ପଦୁଗୁଡା ଗାଁରେ ସ୍ଥିତି ପରଖିଲା କନକ ନ୍ୟୁଜ୍ : କ୍ୟାମେରା ସାମ୍ନାରେ ବଖାଣିଲେ ଗାଁର ଅସୁବିଧାର କଥା; କହିଲେ ବିଡିଓ, ଜିଲ୍ଲାପାଳଙ୍କୁ ଦେଇନାହାନ୍ତି ଠିକ୍ ରିପୋର୍ଟ

କନକ ବ୍ୟୁରୋ : କେମିତି ଅଛି କୋରାପୁଟ ପଦୁଗୁଡ଼ା ଗାଁର ସ୍ଥିତି । ବିଡିଓ ଗାଁର ସ୍ଥିତି ଅନୁଧ୍ୟାନ ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି । ଏହା ପରେ ଗାଁର ସ୍ଥିତି ପରଖିଛି କନକ ନ୍ୟୁଜ୍ । ଆମ କ୍ୟାମେରା ଆଗରେ ଗାଁର ଅସୁବିଧା କଥା କହିଛନ୍ତି ଗ୍ରାମବାସୀ । କହିଛନ୍ତି, ଜିଲ୍ଲାପାଳଙ୍କୁ ବିଡିଓ ଠିକ୍ ରିପୋର୍ଟ ଦେଇନାହାନ୍ତି । ସେମାନେ ଅନେକ ଦୁଃଖକଷ୍ଟରେ ଜୀବନ କାଟୁଥିବା କହିଛନ୍ତି । ସ୍ୱାଧୀନତା ଦିବସରେ ଅଭିନୟ ମାଧ୍ୟମରେ କୁନିContinue reading “ପଦୁଗୁଡା ଗାଁରେ ସ୍ଥିତି ପରଖିଲା କନକ ନ୍ୟୁଜ୍ : କ୍ୟାମେରା ସାମ୍ନାରେ ବଖାଣିଲେ ଗାଁର ଅସୁବିଧାର କଥା; କହିଲେ ବିଡିଓ, ଜିଲ୍ଲାପାଳଙ୍କୁ ଦେଇନାହାନ୍ତି ଠିକ୍ ରିପୋର୍ଟ”

ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ : ପ୍ରଥମ ବର୍ଷ ଛାତ୍ରଙ୍କ ନିଶଦାଢି କାଟି ଦେଲେ ଦ୍ୱିତୀୟ ବର୍ଷ ଛାତ୍ର

କନକ ବ୍ୟୁରୋ : ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ । ପ୍ରଥମ ବର୍ଷ ଛାତ୍ରଙ୍କ ନିଶଦାଢି କାଟି ଦେଲେ ଦ୍ୱିତୀୟ ବର୍ଷ ଛାତ୍ର । ଏନେଇ ପେଣ୍ଠକଟା ମେରାଇନ ଥାନାରେ ଏତଲା ଦେଇଛନ୍ତି କଲେଜ ଡିନ୍ । ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏନେଇ ୩ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଗତ ୧୭ ତାରିଖ ସଂଧ୍ୟାରେ ପ୍ରଥମ ବର୍ଷର ଛାତ୍ରଙ୍କୁ ୫୦୮ ନମ୍ବର ରୁମକୁContinue reading “ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ : ପ୍ରଥମ ବର୍ଷ ଛାତ୍ରଙ୍କ ନିଶଦାଢି କାଟି ଦେଲେ ଦ୍ୱିତୀୟ ବର୍ଷ ଛାତ୍ର”

ପ୍ରଧାନମନ୍ତ୍ରୀ ପଦ ପାଇଁ ନୀତିଶଙ୍କ ନାଁ ଦେଲା ଜେଡିୟୁ, କଂଗ୍ରେସ କହିଲା ନିର୍ବାଚନ ପରେ ନିଷ୍ପତ୍ତି ନେବୁ

କନକ ବ୍ୟୁରୋ: ଆଗାମୀ ତଥା ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲିଆନ୍ସ (I.N.D.I.A) ପ୍ରସ୍ତୁତିରେ ଲାଗିପଡିଲାଣି । ଏଯାଏଁ ବିରୋଧୀ ୨ଟି ବଡ ବୈଠକ କରିସାରିଲେଣି । ତୃତୀୟ ବୈଠକ ଖୁବଶୀଘ୍ର ମୁମ୍ବାଇରେ କରିବାକୁ ଯାଉଛନ୍ତି । କିନ୍ତୁ ଏସବୁ ଭିତରେ ଆଗକୁ ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦ ପାଇଁ କାହାକୁ ବଛାଯିବ ସେନେଇ କୌଣସି ଘୋଷଣା ହୋଇନାହିଁ । ଅନ୍ୟପଟେ ଜେଡିୟୁ କିନ୍ତୁ ପ୍ରଧାନମନ୍ତ୍ରୀContinue reading “ପ୍ରଧାନମନ୍ତ୍ରୀ ପଦ ପାଇଁ ନୀତିଶଙ୍କ ନାଁ ଦେଲା ଜେଡିୟୁ, କଂଗ୍ରେସ କହିଲା ନିର୍ବାଚନ ପରେ ନିଷ୍ପତ୍ତି ନେବୁ”

ଚନ୍ଦ୍ରରେ ‘ଚନ୍ଦ୍ରଯାନ-୩ କରିବ କ’ଣ? କେଉଁ ରହସ୍ୟର ଭେଦ ଖୋଲିବ?

କନକ ବ୍ୟୁରୋ: ଚନ୍ଦ୍ରପୃଷ୍ଠଠାରୁ ଆଉ ମାତ୍ର ୨୫ କିମି ଦୂରରେ ପରିକ୍ରମା କରୁଛି ଚାନ୍ଦ୍ରାୟଣ-୩ । ଏବେ ସାରା ଦୁନିଆର ନଜର ଭାରତର ଚନ୍ଦ୍ରଯାନ ଉପରେ । ଏହା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ରହିଛି । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ କରିବ କ’ଣ? ଅଗଷ୍ଟ ୨୩ରେ ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର । ଏହାପରେ ଏଥିରେContinue reading “ଚନ୍ଦ୍ରରେ ‘ଚନ୍ଦ୍ରଯାନ-୩ କରିବ କ’ଣ? କେଉଁ ରହସ୍ୟର ଭେଦ ଖୋଲିବ?”

ଦୁଇ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଲା କାର୍ : ଘଟଣାସ୍ଥଳରେ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ

କନକ ବ୍ୟୁରୋ : ସଡ଼କ ଦୁର୍ଘଟଣାରେ ଦୁଇ ପୋଲିସ କର୍ମଚାରୀ ଗୁରୁତର ହେବା ପରେ ଜାତୀୟ ରାଜପଥ ଅବରୋଧ । ବୌଦ୍ଧର ଦୁଇ ପୋଲିସ କର୍ମଚାରୀ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ୫୭ ନମ୍ବର ଜାତୀୟ ରାଜପଥରେ ଏକ କାର ଧକ୍କା ଦେଇଥିଲା । ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲା ସ୍ଥାନାନ୍ତରContinue reading “ଦୁଇ ପୋଲିସ କର୍ମଚାରୀଙ୍କୁ ଧକ୍କା ଦେଲା କାର୍ : ଘଟଣାସ୍ଥଳରେ ଉତ୍ତେଜନା, ଜାତୀୟ ରାଜପଥ ଅବରୋଧ”

ଶ୍ରାବଣ ସୋମବାରରେ ଧବଳେଶ୍ୱର ଶୈବପୀଠ ଚଳଚଞ୍ଚଳ : ଜଳଲାଗି କରିବା ପାଇଁ କାଉଡିଆଙ୍କ ଭିଡ

କନକ ବ୍ୟୁରୋ : ଶ୍ରାବଣ ମାସ ସୋମବାରରେ ଧବଳେଶ୍ୱର ଶୈବପୀଠ ଚଳଚଞ୍ଚଳ । ଜଳଲାଗି କରିବା ପାଇଁ କାଉଡିଆଙ୍କ ଭିଡ ଧବଲେଶ୍ୱର ପୀଠରେ ଦେଖିବାକୁ ମିଳିଛି । ଯୋଡା ଶ୍ରାବଣ ମଳ ମାସର ୪ ଟି ସୋମବାରରେ ବାବା ଧବଳେଶ୍ୱରଙ୍କ ପୀଠରେ ଜଳଲାଗି ବନ୍ଦ ରହିଥିଲା । ତେବେ ଅଗଷ୍ଟ ମାସ ଶେଷ ୨ ଟି ସୋମବାର ଅର୍ଥାତ ଆଜି ପରି ଆସନ୍ତା ସୋମବାରରେ ମଧ୍ୟ କାଉଡିଆଙ୍କ ଭିଡ ଦେଖାଯିବ ବୋଲି ଅନୁମାନ କରାଯାଉଛି । ତେବେContinue reading “ଶ୍ରାବଣ ସୋମବାରରେ ଧବଳେଶ୍ୱର ଶୈବପୀଠ ଚଳଚଞ୍ଚଳ : ଜଳଲାଗି କରିବା ପାଇଁ କାଉଡିଆଙ୍କ ଭିଡ”

ଆଜି ଶ୍ରାବଣ ମାସର ତୃତୀୟ ସୋମବାର : ଶୈବପୀଠରେ ପ୍ରବଳ ଭିଡ଼; ମହିଳା କାଉଡିଆଙ୍କ ପାଇଁ ଶୈାଚାଳୟ ତିଆରି କରି ଚର୍ଚ୍ଚାରେ ପ୍ରଶାନ୍ତ କୁମାର

କନକ ବ୍ୟୁରୋ : ଆଜି ଶ୍ରାବଣ ମାସର ସୋମବାରରେ ଶୈବପୀଠରେ ଜଳଲାଗି କରୁଛନ୍ତି କାଉଡିଆ । ସେଥିପାଇଁ ସବୁ ଶୈବପୀଠ ଚଳଚଞ୍ଚଳ । କାଉଡିଆମାନେ ପାଣି ନେଇ ବିଭିନ୍ନ ଶୈବପୀଠ ନିକଟରେ ଭିଡ ଲଗାଇଥିବା ଦେଖିବାକୁ ମିଳିଛି । ଏପଟେ କାଉଡିଆଙ୍କ ପାଇଁ ଶୈାଚାଳୟ ବନାଇ ଚର୍ଚ୍ଚାକୁ ଆସିଛନ୍ତି କଟକ ପିଠାପୁର ଅଞ୍ଚଳର ଯୁବକ ପ୍ରଶାନ୍ତ କୁମାର । ନିଜ ଖର୍ଚ୍ଚରେ ମହିଳା କାଉଡିଆଙ୍କ ପାଇଁ ୮ଟି ଶୌଚାଳୟ ଏବଂ କାଉଡିଆଙ୍କ ପାଇଁ ବାହୁଙ୍ଗୀ ଷ୍ଟାଣ୍ଡ ତିଆରିContinue reading “ଆଜି ଶ୍ରାବଣ ମାସର ତୃତୀୟ ସୋମବାର : ଶୈବପୀଠରେ ପ୍ରବଳ ଭିଡ଼; ମହିଳା କାଉଡିଆଙ୍କ ପାଇଁ ଶୈାଚାଳୟ ତିଆରି କରି ଚର୍ଚ୍ଚାରେ ପ୍ରଶାନ୍ତ କୁମାର”

‘ ମୁଁ ତାଙ୍କ ମନ ଜିତିପାରିଲିନି’ … ଛାତ୍ରମାନେ ସ୍କୁଲ ଛାଡି ଅନ୍ୟ ସ୍କୁଲରେ ନାଁ ଲେଖାଇଲେ ବୋଲି ଆତ୍ମହତ୍ୟା କଲେ ଶିକ୍ଷକ

କନକ ବ୍ୟୁରୋ: ‘ଭାବିଥିଲି ଏ ସ୍କୁଲକୁ ଆସି ଏହାର ବିକାଶ କରିବି । ଏଠିକା ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ସୁଧାରିବି । ହେଲେ ଅନେକ ଚେଷ୍ଟା ପରେ ବି ସେମାନଙ୍କ ମନ ଜିତି ପାରିଲିନି । ଶେଷରେ ୯ଜଣ ପିଲା ଅନ୍ୟ ସ୍କୁଲରେ ନାଁ ଲେଖାଇଲେ । ଏହାକୁ ମୋତେ କଷ୍ଟ ଦେଇଛି । ତେଣୁ ମୁଁ ଆତ୍ମହତ୍ୟା କରୁଛି’ । ଏହା ହେଉଛି ସମ୍ପର୍କୀୟଙ୍କୁ ଜଣେ ସ୍କୁଲ ଶିକ୍ଷକ ପଠାଇଥିବା ହ୍ୱାଟ୍ସଆପ୍ ମେସେଜ୍ । ପୁଣେର ସିଙ୍ଗଲContinue reading “‘ ମୁଁ ତାଙ୍କ ମନ ଜିତିପାରିଲିନି’ … ଛାତ୍ରମାନେ ସ୍କୁଲ ଛାଡି ଅନ୍ୟ ସ୍କୁଲରେ ନାଁ ଲେଖାଇଲେ ବୋଲି ଆତ୍ମହତ୍ୟା କଲେ ଶିକ୍ଷକ”

ଦିନକ ପରେ ଚନ୍ଦ୍ରରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ ୩ : ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସବୁଠୁ କମ୍ ୨୫ କିଲୋମିଟର ଦୂରରେ କରୁଛି ପ୍ରଦକ୍ଷିଣ

କନକ ବ୍ୟୁରୋ : ଦିନକ ପରେ ଚନ୍ଦ୍ରରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ ୩ । ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ ୩ । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସବୁଠୁ କମ୍ ୨୫ କିଲୋମିଟର ଦୂରରେ ଏବେ ପ୍ରଦକ୍ଷିଣ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରୋର ଯୋଜନା ଅନୁଯାୟୀ ଚନ୍ଦ୍ରଯାନ ଯାତ୍ରା କରୁଛି । ଏହାରି ଭିତରେ ଚନ୍ଦଯାନ-୩ର ଦ୍ୱିତୀୟ ପର୍ଯ୍ୟାୟ ଡିବୁଷ୍ଟିଂ ସଫଳତାର ସହ ଶେଷContinue reading “ଦିନକ ପରେ ଚନ୍ଦ୍ରରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ ୩ : ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସବୁଠୁ କମ୍ ୨୫ କିଲୋମିଟର ଦୂରରେ କରୁଛି ପ୍ରଦକ୍ଷିଣ”

କେମିତି ଜାଣିବେ ହଲମାର୍କ ସୁନା ? କଟକରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

କନକ ବ୍ୟୁରୋ :  ଖାଣ୍ଟି ସୁନା ଗହଣା ବିକ୍ରୟ ନେଇ କଟକରେ ଏକ ହଲମାର୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜୁଏଲର୍ସ ଆସୋସିଏସନ୍ ସହାୟତାରେ ବିଆଇଏସ୍ ପକ୍ଷରୁ କଟକ ମାରଓ୍ବାଡି କ୍ଲବରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଆଇଏସ୍(ହଲମାର୍କ) ନିର୍ଦ୍ଦେଶକ ଯୋଗ ଦେଇ ସୁନା ବିକ୍ରେତାମାନଙ୍କୁ ବିଆଇଏସ୍ ହଲମାର୍କ ଏବଂ ଏଚୟୁଆଇଡି ନମ୍ବର ସମ୍ପର୍କରେ ସଚେତନ କରିଥିଲେ । ନକଲି ସୁନା କାରବାରକୁ ରୋକିବାକୁ କେନ୍ଦ୍ର ସରକାର ସୁନାରେ ଏଚୟୁଆଇଡି ନମ୍ବରକୁContinue reading “କେମିତି ଜାଣିବେ ହଲମାର୍କ ସୁନା ? କଟକରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ “

Design a site like this with WordPress.com
Get started