କନକ ବ୍ୟୁରୋ : ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଅନ୍ୟ ଏକ ତୀର୍ଥଯାତ୍ରୀ ବସ । ୬୦ନଂ ଜାତୀୟ ରାଜପଥ ଭେଲୋରା ନିକଟରେ ଏହି ଦୁର୍ଘଟଣା ଘଟିଛି । ୧୦ଆହତଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇଟି ବସରେ ୬୦ରୁ ଅଧିକ ଯାତ୍ରୀ ଥିଲେ । ଗୋଟିଏ ବସ ବିହାରରୁ ପୁରୀ ଅଭିମୁଖେ ଆସୁଥିଲା । ଅନ୍ୟ ବସଟି ପଶ୍ଚିମବଙ୍ଗରୁ ପୁରୀ ଆସୁଥିଲା । ସୂଚନା ଅନୁଯାୟୀ ଜ୍ୟୋତି ଟ୍ରାଭେଲସ୍ ନାମକ ବସ ୨୫ ଜଣContinue reading “ପୁରୀ ଆସୁଥିବା ଦୁଇ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ : ୧୦ଆହତଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି”
Tag Archives: News
ଚନ୍ଦ୍ରଠାରୁ ଆଉ ମାତ୍ର ୨୫ କିମି ଦୂରରେ ଲ୍ୟାଣ୍ଡର ବିକ୍ରମ । ୨୩ରେ ସଫ୍ଟ ଲ୍ୟାଣ୍ଡିଙ୍ଗ ଉପରେ ସମସ୍ତଙ୍କ ନଜର
କନକ ବ୍ୟୁରୋ: ଅଗଷ୍ଟ ୨୦ ତାରିଖରେ ଚନ୍ଦ୍ରର ଖୁବ ନିକଟତର ହେଲା ବିକ୍ରମ ଲ୍ୟାଣ୍ଡର । ଏବେ ଏହା ଚନ୍ଦ୍ରପୃଷ୍ଠଠାରୁ ମାତ୍ର ୨୫x୧୩୪ ଅର୍ବିଟରେ ଘୁରୁଛି । ସାଧାରଣ ଅର୍ଥରେ କହିବାକୁ ଲେ ଚନ୍ଦ୍ରଠାରୁ ମାତ୍ର ୨୫ କିମି ଦୂରରେ ରହିଛି ଲ୍ୟାଣ୍ଡର ବିକ୍ରମ । ଏ ସଂକ୍ରାନ୍ତରେ ‘ଏକ୍ସ୍’ (ଟୁଇଟ୍) କରି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) କହିଛି: ଦ୍ୱିତୀୟ ତଥା ଚୂଡ଼ାନ୍ତ ବେଗ ହ୍ରାସ ପ୍ରକ୍ରିୟା ସଫଳତାର ସହିତ ‘ଲ୍ୟାଣ୍ଡର୍ ମଡ୍ୟୁଲ୍’ କକ୍ଷପଥContinue reading “ଚନ୍ଦ୍ରଠାରୁ ଆଉ ମାତ୍ର ୨୫ କିମି ଦୂରରେ ଲ୍ୟାଣ୍ଡର ବିକ୍ରମ । ୨୩ରେ ସଫ୍ଟ ଲ୍ୟାଣ୍ଡିଙ୍ଗ ଉପରେ ସମସ୍ତଙ୍କ ନଜର”
ଚଳନ୍ତା ବସରେ ଲାଗିଲା ନିଆଁ, ୩୦ ଜୀବନ୍ତ ଦଗ୍ଧ : ୭ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
କନକ ବ୍ୟୁରୋ : ପାକିସ୍ତାନରେ ବସ ଦୁର୍ଘଟଣାରେ ୩୦ ଜୀବନ୍ତ ଦଗ୍ଧ । ପଞ୍ଜାବର ପିଣ୍ଡି ଭଟିୟା ସହରରେ ଏହି ଦୁର୍ଘଟଣା ଘଟିଛି । ଚଳନ୍ତା ବସରେ ନିଆଁ ଲାଗିବାରୁ ୩୦ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସେହିପରି ୭ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ବସରେ ପାଖାପାଖି ୪୦ରୁ ଅଧିକ ଯାତ୍ରୀ ଥିଲେ । ଯାତ୍ରୀବାହୀ ବସଟି କରାଚିରୁ ଇସଲାମାବାଦ ଯାଉଥିଲା । The post ଚଳନ୍ତାContinue reading “ଚଳନ୍ତା ବସରେ ଲାଗିଲା ନିଆଁ, ୩୦ ଜୀବନ୍ତ ଦଗ୍ଧ : ୭ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି”
୭ ବର୍ଷ ଲଗାତାର ଫେଲ୍ ତଥାପି ହାରିଲେନି, ଶେଷ ପ୍ରସାୟରେ ସଫଳ ହେଲେ; ବନିଗଲେ ଆଇଏଫଏସ୍
କନକ ବ୍ୟୁରୋ: ‘ଉଠ , ଜାଗ୍ରତ ହୁଅ, ନିଜ ଲକ୍ଷ୍ୟସ୍ଥଳରେ ନପହଞ୍ଚିବା ପର୍ଯ୍ୟନ୍ତ ରୁହନାହିଁ’ ସ୍ୱାମୀ ବିବେକାନନ୍ଦଙ୍କ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ସାକାର କରିଛନ୍ତି ଆଇଏଫଏସ୍ ଅଫିସର ପୱନ ଗୁପ୍ତା । ୭ ବର୍ଷ ଧରି କ୍ରମାଗତ ବିଫଳତାକୁ ସାମ୍ନା କରି ବି ହାର ମାନିନଥିଲେ । କଠିନ ପରିଶ୍ରମ ଜାରି ରଖିଲେ । ଶେଷରେ ତାଙ୍କର ଏହି ଦୃଢତା ଆଗରେ ହାର ମାନିଲା ଭାଗ୍ୟ । ଆଉ ୟୁପିଏସସିର ଶେଷ ପ୍ରୟାସରେ ୯୦ ତମContinue reading “୭ ବର୍ଷ ଲଗାତାର ଫେଲ୍ ତଥାପି ହାରିଲେନି, ଶେଷ ପ୍ରସାୟରେ ସଫଳ ହେଲେ; ବନିଗଲେ ଆଇଏଫଏସ୍”
‘ଅପରାଧ ନୁହେଁ କିଶୋର-କିଶୋରୀଙ୍କ ସମ୍ପର୍କ’ : କେନ୍ଦ୍ର ସରକାରଙ୍କ ଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ
କନକ ବ୍ୟୁରୋ : ୧୬ରୁ ୧୮ବର୍ଷରୁ କମ କିଶୋର-କିଶୋରୀଙ୍କ ଶାରୀରିକ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ମୁକ୍ତ କରିବା ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଏନଇ କେନ୍ଦ୍ର ସରକାରଙ୍କଠୁ ଜବାବ ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଆବେଦନକାରୀ ଓକିଲ ହର୍ଷ ବିଭୋର ସିଙ୍ଘଲ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ନିକଟରେ ଆବେଦନ କରିଛନ୍ତି । ଆବେଦନକାରୀ କହିଛନ୍ତି ୧୬ରୁ ୧୮ ବର୍ଷ ବୟସର ଝିଅମାନଙ୍କ ସହ ସହମତିରେ ଶାରୀରିକContinue reading “‘ଅପରାଧ ନୁହେଁ କିଶୋର-କିଶୋରୀଙ୍କ ସମ୍ପର୍କ’ : କେନ୍ଦ୍ର ସରକାରଙ୍କ ଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ”
ଗାଁ ସମସ୍ୟା କୁନିଝିଅ ଜଣାଇବା ପ୍ରସଙ୍ଗ : ମନ୍ତ୍ରୀ, ପ୍ରଶାସନକୁ ପ୍ରଶ୍ନ କଲେ ପ୍ରଦୀପ ମାଝୀ; ଏଭଳି ହସିବା କେତେଦୂର ଯୁକ୍ତିଯୁକ୍ତ ?
କନକ ବ୍ୟୁରୋ : ଚର୍ଚ୍ଚାରେ କୋରାପୁଟର କୁନିଝିଅ ସୋନାଲି । ଅଗଷ୍ଟ ୧୫ରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ବେଳେ ଦଶମନ୍ତପୁର ପଦ୍ମଗୁଡାର ସମସ୍ୟାକୁ ଅଭିନୟ କରି ଦେଖାଇଥିଲେ ସୋନାଲି । ଏହି ସମୟରେ ଉପସ୍ଥିତ ଥିଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅଖତର ମନଖୋଲି ହସିଥିଲେ । ଏହାକୁ ସମାଲୋଚନା କରିଛନ୍ତି ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି । ସୋସିଆଲ ମିଡିଆରେ ପ୍ରଶାସନ ସମେତ କୃଷିମନ୍ତ୍ରୀ ଓ ଉପସ୍ଥିତିContinue reading “ଗାଁ ସମସ୍ୟା କୁନିଝିଅ ଜଣାଇବା ପ୍ରସଙ୍ଗ : ମନ୍ତ୍ରୀ, ପ୍ରଶାସନକୁ ପ୍ରଶ୍ନ କଲେ ପ୍ରଦୀପ ମାଝୀ; ଏଭଳି ହସିବା କେତେଦୂର ଯୁକ୍ତିଯୁକ୍ତ ?”
ବାରିପଦାରେ ହେବ କ୍ୟାନସର ହସ୍ପିଟାଲ୍ : ଖୁବଶୀଘ୍ର ଖୋଲିବ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍
କନକ ବ୍ୟୁରୋ : ମୟୂରଭଞ୍ଜବାସୀଙ୍କ ପାଇଁ ଖୁସି ଖବର । ବାରିପଦାରେ ଖୁବଶୀଘ୍ର ହେବାକୁ ଯାଉଛି ୫୦ ବେଡ଼ ବିଶିଷ୍ଟ କ୍ୟାନସର ହସ୍ପିଟାଲ । ଏ ନେଇ ଗତକାଲି ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ ମୁମ୍ବାଇରୁ ଏକ ୫ ଜଣିଆ ପ୍ରତିନିଧି ଦଳ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ପହଞ୍ଚିଛନ୍ତି । ଗତକାଲି ପ୍ରଥମ ଦିନରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ପହଞ୍ଚି ପି.ଆର.ଏମ. ମେଡିକାଲ କଲେଜର ଡିନ୍, ସୁପରିଟେଣ୍ଡଙ୍କContinue reading “ବାରିପଦାରେ ହେବ କ୍ୟାନସର ହସ୍ପିଟାଲ୍ : ଖୁବଶୀଘ୍ର ଖୋଲିବ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍”
ପିଆଜର ଦର ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ, ରପ୍ତାନୀ ଉପରେ ଲାଗିଲା କଡା କଟକଣା
କନକ ବ୍ୟୁରୋ : ଟମାଟୋ ପରେ ଏବେ ପିଆଜ ଦର ଉପରମୁହାଁ ହେବାରେ ଲାଗିଛି । ଟାମାଟୋ ଦର ନିୟନ୍ତ୍ରଣକୁ ଆସିଥିଲେ ବି ପିଆଜ ଦର ଏବେ କିଲୋପ୍ରତି ପାଖପାଖି ୪୦ ଟଙ୍କାରେ ପହଞ୍ଚିଲାଣି । ଆଗକୁ ପିଆଜର ଦର ଯେଭଳି ନ ବଢେ ସେଥିପାଇଁ ଆଜି କେନ୍ଦ୍ର ସରକାର କଡା ପଦକ୍ଷେପ ନେଇଛନ୍ତି । ବାହାର ଦେଶକୁ ରପ୍ତାନୀ ଉପରେ କଡା କଟକଣା ଜାରି କରାଯାଇଛି । ଏଣିକି ପିଆଜ ରପ୍ତାନୀ କଲେ ୪୦ ପ୍ରତିଶତContinue reading “ପିଆଜର ଦର ଉପରେ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ, ରପ୍ତାନୀ ଉପରେ ଲାଗିଲା କଡା କଟକଣା”
ଲଦାଖରେ ବାଇକ ଚଲାଇଲେ ରାହୁଲ ଗାନ୍ଧୀ : ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କଲେ ଫଟୋ
କନକ ବ୍ୟୁରୋ : ଲଦାଖରେ ବାଇକ ଚଲାଇଲେ ରାହୁଲ ଗାନ୍ଧୀ । ବାଇକ ଚଲାଇ ପୂର୍ବ ଲଦାଖର ପେଙ୍ଗଙ୍ଗ ହ୍ରଦ ନିକଟରେ ପହଞ୍ଚିଲେ । ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କଲେ ଫଟୋ । ଜମ୍ମୁ କାଶ୍ମୀର ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବାପରେ ଏହା ରାହୁଲଙ୍କ ପ୍ରଥମ ଲଦାଖ ଗସ୍ତ। ଲଦାଖ ଗସ୍ତରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ କହିଛନ୍ତି, ବିଜେପିର ବୈଚାରିକ ଅଭିଭାବକ ଆରଏସଏସ ସବୁକିଛି ପରିଚାଳନା କରୁଛି । ଆରଏସଏସ ଦେଶର ପ୍ରତିContinue reading “ଲଦାଖରେ ବାଇକ ଚଲାଇଲେ ରାହୁଲ ଗାନ୍ଧୀ : ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କଲେ ଫଟୋ”
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ-କାର ଧକ୍କା : ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ
କନକ ବ୍ୟୁରୋ : ୪୯ ନମ୍ବର ଜାତୀୟ ରାଜପଥ କୋଲାବିରା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଛି । କୋଲାବିରା ଥାନା ଅନ୍ତର୍ଗତ ଶିରିଆପାଳି ଜଙ୍ଗଲ ମଝିରେ ଏହି ଦୁର୍ଘଟଣା ହୋଇଛି । ଭାଇ-ଭଉଣୀଙ୍କର ମୃତ୍ୟୁ ହୋଇଥିବା ବେଳେ ଭାଣିଜୀ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡ଼ା ପଟୁ ଆସୁଥିବା କାର ସହ ମୋଟର ସାଇକେଲ୍ର ମୁହାଁମୁହିଁ ଧକ୍କା ହୋଇଥିଲାContinue reading “ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ-କାର ଧକ୍କା : ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ”