ଛତିଶଗଡ ଭୋଟରଙ୍କୁ କେଜ୍ରିୱାଲ ଦେଲେ ୧୦ଟି ପ୍ରତିଶ୍ରୁତି । କହିଲେ, ଥରେ ଆମକୁ ସୁଯୋଗ ଦିଅ ପରେ ସବୁ ଦଳକୁ ଭୁଲିଯିବ

କନକ ବ୍ୟୁରୋ : ଚଳିତବର୍ଷ ଛତିଶଗଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟର ସମସ୍ତ ରାଜନୈତିକ ଦଳମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ବିଜେପି ତରଫରୁ ୨୧ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ଅନ୍ୟପଟେ ଆମ୍ ଆଦମୀ ପାର୍ଟି ଛତିଶଗଡ ଭୋଟରଙ୍କ ପାଇଁ ୧୦ଟି ପ୍ରତିଶ୍ରୁତି ଘୋଷଣା କରିଛନ୍ତି । ଛତିଶଗଡର ରାୟପୁର ଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀContinue reading “ଛତିଶଗଡ ଭୋଟରଙ୍କୁ କେଜ୍ରିୱାଲ ଦେଲେ ୧୦ଟି ପ୍ରତିଶ୍ରୁତି । କହିଲେ, ଥରେ ଆମକୁ ସୁଯୋଗ ଦିଅ ପରେ ସବୁ ଦଳକୁ ଭୁଲିଯିବ”

ଇଞ୍ଜିନିୟର ଗୁପଚୁପ୍ ବାଲା । ସକାଳୁ ସକାଳୁ ଅଫିସ ଯାଆନ୍ତି, ସନ୍ଧ୍ୟାରେ ଗୁପଚୁପ୍ ବିକୁଛନ୍ତି ।

କନକ ବ୍ୟୁରୋ: ପେଶାରେ ମେକାନିକାଲ ଇଞ୍ଜିନିୟର । ନିଶା ନିଆରା ଗୁପଚୁପ୍ ତିଆରି କରି ବିକିବା । ହାଲରେ ଚୁକ୍ତିଭିତ୍ତିକ ଚାକିରି, ହାତକୁ ମାସିକ ଆସୁଛି ୧୫ ହଜାର ଟଙ୍କା ଦରମା । ହେଲେ ଘରେ ବସି ସମୟ ନଷ୍ଟ କରିବା କହିଁକି? ଭାବି ଭାବି ଶେଷରେ ଗୁପଚୁପ୍ ବାଲା ବନିଯାଇଛନ୍ତି ଉଚ୍ଚଶିକ୍ଷିତ ଯୁବକ । ସୁନାବେଡ଼ାର ପାଠୁଆ ଗୁପଚୁପ୍ ବିକାଳୀଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ନାଁ ଅରୁଣ କୁମାର ନାୟକ । ଶିକ୍ଷାଗତContinue reading “ଇଞ୍ଜିନିୟର ଗୁପଚୁପ୍ ବାଲା । ସକାଳୁ ସକାଳୁ ଅଫିସ ଯାଆନ୍ତି, ସନ୍ଧ୍ୟାରେ ଗୁପଚୁପ୍ ବିକୁଛନ୍ତି ।”

ତେଲେଙ୍ଗାନା କଂଗ୍ରେସର ନୂଆ ଫର୍ମୁଲା, ବିଧାନସଭା ଟିକେଟ ପାଇଁ ଆବେଦନ କଲେ ଦେବାକୁ ପଡିବ ୫୦ ହଜାର ଟଙ୍କା ଆବେଦନ ଶୁଳ୍କ

କନକ ବ୍ୟୁରୋ : ଚଳିତ ବର୍ଷ ଶେଷ ଆଡକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ କଂଗ୍ରେସର ତେଲେଙ୍ଗାନା ୟୁନିଟ୍ ବିଧାନସଭା ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଦଳ ତରଫରୁ ଟିକେଟ ଆଶାୟୀଙ୍କ ଠାରୁ ଆବେଦନ ଗ୍ରହଣ କରାଯାଉଛି । ଏନେଇ ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । କଂଗ୍ରେସର କର୍ଣ୍ଣାଟକ ୟୁନିଟ୍ ଭଳି ତେଲେଙ୍ଗାନା ୟୁନିଟ ତରଫରୁ ଆଶାୟୀ ଅନୁସୂଚିତ ଜାତି, ଅନୁସୂଚିତContinue reading “ତେଲେଙ୍ଗାନା କଂଗ୍ରେସର ନୂଆ ଫର୍ମୁଲା, ବିଧାନସଭା ଟିକେଟ ପାଇଁ ଆବେଦନ କଲେ ଦେବାକୁ ପଡିବ ୫୦ ହଜାର ଟଙ୍କା ଆବେଦନ ଶୁଳ୍କ”

‘ମୁଁ ନ୍ୟାୟ ପାଇବା ଯାଏଁ ପ୍ରତି ସପ୍ତାହରେ ନିଜର ଗୋଟିଏ ଲେଖାଏଁ ଅଙ୍ଗ କାଟିଦେବି’ : ପୁଲିସର ନିଷ୍କ୍ରିୟତା ବିରୋଧରେ ବ୍ୟକ୍ତିଙ୍କ କଠୋର ନିଷ୍ପତ୍ତି

କନକ ବ୍ୟୁରୋ: ଭାଇ, ଭାଉଜଙ୍କ ମୃତ୍ୟୁ ସାଧାରଣ ନୁହେଁ ବରଂ ସେମାନଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତା ଯାଇଥିଲା । ସବୁ ଜାଣି ମଧ୍ୟ ପୁଲିସ ନୀରବ । ତେଣୁ ପୁଲିସର ଏହି ନୀରବତା ବିରୋଧରେ କଠୋର ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସତାରା ଜିଲ୍ଲାର ଧନଞ୍ଜୟ ନାନାୱାରେ । ଭାଇ . ଭାଉଜଙ୍କୁ ନ୍ୟାୟ ନମିଳିବା ଯାଏଁ ପ୍ରତି ସପ୍ତାହରେ ନିଜ ଦେହରୁ ଗୋଟିଏ ଲେଖାଏଁ ଅଙ୍ଗ କାଟିଦେବେ । ଏହା କହି ପୁଲିସ ଆଗରେ ନିଜର ଆଙ୍ଗୁଠିContinue reading “‘ମୁଁ ନ୍ୟାୟ ପାଇବା ଯାଏଁ ପ୍ରତି ସପ୍ତାହରେ ନିଜର ଗୋଟିଏ ଲେଖାଏଁ ଅଙ୍ଗ କାଟିଦେବି’ : ପୁଲିସର ନିଷ୍କ୍ରିୟତା ବିରୋଧରେ ବ୍ୟକ୍ତିଙ୍କ କଠୋର ନିଷ୍ପତ୍ତି”

କ୍ରିପ୍ଟୋରେ ପୁଞ୍ଜି ନିବେଶ ନାଁରେ ଠକେଇ ମାମଲା : ସଂସ୍ଥାର ଆନ୍ତଜାତୀୟ ମୁଖ୍ୟ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : କ୍ରିପ୍ଟୋରେ ପୁଞ୍ଜି ନିବେଶ ନାଁରେ ହଜାରେ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ । ସଂସ୍ଥାର ଆନ୍ତଜାତୀୟ ମୁଖ୍ୟ ଡେଭିଡ ଗେଜ୍ ବିରୋଧରେ ଲୁକଆଉଟ୍ ସରକୁଲାର ଜାରି କଲା ବ୍ୟୁରୋ ଅଫ ଇମିଗ୍ରେସନ୍ । ଲୁକ୍ ଆଉଟ୍ ସରକୁଲାର ଜାରି କରିବକୁ ଅନୁରୋଧ କରିଥିଲା ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । କ୍ରିପ୍ଟୋରେ ପୁଞ୍ଜି ନିବେଶ ନାଁରେ ଲୋକଙ୍କୁ ଠକୁଥିଲା ଏହି ଏସଟିଏ ଟୋକେନ୍ ସଂସ୍ଥା । ପୂର୍ବରୁContinue reading “କ୍ରିପ୍ଟୋରେ ପୁଞ୍ଜି ନିବେଶ ନାଁରେ ଠକେଇ ମାମଲା : ସଂସ୍ଥାର ଆନ୍ତଜାତୀୟ ମୁଖ୍ୟ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ”

୫-ଟି ସଚିବଙ୍କୁ ସତ୍ୟବାଦୀରେ କାଳିମାଡ । ମିଳିଲା କାଳିମାଡ କରିଥିବା ଯୁବକଙ୍କ ପରିଚୟ ।

କନକ ବ୍ୟୁରୋ : ସତ୍ୟବାଦୀରେ ୫-ଟି ସଚିବଙ୍କୁ କାଳିମାଡ କରିଥିବା ଅଭିଯୁକ୍ତ ଯୁବକଙ୍କ ପରିଚୟ ମିଳିଛି । କାଳିମାଡ କରୁଥିବା ଯୁବକ ଜଣକ ହେଉଛନ୍ତି କଣାସ ଅଞ୍ଚଳର ଭାସ୍କର ସାହୁ । ଏଲଆଇସି ଏଜେଣ୍ଟ ଭାବେ କାମ କରନ୍ତି ଭାସ୍କର । ୫-ଟି ସଚିବଙ୍କୁ କାଳିମାଡ କରିବା ପରେ ଭାସ୍କରଙ୍କୁ ପୋଲିସ କାବୁ କରିବା ସହ ନିଜ ହେପାଜତରେ ରଖିଛି । ଆଜି ପୁରୀ ଗସ୍ତର ଦ୍ୱିତୀୟ ଦିନରେ ସତ୍ୟବାଦୀରେ ପହଞ୍ଚିଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନContinue reading “୫-ଟି ସଚିବଙ୍କୁ ସତ୍ୟବାଦୀରେ କାଳିମାଡ । ମିଳିଲା କାଳିମାଡ କରିଥିବା ଯୁବକଙ୍କ ପରିଚୟ ।”

ଲଦ୍ଦାଖରେ ବାଇକ ରାଇଡରେ ବାହାରିଲେ ରାହୁଲ ଗାନ୍ଧୀ । ଆସନ୍ତାକାଲି ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତି କରିବେ ପାଳନ

କନକ ବ୍ୟୁରୋ : ଲଦ୍ଦାଖରେ ବାଇକ ରାଇଡରେ ବାହାରିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହାର କିଛି ଫଟୋ ଏବେ ସାମ୍ନାକୁ ଆସିଛ । ରାହୁଲ ଗାନ୍ଧୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସବୁ ଫଟୋ ସେୟାର କରି ଲେଖିଛନ୍ତି, ପେଙ୍ଗଙ୍ଗ ହ୍ରଦକୁ ଯାତ୍ରା କରୁଛି । ମୋ ବାପା କହୁଥିଲେ ଏହା ବିଶ୍ୱର ଅନ୍ୟତମ ସୁନ୍ଦର ସ୍ଥାନ । କଂଗ୍ରେସର ଟ୍ୱିଟର ଆକାଉଣ୍ଟରୁ ମଧ୍ୟ ଏହି ଫଟୋ ଗୁଡିକୁ ସେୟାର କରାଯାଇଛି । ରାହୁଲContinue reading “ଲଦ୍ଦାଖରେ ବାଇକ ରାଇଡରେ ବାହାରିଲେ ରାହୁଲ ଗାନ୍ଧୀ । ଆସନ୍ତାକାଲି ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତି କରିବେ ପାଳନ”

ବିହାରରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା ମାମଲାରେ ୪ ଅଭିଯୁକ୍ତ ଗିରଫ ।  ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ 

କନକ ବ୍ୟୁରୋ: ବିହାରରେ ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଦିନ ଦ୍ୱିପହରରେ ସାମ୍ବାଦିକଙ୍କୁ ଘର ସାମ୍ନାରେ ହତ୍ୟା । ସାମ୍ବାଦିକ ବିମଲ ଯାଦବଙ୍କୁ ଗୁଳିମାଡ଼ କରି ହତ୍ୟା ପରେ ବିରୋଧାଭାଷ ତେଜିଛି । ବିଜେପି ତରଫରୁ ବିହାରରେ ଜଙ୍ଗଲରାଜ ଚାଲିଛି ବୋଲି କୁହାଯାଇଛି । ଏହି ଘଟଣାରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି । ଶୁକ୍ରବାର ଭୋରରୁ ସାମ୍ବାଦିକଙ୍କ ଘରକୁ ୪ଜଣ ଦୁବୁର୍ତ ପହଁଚିଥିଲେ ଓ ତାଙ୍କ କବାଟକୁContinue reading “ବିହାରରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା ମାମଲାରେ ୪ ଅଭିଯୁକ୍ତ ଗିରଫ ।  ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ “

‘ସମ୍ବାଦ’ର ଆଲେଖ୍ୟକୁ ନେଇ ଚର୍ଚ୍ଚା ଜାରି । ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ

କନକ ବ୍ୟୁରୋ : ସମ୍ବାଦ ଖବର କାଗଜରେ, ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନର ଅନୁଚିନ୍ତା, ଆଲେଖ୍ୟକୁ ନେଇ ଜାରି ରହିଛି ଚର୍ଚ୍ଚା । ରାଜ୍ୟର ପ୍ରମୁଖ ଗଣମାଧ୍ୟମଠାରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମରେ ସୌମ୍ୟରଞ୍ଜନଙ୍କ ଆମଘରର ହାଲଚାଲ, ଅନୁଚିନ୍ତାକୁ ନେଇ ଆଲୋଚନା ହେଉଛି । ତେବେ ତାଙ୍କର ଏଭଳି ମତକୁ ଅନେକ ସମର୍ଥନ କରୁଥିବାବେଳେ ଆଉ କିଛି ଭିନ୍ନ ଚର୍ଚ୍ଚା କରୁଛନ୍ତି । ଯାହାକୁ ନେଇ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ରଖିଛନ୍ତି ସୌମ୍ୟରଞ୍ଜନContinue reading “‘ସମ୍ବାଦ’ର ଆଲେଖ୍ୟକୁ ନେଇ ଚର୍ଚ୍ଚା ଜାରି । ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ”

ସତ୍ୟବାଦୀରେ ୫-ଟି ସଚିବଙ୍କୁ କାଳିମାଡ । କାଳିମାଡ କରିଥିବା ବ୍ୟକ୍ତିଙ୍କୁ କାବୁ କଲା ପୋଲିସ ।

କନକ ବ୍ୟୁରୋ : ୫-ଟି ସଚିବଙ୍କୁ କାଳିମାଡ । ସତ୍ୟବାଦୀରେ ୫-ଟି ସଚିବଙ୍କ କାଳିମାଡ । ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ କାଳିମାଡ । ୟୁଜିଏସ କଲେଜ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ସଚିବଙ୍କ ଉପରେ କାଳିମାଡ ହୋଇଛି । କାଳିମାଡ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ପୋଲିସ ନିଜ ହେପାଜତକୁ ନେଇଛି । କେବଳ ୫-ଟି ସଚିବ ନୁହେଁ ଜିଲ୍ଲାପାଳଙ୍କ ଉପରେ ମଧ୍ୟ କାଳିମାଡ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୨ ଦିନିଆ ପୁରୀ ଗସ୍ତରେ ଥିଲେContinue reading “ସତ୍ୟବାଦୀରେ ୫-ଟି ସଚିବଙ୍କୁ କାଳିମାଡ । କାଳିମାଡ କରିଥିବା ବ୍ୟକ୍ତିଙ୍କୁ କାବୁ କଲା ପୋଲିସ ।”

Design a site like this with WordPress.com
Get started