କନକ ବ୍ୟୁରୋ : କଟକ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି । ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ମୋକିମ୍ କହିଛନ୍ତି ଯେ, ବାଲିଯାତ୍ରା ପାଇଁ ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ସ୍ଥାୟୀ କାମ ନକରି ଅସ୍ଥାୟୀ କାମ କରି ଅର୍ଥଲୁଟ ହୋଇଥିବା ସେ ଅଭିଯୋଗ କରିଛନ୍ତି । ବାଲିଯାତ୍ରାର ପ୍ରମୁଖ ଗେଟ ଦୁଇଟି ପାଇଁ ୩୬ ଲକ୍ଷ ଟଙ୍କାର ଟେଣ୍ଡରContinue reading “କଟକ ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ ଆଣିଲେ କଂଗ୍ରେସ ବିଧାୟକ । ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ଦୁର୍ନୀତି ହୋଇଥିବା ମହମ୍ମଦ ମୋକିମଙ୍କ ଅଭିଯୋଗ”
Category Archives: News
ନୂଆ ନିୟମ ଲାଗୁ ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର କଡା ଆଭିମୁଖ୍ୟ । ଚିରା, ଫଟା ପୋଷାକ ପିନ୍ଧିଥିବା ଭକ୍ତଙ୍କୁ ସିଂହଦ୍ୱାରରୁ ଫେରାଇ ଦେଲେ ପୋଲିସ ପ୍ରଶାସନ ଓ ସେବାୟତ ।
କନକ ବ୍ୟୁରୋ : ନୂଆ ବର୍ଷରେ ନୂଆ ନିୟମ । ଶ୍ରୀମନ୍ଦିରରେ କଡ଼ାକଡ଼ି ଭାବେ ଲାଗୁ ହେବ ଡ୍ରେସ କୋର୍ଡ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ପରିଧାନକୁ ଗମ୍ଭୀରତା ସହ ନେଇଛି ପ୍ରଶାସନ । ଯାହାର ଝଲକ ଏବେଠୁ ଦେଖିବାକ ମିଳିଲାଣି । କିଛି ଭକ୍ତ ଚିରା ଜିନ୍ସ ପିନ୍ଧି ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ପ୍ରବେଶ ପଥରେ ଅଟକାଇଥିଲେ କିଛି ସେବାୟତ । ଭଲ ଭାବେ ପରିଧାନ କରିବାକୁ ପରାମର୍ଶ ଦେଇଥିଲେ ।Continue reading “ନୂଆ ନିୟମ ଲାଗୁ ହେବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର କଡା ଆଭିମୁଖ୍ୟ । ଚିରା, ଫଟା ପୋଷାକ ପିନ୍ଧିଥିବା ଭକ୍ତଙ୍କୁ ସିଂହଦ୍ୱାରରୁ ଫେରାଇ ଦେଲେ ପୋଲିସ ପ୍ରଶାସନ ଓ ସେବାୟତ ।”
ଟି-୨୦ ବିଶ୍ୱକପରେ କିଏ ଧରିବ ଟିମ୍ ଇଣ୍ଡିଆର ମଙ୍ଗ? ବିସିସିଆଇ ସଚିବ ଜୟ ଶାହ ଦେଲେ ବଡ ବୟାନ ।
କନକ ବ୍ୟୁରୋ : ଆସନ୍ତାବର୍ଷ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ ଟି-୨୦ ବିଶ୍ୱକପ । ଆଇପିଏଲ ପରେ ପରେ ଟି-୨୦ ବିଶ୍ୱକପ ଖେଳାଯିବ । ତେବେ ଆସନ୍ତା ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ କିଏ ତୁଲାଇବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ବର୍ଷେରୁ ଅଧିକ ସମୟ ହେବ ରୋହିତ ଶର୍ମା ଟିମ୍ ଇଣ୍ଡିଆ ପାଇଁ ଟି-୨୦ କ୍ରିକେଟ ଖେଳିନାହାନ୍ତି । ଗତ ଟି-୨୦ ବିଶ୍ୱକପରେ ହିଁ ରୋହିତ ଶେଷଥର ପାଇଁContinue reading “ଟି-୨୦ ବିଶ୍ୱକପରେ କିଏ ଧରିବ ଟିମ୍ ଇଣ୍ଡିଆର ମଙ୍ଗ? ବିସିସିଆଇ ସଚିବ ଜୟ ଶାହ ଦେଲେ ବଡ ବୟାନ । “
ସ୍ୱାମୀଙ୍କର ହେଉଥିଲା ବାହାଘର, ଖବର ପାଇ ପହଂଚିଗଲେ ସ୍ତ୍ରୀ । ଜାଣନ୍ତୁ ତା ପରର ଘଟଣା
କନକ ବ୍ୟୁରୋ : ବାହାହେଉଥିଲେ ସ୍ୱାମୀ । ଦୁଇ ଝିଅ ସହ ପହଂଚିଗଲେ ସ୍ତ୍ରୀ । ବିବାହ ବେଦୀରେ ହାଇଭୋଲଟେଜ ଡ୍ରାମା । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଂଚଳରେ । ସ୍ଥାନୀୟ ଦୁଲ୍ଲା ଦେବୀ ମନ୍ଦିରରେ ଲୁଚିକି ବାହାହେଉଥିବା ସମୟରେ ପହଂଚିଗଲେ ସ୍ତ୍ରୀ । ବେଦୀରେ ସ୍ୱାମୀଙ୍କୁ ଉତମ ମଧ୍ୟମ ଦେବା ସହ ପୁଲିସକୁ ଜିମା ଦେଇଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ । ସୂଚନା ଅନୁସାରେ ଜଙ୍କିଆ ଥାନା ଚନ୍ଦ୍ରମାContinue reading “ସ୍ୱାମୀଙ୍କର ହେଉଥିଲା ବାହାଘର, ଖବର ପାଇ ପହଂଚିଗଲେ ସ୍ତ୍ରୀ । ଜାଣନ୍ତୁ ତା ପରର ଘଟଣା”
ବଲାଙ୍ଗୀର ମଦ ଭାଟିରେ ଚଢାଉ ବେଳେ ଆୟକର ବିଭାଗ କରିଛି ଜବତ । ପୋଲିସ କର୍ମଚାରୀ, ରାଜନେତା ଓ ଅନେକ ଅଧିକାରୀଙ୍କ ନାଁ ଥିବା ସୂଚନା
କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉବେଳେ ପାହାଡ ଭଳି ଟଙ୍କା ମିଳିବାର ଦୃଶ୍ୟ ଆପଣ ଦେଖୁଥିଲେ । ସେହି ଟଙ୍କାର ଗଣତି ଚାଲିଛି । ତେବେ ଏହି ଚଢ଼ାଉବେଳେ ବିଭିନ୍ନ ଠିକଣାରୁ ମିଳିଥିବା ଲାଲ ଡାଏରିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଏହି ଡାଏରୀରେ ରହିଛି କଳା ଟଙ୍କା କାରବାରର ଅନେକ ରହସ୍ୟ । ଆଉ କେଉଁମାନେ ଏହି ବେଆଇନ କାରବାର ପାଇଁ ମଦ ବ୍ୟବସାୟୀଙ୍କ ସହଯୋଗ କରୁଥିଲେContinue reading “ବଲାଙ୍ଗୀର ମଦ ଭାଟିରେ ଚଢାଉ ବେଳେ ଆୟକର ବିଭାଗ କରିଛି ଜବତ । ପୋଲିସ କର୍ମଚାରୀ, ରାଜନେତା ଓ ଅନେକ ଅଧିକାରୀଙ୍କ ନାଁ ଥିବା ସୂଚନା”
କଳାଟଙ୍କାକୁ ନେଇ ପୁଣି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାଁ ନନେଇ ଦେଲେ ଚେତାବନୀ, ‘ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ପଠାଯିବା ଜେଲ’
କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ପାହାଡ ଭଳି ନଗଦ ଟଙ୍କା ଜବତ ପରେ, ବିରୋଧୀଙ୍କୁ ଘେରି ଆସୁଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ବିଜେପି ନେତାମାନେ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି । ଏହି କ୍ରମରେ ଆଜି ପୁଣି ଥରେ କାହାର ନାଁ ନନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚେତାବନୀ କହିଛନ୍ତି, ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ମୋଦୀ ସରକାର କାହାକୁ ବି ଛାଡିବେନି । ଯେତେ ବି ପ୍ରଭାବଶାଳୀContinue reading “କଳାଟଙ୍କାକୁ ନେଇ ପୁଣି ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାଁ ନନେଇ ଦେଲେ ଚେତାବନୀ, ‘ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ପଠାଯିବା ଜେଲ’”
ନୀଳଗିରି ଅସ୍ତିଆ ଗାଁ ନିକଟରେ ଅଘଟଣ । କାମ ଚାଲିଥିବା ବେଳେ ଭୁଶୁଡିଲା ବ୍ରିଜ୍ ପିଲାର
କନକ ବ୍ୟୁରୋ : ନିମ୍ନ ମାନର କାମ ଯୋଗୁ ଭୁଷୁଡି ପଡିଲା ନିର୍ମାଣଧୀନ ବ୍ରିଜ୍ ପିଲାର । ନୀଳଗିରି ଦେଇ ଯାଉଥିବା ସାଳନ୍ଦୀ କେନାଲ ଯୋଜନାରେ ଅସ୍ତିଆ ଗାଁ ନିକଟରେ ଚାଲିଥିଲା ବ୍ରିଜ୍ କାମ । ତେବେ ତିଆରି ଚାଲିଥିବା ବେଳେ ଭୁଷୁଡି ପଡିଲା ଏହି ବ୍ରିଜ ପିଲାର । ଗତକାଲି ଢଳେଇ ପଡିଥିବା ବେଳେ ଆଜି ଏହି ଅଘଟଣ ଘଟିଛି । ନିମ୍ନ ମାନର କାମ ଯୋଗୁ ପିଲାର ଭୁଶୁଡିଥିବା ଅଭିଯୋଗ ହୋଇଛି । ସେପଟେContinue reading “ନୀଳଗିରି ଅସ୍ତିଆ ଗାଁ ନିକଟରେ ଅଘଟଣ । କାମ ଚାଲିଥିବା ବେଳେ ଭୁଶୁଡିଲା ବ୍ରିଜ୍ ପିଲାର”
ସଭା କରି ଉତରାଧିକାରୀ ଘୋଷଣା କଲେ ମାୟାବତୀ । ଜାଣନ୍ତୁ କିଏ ସମ୍ଭାଳିବ ମାୟାବତୀଙ୍କ ସାମ୍ରାଜ୍ୟ
କନକ ବ୍ୟୁରୋ : ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ସୁଶ୍ରୀ ମାୟାବତୀ ଆଜି ତାଙ୍କର ଉତରାଧିକାରୀ ଘୋଷଣା କରିଛନ୍ତି । ଲକ୍ଷ୍ନୌରେ ଆୟୋଜିତ ପାର୍ଟି ବୈଂକ କ୍ରମରେ ସେ ଏହି ବଡ ନିଷ୍ପତ୍ତିର ଘୋଷଣା କରିଛନ୍ତି । ପାର୍ଟି ବୈଠକରେ ମାୟାବତୀ ତାଙ୍କର ଭଣାଜା ଆକାଶ ଆନନ୍ଦଙ୍କୁ ନିଜର ଉତରାଧିକାରୀ ଭାବେ ଘୋଷଣା କରିଛନ୍ତି । ଆକାଶ ଆନନ୍ଦ ଲଣ୍ଡନରୁ ମାଷ୍ଟର ଅଫ୍ ବିଜନେଓ ଆଡମିଷ୍ଟ୍ରେସନ କରି ଫେରିଛନ୍ତି । ଆକାଶ ଆନନ୍ଦ ୨୦୧୭ ମସିହାରେ ରାଜନୀତିରେContinue reading ” ସଭା କରି ଉତରାଧିକାରୀ ଘୋଷଣା କଲେ ମାୟାବତୀ । ଜାଣନ୍ତୁ କିଏ ସମ୍ଭାଳିବ ମାୟାବତୀଙ୍କ ସାମ୍ରାଜ୍ୟ”
ଧାନ କାଟିବାକୁ ଯାଇଥିଲେ ପରିବାର ଲୋକ, ଫେରିବା ବେଳକୁ କୂଅରେ ପଡି ୨ ଶିଶୁ ମୃତ । ଢେଙ୍କାନାଳରୁ ଆସିଲା ଅଭାବନୀୟ ଘଟଣା ।
କନକ ବ୍ୟୁରୋ : ଢେଙ୍କାନାଳରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଢେଙ୍କାନାଳ ମଧୁସାହୁ ପାଟଣା ବିମ୍ବୋଳି ନଟକଟା ଗାଁରେ ଅଘଟଣ । କୂଅରେ ପଡି ଦୁଇ ଶିଶୁ ମୃତ । ମୃତ ଶିଶୁ ଦୁଇ ଜଣ ନଟକଟା ଗାଁର ‘କମ୍ପାନୀ’ ପ୍ରଧାନଙ୍କ ପୁଅ ରଞ୍ଜିତ ଓ ସଞ୍ଜିତ ପ୍ରଧାନ । ଦୁଇ ପିଲାଙ୍କୁ ଛାଡି ଘର ଲୋକ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ, ଶନିବାର ସଂଧ୍ୟାରୁ Continue reading “ଧାନ କାଟିବାକୁ ଯାଇଥିଲେ ପରିବାର ଲୋକ, ଫେରିବା ବେଳକୁ କୂଅରେ ପଡି ୨ ଶିଶୁ ମୃତ । ଢେଙ୍କାନାଳରୁ ଆସିଲା ଅଭାବନୀୟ ଘଟଣା । “
ଆମପଡାରେ ରେଞ୍ଜରଙ୍କୁ ଦଳିଦେଲା ଦନ୍ତା । ହାତୀ ଘଉଡାଇବାକୁ ଯାଇଥିବା ବେଳେ ଘଟିଲା ଅଘଟଣ ।
କନକ ବ୍ୟୁରୋ : ରେଞ୍ଜରଙ୍କୁ ଦଳିଦେଲା ହାତୀ । କଳାହାଣ୍ଡିର ନର୍ଲା ରେଞ୍ଜରଙ୍କୁ ଦଳି ଦେଇଛି ହାତୀ । ଆମପଡାଠାରେ ହାତୀ ରେଞ୍ଜରଙ୍କୁ ଦଳି ଦେଇଥିବା ସୂଚନା ମିଳିଛି । ହାତୀପଲଙ୍କୁ ଘଉଡାବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ ଗତକାଲି ରାତି ଠାରୁ ଆମପଡାକୁ ହାତୀ ପଲ ପଶିଥିଲେ । ଏନେଇ ଗାଁ ଲୋକ ଖବର ଦେବା ପରେ ରେଞ୍ଜର ତାଙ୍କ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ହାତୀପଲକୁ ଘଉଡାଇବାContinue reading “ଆମପଡାରେ ରେଞ୍ଜରଙ୍କୁ ଦଳିଦେଲା ଦନ୍ତା । ହାତୀ ଘଉଡାଇବାକୁ ଯାଇଥିବା ବେଳେ ଘଟିଲା ଅଘଟଣ ।”