୭ ନବଜାତଙ୍କୁ ହତ୍ୟା କରିଥିବା ନର୍ସ ଦୋଷୀ ସାବ୍ୟସ୍ତ । ଭାରତୀୟ ଡାକ୍ତରଙ୍କ ଯୋଗୁଁ ଧରାପଡିଲେ ।

କନକ ବ୍ୟୁରୋ: ଉତ୍ତର ଇଂଲଣ୍ଡର ଏକ ହସ୍ପିଟାଲରେ କାମ କରୁଥିବା ଜଣେ ୭ ନବଜାତ ଶିଶୁଙ୍କୁ ହତ୍ୟା କରିଥିବା ନର୍ସ ଶେଷରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ଧରାଇବାରେ ସାହାଯ୍ୟ କରିଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର । ଚେଷ୍ଟର ସ୍ଥିତ ‘କାଉଣ୍ଟେସ୍ ଅଫ୍ ଚେଷ୍ଟର’ ହସ୍ପିଟାଲର ଶିଶୁ ଚିକିତ୍ସକ ରବି ଜୟରାମ କହିଛନ୍ତି ଯେ, ଯଦି ଏହି ନର୍ସଙ୍କୁ ନେଇ ତାଙ୍କ କଥା ଉପରେ ପୂର୍ବରୁ କେହି ଚିନ୍ତା କରିଥାନ୍ତେ ବା ଗୁରୁତର ଭାବେContinue reading “୭ ନବଜାତଙ୍କୁ ହତ୍ୟା କରିଥିବା ନର୍ସ ଦୋଷୀ ସାବ୍ୟସ୍ତ । ଭାରତୀୟ ଡାକ୍ତରଙ୍କ ଯୋଗୁଁ ଧରାପଡିଲେ ।”

ଦେଶର ପ୍ରଥମ ଥ୍ରୀଡି ଡାକଘର । ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କନକ ବ୍ୟୁରୋ : ଦେଶର ପ୍ରଥମ ଥ୍ରୀଡି ଡାକଘର । ଶୁଣିବାକୁ ନୂଆ ଲାଗୁଥିଲେ ବି କଥାଟି ସମ୍ପୂର୍ଣ୍ଣ ଭାବେ ସତ । ଦେଶର ପ୍ରଥମ ଥ୍ରୀଡି ପ୍ରିଣ୍ଟିଂ ଡାକଘର ଏବେ ବେଙ୍ଗାଲୁରରେ ଖୋଲିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଥ୍ରୀଡି ପୋଷ୍ଟ ଅଫିସର ଉଦଘାଟନ କରିଛନ୍ତି । ଏକହଜାର ୨୧ ସ୍କୋୟର ଫିଟରେ ନିର୍ମିତ ହୋଇଛି ଏହି ଅତ୍ୟାଧୁନିକ ଡାକଘର । ଆଇଆଇଟି ମାଡ୍ରାସର ତତ୍ୱାବଧାନରେ ବିଦେଶୀ କମ୍ପାନୀ ଲାର୍ସନ ଆଣ୍ଡ ଟ୍ରୁବୋ ଏହାର ନିର୍ମାଣContinue reading “ଦେଶର ପ୍ରଥମ ଥ୍ରୀଡି ଡାକଘର । ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ”

ପାଣିରେ ବୁଡିଲା ଶହ ଶହ ଏକର ଚାଷ ଜମି । ଚାଷିଙ୍କ ମୁଣ୍ଡରେ ଚଡକ

କନକ ବ୍ୟୁରୋ : ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ହାଟଡ଼ିହି ବ୍ଲକର ଅନେକ ସ୍ଥାନରେ ପାଣିରେ ବୁଡି ରହିଛି ଶହଶହ ଏକର ଚାଷ ଜମି । ଗତ ୧୦ ଦିନ ତଳେ ହୋଇଥିବା ବର୍ଷା ଓ ବନ୍ୟାରେ ଏକର ଏକର ଜମି ପାଣିରେ ବୁଡି ଧାନ ଚାଷ ନଷ୍ଟ ହୋଇଥିଲା । ଏଥିଯୋଗୁ ଅନେକ କ୍ଷତି ମଧ୍ୟ ସହିଥିଲେ ଚାଷୀ । ପାଣି କମିବା ପରେ ପୁଣିଥରେ ଚାଷୀମାନେ ବହୁକଷ୍ଟ କରି ଧାନ ତଳିContinue reading “ପାଣିରେ ବୁଡିଲା ଶହ ଶହ ଏକର ଚାଷ ଜମି । ଚାଷିଙ୍କ ମୁଣ୍ଡରେ ଚଡକ”

ସଲମାନଙ୍କୁ ଚ୍ୟାଲେଞ୍ଜ ଦେବା ଭାରି ପଡିଲା । ଜୀବନର ସବୁ ହରାଇ ବର୍ବାଦ ହୋଇଗଲେ, ଏବେ କ’ଣ କରୁଛନ୍ତି ଜୁବେର?

କନକ ବ୍ୟୁରୋ: ଫିଲ୍ମ ମେକର ତଥା ଡାଇରେକ୍ଟର ଜୁବେର ଖାନଙ୍କ ମନର କ୍ଷୋଭ । ବିଗବସ୍ ୧୧ରେ ଥିବା ଏହି କଣ୍ଟେଷ୍ଟାଣ୍ଟଙ୍କ କଥା ହୁଏତ ଅପଣଙ୍କର ମନେ ଥିବ । ଏଥିରେ ସଲମାନ୍ ଖାନ୍ ଲାଇଭ ସୋରେ ଖୋଲାଖୋଲି ଏହି କଣ୍ଟେଷ୍ଟାଣ୍ଟଙ୍କୁ ଗାଳି ଦେଇଥିଲେ । ଶୋ’ରେ ସଲମାନଙ୍କ ସହ ହୋଇଥିବା ଏହି କଥା କଟକଟି ଶୋ ପରେ ମଧ୍ୟ ଜାରି ରହିଥିଲା । ଯାହା ଜୁବେରଙ୍କୁ ପୁରା ବର୍ବାଦ କରିଦେଲା । ଆଜିକା ଦିନରେ ପୁରାContinue reading “ସଲମାନଙ୍କୁ ଚ୍ୟାଲେଞ୍ଜ ଦେବା ଭାରି ପଡିଲା । ଜୀବନର ସବୁ ହରାଇ ବର୍ବାଦ ହୋଇଗଲେ, ଏବେ କ’ଣ କରୁଛନ୍ତି ଜୁବେର?”

ଅସୁସ୍ଥ ମାଆକୁ ଦେଖିପାରିଲାନି ପୁଅ । ଅନ୍ୟ ଜାତିରେ ବାହା ହୋଇଥିବାରୁ ଗାଁରୁ ହୋଇଥିଲେ ବାସନ୍ଦ

କନକ ବ୍ୟୁରୋ : ଅନ୍ୟ ଜାତିରେ ବିବାହ କରିବାରୁ ଗାଁରୁ ହେଲେ ନିଆଁପାଣି ବାସନ୍ଦ । ଏମିତି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବକ୍ଲର ନିମଖଣ୍ଡି ଥାନା ଅଧୀନ ବୋରୀ ଗାଁରୁ । ଗାଁର ନିବାସୀ ଉମାଶଙ୍କର ସାହୁ ୧୬ ବର୍ଷ ତଳେ ଅନ୍ୟ ଜାତିର ଝିଅକୁ ବିବାହ କରିଥିଲେ । ଏହା ପରେ ସେ ଗାଁକୁ ଯାଉ ନଥିଲେ । ତେବେ ନିକଟରେ ମାଆଙ୍କ ଶରୀର ଅସୁସ୍ଥ ହେବାରୁ ଉମାଶଙ୍କର ତାକୁ ଦେଖିବାକୁ ନିଜContinue reading “ଅସୁସ୍ଥ ମାଆକୁ ଦେଖିପାରିଲାନି ପୁଅ । ଅନ୍ୟ ଜାତିରେ ବାହା ହୋଇଥିବାରୁ ଗାଁରୁ ହୋଇଥିଲେ ବାସନ୍ଦ”

ବୁମରାଙ୍କ ପ୍ରତ୍ୟାବର୍ତନର ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ । ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦କୁ ଡିଏଲରେ ଜିତିଲା ଭାରତ

କନକ ବ୍ୟୁରୋ : ଆୟରଲ୍ୟାଣ୍ଡ ଗସ୍ତରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଡବଲିନରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଘରୋଇ ଦଳକୁ ଡିଏଲ୍ ପଦ୍ଧତିରେ ୨ ରନରେ ପରାସ୍ତ କରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଆୟରଲ୍ୟାଣ୍ଡ ୨୦ ଓଭରରେ ୭ ୱିକେଟ୍ ହରାଇ କରିଥିଲା ୧୩୯ ରନ୍ । ଦଳ ୫୯ ରନ୍ ଭିତରେ ୬ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା । ତେବେ ବ୍ୟାରୀ ମ୍ୟାକକାର୍ଥିଙ୍କ ଅର୍ଦ୍ଧଶତକ ଓContinue reading “ବୁମରାଙ୍କ ପ୍ରତ୍ୟାବର୍ତନର ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ । ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦କୁ ଡିଏଲରେ ଜିତିଲା ଭାରତ”

ପୁଅର ଦେହାନ୍ତ ଦୁଃଖକୁ ସହିପାରିଲେନି ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ମା’ । ଝୁରି ଝୁରି ଚାଲିଗଲା ତାଙ୍କ ମା’ଙ୍କ ଜୀବନ

କନକ ବ୍ୟୁରୋ : ପୁଅକୁ ଝୁରି ଝୁରି ଚାଲିଗଲେ ସହିଦ୍ ସୁଶାନ୍ତ ଖୁଣ୍ଟିଆଙ୍କ ମାଆ । ଗତ ଶୁକ୍ରବାର ଦିନ ନକ୍ସଲଙ୍କ ଗୁଳି ମାଡ଼ରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇ ଯାଇଥିଲେ । ଏହି ଧକ୍କାକୁ ସହି ପାରିନଥିଲେ ସହିଦଙ୍କ ଅସୁସ୍ଥ ମାଆ ସୁନ୍ଦରୀ ଖୁଣ୍ଟିଆ । ୭ ଦିନ ଭିତରେ ସେ ଆହୁରି ଅସୁସ୍ଥ ହୋଇ ପଡିଥିଲେ । ଗତ ୪ ଦିନ ହେଲା ଖିଆପିଆ ଛାଡି ଦେଇଥିଲେ । ଶୁକ୍ରବାର ସକାଳେContinue reading “ପୁଅର ଦେହାନ୍ତ ଦୁଃଖକୁ ସହିପାରିଲେନି ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ମା’ । ଝୁରି ଝୁରି ଚାଲିଗଲା ତାଙ୍କ ମା’ଙ୍କ ଜୀବନ”

ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଯାନ-୩ । ସବୁ ଠିକଠାକ ରହିଲେ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩

କନକ ବ୍ୟୁରୋ : ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ । କକ୍ଷପଥ ପରିବର୍ତନ କରି ଚନ୍ଦ୍ର ଆଡ଼କୁ ପାଖେଇଲା ଲ୍ୟାଣ୍ଡର ବିକ୍ରମ । ସଫଳତାର ସହ ଏକୁଟିଆ ଲ୍ୟାଣ୍ଡର ପ୍ରଥମ ପାଦ ଅତିକ୍ରମ କରିଛି । ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସର୍ବନିମ୍ନ ୧୧୩ ଓ ସର୍ବାଧିକ ୧୫୭କିଲୋମିଟର ଦୂରରେ ଚନ୍ଦ୍ରକୁ ପ୍ରଦକ୍ଷିଣ କରୁଛି । ଏହାସହ ଲ୍ୟାଣ୍ଡର ବିକ୍ରମର ଏଲପିଡିସି କ୍ୟାମେରା ଚନ୍ଦ୍ରର ଫଟୋ ଚିତ୍ର ପଠାଇଛି । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟContinue reading “ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଯାନ-୩ । ସବୁ ଠିକଠାକ ରହିଲେ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩”

ଚିନ୍ତା ବଢ଼ାଉଛି ମୌସୁମୀ । ୧୨୩ ବର୍ଷରେ ସବୁଠୁ ଶୁଷ୍କ ହେବ ଅଗଷ୍ଟ ମାସ

କନକ ବ୍ୟୁରୋ : ଚିନ୍ତା ବଢ଼ାଉଛି ଲଗାତର ଜଳବାୟୁ ପରିବର୍ତନ । ପ୍ରଭାବରେ କେଉଁଠି ବର୍ଷା ତ କେଉଁଠି ଶୁଖିଲା ପଡ଼ିଛି । ଆଉ ଏହାରି ଭିତରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ବେଶ୍ ଚିନ୍ତାଜନକ । ଏଲ୍ ନିନୋ ପ୍ରଭାବରେ ଚଳିତ ବର୍ଷର ଅଗଷ୍ଟ ମାସ ଶତାବ୍ଦୀର ସବୁଠାରୁ ଶୁଷ୍କ ହେବାକୁ ଯାଉଛି । ଅର୍ଥାତ୍ ଶହେରୁ ଅଧିକ ବର୍ଷ ପରେ ଭାରତରେ ଅଗଷ୍ଟ ମାସ ଶୁଷ୍କ ହେବାକୁ ଯାଉଛି । କାରଣ ଅଗଷ୍ଟContinue reading “ଚିନ୍ତା ବଢ଼ାଉଛି ମୌସୁମୀ । ୧୨୩ ବର୍ଷରେ ସବୁଠୁ ଶୁଷ୍କ ହେବ ଅଗଷ୍ଟ ମାସ”

ଆଜି ୧୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ । ୨୫ରେ ସୃଷ୍ଟି ହୋଇପାରେ ଆଉଏକ ଘୂର୍ଣ୍ଣିବଳୟ

କନକ ବ୍ୟୁରୋ : ଉତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଏହାର ପ୍ରଭାବ ଆଜି ମଧ୍ୟ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆଜି ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟିContinue reading “ଆଜି ୧୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ । ୨୫ରେ ସୃଷ୍ଟି ହୋଇପାରେ ଆଉଏକ ଘୂର୍ଣ୍ଣିବଳୟ”

Design a site like this with WordPress.com
Get started