ଦରଦାମ୍ ବୃଦ୍ଧି, ଆବାସ ଯୋଜନାରେ ଦୁର୍ନୀତି, ବେକାରୀ ସମସ୍ୟା : ରାଜ୍ୟର ବିଭିନ୍ନ ବ୍ଲକ ଘେରାଉ କଲେ କଂଗ୍ରେସ ନେତା ଓ କର୍ମୀ

କନକ ବ୍ୟୁରୋ : ଦରଦାମ ବୃଦ୍ଧି, ଆବାସ ଯୋଜନାରେ ଦୁର୍ନୀତି, ବେକାରୀ ଆଦି ସମସ୍ୟାକୁ ନେଇ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି । କଂଗ୍ରେସ ପକ୍ଷରୁ ଆଜି ଧରାକୋଟ ଏବଂ ଆସିକା ବ୍ଲକ ଘେରାଉ କରାଯାଇଛି । ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ବ୍ଲକ ଅଫିସ ଘେରିଛନ୍ତି । ବ୍ଲକରେ ହେଉଥିବା ପିପି କାରବାର, ଟାଟାଶ ପାୱାରର ଖାଉଟି ମାମଣା ନୀତି, ନାରୀ ନିର୍ଯ୍ୟାତନା ଆଦି ପ୍ରସଙ୍ଗକୁ ନେଇContinue reading “ଦରଦାମ୍ ବୃଦ୍ଧି, ଆବାସ ଯୋଜନାରେ ଦୁର୍ନୀତି, ବେକାରୀ ସମସ୍ୟା : ରାଜ୍ୟର ବିଭିନ୍ନ ବ୍ଲକ ଘେରାଉ କଲେ କଂଗ୍ରେସ ନେତା ଓ କର୍ମୀ”

ବିଧାୟକ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି : ସଭ୍ୟପଦ ରଦ୍ଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

କନକ ବ୍ୟୁରୋ : ବିଧାୟକ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି । ସଭ୍ୟପଦ ରଦ୍ଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ । ଦାୟର ଜନସ୍ୱାର୍ଥ ମାମଲାକୁ ଅଗ୍ରାହ୍ୟ କଲେ ହାଇକୋର୍ଟ । କହିଲେ, ଜନସ୍ୱାର୍ଥ ମାମଲାକୁ ହତିଆରି ଭାବେ ବ୍ୟବହାର କରି ହେବ ନାହିଁ । ଏଭଳି ମାମଲା ଜନସ୍ୱାର୍ଥ ଭାବେ ଗ୍ରହଣୀୟ ନୁହେଁ । ବିଧାୟକ ସାଂସଦଙ୍କ ମାମଲା ଶୁଣାଣି ପାଇଁ ହାଇକୋର୍ଟରେ ସ୍ୱତନ୍ତ୍ର ଖଣ୍ଡପୀଠ ରହିଛନ୍ତି । ସେହି ଖଣ୍ଡପୀଠରେ ସେଭଳିContinue reading “ବିଧାୟକ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି : ସଭ୍ୟପଦ ରଦ୍ଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ”

ଧର୍ମେନ୍ଦ୍ରଙ୍କ କଟାକ୍ଷ, ବିଜେଡିର ଜବାବ : ‘ଓଡିଶା ବିକାଶ’, କଥାରେ ନୁହେଁ କାମରେ କରନ୍ତି ନବୀନ ପଟ୍ଟନାୟକ 

କନକ ବ୍ୟୁରୋ : ମେଟ୍ରୋ ପ୍ରକଳ୍ପକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ ପରେ ଏହାର ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ଓଡ଼ିଶା ବିକାଶ, କଥାରେ ନୁହେଁ କାମରେ କରନ୍ତି ନବୀନ ପଟ୍ଟନାୟକ । ଅପେକ୍ଷା କରନ୍ତୁ ନିଶ୍ଚିତ ଖୁବଶୀଘ୍ର ଓଡ଼ିଶାରେ ମେଟ୍ରୋ ଚାଲିବ । କାହିଁକି ଏମିତି କହୁଛନ୍ତି ଧର୍ମେନ୍ଦ୍ର କହିପାରିବେ ବୋଲି ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି । ସେପଟେ, ପୁଣି ଥରେ ମେଟ୍ରୋ ପ୍ରକଳ୍ପକୁ ନେଇContinue reading “ଧର୍ମେନ୍ଦ୍ରଙ୍କ କଟାକ୍ଷ, ବିଜେଡିର ଜବାବ : ‘ଓଡିଶା ବିକାଶ’, କଥାରେ ନୁହେଁ କାମରେ କରନ୍ତି ନବୀନ ପଟ୍ଟନାୟକ “

ଜନ୍ମଦିନ ଅନୁଚିନ୍ତା : ପାର୍ଟି, ମାଟି ଓ ବୃତ୍ତିର କଥା କହିଲେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ; ଆଲେଖ୍ୟକୁ ନେଇ ରାଜନୈତିକ ବୟାନବାଜୀ

କନକ ବ୍ୟୁରୋ : ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । ଆଜି ତାଙ୍କର ଜନ୍ମଦିନ । ଏହି ଅବସରରେ ଖବରକାଗଜରେ ଏକ ଆଲେଖ୍ୟ ଲେଖିଛନ୍ତି । ଯାହାକୁ ନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଗଲେ ଖର୍ଚ୍ଚ ହେବ । ଏହା ଶୋଭା ପାଇବ । ସଚିବ ସ୍ତରରେ ସରକାରୀ କର୍ମଚାରୀ ହେଲିକପ୍ଟରରେ ଯିବା ଶୋଭା ପାଉନି । ପୂର୍ବରୁ ମଧ୍ୟ ସେ ଏହି ପ୍ରସଙ୍ଗ ଉଠାଇଛନ୍ତିContinue reading “ଜନ୍ମଦିନ ଅନୁଚିନ୍ତା : ପାର୍ଟି, ମାଟି ଓ ବୃତ୍ତିର କଥା କହିଲେ ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ; ଆଲେଖ୍ୟକୁ ନେଇ ରାଜନୈତିକ ବୟାନବାଜୀ”

ଭାରତ ସହିତ କୂଟନୈତିକ ସମ୍ପର୍କ ଛିନ୍ନ କରିବ କି ପାକିସ୍ତାନ ?

ପାକିସ୍ତାନର ମଧ୍ୟବର୍ତୀକାଳୀନ (କେୟାର ଟେକର) ସରକାରର ପ୍ରଧାନମନ୍ତ୍ରୀ ଅନବର-ଉଲ-ହକ୍ ଗତକାଲି ତାଙ୍କର ମନ୍ତ୍ରିମଣ୍ଡଳ ଘୋଷଣା କରିଛନ୍ତି । ଏଥିରେ ସେ ୧୬ ଜଣ ମନ୍ତ୍ରୀ ଓ ୩ ଜଣ ପରମର୍ଶଦାତାଙ୍କୁ ନିଯୁକ୍ତି ଦେଇଛନ୍ତି । ପାକିସ୍ତାନର ବରିଷ୍ଟ ପତ୍ରକାର ମୂର୍ତଜା ସୋଲଙ୍ଗୀ ମଧ୍ୟ ସାମିଲ ଅଛନ୍ତି । ଏହି ମନ୍ତ୍ରିମଣ୍ଡଳରେ ଭାରତୀୟ ଜେଲରେ ବନ୍ଦ ଥିବା କାଶ୍ମୀର  ବିଛିନ୍ନତାବାଦୀ ନେତା ନେତା ୟାସୀନ ମଲିକର ସ୍ତ୍ରୀ  ମୁଶାଲକୁ  ପ୍ରଧାନମନ୍ତ୍ରୀଙ୍କ ବିଶେଷ ପରାମର୍ଶଦାତା ରୂପେ ନିଯୁକ୍ତି ମିଳିଛି ।Continue reading “ଭାରତ ସହିତ କୂଟନୈତିକ ସମ୍ପର୍କ ଛିନ୍ନ କରିବ କି ପାକିସ୍ତାନ ?”

ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ : ଜାଲ ସାର୍ଟିଫିକେଟ ମାମଲାରେ ୪ଜଣ ବହିଷ୍କୃତ

କନକ ବ୍ୟୁରୋ : ବଲାଙ୍ଗୀରରେ ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଜାଲ ସାର୍ଟିଫିକେଟ ମାମଲାରେ ୪ଜଣଙ୍କୁ ବହିଷ୍କାର କରାଯାଇଛି । ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ଚାକିରିରୁ ବହିଷ୍କାର କରିଛନ୍ତି । ପୂର୍ବରୁ ଜଣେ ଗିରଫ ହୋଇଥିବା ବେଳେ ୩ଜଣ ଫେରର ଅଛନ୍ତି । ସୂଚନାନୁସାରେ, ବଲାଙ୍ଗୀର ଜାଲ୍‌ ସାର୍ଟିଫିକେଟର ହବ୍‌ ପାଲଟିଯାଇଛି । ବିଭିନ୍ନ ବିଭାଗରେ ମାଳ ମାଳ ଜାଲ୍‌ ସାର୍ଟିଫିକେଟଧାରୀ ସରକାରୀ ଚୌକି ମାଡ଼ି ବସିଥିବା ଅଭିଯୋଗ ହେଉଛି । ଏମାନଙ୍କୁ ଧରିବାରେContinue reading “ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ : ଜାଲ ସାର୍ଟିଫିକେଟ ମାମଲାରେ ୪ଜଣ ବହିଷ୍କୃତ”

ମାତ୍ର ୫୦ଟଙ୍କା ଖର୍ଚ୍ଚ କରି ବନାନ୍ତୁ ପ୍ଲାଷ୍ଟିକ୍ ଆଧାରକାର୍ଡ । ଆଉ ରହିବନି ନଷ୍ଟ ହେବାର ଭୟ, ଜାଣନ୍ତୁ… କେମିତି କରିବେ ଆବେଦନ

କନକ ବ୍ୟୁରୋ : ବର୍ତ୍ତମାନ ପ୍ରତିଟି କ୍ଷେତ୍ରରେ ଆଧାର କାର୍ଡର ଆବଶ୍ୟକତା ପଡୁଛି । ସରକାରୀ କାମ ହେଉ ବା ବେସରକାରୀ ସମସ୍ତ କ୍ଷେତ୍ରରେ ଆଧାର କାର୍ଡର ବ୍ୟବହାର ଏକପ୍ରକାର ବାଧ୍ୟତାମୂଳକ ହୋଇଯାଇଛି । ଏପରିକି କୌଣସି ବ୍ୟକ୍ତି ଭଡା ଘରେ ରହିବା ପାଇଁ ବି ପ୍ରଥମେ ଆଧାରକାର୍ଡକୁ ପରିଚୟପତ୍ର ଭାବେ ପୈଠ କରିବାକୁ ପଡୁଛି । କିନ୍ତୁ ଏତେ ସବୁ ଆବଶ୍ୟକତା ମଧ୍ୟରେ ଦେଖିବାକୁ ମିଳିଥାଏ କି, ଆଧାରକାର୍ଡ କାଗଜରେ ବନିଥିବାରୁ ଏହା ବେଳେ ବେଳେContinue reading “ମାତ୍ର ୫୦ଟଙ୍କା ଖର୍ଚ୍ଚ କରି ବନାନ୍ତୁ ପ୍ଲାଷ୍ଟିକ୍ ଆଧାରକାର୍ଡ । ଆଉ ରହିବନି ନଷ୍ଟ ହେବାର ଭୟ, ଜାଣନ୍ତୁ… କେମିତି କରିବେ ଆବେଦନ”

ଶବଦାହ ଗୃହ ଉଦଘାଟନକୁ ନେଇ ରାଜନୀତି : ଆସିଲେନି ବିଏମସି କି ରାଜ୍ୟ ସରକାରଙ୍କ କର୍ମଚାରୀ; ଏ କେଉଁ ପ୍ରକାର ବିବେକ କହି ପ୍ରଶ୍ନ କଲେ ଅପରାଜିତା ଷଡ଼ଙ୍ଗୀ

କନକ ବ୍ୟୁରୋ : ଶବଦାହ ଗୃହ କାର୍ଯ୍ୟକ୍ରମକୁ ନେଇ ରାଜନୀତି । ଆଜି ଭୁବନେଶ୍ୱର ଧର୍ମ ବିହାରରେ ବିଏମସିର ଇଲୋକ୍ଟ୍ରୋନିସ୍ ଚୁଲା ଉଦଘାଟନ ଥିଲା । ଯାହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଯାହ ସମ୍ପୁର୍ଣ୍ଣ ପ୍ରାକୃତିକ ଗ୍ୟାସ ଦ୍ୱାରା ପରିଚାଳିତ ହେବ । କିନ୍ତୁ କାର୍ଯ୍ୟକ୍ରମକୁ ବିଏମସି ଅବା ସରକାରଙ୍କ ପକ୍ଷରୁ କେହି ନ ଆସିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଅପରାଜିତା ଶଡଙ୍ଗୀ । ରାଜ୍ୟ ସରକାରଙ୍କରContinue reading “ଶବଦାହ ଗୃହ ଉଦଘାଟନକୁ ନେଇ ରାଜନୀତି : ଆସିଲେନି ବିଏମସି କି ରାଜ୍ୟ ସରକାରଙ୍କ କର୍ମଚାରୀ; ଏ କେଉଁ ପ୍ରକାର ବିବେକ କହି ପ୍ରଶ୍ନ କଲେ ଅପରାଜିତା ଷଡ଼ଙ୍ଗୀ”

ମାହାଙ୍ଗା ଛାତ୍ରୀ ମୃତ୍ୟୁକୁ ନେଇ ଘେରିଲା ବିଜେପି : ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ ଦାବି

କନକ ବ୍ୟୁରୋ : ମାହାଙ୍ଗା ମୃତ୍ୟୁ ଘଟଣାକୁ ୨ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୋଷୀଙ୍କୁ ଦଣ୍ଡି ମିିଳିନାହିଁ । ପୁଲିସ ଦୁଇ ମାସ କାଳ ନିଷ୍କ୍ରିୟ ରହି ପୋଷ୍ଟ ମର୍ଟମ ନ କରିବା ଅତ୍ୟନ୍ତ ଚିନ୍ତା ଜନକ ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସଂହାର । ଦୁଇ ତଳେ ତଳେ ସେମାନେ ପୁଲିସ ଡିଜିଙ୍କୁ ଭେଟି ଏସମ୍ପକରେ ଅଭିଯୋଗ କରିଛନ୍ତି । ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଘନିଷ୍ଠ ସହଯୋଗୀ ଶରତ ନାୟକContinue reading “ମାହାଙ୍ଗା ଛାତ୍ରୀ ମୃତ୍ୟୁକୁ ନେଇ ଘେରିଲା ବିଜେପି : ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ ଦାବି”

ଭାରତରୁ ଆସୁଥିବା ଟଙ୍କାରେ ବଞ୍ଚୁଛନ୍ତି ଆମ କ୍ରିକେଟର । ଏହା ପଛର ପୂରା କାହାଣୀ କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ।

କନକ ବ୍ୟୁରୋ : କ୍ରିକେଟ ଜଗତରେ ରାୱଲପିଣ୍ଡି ଏକ୍ସପ୍ରେସ ଭାବେ ପରିଚିତ ସୋଏବ ଅଖତର ନିଜ ବୟାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ନିଜ ମନର କଥା କହିବାକୁ ଟିକିଏ ବି କୁଣ୍ଠାବୋଧ କରନ୍ତିନି ସୋଏବ । ଆଉ ନିଜ ବୟାନ ପାଇଁ ଅନେକ ସମୟରେ ବିବାଦ ଘେରରେ ମଧ୍ୟ ରହିଛନ୍ତି ସୋଏବ । ଆଉ ଏବେ ପୁଣିଥରେ ସେଭଳି ଏକ ବୟାନ ଦେଇଛନ୍ତି ସୋଏବ । ଏକ ସାକ୍ଷାତକାରରେ ସୋଏବ କହିଛନ୍ତି ଭାରତରContinue reading “ଭାରତରୁ ଆସୁଥିବା ଟଙ୍କାରେ ବଞ୍ଚୁଛନ୍ତି ଆମ କ୍ରିକେଟର । ଏହା ପଛର ପୂରା କାହାଣୀ କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ।”

Design a site like this with WordPress.com
Get started