ସମ୍ବଲପୁର ରେଡ୍ ଘଟଣାରେ ମୁମ୍ବାଇ ଲିଙ୍କ । ଏବିଡି କମ୍ପାନୀରୁ କମ୍ପୋଜିସନ ଆସି ଓଡ଼ିଶାରେ ହେଉଥିଲା ବଟଲିଂ । ଆୟକର ବିଭାଗର ଯାଞ୍ଚ ।

କନକ ବ୍ୟୁରୋ: ମଦ ତିଆରି କାରଖାନାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ରେଡ । ଏହି ସମୟରେ ସାମ୍ନାକୁ ଆସିଛି ମଦ କାରବାରର ମୁମ୍ବାଇ ଲିଙ୍କ୍ । ଏବିଡି ନାମକ କମ୍ପାନୀରୁ କମ୍ପୋଜିସନ ଅଣାଯାଇ ଓଡ଼ିଶାରେ ହେଉଥିଲା ବଟଲିଂ । ଉଭୟ ମୁମ୍ବାଇ ଏବଂ ସମ୍ବଲପୁରରେ ଥିବା କମ୍ପାନୀର ଆର୍ଥିକ କାରବାର ନେଇ ସନ୍ଦେହ ବଢିବା ପରେ ଓଡ଼ିଶା ଆସି ସମ୍ବଲପୁର ଓ ଢେଙ୍କାନାଳରେ ଥିବା କମ୍ପାନୀରେ ଯାଂଚ କରିଛି ମୁମ୍ବାଇ ଆୟକର ବିଭାଗ । ଯାଂଚContinue reading “ସମ୍ବଲପୁର ରେଡ୍ ଘଟଣାରେ ମୁମ୍ବାଇ ଲିଙ୍କ । ଏବିଡି କମ୍ପାନୀରୁ କମ୍ପୋଜିସନ ଆସି ଓଡ଼ିଶାରେ ହେଉଥିଲା ବଟଲିଂ । ଆୟକର ବିଭାଗର ଯାଞ୍ଚ ।”

ଜବତ ସ୍କୁଟିରେ ବୁଲୁଛନ୍ତି ଥାନା ବାବୁ । ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଥିଲା ସ୍କୁଟି ।

କନକ ବ୍ୟୁରୋ: ଜବତ ହୋଇଥିବା ସ୍କୁଟିରେ ବଜାର ବୁଲୁଛନ୍ତି ମାଥିଲି ଅବକାରୀ ଥାନାର ବାବୁ । ଗଞ୍ଜେଇ ଚାଲାଣରେ ଜବତ ହୋଇଥିଲା ସ୍କୁଟି । ମାଲକାନଗିରି ଜିଲ୍ଲା ମାଥିଲି ଅବକାରୀ ବିଭାଗର ଥାନା ବାବୁଙ୍କ ଏପରି କାରନାମା ପଦାରେ ପଡିଛି । ସହର ଭିତରକୁ ଜବତ ସ୍କୁଟିକୁ ନେଇ ଘୁରି ବୁଲୁଛନ୍ତି ଅବକାରୀ ଥାନା ଅଧିକାରୀ । ନିଜର ବ୍ୟକ୍ତିଗତ କାମରେ ଜବତ ଗାଡି ବ୍ୟବହାରକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।Continue reading “ଜବତ ସ୍କୁଟିରେ ବୁଲୁଛନ୍ତି ଥାନା ବାବୁ । ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଥିଲା ସ୍କୁଟି ।”

ଜେଲରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ ସୟିଦ ଇସାନ ବୁଖାରି । ଓଡ଼ିଶାରେ ୫ ବର୍ଷ ଧରି ଲୁଚିଥିଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କବାଦୀ । ଆରମ୍ଭ ହେଲା ତନାଘନା ।

କନକ ବ୍ୟୁରୋ: ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଆସି ଯାଜପୁରରେ ଦୀର୍ଘ ଦିନ ରହିଥିଲା । ହେଲେ ପୋଲିସ ଜାଣିନପାରିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଯାଜପୁରରୁ କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ସୟିଦ ବୁଖାରୀ ଗିରଫ ହେବା ପରେ ଏଭଳି ପଶ୍ନ ଉଠିଛି । କୁପୱାରର ସୟିଦ ବୁଖାରୀକୁ ଗତକାଲିି କ୍ରାଇମବ୍ରାଞ୍ଚ ଏସଟିଏଫ ଯାଜପୁରରୁ ଗିରଫ କରିଥିଲା । ୨୦୧୮ରୁ ସେ ଓଡିଶାରେ ରହିଆସୁଥିଲା ଓ ଲୋକଙ୍କୁ ବିଭିନ୍ନ ପରିଚୟ ହେଉଥିଲା । ତଦନ୍ତବେଳେ ବୁଖାରରୀContinue reading “ଜେଲରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ ସୟିଦ ଇସାନ ବୁଖାରି । ଓଡ଼ିଶାରେ ୫ ବର୍ଷ ଧରି ଲୁଚିଥିଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କବାଦୀ । ଆରମ୍ଭ ହେଲା ତନାଘନା ।”

ଉଦଯାପିତ ହେଲା ‘ୱିଂଟର ଫେଷ୍ଟ୍’ । କୁନି ପ୍ରତିଭାଙ୍କୁ ପୁରସ୍କୃତ କଲେ ପୁର୍ବତନ ହକି ଅଧିନାୟକ ଦିଲ୍ଲୀପ ତିର୍କୀ ।

କନକ ବ୍ୟୁରୋ: ରାଜଧାନୀ କଳାରାହାଙ୍ଗସ୍ଥିତ ଜେଡ୍ ୱାନ୍ ଆପାର୍ଟମେଂଟରେ ଚାଲିଥିବା ୱିଣ୍ଟର ଫେଷ୍ଟ୍ ଉଦଯାପିତ ହୋଇଯାଇଛି । ଚଳିତ ମାସ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ବ୍ୟୋମ ଓ ଅଦ୍ୱୈତ ବାସିନ୍ଦାମାନଙ୍କ ପକ୍ଷରୁ ଜେଡ୍ ୱାନ୍ ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ, ସମ୍ମାନିତ ଅତିଥି ଭାବେ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇଥିଲେ । ଉତ୍ସବରContinue reading “ଉଦଯାପିତ ହେଲା ‘ୱିଂଟର ଫେଷ୍ଟ୍’ । କୁନି ପ୍ରତିଭାଙ୍କୁ ପୁରସ୍କୃତ କଲେ ପୁର୍ବତନ ହକି ଅଧିନାୟକ ଦିଲ୍ଲୀପ ତିର୍କୀ ।”

ଆଜିଠୁ ପ୍ରଥମ ଦିନିକିଆ । ଜୋହନ୍ସବର୍ଗରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ସିରିଜର ପ୍ରଥମ ମ୍ୟାଚ । ରାହୁଲଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ: ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ । ଜୋହାନ୍ସବର୍ଗ ୱାନଡରର୍ସ ଷ୍ଟାଡିୟମରେ ଭାରତୀୟ ସମୟ ଦିନ ୧ଟା୩୦ରେ ଖେଳାଯିବ ମ୍ୟାଚ । ବିଶ୍ୱକପ ପରେ ପ୍ରଥମଥର ଦିନିକିଆ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ । ରୋହିତ ଶର୍ମା, ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଉଛନ୍ତି କେ.ଏଲ ରାହୁଲ । ଦିନିକିଆ ଶୃଙ୍ଖଳାରେ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଇଛି ଦଳ । ଟି-୨୦ ସିରଜରେ ଫିନିସର ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ରିଙ୍କୁ ସିଂଙ୍କୁContinue reading “ଆଜିଠୁ ପ୍ରଥମ ଦିନିକିଆ । ଜୋହନ୍ସବର୍ଗରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ସିରିଜର ପ୍ରଥମ ମ୍ୟାଚ । ରାହୁଲଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।”

ଜଙ୍ଗଲକୁ ଡାକିନେଲେ , ତାପରେ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କଲେ ଉଗ୍ରବାଦୀ ।

କନକ ବ୍ୟୁରୋ: ଉଗ୍ରବାଦୀଙ୍କ ଗୁଳିରେ କଂଗ୍ରେସ ନେତାଙ୍କୁ ମୃତ୍ୟୁ । ବ୍ୟକ୍ତିଗତ କାର୍ୟ୍ୟରେ ତିରାପ ଜିଲ୍ଲା ଅନ୍ତର୍ଗତ ଗୋଟାଏ ଗାଁକୁ ଯାଇଥିବା ବେଳେ ଅରୁଣାଚଳ ପ୍ରଦେଶର ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କର ଜଣେ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଗୁଳି ଚୋଟରେ ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଘଟଣାଟି ମିୟାଁମାର ସୀମାକୁ ଲାଗିଥିବା ରାହୋ ଗ୍ରାମରେ ଅପରାହ୍ଣ ପ୍ରାୟ ୩ଟା ବେଳେ ଘଟିଛି। ତିରାପ୍‌ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରାହୁଲ୍‌ ଗୁପ୍ତା କହିଛନ୍ତି, ୩ଜଣ ସହଯୋଗୀଙ୍କ ସହିତ ବ୍ୟକ୍ତିଗତContinue reading “ଜଙ୍ଗଲକୁ ଡାକିନେଲେ , ତାପରେ କଂଗ୍ରେସ ନେତାଙ୍କୁ ଗୁଳିକରି ହତ୍ୟା କଲେ ଉଗ୍ରବାଦୀ ।”

ପୁରୀ ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ । ଦାନ ବାକ୍ସ ସମେତ ୨୫ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଲୁଟିନେଲେ ଚୋର । ସିସିଟିଭି ମନିଟର ବି ଗାଏବ ।  

କନକ ବ୍ୟୁରୋ: ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ । ଦାନ ବାକ୍ସ ସମେତ ଠାକୁରଙ୍କ ସୁନା, ରୂପାର ଅଳଙ୍କାର ଲୁଟି ନେଇଛନ୍ତି ଦୁବୃର୍ତ । ଅଳଙ୍କାର ସମେତ ସିସିଟିଭି ମନିଟରକୁ ମଧ୍ୟ ଉଠାଇ ନେଇଛନ୍ତି ଚୋର । ଏନେଇ ମାମଲା ଦାଏର ପରେ ଜନାଘନା ଆରମ୍ଭ କରିଛି ସାକ୍ଷୀଗୋପାଳ ପୋଲିସ । The post ପୁରୀ ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ । ଦାନ ବାକ୍ସ ସମେତ ୨୫ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଲୁଟିନେଲେ ଚୋର ।Continue reading “ପୁରୀ ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ । ଦାନ ବାକ୍ସ ସମେତ ୨୫ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଲୁଟିନେଲେ ଚୋର । ସିସିଟିଭି ମନିଟର ବି ଗାଏବ ।  “

ବଡ଼ ଆତଙ୍କୀ ଷଡ଼ଯନ୍ତ୍ରରୁ ବର୍ତ୍ତିଲା ଜମ୍ମୁ-କାଶ୍ମୀରର ଅଖନୁର । ବୋମା ନିଷ୍କ୍ରିୟ କଲେ ଡିଫ୍ୟୁଜନ୍ ଟିମ୍ ।

କନକ ବ୍ୟୁରୋ: ବଡ଼ ଆତଙ୍କୀ ଷଡ଼ଯନ୍ତ୍ରରୁ ବର୍ତ୍ତିଲା ଜମ୍ମୁ-କାଶ୍ମୀରର ଅଖନୁର । ବୋମା ବିସ୍ଫୋରଣ ଘଟାଇ ବଡ଼ ଧରଣର ଆତଙ୍କ ସୃଷ୍ଟି କରିବାକୁ ଆତଙ୍କୀ କରିଥିଲେ ଯୋଜନା । ତେବେ ଏହି ବଡ଼ ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଛି, ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଅଫୁଟା ମୋର୍ଟାର, ଏଲଏମଜି, ଏସଏଲଆର ସେଲ ଉଦ୍ଧାର କରାଯାଇଛି । ଭାରତୀୟ ସେନାର ବୋମା ନିଷ୍କ୍ରିୟକାରୀ ଟିମ ଏବଂ କାଶ୍ମୀର ପୋଲିସ ପକ୍ଷରୁ ଉଦ୍ଧାର ବୋମା ସବୁକୁ ନିଷ୍କ୍ରିୟ କରାଯାଇଛିContinue reading “ବଡ଼ ଆତଙ୍କୀ ଷଡ଼ଯନ୍ତ୍ରରୁ ବର୍ତ୍ତିଲା ଜମ୍ମୁ-କାଶ୍ମୀରର ଅଖନୁର । ବୋମା ନିଷ୍କ୍ରିୟ କଲେ ଡିଫ୍ୟୁଜନ୍ ଟିମ୍ ।”

ଖସୁଛି ପାରଦ, ବଢ଼ୁଛି ଶୀତ । ରାଜ୍ୟରେ ୬ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ । ସୁନ୍ଦରଗଡ଼ କୋରେଇରେ ସର୍ବନିମ୍ନ ତାପମାତ୍ରା ।

କନକ ବ୍ୟୁରୋ: ଖସୁଛି ପାରଦ, ବଢୁଛି ଶୀତ । ରାଜ୍ୟରେ ୬ସହରରେ ତାପମାତ୍ରା ୧୦ଡିଗ୍ରୀରୁ ତଳେ । ସୁନ୍ଦରଗଡ଼ କୋରେଇରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରୀ ରେକର୍ଡ । ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ପୁଇଁ ହେବା ସହ ବିଭିନ୍ନ ପନ୍ଥା ଆପଣାଉଛନ୍ତି ଲୋକେ । ଆଜିଠୁ ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବା ସହ ଶୀତ କମିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ । ଗତ ୨୪ଘଣ୍ଟା ମଧ୍ୟରେ କୋରେଇରେ ୮.୩Continue reading “ଖସୁଛି ପାରଦ, ବଢ଼ୁଛି ଶୀତ । ରାଜ୍ୟରେ ୬ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ । ସୁନ୍ଦରଗଡ଼ କୋରେଇରେ ସର୍ବନିମ୍ନ ତାପମାତ୍ରା ।”

ଦଶାବତାର ଚିତ୍ର ଗଲା କୁଆଡେ? ଖାଲି ଖାଲି ଦିଶୁଛି ପତିତପାବନଙ୍କ ମନ୍ଦିର ଗୁମୁଟ । ଶ୍ରୀମନ୍ଦିର ପତିତପାବନଙ୍କ ମନ୍ଦିରରେ ସ୍ଥାନିତ ଦଶାବତାର ମୂର୍ତ୍ତି ଗାଏବ ଅଭିଯୋଗ ।

କନକ ବ୍ୟୁରୋ: ଶ୍ରୀମନ୍ଦିର ପତିତପାବନଙ୍କ ଦଶାବତାର ମୂର୍ତ୍ତି ଗାଏବ୍ । ପତିତପାବନଙ୍କ ମନ୍ଦିରରେ ସ୍ଥାନିତ ଦଶାବତାର ମୂର୍ତ୍ତି କୁଆଡ଼େ ଗାଏବ୍ ହୋଇଯିବା ପରେ ଏଭଳି ଫୁଙ୍ଗୁଳା ଦୃଶ୍ୟ ଭକ୍ତ ମହଲରେ ଆଲୋଡନ ସୃଷ୍ଟି କରିଛି । କେବେଠୁ ଏହି ମୂର୍ତ୍ତି ଗାଏବ୍ ହେଲାଣି ସ୍ପଷ୍ଟ ହୋଇନଥିଲେ ବି ତିନି ମାସ ତଳର ଫଟୋରେ ଦଶାବତାର ମୂର୍ତ୍ତି ସ୍ପଷ୍ଟ ଦୃଶ୍ୟମାନ ହେଉଥିବାରୁ ଦୁଇ ତିନି ମାସ ଭିତରେ ହିଁ ଦଶାବତାର ମୂର୍ତ୍ତି କାଢ଼ି ନିଆଯାଇଥିବା ଅନୁମାନ କରାଯାଉଛି ।Continue reading “ଦଶାବତାର ଚିତ୍ର ଗଲା କୁଆଡେ? ଖାଲି ଖାଲି ଦିଶୁଛି ପତିତପାବନଙ୍କ ମନ୍ଦିର ଗୁମୁଟ । ଶ୍ରୀମନ୍ଦିର ପତିତପାବନଙ୍କ ମନ୍ଦିରରେ ସ୍ଥାନିତ ଦଶାବତାର ମୂର୍ତ୍ତି ଗାଏବ ଅଭିଯୋଗ ।”

Design a site like this with WordPress.com
Get started