କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କୁ କାଳି ମାଡ କରିଥିବା ଭାସ୍କରର ସାହୁଙ୍କୁ ଛାଡିଦେଲା ପୁଲିସ । ଭି.କେ. ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାମୀଙ୍କୁ ପୁଲିସ ଛାଡିଦେଇଥିବା କହିଲେ ପତ୍ନୀ ପ୍ରିୟଙ୍କା ମାନସିଂହ । ଗତକାଲି ସତ୍ୟବାଦୀରେ ସଚିବଙ୍କ ଉପରେ କାଳିମାଡ଼ ପରେ ଭାସ୍କର ସାହୁଙ୍କୁ ଗିରଫ କାରିଥିଲା ପୁଲିସ । ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କଲେଜ ପରିସରରେ ଆୟୋଜିତ ସଭାରେ ମହିଳାଙ୍କ ସହ ହାତ ମିଳାଉଥିବା ବେଳେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକContinue reading “ସତ୍ୟବାଦୀରେ ଫାଇଭ-ଟି ସଚିବଙ୍କୁ କାଳିମାଡ ଘଟଣା : ଭାସ୍କରର ସାହୁଙ୍କୁ ଛାଡିଦେଲା ପୁଲିସ”
Tag Archives: News
୫ଟି ସଚିବଙ୍କୁ କାଳିମାଡ ଘଟଣା । ସ୍ୱାମୀଙ୍କ କାମକୁ ସମର୍ଥନ କଲେ ସ୍ତ୍ରୀ ପ୍ରିୟଙ୍କା । କହିଲେ, ମୋ ସ୍ୱାମୀ ଯାହା କରିଛନ୍ତି ଠିକ୍ କରିଛନ୍ତି ।
କନକ ବ୍ୟୁରୋ: ସତ୍ୟବାଦୀରେ ୫ଟି ସଚିବଙ୍କୁ କାଳିମାଡ ହେବା ପରେ, ଏନେଇ ପ୍ରଥମ ଥର ପାଇଁ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଛନ୍ତି କାଳିମାଡ କରିଥିବା ବ୍ୟକ୍ତି ଭାସ୍କର ସାହୁଙ୍କ ପତ୍ନୀ ପ୍ରିୟଙ୍କା ମାନସିଂହ । ସେ କହିଛନ୍ତି, ତାଙ୍କ ସ୍ୱାମୀ ଯାହା କରିଛନ୍ତି ଠିକ୍ କରିଛନ୍ତି । ତାଙ୍କ କାମକୁ ସେ ପୂରାପୂରି ସମର୍ଥନ କରୁଛନ୍ତି । ଏଥିସହିତ ତାଙ୍କ ସ୍ୱାମୀ ସବୁବେଳେ ଲୋକଙ୍କ ସମସ୍ୟା କଥା ଉଠେଇଥାନ୍ତି ବୋଲି ସୂଚନା ଦେଇଛନ୍ତି ଭାସ୍କରଙ୍କ ପତ୍ନୀ ।Continue reading “୫ଟି ସଚିବଙ୍କୁ କାଳିମାଡ ଘଟଣା । ସ୍ୱାମୀଙ୍କ କାମକୁ ସମର୍ଥନ କଲେ ସ୍ତ୍ରୀ ପ୍ରିୟଙ୍କା । କହିଲେ, ମୋ ସ୍ୱାମୀ ଯାହା କରିଛନ୍ତି ଠିକ୍ କରିଛନ୍ତି ।”
ଲଦ୍ଦାଖରେ ବଡ ସଡକ ଦୁର୍ଘଟଣା, ୯ ଯବାନ ସହିଦ
କନକ ବ୍ୟୁରୋ: ଲଦ୍ଦାଖରେ ବଡଧରଣର ଦୁର୍ଘଟଣା ଘଟିଛି । ଖାତକୁ ଖସିପଡିଲା ସେନା ଟ୍ରକ । ଦୁର୍ଘଟଣାରେ ୯ ଯବାନ ସହିଦ ହୋଇଛନ୍ତି । ଗୋଟିଏ ଟ୍ରକରେ ୨ ଜୁନିୟର କମିଶନ ଅଫିସର ଏବଂ ୭ ଯବାନ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । କ୍ୟୁାରି ଅଞ୍ଚଳରେ ଏହି ଘଟଣା ଘଟିଛି । Ladakh | Seven Indian Army soldiers lost their lives in an accident 7 km short ofContinue reading “ଲଦ୍ଦାଖରେ ବଡ ସଡକ ଦୁର୍ଘଟଣା, ୯ ଯବାନ ସହିଦ “
ବିରାଟ କୋହଲୀଙ୍କୁ ସନ୍ନ୍ୟାସ ନେବାକୁ ପରାମର୍ଶ ଦେଲେ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର । ରାଓଲପିଣ୍ଡି ଏକ୍ସପ୍ରେସଙ୍କୁ ଜବାବ ଦେଲେ ସୌରଭ ଗାଙ୍ଗୁଲୀ
କନକ ବ୍ୟୁରୋ : ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତରଙ୍କୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ସୈାରଭ ଗାଙ୍ଗୁଲିଙ୍କ ଜବାବ । କ୍ରିକେଟର ବିରାଟ କୋହଲିଙ୍କ ଅବସରକୁ ନେଇ ସୋଏବଙ୍କ ଟିପ୍ପଣୀ ଉପରେ ସୈାରଭ ଗାଙ୍ଗୁଲି ସୋଏବଙ୍କୁ କଡ଼ା ଜବାବ ଦେଇଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅଗଷ୍ଟ ୧୮ରେ ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲିଙ୍କର ୧୫ ବର୍ଷ ପୂରଣ ହୋଇଛି । ଚଳିତ ବର୍ଷ ହେବାକୁ ଥିବା ବିଶ୍ୱକପ ବିରାଟContinue reading “ବିରାଟ କୋହଲୀଙ୍କୁ ସନ୍ନ୍ୟାସ ନେବାକୁ ପରାମର୍ଶ ଦେଲେ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର । ରାଓଲପିଣ୍ଡି ଏକ୍ସପ୍ରେସଙ୍କୁ ଜବାବ ଦେଲେ ସୌରଭ ଗାଙ୍ଗୁଲୀ”
ପରାମର୍ଶ ଦେଇ ଫସିଗଲେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ । ଦେଶରେ ନୂଆ ସମ୍ବିଧାନ ପ୍ରଣୟନ କରିବାକୁ ଦାବି କରିଛନ୍ତି ଡକ୍ଟର ବିବେକ ଦେବରାୟ
କନକ ବ୍ୟୁରୋ : ବିବାଦରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ ବା ଇଏସି-ପିଏମ ଅଧ୍ୟକ୍ଷ ଡ଼କ୍ଟର ବିବେକ ଦେବରାୟ । ତେବେ ଭାରତ ପାଇଁ ଏକ ନୂଆ ସମ୍ବିଧାନ ପ୍ରଣୟନ ଦାବି କରି ବିବାଦ ଘେରକୁ ଆସିଛନ୍ତି । ତେବେ ସ୍ୱାଧୀନତା ଦିବସ ଅବସରରେ ‘ଦ ମିଂଟ’ ଖବରକାଗଜରେ ବିବେକ ଦେବରାୟଙ୍କ ଏକ ଆଲେଖ୍ୟ ପ୍ରକାଶ ପାଇଥିଲା । ‘ ଦେଆର୍ ଇଜ୍ ଏ କେସ୍ ଫର ଦ ପିପୁଲ ଟୁ ଏମ୍ବ୍ରସ୍ ଏ ନ୍ୟୁ କଷ୍ଟିଚ୍ୟୁସନ’Continue reading “ପରାମର୍ଶ ଦେଇ ଫସିଗଲେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ । ଦେଶରେ ନୂଆ ସମ୍ବିଧାନ ପ୍ରଣୟନ କରିବାକୁ ଦାବି କରିଛନ୍ତି ଡକ୍ଟର ବିବେକ ଦେବରାୟ”
ଭୁବନେଶ୍ୱର ଧଉଳି ଥାନା ଏସଆଇଙ୍କୁ ମରଣାନ୍ତକ ଆକ୍ରମଣ । ହାତୁଡ଼ିରେ ମୁଣ୍ଡକୁ ଛେଚିଦେଲେ ଦୁବୃର୍ତ । ୪ ଅଭିଯୁକ୍ତ ଗିରଫ, ଲାଗିଲା ସଙ୍ଗୀନ ଦଫା
କନକ ବ୍ୟୁରୋ: ସମୟ – ରାତି ପ୍ରାୟ ସାଢେ ୧୧ଟା, ସ୍ଥାନ-ରାଜଧାନୀର ଲିଙ୍ଗିପୁର ଛକ । ବଟି ଆଦାୟ, ମରଣାନ୍ତକ ଆକ୍ରମଣ, ଡକାୟତି, ଅସ୍ତ୍ରଶସ୍ତ୍ର କାରବାର, ହତ୍ୟା ଉଦ୍ୟମ ଭଳି ଅପରାଧରେ ସଂପୃକ୍ତ ମୋଷ୍ଟ ୱାଂଟେଡ ହାପିକୁ ଧରିବାକୁ ଯାଇ ମାଡ ଖାଇଲା ପୋଲିସ । ଭୁବନେଶ୍ୱର ଶିଶୁପାଳଗଡର ହାପି ଓରଫ ସତ୍ୟପ୍ରକାଶ ଓ ତାର ଗ୍ୟାଙ୍ଗ ଏକ ପରିତ୍ୟକ୍ତ ଘରେ ଲୁଚି ଡକାୟତି ଯୋଜନା କରୁଥିଲେ । ଖବର ପାଇ ବଡଗଡ ଓ ଧଉଳି ଥାନାରContinue reading “ଭୁବନେଶ୍ୱର ଧଉଳି ଥାନା ଏସଆଇଙ୍କୁ ମରଣାନ୍ତକ ଆକ୍ରମଣ । ହାତୁଡ଼ିରେ ମୁଣ୍ଡକୁ ଛେଚିଦେଲେ ଦୁବୃର୍ତ । ୪ ଅଭିଯୁକ୍ତ ଗିରଫ, ଲାଗିଲା ସଙ୍ଗୀନ ଦଫା”
ଦେଶରେ ଲାଗୁ ହେବ କି ରୋମିଓ-ଜୁଲିଏଟ ଆଇନ । କିଶୋର କିଶୋରୀଙ୍କ ଶାରୀରିକ ସଂପର୍କକୁ ଅପରାଧ ଶ୍ରେଣୀରୁ ବାହାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ
କନକ ବ୍ୟୁରୋ : ୧୮ବର୍ଷରୁ କମ କିଶୋର-କିଶୋରୀଙ୍କ ଶାରୀରିକ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରିବା ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଏନଇ କେନ୍ଦ୍ର ସରକାରଙ୍କଠୁ ଜବାବ ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଆବେଦନକାରୀ ଓକିଲ ହର୍ଷ ବିଭୋର ସିଙ୍ଘଲ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ନିକଟରେ ଆବେଦନ କରିଛନ୍ତି । ଆବେଦନକାରୀ କହିଛନ୍ତି ୧୬ରୁ ୧୮ ବର୍ଷ ବୟସର ଝିଅମାନଙ୍କ ସହ ସହମତିରେ ଶାରୀରିକ ସମ୍ପର୍କContinue reading “ଦେଶରେ ଲାଗୁ ହେବ କି ରୋମିଓ-ଜୁଲିଏଟ ଆଇନ । କିଶୋର କିଶୋରୀଙ୍କ ଶାରୀରିକ ସଂପର୍କକୁ ଅପରାଧ ଶ୍ରେଣୀରୁ ବାହାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ”
୨୪ ପାଇଁ ବିଜେପିର ରଣନୀତି । ଟାର୍ଗେଟରେ ଯୁବ ଏବଂ ନୂଆ ଭୋଟର
କନକ ବ୍ୟୁରୋ: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରଣନୀତି ସହ ଆଗଉଛି ବିଜେପି । ମତଦାତା ସଚେତନ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଭୋଟରଙ୍କୁ ଦଳସହ ଯୋଡିବାର ବ୍ଲୁ-ପ୍ରିଂଟ କରୁଛି ବିଜେପି । ବିଶେଷକରି ଯୁବ ଏବଂ ନୂଆ ଭୋଟର କିଭଳି ବିଜେପି ସପକ୍ଷରେ ଭୋଟ ଦେବେ ସେଥିପାଇଁ ଖସଡା ପ୍ରସ୍ତୁତ କରିଛି ଦଳ । ଯୋଜନା ଅନୁସାରେ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ ଜଣିଆ ଟୋଲି ରହିବେ । ଏହି ଟୋଲିରେ… ଜଣେContinue reading “୨୪ ପାଇଁ ବିଜେପିର ରଣନୀତି । ଟାର୍ଗେଟରେ ଯୁବ ଏବଂ ନୂଆ ଭୋଟର”
ଛାତ୍ର ସଂସଦ ନାଁରେ ଉଚ୍ଚଶିକ୍ଷା ବିଭାଗକୁ ବେନାମୀ ଚିଠି । ଛାତ୍ରଛାତ୍ରୀଙ୍କ ଉପରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଚାପ ପକାଉଥିବା ଅଭିଯୋଗ । ୫ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ: ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଥିବା ଅଭିଯୋଗ ଆଣିଛି କଳାହାଣ୍ଡି ଛାତ୍ର ସଂଘ । ଏନେଇ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖି ଫେରାଦ ହୋଇଛନ୍ତି । ଛାତ୍ର ସଂଗଠନର ଅଭିଯୋଗ, ଛାତ୍ର ସଂସଦ ନିର୍ବାଚନ ନକରି ମନମାନି କରୁଛନ୍ତି କର୍ତୃପକ୍ଷ । ଫଳରେ ପିଲାମାନେ ସ୍ୱାଧୀନ ଭାବେ ମତ ରଖିପାରୁନାହାନ୍ତି କି ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରୁନାହାନ୍ତିContinue reading “ଛାତ୍ର ସଂସଦ ନାଁରେ ଉଚ୍ଚଶିକ୍ଷା ବିଭାଗକୁ ବେନାମୀ ଚିଠି । ଛାତ୍ରଛାତ୍ରୀଙ୍କ ଉପରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଚାପ ପକାଉଥିବା ଅଭିଯୋଗ । ୫ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ”
ଦୁଃଖ ଦେଉଛି ପାହାଡ଼ ରାଣୀ । ହିମାଚଳପ୍ରଦେଶରେ ଦାଉ ସାଧୁଛି ପ୍ରକୃତି, ଘର ଛାଡିଲେଣି ୧୧ହଜାର ଲୋକ
କନକ ବ୍ୟୁରୋ : ପ୍ରକୃତିର ପ୍ରକୋପରେ ଛଟପଟ ପାହାଡିଆ ରାଜ୍ୟର ବାସିନ୍ଦା । ହିମାଚଳରେ ବର୍ଷା, ବନ୍ୟା, ଭୁସ୍ଖଳନ ନେଇ ଆସିଛି ଦୁଃଖ । କାହାର ଜୀବନ ଯାଉଛି ତ କିଏ ନିଜ ପରିବାର ପରିଜନକୁ ହରାଉଛନ୍ତି । ଧନଜନ ଜୀବନ ସବୁ ଆଖି ପଲକରେ ନଷ୍ଟ ହେଉଛି । ଯେଉଁ ରାଜ୍ୟକୁ ଖରା,ବର୍ଷା, ଶୀତ ସବୁ ସମୟରେ ଶହ ଶହ ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ ଛୁଟେ ଏବେ ସେହି ରାଜ୍ୟର ଲୋକ ନିଜ ଘର ଛାଡିContinue reading “ଦୁଃଖ ଦେଉଛି ପାହାଡ଼ ରାଣୀ । ହିମାଚଳପ୍ରଦେଶରେ ଦାଉ ସାଧୁଛି ପ୍ରକୃତି, ଘର ଛାଡିଲେଣି ୧୧ହଜାର ଲୋକ”