ମୁମ୍ବାଇ ଇଣ୍ଡିଆନ୍ସ ଉପରେ ସୋସିଆଲ ମିଡିଆ ଫଲୋରଙ୍କ ଅସନ୍ତୋଷ । ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇବା ପରେ କମିଲା ଫଲୋରଙ୍କ ସଂଖ୍ୟା

କନକ ବ୍ୟୁରୋ : ରୋହିତ ଗଲେ ପାଣ୍ଡ୍ୟା ଆସିଲେ, କମିଲା ମୁମ୍ବାଇ ଇଣ୍ଡିଆନ୍ସର ଫଲୋର୍ସ ସଂଖ୍ୟା । ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦେବା ଦଳକୁ ମହଙ୍ଗା ପଡିଛି । ଏହି ନିଷ୍ପତି ପରେ ପାଖାପାଖି ୫ଲକ୍ଷ ଫଲୋର୍ସ ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କରିଛନ୍ତି । ଅନେକ ପ୍ରଶଂସକ ମୁମ୍ବାଇ ଇଣ୍ଡିଆନ୍ସର ଏଭଳି ନିଷ୍ପତିକୁ ନାପସନ୍ଦ କରିବା ସହ ସୋସିଆଲ ମିଡିଆରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।Continue reading “ମୁମ୍ବାଇ ଇଣ୍ଡିଆନ୍ସ ଉପରେ ସୋସିଆଲ ମିଡିଆ ଫଲୋରଙ୍କ ଅସନ୍ତୋଷ । ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇବା ପରେ କମିଲା ଫଲୋରଙ୍କ ସଂଖ୍ୟା”

ମାଲ୍ଟା ଜାହାଜକୁ ସହଯୋଗ କରିବାକୁ ପହଁଚିଲା ଭାରତୀୟ ସେନା । ଅପହୃତଙ୍କ ହାତରୁ ବଂଚାଇବା ପାଇଁ ମିଶନ ଆରମ୍ଭ କରିଛି ସେନା

କନକ ବ୍ୟୁରୋ : ମାଲବାହୀ ଜାହଜ ଅପହରଣ ଉଦ୍ୟମକୁ ପଣ୍ଡ କରିବାକୁ ପ୍ରୟାସ କରୁଛି ଭାରତୀୟ ନୌସେନା । ମାଲଟା ଜାହାଜକୁ ରକ୍ଷା କରିବା ପାଇଁ ମଝି ସମୁଦ୍ରକୁ ସର୍ଭିଲାନ୍ସ ବିମାନ ଓ ଯୁଦ୍ଧ ଜାହଜ ପଠାଇଛି ଭାରତୀୟ ସେନା । ଆରବ ମହାସାଗରେ ମାଲଟାର ଏକ ମାଲାବାହୀ ଜାହାଜ ଯାଉଥିବା ସମୟରେ ସୋମାଲିଅ ଆତଙ୍ୀ ତାକୁ ଅପହରଣ କରିଥିବା ସୂଚନା ରହିଛି । ତେବେ ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିବା ଭାରତୀୟ ନୌସେନା ପାଟ୍ରୋଲିଂ ଜାହଜContinue reading “ମାଲ୍ଟା ଜାହାଜକୁ ସହଯୋଗ କରିବାକୁ ପହଁଚିଲା ଭାରତୀୟ ସେନା । ଅପହୃତଙ୍କ ହାତରୁ ବଂଚାଇବା ପାଇଁ ମିଶନ ଆରମ୍ଭ କରିଛି ସେନା”

ପ୍ରେମ, ବିଶ୍ୱାସଘାତକତା ଓ ହତ୍ୟା ଉଦ୍ୟମ । ପ୍ରେମିକା ଉପରେ କାର ଚଢ଼ାଇଲା ପ୍ରେମିକ, ଠାଣେରୁ ଆସିଲା ଉନ୍ମୋତକାଣ୍ଡ ମାମଲା

କନକ ବ୍ୟୁରୋ : ସାଢ଼େ ଚାରିବର୍ଷ ସମ୍ପର୍କରେ ସେତିକି ବେଳେ ଫାଟ ଆସିଥିଲା ଯେବେ ପ୍ରେମିକ ଚାହିଁଥିଲା ପ୍ରେମିକାର ବିଶ୍ୱାସରେ ବିଷ ଦେଇ ଫେରାର ହେବାକୁ । କଳେବଳେ କୌଶଳେ ଯୁବତୀଙ୍କ ଧୋକା ଦେବାକୁ । କିନ୍ତୁ ଶେଷ ସମୟରେ ସବୁ ଓଲଟପାଲଟ ହୋଇଯାଇଥିଲା ଯେବେ ନିଜ ପ୍ରେମିକକୁ ସ୍ତ୍ରୀଙ୍କ ସହ ଏକାଠି ଦେଖିବାକୁ ପାଇଥିଲେ ଯୁବତୀ । ପ୍ରେମିକାର ସହେନ୍ଦ ଦୃଷ୍ଟିରୁ ବଂଚିପାରିନଥିଲା ଧୋକେବାଜ ପ୍ରେମିକ ଓ ଆଉ ଶେଷରେ ଧରାପଡିଥିଲା । । ବାସContinue reading “ପ୍ରେମ, ବିଶ୍ୱାସଘାତକତା ଓ ହତ୍ୟା ଉଦ୍ୟମ । ପ୍ରେମିକା ଉପରେ କାର ଚଢ଼ାଇଲା ପ୍ରେମିକ, ଠାଣେରୁ ଆସିଲା ଉନ୍ମୋତକାଣ୍ଡ ମାମଲା”

ଚଢାଉର ସପ୍ତାହକ ପରେ ଧୀରଜ ସାହୁଙ୍କ ସଫେଇକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ । ଧର୍ମେନ୍ଦ୍ର ପ୍ରଧାନ କହିଲେ ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ ଧୀରଜ ସାହୁ

କନକ ବ୍ୟୁରୋ : ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ କଂଗ୍ରେସ ସାଂସଦ ଧୀରଜ ସାହୁ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଇଟି ରେଡ୍ ଘଟଣାରେ ମୁହଁ ଖୋଲି କଂଗ୍ରେସ ସାଂସଦ ଧୀରଜ ସାହୁ କହିଥିଲେ, ଜବତ ଟଙ୍କା ସହିତ କଂଗ୍ରେସର ଲିଙ୍କ ନାହିଁ । ଏହା ତାଙ୍କ ପରିବାରର ଟଂକା । ଏହାପରେ ଧୀରଜଙ୍କ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି । ଆଉ କହିଛନ୍ତି, ଦୁନିଆ ଜାଣିଛି ଧୀରଜ ସାହୁ ହେଉଛନ୍ତି ଗାନ୍ଧୀContinue reading “ଚଢାଉର ସପ୍ତାହକ ପରେ ଧୀରଜ ସାହୁଙ୍କ ସଫେଇକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ । ଧର୍ମେନ୍ଦ୍ର ପ୍ରଧାନ କହିଲେ ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ ଧୀରଜ ସାହୁ”

ସଂସଦ ସୁରକ୍ଷା ତ୍ରୁଟି ଘଟଣା ତଦନ୍ତ କରିବେ ସରକାର । ଗଠନ ହେବ ଉଚ୍ଚସ୍ତରୀୟ ତଦନ୍ତ କମିଟି

କନକ ବ୍ୟୁରୋ : ସଂସଦ ସୁରକ୍ଷା ତ୍ରୁଟି ଘଟଣା ତଦନ୍ତ କରିବେ ସରକାର । ଗଠନ ହେବ ଉଚ୍ଚସ୍ତରୀୟ ତଦନ୍ତ କମିଟ ିା ଏନେଇ ଆଜି ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । କମିଟି ଗଠନ ବାବଦରେ ସମସ୍ତ ସାଂସଦଙ୍କୁ ଚିଠିରେ ସୂଚନା ଦିଆଯାଇଛି । ଏଥିସହ ସରକାର ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସଂସଦ ସୁରକ୍ଷା ତ୍ରୁଟି ସହ ସାଂସମାନଙ୍କ ନିଲମ୍ବନ କାର୍ଯ୍ୟାନୁଷ୍ଠାନର କୌଣସି ସର୍ମ୍ପକ ନାହିଁ । ସାଂସଦମାନେ ଗୃହକାର୍ଯ୍ୟରେContinue reading “ସଂସଦ ସୁରକ୍ଷା ତ୍ରୁଟି ଘଟଣା ତଦନ୍ତ କରିବେ ସରକାର । ଗଠନ ହେବ ଉଚ୍ଚସ୍ତରୀୟ ତଦନ୍ତ କମିଟି”

ସଂସଦ ସୁରକ୍ଷା ତ୍ରୁଟି ଘଟଣାରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଝଡ଼ । ଦେଶରେ ବଢ଼ୁଥିବା ବେକାରୀ ଓ ଦରଦାମ ବୃଦ୍ଧିକୁ ଦାୟୀ କଲେ କଂଗ୍ରେସ ସାଂସଦ

କନକ ବ୍ୟୁରୋ : ବୁଧବାର ସଂସଦରେ ଅନୁପ୍ରବେଶ କରି ୪ ଅଜ୍ଞାତ ଯେଉଁ କାଣ୍ଡ ଘଟଣାଇଥିଲେ ତାକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିବା ନା ନେଉନି । ଗିରଫ ପରେ ଅଭିଯୁକ୍ତ ଏବେ ଦିଲ୍ଲୀ ପୁଲିସ ରିମାଣ୍ଡରେ । ଜେରା ସମୟରେ ଏହି ଅଭିଯୁକ୍ତମାନେ କହିଥିଲେ ଦୀର୍ଘଦିନ ହେଲା ଏମାନଙ୍କ କଥା କେହି ଶୁଣୁନଥିବାରୁ ସଂସଦରେ ଅନୁପ୍ରବେଶ କରି ନି ଦାବି ଜଣାଇବାକୁ ଚାହୁଁଥିଲେ । ଏବେ ଅଭିଯୁକ୍ତଙ୍କ ସ୍ୱରରେ ସ୍ୱର ମିଶାଇ ସମାନ ବୟାନContinue reading “ସଂସଦ ସୁରକ୍ଷା ତ୍ରୁଟି ଘଟଣାରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଝଡ଼ । ଦେଶରେ ବଢ଼ୁଥିବା ବେକାରୀ ଓ ଦରଦାମ ବୃଦ୍ଧିକୁ ଦାୟୀ କଲେ କଂଗ୍ରେସ ସାଂସଦ”

ରାଉରକେଲାରେ ମୁଣ୍ଡ ନେଲା ଡାଇରିଆ । ଝାଡାବାନ୍ତିରେ ଦୁଇ ଦିନରେ ଗଲାଣି ୪ ଜଣଙ୍କ ଜୀବନ

କନକ ବ୍ୟୁରୋ : ଇସ୍ପାତନଗରୀ ରାଉରକେଲାରେ ଏବେ ସାଂଘାତିକ ହେଲାଣି ଝାଡାବାନ୍ତି । ଡାଇରିଆରେ ଦୁଇଦିନରେ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ରାଉରକେଲା ସରକାରୀ ହସପିଟାଲରେ ୧୦୨ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ପାନପୋଷ. ଛେଣ୍ଡ କଲୋନୀ ସହ ବିଭିନ୍ନ ବସ୍ତି ଅଂଚଳ ତଥା ସେକ୍ଟରର ଅଧିକାଂଶ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । କେଉଁ କାରଣରୁ ଡାଇରିଆ ବ୍ୟାପିଲା ତାହା ଜଣାପଡିନାହିଁ ।Continue reading “ରାଉରକେଲାରେ ମୁଣ୍ଡ ନେଲା ଡାଇରିଆ । ଝାଡାବାନ୍ତିରେ ଦୁଇ ଦିନରେ ଗଲାଣି ୪ ଜଣଙ୍କ ଜୀବନ”

ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ୪ ଶଙ୍କରାଚାର୍ଯ୍ୟ ଓ ୮୫୭ ମନ୍ଦିରକୁ କରାଯିବ ନିମନ୍ତ୍ରଣ

କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଯେପରି ସାରା ଦେଶରେ ଅକ୍ଷତ କଳସଯାତ୍ରା ବୁଲି ନିମନ୍ତ୍ରଣ କରାଯାଉଛି । ଠିକ୍ ସେହି ଢଙ୍ଗରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଦେଶ ବିଦେଶରୁ ଅତିଥିଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା ହୋଇଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବାକୁ ସବୁ ପ୍ରକାର ଉଦ୍ୟମ କରୁଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲContinue reading “ଜାନୁଆରି ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ୪ ଶଙ୍କରାଚାର୍ଯ୍ୟ ଓ ୮୫୭ ମନ୍ଦିରକୁ କରାଯିବ ନିମନ୍ତ୍ରଣ”

ବିଜେଡି ଫୋକସରେ ପଶ୍ଚିମଓଡି଼ଶା । ନବୀନ ନିବାସ, ଶଂଖ ଭବନରେ ପ୍ରସ୍ତୁତ ନୀଳନକ୍ସା

କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ପଶ୍ଚିମଓଡିଶା ବିଜେଡି ହାତରୁ ଖସି ଯାଇଥିଲା । ପଶ୍ଚିମଓଡିଶାରେ ଥିବା ୫ଟି ଯାକ ସଂସଦୀୟ କ୍ଷେତ୍ରରେ ବିଜୟୀ ହୋଇଥିଲା ବିଜେପି । କିନ୍ତୁ ପଶ୍ଚିମଓଡିଶାରେ ଥିବା ୩୫ଟି ବିଧାନସଭା ଆସନରୁ ୨୫ଟି ଆସନରେ ଜିତିଥିଲା ବିଜେଡି । ଏତେ ସଂଖ୍ୟକ ବିଧାୟକ ଜିତିଥିଲେ ବି କାହିଁକି ଲୋକସଭା ଭୋଟରେ ପ୍ରତିଫଳନ ହୋଇନଥିଲା, ତାକୁ ନେଇ ଦଳ ଅନେକ ସମୟରେ ମାନସ ମନ୍ଥନ କରିଛି । ଶୁକ୍ରବାର କାର୍ଯ୍ୟକାରିଣୀ ସରିବା ପରେContinue reading “ବିଜେଡି ଫୋକସରେ ପଶ୍ଚିମଓଡି଼ଶା । ନବୀନ ନିବାସ, ଶଂଖ ଭବନରେ ପ୍ରସ୍ତୁତ ନୀଳନକ୍ସା”

ରେଡର ସପ୍ତାହେ ପରେ ମୁହଁ ଖୋଲିଲେ । କଂଗ୍ରେସକୁ କ୍ଲିନଚିଟ୍ ଦେଲେ ଧୀରଜ ! ‘ଗାନ୍ଧୀ ପରିବାରର ଏଟିଏମ୍’ କହି ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

କନକ ବ୍ୟୁରୋ : ସାରାଦେଶରେ ଚର୍ଚ୍ଚା ଖେଳାଇ ଦେଇଥିବା ଆଇଟି ରେଡ୍ ଘଟଣାରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ଧୀରଜ ସାହୁ । ୩୫୧ କୋଟି ଟଙ୍କା ଜବତ ହେବା ଘଟଣାରେ ପ୍ରଥମଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ । ଧୀରଜ କହିଛନ୍ତି, ଜବତ ଟଙ୍କା ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବଡ଼ ପରିବାର ଓ ଏକାଧିକ ସଦସ୍ୟ ବ୍ୟବସାୟରେ ଅଛନ୍ତି ଏହା ପାରିବାରିକ ବ୍ୟବସାୟର ଟଙ୍କା ପରିବାର ବର୍ଷ ବର୍ଷ ଧରିContinue reading “ରେଡର ସପ୍ତାହେ ପରେ ମୁହଁ ଖୋଲିଲେ । କଂଗ୍ରେସକୁ କ୍ଲିନଚିଟ୍ ଦେଲେ ଧୀରଜ ! ‘ଗାନ୍ଧୀ ପରିବାରର ଏଟିଏମ୍’ କହି ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍”

Design a site like this with WordPress.com
Get started