ଆଇସିୟୁରୁ ବାହାରିଲା ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା । ପେଟ ଫୁଲିଥିବା କହିଲେ ଡାକ୍ତର ।

କନକ ବ୍ୟୁରୋ: ଆଇସିୟୁରୁ ବାହାରିଲା ରେଙ୍ଗାଲି ନଳକୂପରୁ ଉଦ୍ଧାର ଶିଶୁ କନ୍ୟା । ୬ ଦିନ ହେବ କୁନି ଆଇସିୟୁରେ ରହି ହେଉଥିଲା ଚିିକିତ୍ସିତ । ଏବେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିବାରୁ ଆଇସିୟୁରୁ ବାହାରକୁ ଅଣାଯାଇଛି । ଦୁଇ ଦିନ ତଳେ କ୍ଷୀର ଦିଆଯାଇଥିବା ବେଳେ ପେଟ ଫୁଲିବା ସହ ପବନ ଭର୍ତ୍ତି ହୋଇଥିବା କହିଛନ୍ତି ଡାକ୍ତର । ଅନ୍ୟପଟେ ପ୍ରିମ୍ୟାଚୋର ବେବି ହୋଇଥିବାରୁ ସ୍ୱାସ୍ଥ୍ୟବସ୍ଥାରେ ଏଭଳି ପରିବର୍ତନ ହେବା ସ୍ୱାଭାବିକ ବୋଲି ମଧ୍ୟ କହିଛନ୍ତିContinue reading “ଆଇସିୟୁରୁ ବାହାରିଲା ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା । ପେଟ ଫୁଲିଥିବା କହିଲେ ଡାକ୍ତର ।”

ମହିଳା ଓ ଶିଶୁଙ୍କ ସହ ସମୁଦ୍ରରେ ବୁଡିଗଲେ ୬୧ ଶରଣାର୍ଥୀ । ଭୂମଧ୍ୟ ସାଗରରେ ଜାହାଜ ଦୁର୍ଘଟଣା ।

କନକ ବ୍ୟୁରୋ: ଶନିବାର ଦିନ ଲିବ୍ୟା ଉପକୂଳଠାରୁ ଦୂର ଭୂମଧ୍ୟସାଗରରେ ଗୋଟାଏ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବାରୁ ମହିଳା ଓ ଶିଶୁଙ୍କ ସମେତ ଅନ୍ୟୂନ ୬୧ଜଣ ଶରଣାର୍ଥୀ ଓ ରାଜନୈତିକ ଆଶ୍ରୟ ଆଶାୟୀ ବୁଡ଼ିଯାଇଥିବା କଥା ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଅର୍ଗାନାଇଜେସନ୍‌ ଫର୍‌ ମାଇଗ୍ରେସନ’ (ଆଇଓଏମ୍‌) କହିଛି। ଜାହାଜରେ ୮୬ଜଣ ଲୋକ ଯାତ୍ରା କରୁଥିଲେ ବୋଲି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଲୋକମାନଙ୍କଠାରୁ ତଥ୍ୟ ସଂଗ୍ରହ କରି ଗତରାତିରେ ଲିବ୍ୟାସ୍ଥିତ ଏହି ସଙ୍ଗଠନର କାର୍ୟ୍ୟାଳୟ ସୂଚନା ଦେଇଛି। ଜାରି କରିଥିବା ବିବୃତିରେ ‘ଆଇଓଏମ୍‌’Continue reading “ମହିଳା ଓ ଶିଶୁଙ୍କ ସହ ସମୁଦ୍ରରେ ବୁଡିଗଲେ ୬୧ ଶରଣାର୍ଥୀ । ଭୂମଧ୍ୟ ସାଗରରେ ଜାହାଜ ଦୁର୍ଘଟଣା ।”

ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଭବ୍ୟ ଉଦ୍ଘାଟନ । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଲୋକଙ୍କୁ ନଆସିବାକୁ ନିବେଦନ କଲେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ ।

କନକ ବ୍ୟୁରୋ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭବ୍ୟ ଉଦଘାଟନ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ସମ୍ଭାବନାକୁ ଦେଖି ଲୋକଙ୍କୁ ନଆସିବାକୁ ନିବେଦନ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଂପାଦକ ଚମ୍ପତ ରାୟ । ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି ଏହି ଦିନ ଗର୍ଭଗୃହରେ ସ୍ଥାପିତ ହେବ । ତେଣୁ ଲକ୍ଷାଧିକ ଶ୍ରଦ୍ଧାଳୁ ଅଯୋଧ୍ୟା ଆସିବାର ସମ୍ଭାବନା ରହିଛି । ଏହାରି ଭିତରେ କିନ୍ତୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଂପାଦକ ଚମ୍ପତContinue reading “ଜାନୁଆରୀ ୨୨ରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଭବ୍ୟ ଉଦ୍ଘାଟନ । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଲୋକଙ୍କୁ ନଆସିବାକୁ ନିବେଦନ କଲେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସଂପାଦକ ଚମ୍ପତ ରାୟ ।”

ନିର୍ବାଚନରେ ପରାଜୟ ପରେ ବଦଳିଲା ମଧ୍ୟପ୍ରଦେଶ କଂଗ୍ରେସ ମୁଖିଆ । ପିସିସି ସଭାପତି ପଦରୁ ହଟିଲେ କମଳନାଥ, ଜିତୁ ପଟୱାରୀଙ୍କୁ ଦାୟିତ୍ୱ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନରେ ପରାଜୟ ପରେ ସଙ୍ଗଠନରେ ବଡ ପରିବର୍ତ୍ତନ କରିଛି କଂଗ୍ରେସ । ଦଳ କମଳନାଥଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟାଇ ଜିତୁ ପଟୱାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାଛଡା ଉମଙ୍ଗ ସିଙ୍ଗାରଙ୍କୁ ବିରୋଧୀ ଦଳ ନେତା କରିଛି ଦଳ । ପଟୱାରୀ ଓ ଉମଙ୍ଗ ରାଜର ବରିଷ୍ଠ ନେତା କମଳନାଥ ଓ ଦିଗବିଜୟ ସିଂହଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା । ଜିତୁ ପଟ୍ଟୱାରୀ ଏଥର ବିଧାନସଭାContinue reading “ନିର୍ବାଚନରେ ପରାଜୟ ପରେ ବଦଳିଲା ମଧ୍ୟପ୍ରଦେଶ କଂଗ୍ରେସ ମୁଖିଆ । ପିସିସି ସଭାପତି ପଦରୁ ହଟିଲେ କମଳନାଥ, ଜିତୁ ପଟୱାରୀଙ୍କୁ ଦାୟିତ୍ୱ ।”

ରାଉରକେଲାରେ ମୁଣ୍ଡ ନେଲା ଡାଇରିଆ । ଝାଡାବାନ୍ତିରେ ଦୁଇ ଦିନରେ ଗଲାଣି ୪ ଜଣଙ୍କ ଜୀବନ, ଶତାଧିକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ।

କନକ ବ୍ୟୁରୋ: ରାଉରକେଲାରେ ବ୍ୟାପିଛି ଝାଡାବାନ୍ତି । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛିବାବେଳେ ଶହେରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛି । ପାନପୋଷ ଓ ବସ୍ତି ଅଂଚଳର ଅଧିକ ଲୋକେ ଡାକ୍ତରଖାନାକୁ ଆସୁଛନ୍ତି । ତେବେ କେଉଁ କାରଣରୁ ହଠାତ୍ ଏଭଳି ଝାଡାବାନ୍ତି ବ୍ୟାପିଲା ତାର କାରଣ ଜଣାପଡିନାହିଁ । ଦୂଷିତ ପାଣି ଏହାର କାରଣ ବୋଲି କୁହାଯାଉଛି । ଏହାପରେ ରାଜ୍ୟ ସରକାର ସତର୍କ ହୋଇଯାଇଛନ୍ତି । The post ରାଉରକେଲାରେ ମୁଣ୍ଡ ନେଲାContinue reading “ରାଉରକେଲାରେ ମୁଣ୍ଡ ନେଲା ଡାଇରିଆ । ଝାଡାବାନ୍ତିରେ ଦୁଇ ଦିନରେ ଗଲାଣି ୪ ଜଣଙ୍କ ଜୀବନ, ଶତାଧିକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ।”

ଶୋଇବା ବେଳେ ମଶା ଧୂପ ଲଗାଇବା ହେଲା କାଳ । ଅଣ ନିଶ୍ୱାସୀ ହୋଇ ଚାଲିଗଲା ସୁରକ୍ଷାକର୍ମୀଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର ।

କନକ ବ୍ୟୁରୋ: ମଶା ଧୂଆଁ ନେଲା ଜୀବନ । ମଶା ଘଉଡାଇବାକୁ ଯାଇ ଶୋଇବା ବେଳେ ଲଗାଇଥିବା ମଶା ଧୂପ ହେଲା କାଳ । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ । ଅନ୍ୟ ଜଣେ ଗୁରୁତର । କେନ୍ଦୁଝର ଜିଲ୍ଲାରୁ ଏଭଳି ଏକ ଖବର ଆସିଛି । ମୃତକ ଜଣଙ୍କ ହେଲେ ହରିଚନ୍ଦନପୁର ବ୍ଲକର କୁମାରନାଳୀ ଗାଁର ସହଦେବ ମହାନ୍ତ । ତାଙ୍କ ସାଙ୍ଗରେ ଗୋଟିଏ ଘର ଭିତରେ ଶୋଇଥିବା ଅନ୍ୟତମ ବ୍ୟକ୍ତି ହେଉଛନ୍ତି ବାରିଆContinue reading “ଶୋଇବା ବେଳେ ମଶା ଧୂପ ଲଗାଇବା ହେଲା କାଳ । ଅଣ ନିଶ୍ୱାସୀ ହୋଇ ଚାଲିଗଲା ସୁରକ୍ଷାକର୍ମୀଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର ।”

ଜେଲରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ । ଓଡ଼ିଶାରେ ୫ ବର୍ଷ ଧରି ଲୁଚିଥିଲା ସନ୍ଦିଗ୍ଧ ସୟିଦ ଇସାନ ବୁଖାରି । ।

କନକ ବ୍ୟୁରୋ: ଜେଲରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ସୟିଦ ବୁଖାରୀ । ଅପରାଧର ବିବିରଣୀ ଆସିନଥିବାରୁ ଗତକାଲି ଜାମିନ ଆବେଦନର ଶୁଣାଣିହୋଇପାରିନାହିଁ । କୁପୱାରର ସୟିଦ ବୁଖାରୀକୁ ଗତାଲି କ୍ରାଇମବ୍ରାଂଚ ଏସଟିଏଫ ଗିରଫ କରିଥିଲା । ବୁଖାରୀକୁ ଯାଜପୁରରୁ ଧରିଥିଲା ଏସଟିଏଫ । ୨୦୧୮ରୁ ସେ ଓଡିଶାରେ ରହିଆସୁଥିଲା ଓ ଲୋକଙ୍କୁ ବିଭିନ୍ନ ପରିଚୟ ହେଉଥିଲା । ତଦନ୍ତବେଳେ ବୁଖାରରୀ ସମ୍ପର୍କ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଅନ୍ୟ ଦେଶ ବିରୋଧୀ ସଙ୍ଗଠନ ସହ ଥିବାContinue reading “ଜେଲରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ । ଓଡ଼ିଶାରେ ୫ ବର୍ଷ ଧରି ଲୁଚିଥିଲା ସନ୍ଦିଗ୍ଧ ସୟିଦ ଇସାନ ବୁଖାରି । ।”

ତାରା ତାରିଣୀ ମନ୍ଦିରରେ ନିଆଁ । ବିଳମ୍ବିତ ରାତିରେ ଅଖଣ୍ଡ ଦୀପରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଦୀପ ଘରେ ଥିବା କାଠ ପୋଡି ପାଉଁଶ । 

କନକ ବ୍ୟୁରୋ: ତାରା ତାରିଣୀ ମନ୍ଦିରରେ ନିଆଁ । ବିଳମ୍ବିତ ରାତିରେ ଅଖଣ୍ଡ ଦୀପରୁ ଅଗ୍ନିକାଣ୍ଡ ଘଟିଥିଲା । ନିଆଁରେ ଦୀପ ଘରେ ଥିବା କାଠ ପୋଡି ପାଉଁଶ ହୋଇଯାଇଛି । ତେବେ ଖବର ପାଇ ଅଗ୍ନିଶମ ଟିମ୍ ଆସି ନିଆଁକୁ ଆୟତ କରିଛି । ପଥରରେ ମନ୍ଦିରର ଘର ତିଆରି ହୋଇଥିବାରୁ ନିଆଁ ବିଶେଷ ଭାବେ ଆଗକୁ ବଢି ପାରିନଥିଲା । The post ତାରା ତାରିଣୀ ମନ୍ଦିରରେ ନିଆଁ । ବିଳମ୍ବିତ ରାତିରେ ଅଖଣ୍ଡContinue reading “ତାରା ତାରିଣୀ ମନ୍ଦିରରେ ନିଆଁ । ବିଳମ୍ବିତ ରାତିରେ ଅଖଣ୍ଡ ଦୀପରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଦୀପ ଘରେ ଥିବା କାଠ ପୋଡି ପାଉଁଶ । “

ବଡ଼ ଘରର ବଡ଼ ଗୁମର କଥା । ବଚ୍ଚନ ଫ୍ୟାମିଲିରେ ଉଠିଛି ଝଡ଼! ଅଲଗା ହେବେ କି ଐଶ୍-ଅଭିଷେକ?

କନକ ବ୍ୟୁରୋ : ଷ୍ଟାର୍ କପଲ୍ ଐଶର୍ଯ୍ୟା ରାୟ-ଅଭିଷେକ ବଚ୍ଚନଙ୍କୁ ନେଇ ବଲିଉଡ଼ ଗଳିରେ ଏବେ ଜୋରଦାର ଗସିପ୍ । ବଚ୍ଚନ ଫ୍ୟାମିଲିରେ ସବୁ କିଛି ଠିକ୍ ଚାଲିନଥିବା ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି । ଶାଶୁ ଜୟା ବଚ୍ଚନ ଏବଂ ଅଭିଷେକଙ୍କ ସହ ବିବାଦ ବଢିବା ପରେ ଏବେ ଐଶର୍ଯ୍ୟା ଶାଶୁଘର ଛାଡି ନିଜ ମା’ଙ୍କ ପାଖରେ ରହୁଛନ୍ତି । କିଛି ଦିନ ତଳେ ଅମିତାଭ୍ ବଚ୍ଚନ ନିଜ ଝିଅ ଶ୍ୱେତା ନନ୍ଦଙ୍କୁContinue reading “ବଡ଼ ଘରର ବଡ଼ ଗୁମର କଥା । ବଚ୍ଚନ ଫ୍ୟାମିଲିରେ ଉଠିଛି ଝଡ଼! ଅଲଗା ହେବେ କି ଐଶ୍-ଅଭିଷେକ?”

କେରଳରୁ କୋଭିଡ ନୂଆ ସବଭ୍ୟାରିଆଂଟ ରୋଗୀ ଚିହ୍ନଟ । ଜେଏନଡଟ୍ ୱାନରେ ଜଣେ ମହିଳା ସଂକ୍ରମିତ ସୂଚନା

କନକ ବ୍ୟୁରୋ : ଚୀନରେ କୋଭିଡର ନୂଆ ସବ ଭ୍ୟାରିଆଂଟକୁ ନେଇ ଆତଙ୍କ । ଜେଏନଡଟ ୱାନ ଭାରିଆଂଟରେ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଡିସେମ୍ବର ୧୩ରେ କେରଳରେ ଏହି ଭୁତାଣୁରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସଂକ୍ରମିତ ଜଣକ ମହିଳା ଓ ତାମିଲନାଡୁର କିନ୍ତୁ ସେ କେରଳରେ ରହୁଛନ୍ତି । ଅକ୍ଟୋବର ମାସରେ ସିଙ୍ଗାପୁର ଯାଇଥିଲେ । ସହେନ୍ଦ ଭିତରେ ନଭେମ୍ବର ୧୮ରେ ନମୁନା ପରୀକ୍ଷା କରାଯାଇଥିଲା ।Continue reading “କେରଳରୁ କୋଭିଡ ନୂଆ ସବଭ୍ୟାରିଆଂଟ ରୋଗୀ ଚିହ୍ନଟ । ଜେଏନଡଟ୍ ୱାନରେ ଜଣେ ମହିଳା ସଂକ୍ରମିତ ସୂଚନା”

Design a site like this with WordPress.com
Get started