଲୋକ ମହୋତ୍ସବର । ବିଭିନ୍ନ ଗୀତ ବାଦ୍ୟର ତାଳେ ତାଳେ କମ୍ପୁଛି ପଦ୍ମପୁର ସହରର ଅଶୋକନଗର ପଡିଆ । ଏକାଠି ହୋଇଛନ୍ତି କଳା ଓ କଳକାର । ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ନୃତ୍ୟ ଓ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ବିଳମ୍ବିତ ରାତିContinue reading “ପଦ୍ମପୁର ଅଶୋକନଗର ପଡିଆରେ ଜମୁଛି ସାଂସ୍କୃତିକ ଆସର । ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଭରପୁର ମଜା ଉଠାଉଛନ୍ତି ଦର୍ଶକ”

ଶିମିଳିପାଳରେ ପ୍ରବଳ ଶୀତ । ତଳକୁ ତଳ ଖସୁଛି ପାରଦ, ବରଫ ପାଲଟିଯାଉଛି କାକର

କନକ ବ୍ୟୁରୋ : ଶିମିଳିପାଳରେ ପ୍ରବଳ ଶୀତ । ତଳକୁ ତଳ ଖସୁଛି ପାରଦ । ବରଫ ପାଲଟି ଯାଉଛି ଶିଶିର ବିନ୍ଦୁ । ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ପାରଦ ଖସୁଥିବାରୁ ଦିନରେ ବି ଠିକ ଭାବରେ ଦେଖା ଯାଉନାହିଁ ଦିଗବଳୟ । ଆଗକୁ ତାପମାତ୍ରା ଆହୁରି ନିମ୍ନଗାମୀ ହେବା ନେଇ ପୂର୍ବାନୁମାନ କରାଯାଇଛି । ହେଲେ ଅଭୟାରଣ୍ୟର ଏହି ଶୀତୁଆ ସକାଳର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରୁନାହାନ୍ତି ପର୍ଯ୍ୟଟକ । ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତାContinue reading “ଶିମିଳିପାଳରେ ପ୍ରବଳ ଶୀତ । ତଳକୁ ତଳ ଖସୁଛି ପାରଦ, ବରଫ ପାଲଟିଯାଉଛି କାକର”

Design a site like this with WordPress.com
Get started