କନକ ବ୍ୟୁରୋ: ବଲାଙ୍ଗୀରରେ ଜବତ ହୋଇଛି କୋଟି କୋଟି ଟଙ୍କା । ଟଙ୍କା ଗଣି ଗଣି ବ୍ୟାଙ୍କ କର୍ମଚାରୀ ହାଲିଆ ହୋଇଗଲେଣି, ହେଲେ ଟଙ୍କା ସରିବାର ନାଁ ଧରୁନାହିଁ । ଆଜି ରବିବାର ଛୁଟି ଦିନରେ ପୁଣି ଆରମ୍ଭ ହୋଇଛି ଟଙ୍କା ଗଣା । ମୋଟ ୧୭୬ଟି ବ୍ୟାଗ ମଧ୍ୟରୁ ୧୦୨ଟି ବ୍ୟାଗର ଟଙ୍କା ଗଣା ସରିଥିବା ବେଳେ ଆହୁରି ୭୪ଟି ବ୍ୟାଗ୍ ଗଣା ହେବ । ଆଜି ଟଙ୍କା ଗଣତି ଶେଷ ହେବ ବୋଲି ଆଶାContinue reading “ସରୁନି ଗଣତି, ଚାଲିଛି ଚଢାଉ, ଆଜି ଛୁଟି ଦିନରେ ବି ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚରେ ଟଙ୍କା ଗଣୁଛନ୍ତି ଅଧିକାରୀ ।”
Category Archives: News
ଭାଲୁ ମଣିଷ ଲଢ଼େଇ, ଜୀବନ ନେଲା ଭାଲୁ । ପାଲଟା ଆକ୍ରମଣ କରି ଭାଲୁକୁ ମାରିଦେଲେ ଲୋକେ ।
କନକ ବ୍ୟୁରୋ: ଭାଲୁ-ମଣିଷ ଲଢେଇ । ଭାଲୁ ସହ ୪୦ ମିନିଟ୍ ଲଢିଲେ ଠିକାଦାର । ଆଉ ହିଂସ୍ର ଜଙ୍ଗଲୀ ଭାଲୁ ଆକ୍ରମଣରୁ ବର୍ତି ନପାରି ଚାଲିଗଲା ଜୀବନ । ଏପରି ଏକ ଛାତିଥରା ଘଟଣା ଘଟିଛି ନବରଙ୍ଗପୁର ଭତରାସିଉନି ସ୍ଥିତ ଠିକାସଂସ୍ଥାର ଅସ୍ଥାୟୀ କ୍ୟାମ୍ପରେ । ଅନ୍ୟ ଦୁଇ ଜଣଙ୍କୁ ଆକ୍ରମଣ କଲା ବେଳେ ଭାଲୁକୁ ପିଟି ମାରିଦେଲେ ଲୋକେ । ପ୍ରଥମେ ଠିକାଦାରଙ୍କୁ ମାରିବା ପରେ ରକ୍ତମୁଖା ଭାଲୁ ଅନ୍ୟମାନଙ୍କୁ ଆକ୍ରମଣ କରିବାକୁ ଆସିଥିଲାContinue reading “ଭାଲୁ ମଣିଷ ଲଢ଼େଇ, ଜୀବନ ନେଲା ଭାଲୁ । ପାଲଟା ଆକ୍ରମଣ କରି ଭାଲୁକୁ ମାରିଦେଲେ ଲୋକେ ।”
ବାରହା ଶିକାର ପାଇଁ ବିଛାଇଥିଲେ ତାର, ହେଲେ ଚାଲିଗଲା ଦୁଇ ନାବାଳକଙ୍କ ଜୀବନ ।
କନକ ବ୍ୟୁରୋ: ବିଦ୍ୟୁତ୍ ତାର ଲାଗି ଗଲା ୨ ନାବାଳକଙ୍କ ଜୀବନ । ବାରହା ଶିକାର ପାଇଁ ବିଛାଇଥିଲେ ତାର, ହେଲେ ଚାଲିଗଲା ପିଲାଙ୍କ ଜୀବନ । ଘଟଣା ଘଟିଛି ସୁବର୍ଣ୍ଣପୁର ଉଲୁଣ୍ଡା ଥାନା ସିଂହପାଲି ଗାଁରେ । ଗାଁ ନିକଟ ଜଙ୍ଗଲରେ ଗତକାଲି ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଛି । ବାର୍ହା ଶିକାର ପାଇର୍ ବିଛାଯାଇଥିବା ତାରରେ ଲାଗି ଦୁଇ ଜଣ ନାବାଳକଙ୍କ ମୃତୁ ହୋଇଛି । ସେମାନଙ୍କ ଅଜା ଗୁରୁତର ହୋଇଛନ୍ତି ।Continue reading “ବାରହା ଶିକାର ପାଇଁ ବିଛାଇଥିଲେ ତାର, ହେଲେ ଚାଲିଗଲା ଦୁଇ ନାବାଳକଙ୍କ ଜୀବନ ।”
ବରେଲି-ନୈନିତାଲ ନ୍ୟାସନାଲ ହାଇୱେରେ ବଡ଼ ଦୁର୍ଘଟଣା । ଡମ୍ପରକୁ ଧକ୍କା ଦେବା ପରେ ଜଳିଗଲା କାର, ୮ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ।
କନକ ବ୍ୟୁରୋ: ଉତ୍ତରପ୍ରଦେଶ ବରେଲି-ନୈନିତାଲ ହାଇୱେରେ ବଡ଼ ଦୁର୍ଘଟଣା । ଡମ୍ପରକୁ ଧକ୍କା ଦେବା ପରେ ଜଳିଗଲା କାର, ୮ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ । ଶନିବାର ବିଳମ୍ବିତ ରାତିରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ସମୟରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାର ଚକା ଫାଟିଯିବା କାରଣରୁ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତାର ଅପରପାଶ୍ୱର୍କୁ ମାଡିଯିବା ସହ ସମ୍ମୁଖରୁ ଆସୁଥିବା ଡମ୍ପରକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଉଭୟ ଗାଡିରେ ନିଆଁContinue reading “ବରେଲି-ନୈନିତାଲ ନ୍ୟାସନାଲ ହାଇୱେରେ ବଡ଼ ଦୁର୍ଘଟଣା । ଡମ୍ପରକୁ ଧକ୍କା ଦେବା ପରେ ଜଳିଗଲା କାର, ୮ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ।”
ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ । ପାରିବାରିକ କଳହରୁ ଅଭାବନୀୟ କାଣ୍ଡ ।
କନକ ବ୍ୟୁରୋ: ନୟାଗଡ଼ ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଂଚିଲା ସ୍ୱାମୀ । ହତ୍ୟା କରିବା ପରେ ଏକ ଅଖାରେ ସ୍ତ୍ରୀର ମୁଣ୍ଡ ଓ ଟାଙ୍ଗିଆକୁ ଧରି ଥାନାରେ ଆତ୍ମସମର୍ପଣ କରିଛି ଯୁବକ । ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ଥାନା ଅଧିକାରୀଙ୍କ ସମେତ ଏସ୍ଡିପିଓ ଓ ଦଶପଲ୍ଲା ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତିContinue reading “ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ । ପାରିବାରିକ କଳହରୁ ଅଭାବନୀୟ କାଣ୍ଡ ।”
ପୁଅକୁ କାନ୍ଧରେ ଧରି କାଳିଆଧାମ । ମାନସିକ ପୂରଣ ପରେ ଭାରାରେ ପୁଅକୁ ନେଇ ଆସିଲେ ପୁରୀ ।
କନକ ବ୍ୟୁରୋ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଜମିଥିବା ବେଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ମାନସିକ ପୂରଣ ହେବା ପରେ ପୁଅ ଝିଅଙ୍କୁ ଭାରାରେ ଆଣିଛନ୍ତି ଜଣେ ଭକ୍ତ । ଜଟଣୀ କୁସୁମାଟିରୁ ଚାଲି ଚାଲି ଆସିଛନ୍ତି ଅଜୟ କୁମାର ଖମାରୀ । ତାଙ୍କ ପୁଅ ଅସୁସ୍ଥ ଥିବାରୁ ଦୀର୍ଘ ଦିନ ଧରି ଆଇସିୟୁରେ ଚିକିତ୍ସା ଚାଲିଥିଲା । ଆଉ ପୁଅ ଭଲ ହେବା ପରେ ପୁଅ ଓ ଝିଅକୁ ଭାରାରେContinue reading “ପୁଅକୁ କାନ୍ଧରେ ଧରି କାଳିଆଧାମ । ମାନସିକ ପୂରଣ ପରେ ଭାରାରେ ପୁଅକୁ ନେଇ ଆସିଲେ ପୁରୀ ।”
ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରେଲୀ ଲାଇବ୍ରେରୀ । ରେଭେନ୍ସା ଦେଖାଇଲା ଶିକ୍ଷା କ୍ଷେତ୍ରରେ ନୂଆ ଦିଶା ।
କନକ ବ୍ୟୁରୋ: ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ନୂଆ ରାହା ଦେଖାଇଛି ରେଭେନ୍ସା ବ୍ରେଲୀ ଲାଇବ୍ରେରୀ । ରେଭେନ୍ସା ଭଳି ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟରେ ପାଠ ପଢିବାର ସୁଯୋଗ ସୃଷ୍ଟି କରିପାରିଛି ଏହି ଲାଇବ୍ରେରୀ । ବିଭିନ୍ନ ବିଭାଗରେ ପଢୁଥିବା ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ନିୟମିତ ବ୍ରେଲୀ ଲାଇବ୍ରେରୀକୁ ପାଠ ପଢିବାକୁ ଆସୁଛନ୍ତି । ଏପରିକି କମ୍ପ୍ୟୁଟରକୁ ନିଜେ ଅପରେଟ କରୁଛନ୍ତି ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ । ମାଉସକୁ ଧରି ଡେସ୍କଟପ ଉପରେ କ୍ଲିକ କଲେContinue reading “ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରେଲୀ ଲାଇବ୍ରେରୀ । ରେଭେନ୍ସା ଦେଖାଇଲା ଶିକ୍ଷା କ୍ଷେତ୍ରରେ ନୂଆ ଦିଶା । “
ଶୋଷରେ ଅଧାରାଜଧାନୀ । ଫାଟି ଯାଇଛି କୁଆଖାଇରୁ ପାଣି ଉଠାଉଥିବା ପାଇପ ।
କନକ ବ୍ୟୁରୋ: ଶୋଷରେ ଅଧା ରାଜଧାନୀ । କୁଆଖାଇରୁ ପାଣି ଉଠାଉଥିବା ପାଇପ ମାଟି ତଳେ ଫାଟି ଯାଇଛି । ପ୍ରାୟ ୧୮ ଫୁଟ ତଳେ ଫାଟିଯିବାରୁ ଏହାକୁ ଯାଞ୍ଚ କରି ମରାମତି କାମ ଆରମ୍ଭ ହୋଇଛି । ଗତକାଲି ଦିନ ତମାମ ମରାମତି ଚାଲିଥିଲେ ବି କାମ ସରିନାହିଁ । ଯାହା ଫଳରେ ସାରା ଦିନ ୱାଟକୋ ଡିଭିଜନ୍-୨ ଅଧିନରେ ଥିବା ଅଞ୍ଚଳ ପ୍ରଭାବିତ ହୋଇଛି । ୱାଟକୋ ପକ୍ଷରୁ ପ୍ରଭାବିତ ଅଞ୍ଚଳକୁ ଟ୍ୟାଙ୍କର ଯୋଗେContinue reading “ଶୋଷରେ ଅଧାରାଜଧାନୀ । ଫାଟି ଯାଇଛି କୁଆଖାଇରୁ ପାଣି ଉଠାଉଥିବା ପାଇପ ।”
ଟଙ୍କାର ପାହାଡ ମିଳିବା ପରେ ବଢିଲା ସାଂସଦ ଧୀରଜ ସାହୁଙ୍କ ଅଡୁଆ, ମାମଲାରୁ ଦୂରେଇ ରହିଲା କଂଗ୍ରେସ ।
କନକ ବ୍ୟୁରୋ: ମଦ ସାମ୍ରାଜ୍ୟର କଳାଟଙ୍କା ମିଳିବା ପରେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କୁ ଅଡୁଆ ବଢିବାରେ ଲାଗିଛି । ତାଙ୍କର ବିଭିନ୍ନ ଠିକଣାରେ ଆୟକର ବିଭାଗ ଚଢାଉ କରି ଶହ ଶହ କୋଟି ଟଙ୍କା ଜବତ କରିଛି । ଏପରି ସମୟରେ କଂଗ୍ରେସ ତାଙ୍କ ଠାରୁ ଦୂରେଇ ରହଛି । ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ସାଂସଦ ଧୀରଜ ସାହୁଙ୍କ ବ୍ୟବସାୟ ସହ କଂଗ୍ରେସର କୌଣସି ନେଣଦେଣ ନାହିଁ । ଅନ୍ୟପଟେContinue reading “ଟଙ୍କାର ପାହାଡ ମିଳିବା ପରେ ବଢିଲା ସାଂସଦ ଧୀରଜ ସାହୁଙ୍କ ଅଡୁଆ, ମାମଲାରୁ ଦୂରେଇ ରହିଲା କଂଗ୍ରେସ ।”
ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ । ଦକ୍ଷିଣ ଆଫ୍ରିକାର ଡର୍ବାନ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।
କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯିବ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ । ୩ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଡର୍ବାନରେ ଖେଳାଯିବ । ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଦଳ । ତେବେ ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ରେ ଶୃଙ୍ଖଳା ଜିତିବା ପରେ ଭାରତୀୟ ମନୋବଳ ଦୃଢ ରହିଛି । ତେବେ ବିଦେଶ ମାଟିରେ ଦଳର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛିContinue reading “ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ । ଦକ୍ଷିଣ ଆଫ୍ରିକାର ଡର୍ବାନ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ ।”