ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା : ଶରତଙ୍କୁ ପୋଲିସର ପଚରାଉଚରା; ସନ୍ଦେହ ଘେରରେ ଏସଡିପିଓଙ୍କ ଭୂମିକା

କନକ ବ୍ୟୁରୋ : ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଶରତ ନାୟକଙ୍କୁ ପଚରାଉଚରା କରିଛି ପୋଲିସ । ଏହି ଘଟଣାରେ ସାମ୍ନାକୁ ଆସିଥିବା ଅଡ଼ିଓ କ୍ଲିପକୁ ମଧ୍ୟ ଯାଞ୍ଚ କରାଯିବ । ସମ୍ପୂର୍ଣ୍ଣ ଯାଞ୍ଚ ରିପୋର୍ଟ ଆସିବା ପରେ ତଦନ୍ତ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲା ଏସପି ମିହିର ପଣ୍ଡା । ଗଣମାଧ୍ୟମରେ ଦର୍ଶାଯାଇଥିବା କିଛି ତଥ୍ୟ ଉପରକୁ ମଧ୍ୟ ପୋଲିସ ନଜର ଦେଉଛି । ଘଟଣା ସହିତ ଜଡ଼ିତ ଥିବା ସବୁ ଦିଗ ଓContinue reading “ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା : ଶରତଙ୍କୁ ପୋଲିସର ପଚରାଉଚରା; ସନ୍ଦେହ ଘେରରେ ଏସଡିପିଓଙ୍କ ଭୂମିକା”

ମେଟ୍ରୋ ପ୍ରକଳ୍ପକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ : କହିଲେ, ଭିଡିଓରେ କି ଭର୍ଚୁଆଲରେ ଚାଲେନି ମେଟ୍ରୋ ଲାଇନ୍

କନକ ବ୍ୟୁରୋ : ପୁଣି ଥରେ ମେଟ୍ରୋ ପ୍ରକଳ୍ପକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଧର୍ମେନ୍ଦ୍ର ପ୍ରଧାନ କଲେ କଟାକ୍ଷ । ମେଟ୍ରୋ ଲାଇନ୍ ଭିଡ଼ିଓରେ ଚାଲେନି କି ଭର୍ଚୁଆଲରେ ଚାଲିଲେ ହେବନି । ମେଟ୍ରୋ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କହିଛନ୍ତି । ନିକଟରେ ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପ ପାଇଁ ଡିଏମଆରସି ନିକଟରେ ଡିପିଆର ଦାଖଲ କରିଛନ୍ତି । ଆଉ ଏହି ଡିପିଆର ଦାଖଲ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରିବାର ଦିନକ ପରେ ହୋଇଛିContinue reading “ମେଟ୍ରୋ ପ୍ରକଳ୍ପକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ : କହିଲେ, ଭିଡିଓରେ କି ଭର୍ଚୁଆଲରେ ଚାଲେନି ମେଟ୍ରୋ ଲାଇନ୍”

ସ୍ୱର୍ଗଦ୍ୱାର ନା ଇଲେକ୍ଟ୍ରିକ୍ ଚୁଲା : ପ୍ରଶ୍ନ, ପରମ୍ପରାରେ ବିଶ୍ୱାସ ରଖୁଥିବା ଲୋକ ଆସ୍ଥା ରଖିବେ ତ ?

କନକ ବ୍ୟୁରୋ : ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି, ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଲେ ପରମ୍ପରା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଏ । ଶବ ଦାହ ପରେ ତାଙ୍କ ଅସ୍ତିକୁ ପୂଜାର୍ଚ୍ଚନା କରିବା ସହିତ ପବିତ୍ର ନଦୀରେ ମଧ୍ୟ ବିସର୍ଜନ କରାଯାଏ । ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଗଲେ ମୁକ୍ତି ମିଳିଥାଏ ବୋଲି ମଧ୍ୟ କେହି କେହି କହିଥାଆନ୍ତି । ସେଥିପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଅଧିକାଂଶ ଶବଦାହ ହେଉଥିବା ଦେଖିବାକୁ ମିଳିଥାଏ । ତେବେ ସ୍ୱର୍ଗଦ୍ୱାରରେContinue reading “ସ୍ୱର୍ଗଦ୍ୱାର ନା ଇଲେକ୍ଟ୍ରିକ୍ ଚୁଲା : ପ୍ରଶ୍ନ, ପରମ୍ପରାରେ ବିଶ୍ୱାସ ରଖୁଥିବା ଲୋକ ଆସ୍ଥା ରଖିବେ ତ ?”

ଗୁଲାମଙ୍କୁ ଟାର୍ଗେଟ କଲେ ମେହବୁବା ମୁଫତି । କହିଲେ, ଆହୁରି ପଛକୁ ଚାଲିଯାଆନ୍ତୁ, ପୂର୍ବଜଙ୍କ ଭିତରେ ହୁଏତ ମାଙ୍କଡଙ୍କୁ ପାଇବେ ।

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ହିନ୍ଦୁ-ମୁସଲିମଙ୍କୁ ନେଇ ଯେଉଁ ଟିପ୍ପଣୀ କରିଥିଲେ ତାହାକୁ ନେଇ ଏବେ ତେଜିଛି ରାଜନୀତି । ଗୁଲାମ ଏକ ସଭାରେ କହିଥିଲେ, ଭାରତର ମୁସଲମାନ ହେଉଛନ୍ତି ଧର୍ମାନ୍ତରିତ ହିନ୍ଦୁ । କେହି ମଧ୍ୟ ଦେଶ ବାହାରୁ ଆସିନାହାନ୍ତି । ମୁସଲିମ୍ ଧର୍ମ ୧୫୦୦ ବର୍ଷ ପୂର୍ବରୁ ଆସିଛି । କିନ୍ତୁ ହିନ୍ଦୁ ଧର୍ମ ବହୁତ ପୁରୁଣା । ୬୦୦ ବର୍ଷ ପୂର୍ବରୁ କାଶ୍ମୀରରେ ମୁସଲମାନ କିଏContinue reading “ଗୁଲାମଙ୍କୁ ଟାର୍ଗେଟ କଲେ ମେହବୁବା ମୁଫତି । କହିଲେ, ଆହୁରି ପଛକୁ ଚାଲିଯାଆନ୍ତୁ, ପୂର୍ବଜଙ୍କ ଭିତରେ ହୁଏତ ମାଙ୍କଡଙ୍କୁ ପାଇବେ ।”

କୁକୁର ବୁଲାଇବାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ । ପଡୋଶୀଙ୍କ ଉପରକୁ ଗୁଳି ଚଳାଇଲେ ବ୍ୟକ୍ତି; ଶଳା, ଭିଣୋଇଙ୍କ ମୃତ୍ୟୁ

କନକ ବ୍ୟୁରୋ: କୁକୁରକୁ ବାହାରକୁ ବୁଲାଇବାକୁ ନେବା ଘଟଣାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ । କୁକୁରର ମାଲିକ ଓ ପଡୋଶୀଙ୍କ ମଧ୍ୟରେ କଥା କଟାକଟିରୁ ପରିସ୍ଥିତି ଏଭଳି ଗୁରୁତର ହୋଇଯାଇଥିଲା ଯେ, ବ୍ୟକ୍ତି ଜଣକ ଛାତ ଉପରକୁ ଯାଇ ନିଜ ଲାଇସେନ୍ସ ବନ୍ଧୁକରୁ ତଳେ ଛିଡା ହୋଇଥିବା ପଡୋଶୀଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ଶଳା, ଭିଣୋଇ ଏବଂ ଅନ୍ୟ ୬ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ଜଣContinue reading “କୁକୁର ବୁଲାଇବାକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷ । ପଡୋଶୀଙ୍କ ଉପରକୁ ଗୁଳି ଚଳାଇଲେ ବ୍ୟକ୍ତି; ଶଳା, ଭିଣୋଇଙ୍କ ମୃତ୍ୟୁ”

ନକ୍ସଲଙ୍କ ବଡ ଧରଣର ଯୋଜନା ପଣ୍ଡ : ରେଳ ଧାରଣାରୁ ଲ୍ୟାଣ୍ଡମାଇନ ଜବତ

କନକ ବ୍ୟୁରୋ : ରେଳ ଧାରଣାରୁ ମିଳିଲା ୧୦ କେଜି ଓଜନର ଲ୍ୟାଣ୍ଡମାଇନ । ନକ୍ସଲମାନେ ଯୋଜନା କରିଥିବା ଏକ ବଡ଼ ଧରଣର ଅଘଟଣକୁ ପଣ୍ଡ କରିଛନ୍ତି ଯବାନ । ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ନକ୍ସଲମାନେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ । ଡିଭିଏଫ ଯବାନମାନେ ରେଳଧାରଣାର ପାର୍ଶ୍ୱରୁ ୧୦ କିଲୋ ଓଜନର ଲ୍ୟାଣ୍ଡମାଇନ୍ ଜବତ କରିଛି । ସ୍ଥାନୀୟ ପୋଲିସ ଓ ଡିଭିଏଫ୍ ଯବାନଙ୍କ ସର୍ଚ୍ଚ ଅପରେସନରେContinue reading “ନକ୍ସଲଙ୍କ ବଡ ଧରଣର ଯୋଜନା ପଣ୍ଡ : ରେଳ ଧାରଣାରୁ ଲ୍ୟାଣ୍ଡମାଇନ ଜବତ”

ଭତ୍ତା ପାଇଁ ହୀନସ୍ତା : ୫୦୦ ଟଙ୍କା ପାଇଁ ଟ୍ରଲିରେ ବୁହାହୋଇ ଗଲେ ବୃଦ୍ଧା

କନକ ବ୍ୟୁରୋ : ଘରକୁ ଯାଇ ଭତ୍ତା ଟଙ୍କା ଦିଆଯିବ ବୋଲି ସରକାର କହିଲେ । ଯେଉଁ ହିତାଧିକାରୀ ଭତ୍ତା ଟଙ୍କା ପାଇଁ ବ୍ୟାଙ୍କକୁ ଆସିବାକୁ ଅସମର୍ଥ ସେମାନଙ୍କ ଘରକୁ ଯାଇ ଟଙ୍କା ଦେଇ ଆସିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଅସହାୟ ହିତାଧିକାରୀଙ୍କ ଘରକୁ ବ୍ୟାଙ୍କ ଯିବ ବୋଲି ବାରମ୍ବାର କୁହାଯାଉଛି । ହେଲେ ରାଜ୍ୟରେ ବହୁ କଷ୍ଟରେ ଅଧିକ ଖର୍ଚ୍ଚାନ୍ତ ହୋଇ ଭତ୍ତା ନେବାକୁ ଯାଉଛନ୍ତି ହିତାଧିକାରୀ । ଏହି ଦୃଶ୍ୟ ଆସିଛି ଗଜପତିContinue reading “ଭତ୍ତା ପାଇଁ ହୀନସ୍ତା : ୫୦୦ ଟଙ୍କା ପାଇଁ ଟ୍ରଲିରେ ବୁହାହୋଇ ଗଲେ ବୃଦ୍ଧା”

ରାଗିଗଲେ ଜାଡେଜାଙ୍କ ପତ୍ନୀ : ମେୟରଙ୍କ ପରେ ବିଜେପି ସାଂସଦଙ୍କ ସହ କଥା କଟାକଟି

କନକ ବ୍ୟୁରୋ : ରାଗିଗଲେ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭବା ଜାଡେଜା । ସ୍ୱଧୀନତା ଦିବସରେ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ପାଦରୁ ଜୋତା ଖୋଲି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ମେୟର ଏବଂ ବିଜେପି ସାଂସଦ ପୁନମବେନ ମାଡାମଙ୍କ ମଧ୍ୟରେ କଥା କଟାକଟି ହୋଇଥିଲ । ଯବାନଙ୍କ ପାଦ ଛୁଇଁବାକୁ ନେଇ ରିଭବଙ୍କୁ ପୁନମବେନ କଟାକ୍ଷ କରିଥିଲେ । ରିଭବା ଅଧିକ ସ୍ମାର୍ଟ ଦେଖାଉଥିବା ନେଇ ସେମାନେ କହିଥିଲେ ।Continue reading “ରାଗିଗଲେ ଜାଡେଜାଙ୍କ ପତ୍ନୀ : ମେୟରଙ୍କ ପରେ ବିଜେପି ସାଂସଦଙ୍କ ସହ କଥା କଟାକଟି”

ଫସଲବୀମା ଯୋଜନାରୁ ବଞ୍ଚିତ ହେବାରୁ ଚାଷୀଙ୍କ ଧାରଣା : ଯାତାୟାତ ଠପ୍, ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶତାଧିକ ଗାଡ଼ି

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଯୋଜନାରୁ ବଞ୍ଚିତ ହେବାରୁ ଚାଷୀଙ୍କ ଧାରଣା । ବାଙ୍କୀ ତମପଡ଼ା ବ୍ଲକ ପାଥପୁର ପଞ୍ଚାୟତରେ ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଚାଷୀ । ବାଙ୍କୀ – ତ୍ରିଶୂଳିଆ ରାସ୍ତାର ପାଥପୁୁର ଛକ ନିକଟରେ ରାସ୍ତାରୋକ କରି ଆନ୍ଦୋଳନ କରୁଛନ୍ତି ଚାଷୀ । ଧାରଣା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶତାଧିକ ଗାଡ଼ି । ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏହି ପଞ୍ଚାୟତର ଚାଷୀମାନେ ବାରମ୍ବାର ବାଙ୍କୀ ଉପଜିଲ୍ଲାପାଳଙ୍କContinue reading “ଫସଲବୀମା ଯୋଜନାରୁ ବଞ୍ଚିତ ହେବାରୁ ଚାଷୀଙ୍କ ଧାରଣା : ଯାତାୟାତ ଠପ୍, ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶତାଧିକ ଗାଡ଼ି”

ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା । ଘରେ ପଶି ଦୁର୍ବୃତ୍ତ ରଚିଲେ ତାଣ୍ଡବଲୀଳା

କନକ ବ୍ୟୁରୋ: ବିହାର ଅରରିୟା ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସାମ୍ବାଦିକ ଜଣକ ବିମଲ କୁମାର ବୋଲି ଜଣାପଡିଛି । ତାଙ୍କ ଘରେ ପଶି ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଘଟଣା ଆଜି ସକାଳ ପାଖାପାଖି ୮ଟା ସମୟରେ ଘଟିଛି । ୪ଜଣ ଅଜଣା ବ୍ୟକ୍ତି ଆସି ସାମ୍ବାଦିକଙ୍କ ଉପରକୁ ଗୁଳିମାଡ କରିଥିବା ଜଣାପଡିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।Continue reading “ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା । ଘରେ ପଶି ଦୁର୍ବୃତ୍ତ ରଚିଲେ ତାଣ୍ଡବଲୀଳା”

Design a site like this with WordPress.com
Get started