ଆତ୍ମହତ୍ୟା ରୋକିବ ସ୍ପ୍ରିଙ୍ଗ୍ ଫ୍ୟାନ୍! ଓଜନ ଅଧିକ ହେଲେ ଓହଳି ଯିବ ଫ୍ୟାନ୍

କନକ ବ୍ୟୁରୋ: କୋଟା, ରାଜସ୍ଥାନର ଏହି ସହର କୋଚିଂ ହବ୍ ଭାବେ ସାରା ଦେଶରେ ପରିଚିତ । ପ୍ରତିବର୍ଷ ଏହି ସହରକୁ ଦେଶର କୋଣ ଅନୁକୋଣରୁ ୨ରୁ ୩ଲକ୍ଷ ଛାତ୍ରଛାତ୍ରୀ କୋଚିଂ କରିବା ପାଇଁ ଆସନ୍ତି । କାହାର ଡାକ୍ତର ହେବାର ସ୍ୱପ୍ନ ଥାଏ, ତ ଆଉ କାହାର ଇଞ୍ଜିନିୟର ହେବାକୁ ଚାହୁଁଥାଏ । ନିଟ୍-ୟୁଜି ଏବଂ ଆଇଆଇଟି ଜେଇ କୋଚିଂ ପାଇଁ ଆସୁଥିବା ଏହି ଛାତ୍ରଛାତ୍ରୀମାନେ ସହରର ବିଭିନ୍ନ ହୋଷ୍ଟଲ ଓ ପିଜିରେ ରୁହନ୍ତି ।Continue reading “ଆତ୍ମହତ୍ୟା ରୋକିବ ସ୍ପ୍ରିଙ୍ଗ୍ ଫ୍ୟାନ୍! ଓଜନ ଅଧିକ ହେଲେ ଓହଳି ଯିବ ଫ୍ୟାନ୍”

ମୌସୁମୀକୁ ସକ୍ରିୟ କଲା ଲଘୁଚାପ। ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି

କନକ ବ୍ୟୁରୋ: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଅଗଷ୍ଟ ୧୯ ତାରିଖ ସକାଳ ୮ଟା ୩୦ ଯାଏଁ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର,Continue reading “ମୌସୁମୀକୁ ସକ୍ରିୟ କଲା ଲଘୁଚାପ। ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି”

ଭୟ ଓ ଆତଙ୍କ ଭିତରେ ଖୁସି ଖବର । ଧୂଆଁ ବଳୟ ଭିତରେ ଜନ୍ମନେଲା ଶିଶୁପୁତ୍ର ।

କନକ ବ୍ୟୁରୋ : ଏମିତି ଏକ ଖବର ଯାହା ଭୟ ଓ ଆତଙ୍କ ଭିତରେ ଆଣିଦେଇଛି ଖୁସିର ଲହରି । ଏପଟେ ନିଆଁରେ ଜଳୁଥିଲା ହସ୍ପିଟାଲ୍, ସେପଟେ ଚାଲିଥିଲା ଅପରେସନ୍ । ମନରେ ବଢୁଥିଲା ଭୟ, ତଥାବି ହାର ମାନିନଥିଲେ ଭଗବାନ ରୂପି ଡାକ୍ତର । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ଓଟିରେ ଚାଲିଥିଲା ଅପରେସନ । ଅପରେସନ ଟେବୁଲରେ ଶୋଇଥିଲେ ପ୍ରସୁତି । ଆଉ ଖବର ଆସିଲା ହସ୍ପିଟାଲରେ ଲାଗିଯାଇଛି ନିଆଁ । ରୋଗୀଙ୍କୁContinue reading “ଭୟ ଓ ଆତଙ୍କ ଭିତରେ ଖୁସି ଖବର । ଧୂଆଁ ବଳୟ ଭିତରେ ଜନ୍ମନେଲା ଶିଶୁପୁତ୍ର ।”

ଶବଦାହ ପାଇଁ ନିର୍ମାଣ କେନ୍ଦ୍ରର ଉଦଘାଟନକୁ ଗଲେନି ମେୟର, ତେଜିଲା ରାଜନୀତି

କନକ ବ୍ୟୁରୋ: ପ୍ରାକୃତିକ ଗ୍ୟାସ ଦ୍ୱାରା ଶବଦାହ ପାଇଁ ନିର୍ମାଣ ହୋଇଥିବା କେନ୍ଦ୍ରର ଉଦଘାଟନ ପାଇଁ ବଣ୍ଟା ଯାଇଥିଲା ନିମନ୍ତ୍ରଣ ପତ୍ର । ନିମନ୍ତ୍ରଣ ପତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ, ବିଏମସି ମେୟର ସୁଲୋଚନା ଦାସ, ସ୍ଥାନୀୟ କର୍ପୋରେଟର ଓ ଗେଲ ଇଣ୍ଡିଆ ଲିମିଟେଡର ଅଧିକାରୀଙ୍କ ନାଁ ରହିଛି । କିନ୍ତୁ ଆଜି ହୋଇଥିବା ଉଦଘାଟନ କାର୍ଯ୍ୟକ୍ରମରେ ମଂଚ ଉପରେ ସମସ୍ତେ ଥିବାବେଳେ ନାହାନ୍ତି ବିଏମସି ମେୟର ସୁଲୋଚନା ଦାସ । ଏଭଳିContinue reading “ଶବଦାହ ପାଇଁ ନିର୍ମାଣ କେନ୍ଦ୍ରର ଉଦଘାଟନକୁ ଗଲେନି ମେୟର, ତେଜିଲା ରାଜନୀତି”

‘ସମ୍ବାଦ’ରେ ଜନ୍ମଦିନର ଅନୁଚିନ୍ତା: ସୌମ୍ୟ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ବୟାନବାଜି

କନକ ବ୍ୟୁରୋ: ଦୈନିକ ସମ୍ବାଦପତ୍ର ସମ୍ବାଦରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଲେଖିଥିବା ଏକ ଆଲେଖ୍ୟକୁ ନେଇ ଜୋରଦାର ହୋଇଛି ରାଜନୈତିକ ବୟାନବାଜି । ଜନ୍ମଦିନ ଅବସରରେ ସମ୍ବାଦରେ ସମ୍ପାଦକୀୟ ଲେଖି କେତେକ ମୌଳିକ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ ପଟ୍ଟନାୟକ । ଯାହା ବିରୋଧୀ ଶିବିରକୁ ବେସ ଉତ୍ସାହିତ କରିଛି । ଫାଇବ-ଟି ସଚିବଙ୍କ ଉପରେ ବାରମ୍ବାର ପ୍ରଶ୍ନ ଉଠାଉଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହି ପ୍ରସଙ୍ଗରେ ପୁଣିଥରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଅପରାଜିତା କହିଛନ୍ତି-Continue reading “‘ସମ୍ବାଦ’ରେ ଜନ୍ମଦିନର ଅନୁଚିନ୍ତା: ସୌମ୍ୟ ପଟ୍ଟନାୟକଙ୍କ ଆଲେଖ୍ୟକୁ ନେଇ ବୟାନବାଜି”

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା। ଶରତଙ୍କୁ ପଚରାଉଚରା କଲା ପୋଲିସ

କନକ ବ୍ୟୁରୋ: ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲାରେ ରହସ୍ୟ ଖୋଲିବାକୁ ତଦନ୍ତ ଚଳାଇଛି ପୋଲିସ୍ । ଏନେଇ ଅଭିଯୁକ୍ତ ଶରତ ନାୟକଙ୍କୁ ପଚରାଉଚରା ହୋଇଛି । ଏହାସହ ଘଟଣାରେ ସାମ୍ନାକୁ ଆସିଥିବା ଅଡ଼ିଓ କ୍ଲିପକୁ ମଧ୍ୟ ଯାଂଚ କରାଯିବ । ଝିଅର ପ୍ରେମିକଙ୍କ ମା ସହ ଶରତ କଥା ହେଉଥିବାର ଅଡିଓ ଭାଇରାଲ ହୋଇଛି । ପୋଲିସ ସହ କଥା ହୋଇ ଶବ ବ୍ୟବଚ୍ଛେଦ କରାଇନଥିବା ସ୍ପଷ୍ଟ ଭାବେ କହୁଛନ୍ତି ଶରତ ନାୟକ । ସମ୍ପୂର୍ଣ୍ଣ ଯାଂଚContinue reading “ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା। ଶରତଙ୍କୁ ପଚରାଉଚରା କଲା ପୋଲିସ”

ବାରିପଦା ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ଧୂଆଁମୟ ଓଟି ଓ ଆଇସିୟୁ

କନକ ବ୍ୟୁରୋ: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ତୃତୀୟ ମହଲାରେ, ଅପରାହ୍ନରେ ଅଚାନକ ଲାଗି ଯାଇଥିଲା ନିଆଁ । କେହି କିଛି ବୁଝିବା ପୂର୍ବରୁ ମାତ୍ର ଅଳ୍ପ କିଛି ସମୟ ଭିତରେ, ଧୂଆଁମୟ ହୋଇଯାଇଥିଲା ପୂରା ଅଞ୍ଚଳ । ତୃତୀୟ ମହଲାରେ ଥିବା ପ୍ରସୂତୀ ବିଭାଗର ଓଟି ଓ ଆଇସିୟୁର ଚାରିଆଡେ କେବଳ ଧୂଆଁ ହିଁ ଧୂଆଁ ଦେଖାଯାଉଥିଲା । ଏଭଳି ସ୍ଥିତିରେ ତୃତୀୟ ମହଲାରୁ ରୋଗୀଙ୍କୁ ଉଦ୍ଧାର କରିବା ମେଡିକାଲ କର୍ତ୍ତୃପକ୍ଷ ଓContinue reading “ବାରିପଦା ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ଧୂଆଁମୟ ଓଟି ଓ ଆଇସିୟୁ”

ଚାପି ହୋଇଗଲା କି ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଫାଇଲ? କାହିଁକି ଜଣାପଡ଼ୁନି କେମିତି ହୋଇଥିଲା ମୃତ୍ୟୁ

କନକ ବ୍ୟୁରୋ: ଶୁଭଲକ୍ଷ୍ମୀ ମୃତ୍ୟୁ ସସପେନ୍ସ ଉପରୁ ହଟିପରୁନି ପରଦା । ଏବେବି ରହସ୍ୟ ଘେରରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ । ବୟଫ୍ରେଣ୍ଡଠୁ ଆରମ୍ଭ କରି ଅଙ୍କଲ-ଆଣ୍ଟି ପର୍ଯ୍ୟନ୍ତ ଏବଂ ପରିବାରଠୁ ଆରମ୍ଭ କରି ବାର୍ ମାଲିକ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁଡ଼ାଇତୁଡ଼ାଇ ଜେରା କରିଛି ପୋଲିସ୍ । ଏହା ଏକ ଆତ୍ମହତ୍ୟାଜନିତ ମୃତ୍ୟୁ, ଏକଥା ସ୍ପଷ୍ଟ, କିନ୍ତୁ ଚର୍ଚ୍ଚା ହେଉଛି, ଏହି ଆତ୍ମହତ୍ୟା ପାଇଁ ପ୍ରବର୍ତାଯାଇଛି । ଯାହାକୁ ନେଇ ପୋଲିସ ଖୋଳତାଡ଼ ତContinue reading “ଚାପି ହୋଇଗଲା କି ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଫାଇଲ? କାହିଁକି ଜଣାପଡ଼ୁନି କେମିତି ହୋଇଥିଲା ମୃତ୍ୟୁ”

ସାରା ରାଜ୍ୟରେ କଂଗ୍ରେସର ପ୍ରତିବାଦ। ୯ ଦଫା ଦାବିରେ ବ୍ଲକ ଘେରାଉ

କନକ ବ୍ୟୁରୋ: ଦରଦାମ ବୃଦ୍ଧି, ଆବାସ ଯୋଜନାରେ ଦୁର୍ନୀତି, ବେକାରୀ ସମସ୍ୟା, ଚାଷୀ ସମସ୍ୟା ଆଦି ୯ଟି ପ୍ରସଙ୍ଗ ଉଠାଇ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ୩୧୪ ବ୍ଲକ୍ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛି ଦଳ । କଟକ ନିଆଳିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବିଶାଳ ଶୋଭାଯାତ୍ରାରେ ଯାଇ ବ୍ଲକ ଘେରାଉ କରାଯାଇଛି । କଂଗ୍ରେସ କର୍ମୀମାନେ ନୂଆଗାଁ ଛକରୁ ବିରାଟ ରାଲିରେ ବାହାରି ନିଆଳି ବଜାର ଦେଇ ନିଆଳି ବ୍ଲକ କାର୍ଯ୍ୟାଳୟ ଘେରିଛନ୍ତିିContinue reading “ସାରା ରାଜ୍ୟରେ କଂଗ୍ରେସର ପ୍ରତିବାଦ। ୯ ଦଫା ଦାବିରେ ବ୍ଲକ ଘେରାଉ”

‘ଜନଧନ’ ଆକାଉଣ୍ଟକୁ ନେଇ ଅର୍ଥ ମନ୍ତ୍ରଣାଳୟ ଜାରିକଲା ଡାଟା । ଜାଣନ୍ତୁ କେତେ ଲୋକ ଖୋଲିଛନ୍ତି ଏହି ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ

କନକ ବ୍ୟୁରୋ : ଦେଶରେ ଗରିବ ଲୋକମାନଙ୍କୁ ବ୍ୟାଙ୍କ ସେବା ସହ ଯୋଡିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ ଜନଧନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ସାଧାରଣ ଲୋକମାନେ ବିନା ଟଙ୍କାରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାର ସୁଯୋଗ ପାଇଥିଲେ । ଏହି ଯୋଜନାରେ ଏବେ ସୁଦ୍ଧା ୫୦ କୋଟିରୁ ଅଧିକ ଲୋକ ଆକାଉଣ୍ଟ ଖୋଲିଥିବା ଜଣାପଡିଛି । ଏହାସହ କେବଳ ୫୬ ପ୍ରତିଶତ ମହିଳା ଏହି ଯୋଜନାରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଛନ୍ତିContinue reading “‘ଜନଧନ’ ଆକାଉଣ୍ଟକୁ ନେଇ ଅର୍ଥ ମନ୍ତ୍ରଣାଳୟ ଜାରିକଲା ଡାଟା । ଜାଣନ୍ତୁ କେତେ ଲୋକ ଖୋଲିଛନ୍ତି ଏହି ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ”

Design a site like this with WordPress.com
Get started