NEET ପରୀକ୍ଷା ଉଚ୍ଛେଦ କରିବାକୁ ଦାବି: ଆମରଣ ଅନଶନରେ ଦେଲେ ଷ୍ଟାଲିନଙ୍କ ମନ୍ତ୍ରୀବୃନ୍ଦ

କନକ ବ୍ୟୁରୋ: ଜୋରଧରିଲା ମେଡିକାଲ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ନିଟର ଉଚ୍ଛେଦ ଦାବି । ନିଟ୍ କାରଣରୁ ଅନେକ ମେଧାବୀ ଛତ୍ରଛାତ୍ରୀ ମାନସିକ ଅବସାଦର ଶିକାର ହେବା ସହ ଆତ୍ମହତ୍ୟା କରୁଥିବାରୁ ଏହାକୁ ରୋକିବାକୁ ନିଟ୍ ପରୀକ୍ଷାକୁ ଉଚ୍ଛେଦ ଦାବିରେ  ଆମରଣ ଅନସନରେ ବସିଲେ ତାମିଲନାଡୁ ସରକାରଙ୍କ ମନ୍ତ୍ରୀବୃନ୍ଦ । ଏହି ଧର୍ମଘଟର ନେତୃତ୍ୱ ନେଇଛନ୍ତି ରାଜ୍ୟର ମନ୍ତ୍ରୀ ତଥା ଦଳର ଯୁବ ଶାଖାର ମୁଖ୍ୟ ଉଦୟନିଧି ଷ୍ଟାଲିନ୍‌। ସୂଚନା ମୁତାବକ,  ଚେନ୍ନାଇର ବାଲ୍ଲୁବାର୍ କୋଟ୍ଟାମରୁContinue reading “NEET ପରୀକ୍ଷା ଉଚ୍ଛେଦ କରିବାକୁ ଦାବି: ଆମରଣ ଅନଶନରେ ଦେଲେ ଷ୍ଟାଲିନଙ୍କ ମନ୍ତ୍ରୀବୃନ୍ଦ”

ଋଷର ମିଶନ ମୁନକୁ ଝଟକା: ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପୂର୍ବରୁ କ୍ରାସ ହେଲା ଲୁନା-୨୫

କନକ ବ୍ୟୁରୋ: ଅନ୍ତରୀକ୍ଷକୁ ପଠାଯାଇଥିବା ଋଷର ମିଶନ ମୁନକୁ ବଡ ଝଟକା ଲାଗିଛି । ଅଧିକାରୀଙ୍କ ସୂଚନା ଅନୁସାରେ ଋଷର ଅନ୍ତରୀକ୍ଷ ଯାନ ଅନିୟନ୍ତ୍ରିତ କକ୍ଷରେ ବୁଲିବା ପରେ ଚନ୍ଦ୍ରମା ସହ ଧକ୍କା ହୋଇ କ୍ରାସ ହୋଇଯାଇଛି । ଏହା ପୂର୍ବରୁ ଶନିବାରକୁ ଖବର ଆସିଥିଲା କି ଋଷର ମୁନ ମିଶନ ଲୁନା ୨୫ ଲ୍ୟାଣ୍ଡିଂ ପୂର୍ବରୁ ଟେକ୍ନିକାଲ ଖରାପ ହୋଇଥିଲା । ଅଗଷ୍ଟ ୨୧ରେ ଏହା ସଫ୍ଟ ଲ୍ୟାଣ୍ଡିଂ ହେବାର ଥିଲା । ଏହି ସ୍ପେସ୍କ୍ରାପ୍ଟContinue reading “ଋଷର ମିଶନ ମୁନକୁ ଝଟକା: ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପୂର୍ବରୁ କ୍ରାସ ହେଲା ଲୁନା-୨୫”

ସୂଚନା ଅଧିକାରୀ କର୍ମୀ କହି ବ୍ଲାକମେଲ ମାମଲା : ମାଷ୍ଟରମାଇଣ୍ଡ କାହ୍ନୁଚରଣ ପ୍ରଧାନଙ୍କୁ ଗିରଫ କଲା ଏସଟିଏଫ

କନକ ବ୍ୟୁରୋ : ସୂଚନା ଅଧିକାର କର୍ମୀ କହି ବ୍ଲାକମେଲ ମାମଲାରେ ମାଷ୍ଟରମାଇଣ୍ଡ କାହ୍ନୁଚରଣ ପ୍ରଧାନଙ୍କୁ ଗିରଫ କଲା ଏସଟିଏଫ । କାହ୍ମୁଚରଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି । ଅଭିଯୁକ୍ତ ନିକଟରୁ କିଛି ବ୍ୟାଙ୍କ ପାସବୁକ୍ ଓ ଏଟିଏମ୍ ଜବତ ହୋଇଛି । ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ କରୁଥିଲେ ନକଲି ଆରଟିଆଇ କର୍ମୀ । ଲୋକଙ୍କୁ ଡରାଇ ଧମକାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । ଏହି ଘଟଣାରେ ପୂର୍ବରୁ ବ୍ରହ୍ମପୁରରContinue reading “ସୂଚନା ଅଧିକାରୀ କର୍ମୀ କହି ବ୍ଲାକମେଲ ମାମଲା : ମାଷ୍ଟରମାଇଣ୍ଡ କାହ୍ନୁଚରଣ ପ୍ରଧାନଙ୍କୁ ଗିରଫ କଲା ଏସଟିଏଫ”

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଘୋଷଣା କଲା କାର୍ଯ୍ୟକାରୀ କମିଟି । ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ୱ

କନକ ବ୍ୟୁରୋ : ଚଳିତବର୍ଷ ହେବାକୁ ଥିବା କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ତାର ନୂଆ ଟିମ୍ ଘୋଷଣା କରିଛି । ଏନେଇ କଂଗ୍ରେସ ତରଫରୁ କାର୍ଯ୍ୟକାରୀ କମିଟି ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ମୋଟ ୩୯ ଜଣ ନେତାଙ୍କୁ ସାମିଲ କରାଯାଇଛି । କଂଗ୍ରେସର ଏହି କାର୍ଯ୍ୟକାରୀ କମିଟିକୁ ଦୀର୍ଘଦିନ ହେବ ଅପେକ୍ଷା କରାଯାଇଥିଲା । ଏହା ବିଭିନ୍ନ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁContinue reading “ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଘୋଷଣା କଲା କାର୍ଯ୍ୟକାରୀ କମିଟି । ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ୱ”

ରାହୁଲଙ୍କୁ ଭିଡିଓ ଜରିଆରେ ଟାର୍ଗେଟ୍ କଲେ କିରଣ ରିଜିଜୁ ; ପେଙ୍ଗଙ୍ଗ୍ ରାସ୍ତାର ଭିଡିଓ ସେୟାର କରି ଦେଖାଇଲେ କଂଗ୍ରେସ ଶାସନର ଦୁର୍ବଳତା

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇ କଟାକ୍ଷ କଲେ କେନ୍ଦ୍ର୍ରମନ୍ତ୍ରୀ କିରଣ ରିଜିଜୁ । ନିକଟରେ କଂଗ୍ରେସ ସାଂସଦ ଲଦାଖର ଚିକ୍କଣ ରାସ୍ତାରେ ବାଇକ ଚଳାଇଥିଲେ ଓ ଏହି ଭିଡିଓ ବେଶ ଭାଇରାଲ ମଧ୍ୟ ହୋଇଥିଲା । ରାହୁଲଙ୍କ ଏହି ଭିଡିଓ ସହ ୨୦୧୨ ମସିହାର ସମାନ ରାସ୍ତା ଏକ ପୁରୁଣା ଭିଡିଓକୁ କେନ୍ଦ୍ରମନ୍ତ୍ରୀ ଟୁଇଟ କରିଛନ୍ତି । ତୁଳାତ୍ମକ ଭିଡିଓ ଟୁଇଟ କରି କିରଣ ରିଜିଜୁ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେContinue reading “ରାହୁଲଙ୍କୁ ଭିଡିଓ ଜରିଆରେ ଟାର୍ଗେଟ୍ କଲେ କିରଣ ରିଜିଜୁ ; ପେଙ୍ଗଙ୍ଗ୍ ରାସ୍ତାର ଭିଡିଓ ସେୟାର କରି ଦେଖାଇଲେ କଂଗ୍ରେସ ଶାସନର ଦୁର୍ବଳତା”

ଯୋଗୀଙ୍କୁ ମୁଣ୍ଡିଆ, ଅଖିଳେଶଙ୍କୁ ଆଲିଙ୍ଗନ : ରଜନୀକାନ୍ତ ‘ଜେଲର୍’ ଫିଲ୍ମର ପ୍ରଚାର ପାଇଁ ଲକ୍ଷ୍ନୌ ଯାଇଥିବା ବେଳେ ସାମ୍ନାକୁ ଆସିଲା ଚିତ୍ର

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଦକ୍ଷିଣ ଭାରତ ସିନେମାର ସୁପରଷ୍ଟାର ରଜନୀକାନ୍ତ । ଦୁଇ ଦିନିଆ ଗସ୍ତରେ ଯାଇଥିବା ରଜନୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲକୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟର ଏକ ରୋଚକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ରଜନୀକାନ୍ତ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ଉପମୁଖ୍ୟମନ୍ତ୍ରୀ କେଶବContinue reading “ଯୋଗୀଙ୍କୁ ମୁଣ୍ଡିଆ, ଅଖିଳେଶଙ୍କୁ ଆଲିଙ୍ଗନ : ରଜନୀକାନ୍ତ ‘ଜେଲର୍’ ଫିଲ୍ମର ପ୍ରଚାର ପାଇଁ ଲକ୍ଷ୍ନୌ ଯାଇଥିବା ବେଳେ ସାମ୍ନାକୁ ଆସିଲା ଚିତ୍ର”

ଫାଇଭ୍-ଟି ସଚିବଙ୍କୁ କାଳିମାଡ଼ ଘଟଣା : ବିଜେପିକୁ ଟାର୍ଗେଟ୍ କଲା ବିଜେଡି; ସତ୍ୟବାଦୀ ବିଧାୟକ କହିଲେ, ଘଟଣା ପଛରେ ରହିଛି ଷଡ଼ଯନ୍ତ୍ର

କନକ ବ୍ୟୁରୋ : ଫାଇଭ୍-ଟି ସଚିବଙ୍କୁ କାଳିମାଡ଼ ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ବିଜେପି ବିରୋଧରେ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଛନ୍ତି ବିଜେଡି ବିଧାୟକ । ଉମା ସାମନ୍ତରାୟ ଅଭିଯୋଗ ଆଣି କହିଛନ୍ତି- କାଳିମାଡ଼ ଘଟଣା ପଛରେ ରହିଛି ବିଜେପିର ଷଡ଼ଯନ୍ତ୍ର । ଅନ୍ୟର ପ୍ରରୋଚନାରେ ଆସି, ଏଭଳି ଘଟଣା ଘଟାଇଛନ୍ତି ଭାସ୍କର ସାହୁ । ଭାସ୍କର ସାହୁଙ୍କ ପତ୍ନୀ ଯେଉଁ ସବୁ ଅଭିଯୋଗ କରିଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ ବୋଲି ଉମା ସାମନ୍ତରାୟContinue reading “ଫାଇଭ୍-ଟି ସଚିବଙ୍କୁ କାଳିମାଡ଼ ଘଟଣା : ବିଜେପିକୁ ଟାର୍ଗେଟ୍ କଲା ବିଜେଡି; ସତ୍ୟବାଦୀ ବିଧାୟକ କହିଲେ, ଘଟଣା ପଛରେ ରହିଛି ଷଡ଼ଯନ୍ତ୍ର”

କୁକୁର ଉପରେ ଚଢ଼ିଗଲା ଗାଡ଼ି : ଚାଳକଙ୍କ ବିରୋଧରେ ଥାନାରେ ମାମଲା; ବେପରୁଆ ଗାଡ଼ି ଚାଳନାକୁ ନେଇ ସାଧାରଣରେ ପ୍ରତିକ୍ରିୟା

କନକ ବ୍ୟୁରୋ : କୁକୁର ଉପରେ ଚଢିଗଲା ଗାଡି । ଥାନାରେ ହେଲା ମାମଲା । ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପରେ । ଜଣେ ମହିଳା ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଉଥିଲେ । ପେଟ୍ରୋଲ ପକାଇସାରି ଆଗକୁ ବଢୁଥିବା ବେଳେ ସେଠାରେ ଥିବା ଏକ କୁକୁର ଉପରେ ଗାଡିଟି ଚଢିଯାଇଥିଲା । ଦୁର୍ଘଟଣାରେ କୁକୁର ସାମାନ୍ୟ ଆହତ ହୋଇଛି । ଖବର ପାଇଁ ସ୍ପିକ୍ ଫର ଆନିମାଲ କୁକୁରଟିକୁ ଉଦ୍ଧାର କରି ଚିକିତ୍ସା କରାଇଛନ୍ତିContinue reading “କୁକୁର ଉପରେ ଚଢ଼ିଗଲା ଗାଡ଼ି : ଚାଳକଙ୍କ ବିରୋଧରେ ଥାନାରେ ମାମଲା; ବେପରୁଆ ଗାଡ଼ି ଚାଳନାକୁ ନେଇ ସାଧାରଣରେ ପ୍ରତିକ୍ରିୟା”

ବ୍ୟାୟାମ କରୁଥିବା ବେଳେ ସ୍କୁଲରେ ଟଳି ପଡ଼ିଲେ ଛାତ୍ର : ଅଚାନକ ଟଳି ପଡ଼ିବାରୁ ୧୦ମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ

କନକ ବ୍ୟୁରୋ : ରାଜଗାଙ୍ଗପୁରରେ ବ୍ୟାୟାମ କରୁଥିବା ବେଳେ ଟଳି ପଡ଼ିଲେ ଛାତ୍ର । ଦୌଡୁଥିବାବେଳେ ୧୦ମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ହୋଇଛି । ଘଟଣା ରାଜଗାଙ୍ଗପୁର ସ୍ଥିତି ଶ୍ରୀ ଅରବିନ୍ଦ ବିଦ୍ୟାଳୟରେ ଘଟିଛି । ଶନିବାର ସକାଳୁ ମୋହାଦିସ ନୌସାଦ ନାମକ ଛାତ୍ର ଦୌଡିଥିବାବେଳେ ଅସୁସ୍ଥତା ଅନୁଭବ କରିଥିଲେ । ଅଚେତ ହେବା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ତାଙ୍କୁ ରାଉରକେଲାର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇିଲାContinue reading “ବ୍ୟାୟାମ କରୁଥିବା ବେଳେ ସ୍କୁଲରେ ଟଳି ପଡ଼ିଲେ ଛାତ୍ର : ଅଚାନକ ଟଳି ପଡ଼ିବାରୁ ୧୦ମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ”

ନିଲାମ ହେବ ସୁପରଷ୍ଟାର ସନି ଦେଓଲଙ୍କ ମୁମ୍ବାଇ ସ୍ଥିତ ବଙ୍ଗଳା, ଋଣ ସୁଝି ନଥିବାରୁ ନିଲାମ କରି ବ୍ୟାଙ୍କ ଆଦାୟ କରିବ ୫୬ କୋଟି ଟଙ୍କା

କନକ ବ୍ୟୁରୋ : ସୁପରଷ୍ଟାର ସନି ଦେଓଲଙ୍କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ତାଙ୍କ ଅଭିନିତ ସିନେମା ଗଦର-୨ ଗତ ସପ୍ତାହରେ ରିଲିଜ ହୋଇଥିଲା । ଏହି ସିନେମା ରିଲିଜ ହେବାର ମାତ୍ର ୯ଦିନ ମଧ୍ୟରେ ଏତେ ରୋଜଗାର କରିଛି କି ବଲିଉଡର ଅଧିକ ରୋଜଗାର କରିଥିବା ସିନେମା ତାଲିକାରେ ସାମିଲ ହୋଇଛି । ଏସବୁ ଭିତରେ ସନି ଦେଓଲଙ୍କ ପାଇଁ ଏକ ଖରାପ ଖବର ଆସିଛି । ସନିଙ୍କ ଉପରେ ବ୍ୟାଙ୍କର ଏକContinue reading “ନିଲାମ ହେବ ସୁପରଷ୍ଟାର ସନି ଦେଓଲଙ୍କ ମୁମ୍ବାଇ ସ୍ଥିତ ବଙ୍ଗଳା, ଋଣ ସୁଝି ନଥିବାରୁ ନିଲାମ କରି ବ୍ୟାଙ୍କ ଆଦାୟ କରିବ ୫୬ କୋଟି ଟଙ୍କା”

Design a site like this with WordPress.com
Get started