ଧନୀ ହେଉଛି ଧନୀ, ଗରିବ ହେଉଛି ଗରିବ: ମଝିରେ ପେଶି ହେଉଛନ୍ତି ମଧ୍ୟବିତ

କନକ ବ୍ୟୁରୋ: ଭାରତରେ ଧନୀ-ଗରିବଙ୍କ ମଧ୍ୟରେ ଅସମାନତା ବଢୁଛି । ୟୁନିୟନ ବ୍ୟାଙ୍କ ଅଫ ସ୍ୱିଜରଲ୍ୟାଣ୍ଡର ଗ୍ଲୋବାଲ୍ ୱେଲ୍ଥ ରିପୋର୍ଟ ଅନୁସାରେ, ଧନୀ ଓ ଗରିବର ତାରତମ୍ୟ ମଧ୍ୟରେ ପେଶି ହେଉଛି ମଧ୍ୟବିତ ପରିବାର । ମଧବିତଙ୍କ ପରିବାରଙ୍କ ଅବସ୍ଥା ଦୟନୀୟ ହୋଇପଡୁଛି । ନିରଞ୍ଜନ ସ୍ୱାଇଁ । ଘର ଜଗତସିଂହପୁର ଜିଲ୍ଲାରେ । ରୋଜଗାର ସନ୍ଧାନରେ କିଛି ବର୍ଷ ତଳେ ଭୁବନେଶ୍ୱର ଆସିଥିିଲେ । ଆଉ ପେଟପାଟଣା ପାଇଁ ଇଲେକଟ୍ରି ସଂରଜାମ ମରାମତି ଦୋକାନ ଖୋଲିଛନ୍ତିContinue reading “ଧନୀ ହେଉଛି ଧନୀ, ଗରିବ ହେଉଛି ଗରିବ: ମଝିରେ ପେଶି ହେଉଛନ୍ତି ମଧ୍ୟବିତ”

୫ ଲକ୍ଷ ଟଙ୍କାରେ ନାବାଳିକା ଚାଲାଣ: ଅହମଦାବାଦରେ ବିକ୍ରି ହୋଇଗଲେ ଓଡ଼ିଶାର ଝିଅ, ଗୋଟିଏ ବର୍ଷ ପରେ ଫିଟିଲା ମୁକ୍ତିର ବାଟ

କନକ ବ୍ୟୁରୋ: ସୁନ୍ଦରଗଡ଼ ବିରବିରା ପଂଚାୟତର ଜଣେ ମହିଳା ସରପଂଚଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । ବାପା-ମାଆ ଛେଉଣ୍ଡ ନାବାଳିକା ଝିଅକୁ, ମହିଳା ସଂରପଚ ୫ ଲକ୍ଷ ଟଙ୍କାରେ ଗୁଜରାଟ ଚାଲାଣ କରିଦେଇଥିବା ଅଭିଯୋଗ ହୋଇଛି । ବର୍ଷେ ନିର୍ଯାତନା ଭୋଗିବା ପରେ ନାବାଳିକା କୌଶଳକ୍ରମେ ସୁନ୍ଦରଗଡ଼ ଚାଲିଆସି ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରିଥିବାବେଳେ ସରପଂଚ ଫେରାର ହୋଇଯାଇଛନ୍ତି । କୁଆଁରୀ ମାଁର ଅଲୋଡ଼ା ଝିଅଟିଏ । ବୟସContinue reading “୫ ଲକ୍ଷ ଟଙ୍କାରେ ନାବାଳିକା ଚାଲାଣ: ଅହମଦାବାଦରେ ବିକ୍ରି ହୋଇଗଲେ ଓଡ଼ିଶାର ଝିଅ, ଗୋଟିଏ ବର୍ଷ ପରେ ଫିଟିଲା ମୁକ୍ତିର ବାଟ”

ଭୋଟ୍ ପାଇଁ ବିଜେଡିର ନୂଆ କସରତ: ତୃଣମୂଳସ୍ତରର ନେତାଙ୍କୁ ଦିଆଯିବ ପ୍ରଶିକ୍ଷଣ

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେଡି । ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜବୁତ କରିବାକୁ ଖୁବଶୀଘ୍ର ଦଳ ପ୍ରଶିକ୍ଷଣ ଶିବିର ଆୟୋଜନ କରିବ । ୱାର୍ଡସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରର ନେତାଙ୍କୁ ତାଲିମ ଦିଆଯିବ । ନିର୍ବାଚନ ମୋଡକୁ ଆସିଗଲାଣି ବିଜେଡି । ପ୍ରତ୍ୟେକ ବର୍ଗଙ୍କୁ କିପରି ସାମିଲ କରି ଭୋଟ୍ ବ୍ୟାଙ୍କକୁ ବଢ଼ାଯିବ, ସେନେଇ ଜୋରଦାର ଚାଲିଛି କସରତ । ଏସବୁ ଭିତରେ ତୃଣମୂଳସ୍ତରରେ ସଂଗଠନ କେମିତି ମଜଭୁତ ହେବ,Continue reading “ଭୋଟ୍ ପାଇଁ ବିଜେଡିର ନୂଆ କସରତ: ତୃଣମୂଳସ୍ତରର ନେତାଙ୍କୁ ଦିଆଯିବ ପ୍ରଶିକ୍ଷଣ”

କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଓଡିଶାକୁ ଅଣଦେଖା: କମିଟିରେ ଜଣେ ବି ରାଜ୍ୟ ନେତାଙ୍କୁ ମିଳିଲାନି ସ୍ଥାନ

କନକ ବ୍ୟୁରୋ: ଓଡ଼ିଶା କଂଗ୍ରେସକୁ ଏଆଇସିସିର ଅଣଦେଖା । କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ନାହାନ୍ତି ଓଡ଼ିଶାର କୌଣସି ବି ନେତା । କେବଳ ୧୪ ଜଣିଆ ପ୍ରଭାରୀ ତାଲିକାରେ ଭକ୍ତ ଚରଣ ଦାସଙ୍କୁ ସ୍ଥାନ ଦିଆଯାଇଛି । ଯାହାକୁ ନେଇ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଛି । ଓଡ଼ିଶାକୁ ଏଆଇସିସି ସବୁବେଳେ ଉପେକ୍ଷିତ କରୁଥିବା ଅଭିଯୋଗ ଆଣିବା ସହ ଏନେଇ ଖଡଗେଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ । ନିରଞ୍ଜନ ପଟ୍ଟନାୟକContinue reading “କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଓଡିଶାକୁ ଅଣଦେଖା: କମିଟିରେ ଜଣେ ବି ରାଜ୍ୟ ନେତାଙ୍କୁ ମିଳିଲାନି ସ୍ଥାନ”

ଅଧାରୁ ପାଠ ଛାଡୁଛନ୍ତି ଛାତ୍ରଛାତ୍ରୀ! ମାଟ୍ରିକ୍ ପରେ ଆଉ ପଢୁନାହାନ୍ତି ପିଲା, ପରବର୍ତ୍ତୀ ଶ୍ରେଣୀରେ ଲେଖାଉନାହାନ୍ତି ନାମ

କନକ ବ୍ୟୁରୋ: ମାଟ୍ରିକ ପରେ ପାଠ ଛାଡୁଛନ୍ତି ପିଲା । ଫଳରେ ଯୁକ୍ତ ଦୁଇରେ ଲକ୍ଷାଧିକ ସିଟ ଖାଲି ପଡିଛି ।  ଆଉ ଏହି ପରିସଂଖ୍ୟନ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ପରିସଂଖ୍ୟନ ଅନୁସାରେ, ମାଟ୍ରିକ ପାସ୍ ହୋଇଥିବା ଅନେକ ଛାତ୍ରଛାତ୍ରୀ ପରବର୍ତୀ ଶ୍ରେଣୀରେ ନାମ ଲେଖାଉ ନାହାଁନ୍ତି । ଅଧାରୁ ପାଠ ଛାଡ଼ୁଥିବା ନେଇ ଯେଉଁ ପରିସଂଖ୍ୟାନ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଚଳିତ ବର୍ଷ ରେକର୍ଡ ସଂଖ୍ୟକContinue reading “ଅଧାରୁ ପାଠ ଛାଡୁଛନ୍ତି ଛାତ୍ରଛାତ୍ରୀ! ମାଟ୍ରିକ୍ ପରେ ଆଉ ପଢୁନାହାନ୍ତି ପିଲା, ପରବର୍ତ୍ତୀ ଶ୍ରେଣୀରେ ଲେଖାଉନାହାନ୍ତି ନାମ”

ରାଜଧାନୀରେ ବେକାବୁ ହେଉଛି ଡେଙ୍ଗୁ: ରାଜ୍ୟ ସରକାର ଓ ବିଏମସିକୁ ଘେରିଲେ ବିରୋଧୀ

କନକ ବ୍ୟୁରୋ: ରାଜଧାନୀରେ ଅଣାୟତ ହେଉଛି ଡେଙ୍ଗୁ ସ୍ଥିତି । କିନ୍ତୁ ଭୁବନେଶ୍ୱର ମହାନଗର ନିଗମ କର୍ତୃପକ୍ଷଙ୍କ ନିଦ ଭାଙ୍ଗୁନାହିଁ । ଆଉ ଏହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିରୋଧୀ କଂଗ୍ରେସ । କଂଗ୍ରେସ ଅଭିନବ ଉପାୟରେ ପ୍ରତିବାଦ କରିଛି । ବିଜେପି ସାମ୍ବାଦିକ ସମ୍ମିଳନୀ କରି ଡେଙ୍ଗୁ ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି ସରକାର ବୋଲି ଅଭିଯୋଗ କରିଛି ବିଜେପି । ପ୍ରଶ୍ନ ଉଠୁଛି, ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ହେବ କେବେ । ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁContinue reading “ରାଜଧାନୀରେ ବେକାବୁ ହେଉଛି ଡେଙ୍ଗୁ: ରାଜ୍ୟ ସରକାର ଓ ବିଏମସିକୁ ଘେରିଲେ ବିରୋଧୀ”

ପୁଣି ଡାକ୍ତରଙ୍କୁ ମାଡ: ମାଡ ମାରି ଅଟକ ରହିଲେ ଯୁବକ

କନକ ବ୍ୟୁରୋ: ରାଜଧାନୀର ବଡ ହସପିଟାଲର କ୍ୟାପଟାଲ ହସପିଟାଲରେ ଡାକ୍ତରଙ୍କୁ ମାଡ ମରାଯାଇଛି । ହସ୍ପିଟାଲ କାଜୁଆଲଟିରେ ଡ୍ୟୁଟି କରୁଥିବା ଡାକ୍ତରଙ୍କ କଲର ଧରି ଘୋଷାଡ଼ିବା ସହିତ ଯୁବକ ମାଡ଼ ମାରିଛନ୍ତି । ସଂପୃକ୍ତ ଯୁବକ ନିଜ ମାଙ୍କ ଚିକିତ୍ସା ପାଇଁ ଆସିଥିବାବେଳେ ଏଭଳି କରିଛନ୍ତି । ଏହାକୁ ନେଇ ତାତିଛି ଓଡିଶା ମେଡିକାଲ ସଂଘ । ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଡାକ୍ତରଙ୍କୁ ମାଡ ଅଭିଯୋଗ । ଡାକ୍ତରଙ୍କୁ ମାଡ ପରେ ତାତିଛି ଓଡିଶା ମେଡିକାଲ ସଂଘContinue reading “ପୁଣି ଡାକ୍ତରଙ୍କୁ ମାଡ: ମାଡ ମାରି ଅଟକ ରହିଲେ ଯୁବକ”

ମୁଖ୍ୟମନ୍ତ୍ରୀଙ୍କ ନାଁ କହିଲେ, ସଚିବ ସମାବେଶ କଲେ! ଚର୍ଚ୍ଚାରେ ଭୁବନେଶ୍ୱର ‘ମହର୍ଷି କଲେଜ’ର ନୋଟିସ

କନକ ବ୍ୟୁରୋ: ଭୁବନେଶ୍ୱର ଜନତା ମଇଦାନରେ ୧୫ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବିରାଟ ସମାବେଶର ଆୟୋଜନ କରାଯାଇଛି । ଆଉ ଏଥିରେ ଯୋଗଦେଇଛନ୍ତି ୫-ଟି ସଚିବ । ସମାବେଶରେ ସାମିଲ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିପାଇଁ ଜାରି କରାଯାଇଥିବା ଏକ ନୋଟିସକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଭୁବନେଶ୍ୱର ମହର୍ଷି କଲେଜ ଅଫ ନାଚୁରାଲ ଲ’ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ରେ ମୁଖ୍ୟମନ୍ତ୍ରୀଙ୍କ ସହ ଛାତ୍ରଛାତ୍ରୀମାନେ ଆଲୋଚନାରେ ଭାଗ ନେବେContinue reading “ମୁଖ୍ୟମନ୍ତ୍ରୀଙ୍କ ନାଁ କହିଲେ, ସଚିବ ସମାବେଶ କଲେ! ଚର୍ଚ୍ଚାରେ ଭୁବନେଶ୍ୱର ‘ମହର୍ଷି କଲେଜ’ର ନୋଟିସ”

ଜଙ୍ଗଲରେ ୨ ବର୍ଷ: ଜଙ୍ଗଲୀ ଜନ୍ତୁଙ୍କ ସହ ବର୍ଷ ବର୍ଷ ଧରି ଗୁମ୍ଫାରେ ରହୁଥିବା ଯୁବକକୁ ଉଦ୍ଧାର କଲେ ସାମାଜିକ କର୍ମୀ 

କନକ ବ୍ୟୁରୋ: ପାହାଡ ଖୋଲରୁ ମାନସିକ ବିକାର ଗ୍ରସ୍ତ ଯୁବକ ଉଦ୍ଧାର । ଦୁଇ ବର୍ଷରୁ ଅଧିକ ଦିନ ହେଲା ପାହାଡ ଖୋଲରେ ରହିଆସୁଥିବା ବେଳେ କିଛି ସାମଜିକ କର୍ମୀ ଗୁମ୍ଫା ଭିତରୁ ତାଙ୍କୁ ଉଦ୍ଧାର କରିଛନ୍ତି ।  କେନ୍ଦୁଝରର ନେଲୁଙ୍ଗ ପାହାଡ ଉପରେ ଥିବା ଗୁମ୍ଫା ଭିିତରେ ରହୁଥିଲେ ଯୁବକ ସାଗର । ଘର ଭାଙ୍ଗି ରୁଜି ଯାଇଥିବାରୁ ସାଗର ସେହି ଗୁମ୍ଫା ଭିତରେ ରହୁଥିଲେ । ଆଶ୍ରା ଭରସା ପାଲଟିଥିବା ମାଆ ମଧ୍ୟ ଘରContinue reading “ଜଙ୍ଗଲରେ ୨ ବର୍ଷ: ଜଙ୍ଗଲୀ ଜନ୍ତୁଙ୍କ ସହ ବର୍ଷ ବର୍ଷ ଧରି ଗୁମ୍ଫାରେ ରହୁଥିବା ଯୁବକକୁ ଉଦ୍ଧାର କଲେ ସାମାଜିକ କର୍ମୀ “

ସାରା ଓଡିଶାକୁ ଭାବବିହ୍ୱଳ କରିଥିଲା କୋରାପୁଟ କୁନି ଝିଅ ସୋନାଲିର ଅଭିନୟ: ପ୍ରଶାସନ ସମାଧାନ କରିବା ବଦଳରେ କରୁଛି ଛଳନା

କନକ ବ୍ୟୁରୋ: ରାସ୍ତା ନାଇଁ, ପାଣି ନାଇଁ, ଆମେ ବଡ଼ କଷ୍ଟରେ ଅଛୁ ବାବୁ, ଆମ ଗାଁକୁ ଟିକେ ରାସ୍ତା ଆଉ ପାଣିର ସୁବିଧା କରିଦିଅ ବାବୁ । ସଭା ମଂଚରେ ଅଭିନୟ ଜରିଆରେ ମନ୍ତ୍ରୀ ଓ ଜିଲ୍ଲାପଳଙ୍କୁ ଗୁହାରି କରିଥିଲା କୋରାପୁଟର କୁନି ଝିଅ ସୋନାଲି ଦାଶ । ଏହାପରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ପଦୁଗୁଡା ଗାଁର ସ୍ଥିତି ପରଖି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦେଇଛନ୍ତି ଦଶମନ୍ତପୁର ବିଡିଓ । ସେହି ରିପୋର୍ଟରେ ବିଡିଓ ଦେଇଥିବାContinue reading “ସାରା ଓଡିଶାକୁ ଭାବବିହ୍ୱଳ କରିଥିଲା କୋରାପୁଟ କୁନି ଝିଅ ସୋନାଲିର ଅଭିନୟ: ପ୍ରଶାସନ ସମାଧାନ କରିବା ବଦଳରେ କରୁଛି ଛଳନା”

Design a site like this with WordPress.com
Get started