ପୁରୁଣା ଫ୍ୟାନ୍ ବଦଳାଅ, ବିଜୁଳି ଖର୍ଚ୍ଚ କମାଅ । ସରକାରୀ କୋଠାରୁ ହଟିବ ପୁରୁଣା ଫ୍ୟାନ୍ ଓ ଏସି ।

କନକ ବ୍ୟୁରୋ: ଖର୍ଚ୍ଚ ହେଉଛି ଅଧିକ ବିଜୁଳି । ସରକାରୀ କୋଠାରୁ ହଟିବ ପୁରୁଣା ଫ୍ୟାନ୍ ଓ ଏସି । ଶକ୍ତି ସଞ୍ଚୟ ପାଇଁ ରାଜ୍ୟ ସରକାରଙ୍କ ଏକ ଚିଠି, ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଚିଠିରେ କୁହାଯାଇଛି ସରକାରୀ କୋଠାରୁ ହଟିବ ପୁରୁଣା ଫ୍ୟାନ୍ ଏବଂ ଏସି । ୫ ବର୍ଷରୁ ପୁରୁଣା ଫ୍ୟାନ୍ ଓ ଏୟାର କଣ୍ଡିସନର ହଟାଇବାକୁ କୁହାଯାଇଛି । ବିଏଲଡିସି- ବ୍ରସଲେସ୍ ଡାଇରେକ୍ଟ କରେଂଟ ଫ୍ୟାନ ଲଗାଇବାକୁ ନିର୍ଦ୍ଦେଷContinue reading “ପୁରୁଣା ଫ୍ୟାନ୍ ବଦଳାଅ, ବିଜୁଳି ଖର୍ଚ୍ଚ କମାଅ । ସରକାରୀ କୋଠାରୁ ହଟିବ ପୁରୁଣା ଫ୍ୟାନ୍ ଓ ଏସି ।”

୨୦୨୪ରେ ପୁଣିଥରେ ମୋଦି ସରକାର ! ବିଜେଡିକୁ ମିଳିପାରେ ୧୨ରୁ ୧୪ଟି ଲୋକସଭା ଆସନ । ଆସିଲା ଓପିନିୟନ ପୋଲ୍ ।

କନକ ବ୍ୟୁରୋ: ଯଦି ଆଜି ଲୋକସଭା ନିର୍ବାଚନ ହୁଏ, ତେବେ ଦେଶରେ କିଏ ଗଢ଼ିବ ସରକାର? ଏନଡିଏ ନା ଇଣ୍ଡିଆ ମେଣ୍ଟ ? କାହାକୁ ମିଳିବ କେତେ ଆସନ? ନିର୍ବାଚନକୁ ଆହୁରି ୮ ମାସ ବାକି ଥିବାବେଳେ ଆସିଛି ଜନମତ ସର୍ଭେ ରିପୋର୍ଟ । ଟାଇମ୍ସ ନାଓ ନବଭାରତ ପୋଲ ସର୍ଭେ ଅନୁସାରେ ଏନଡିଏ ମେଣ୍ଟକୁ ମିଳିବ ୨୯୬ରୁ ୩୨୬ଟି ଆସନ ମିଳିପାରେ । ବିରୋଧୀ ମେଂଟକୁ ୧୬୦ରୁ ୧୯୦ଟି ଆସନ ମିଳିପାରେ । ଅର୍ଥାତ ତୃତୀୟContinue reading “୨୦୨୪ରେ ପୁଣିଥରେ ମୋଦି ସରକାର ! ବିଜେଡିକୁ ମିଳିପାରେ ୧୨ରୁ ୧୪ଟି ଲୋକସଭା ଆସନ । ଆସିଲା ଓପିନିୟନ ପୋଲ୍ ।”

ମୁଣ୍ଡରେ କଳସ ଧରି ଗାଁ ଦାଣ୍ଡରେ ଚାଲିଲେ ଅର୍ଥମନ୍ତ୍ରୀ । ସଂଗ୍ରହ କଲେ ସହିଦଙ୍କ ଗାଁର ମାଟି ।

କନକ ବ୍ୟୁରୋ: ମୁଣ୍ଡରେ କଳସ ଧରି ଗାଁ ଦାଣ୍ଡରେ ଚାଲିଲେ ଦେଶର ଅର୍ଥମନ୍ତ୍ରୀ । ବଡ ବ୍ୟକ୍ତିତ୍ୱଙ୍କୁ ନେଇ ହୁଏତ ଏମିତି କମ୍ ଦୃଶ୍ୟ ଦେଖିବାକୁ ମିଳେ । କିନ୍ତୁ ପୁରୀ ବୀର ହରେକୃଷ୍ଣପୁରରେ ଦେଖିବାକୁ ମିଳିଥିଲା ସେମିତି ଦୃଶ୍ୟ । ମୁଣ୍ଡରେ ଅମୃତ କଳସ ଧରି ସହିଦଙ୍କ ଗାଁର ପବିତ୍ର ମାଟି ସଂଗ୍ରହ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯାହା ମନେ ପକାଇ ଦେଉଥିଲା ବୀରହରେକୃଷ୍ଣପୁରର ବୀରତ୍ୱର ଗାଥା । ମହାନ ସ୍ୱାଧୀନତା ସଂଗ୍ରାମୀContinue reading “ମୁଣ୍ଡରେ କଳସ ଧରି ଗାଁ ଦାଣ୍ଡରେ ଚାଲିଲେ ଅର୍ଥମନ୍ତ୍ରୀ । ସଂଗ୍ରହ କଲେ ସହିଦଙ୍କ ଗାଁର ମାଟି ।”

କୋରାପୁଟିଆ ଭାଷାରେ କୁନି ଝିଅର ବଡ ପ୍ରଶ୍ନ: ସଭା ମଂଚରେ ମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳଙ୍କୁ ଜଣାଇଲେ ନିଜ ଗାଁର ସମସ୍ୟା 

କନକ ବ୍ୟୁରୋ: ସ୍ୱାଧିନତାର ଦୀର୍ଘ ବର୍ଷ ପରେ ବି ଗାଁରେ ମିଳୁନାହିଁ ମୌଳିକ ସୁବିଧା । ଗାଁ ଲୋକଙ୍କ ସମସ୍ୟାକୁ ନେଇ ନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଶ୍ନ କରିଛି କୁନି ଝିଅ । କୋରାପୁଟ ଦେଶିଆ ଭାଷାରେ କୁନି ଝିଅ ଅଭିନୟ ମାଧ୍ୟମରେ ଜଣାଇଛି । ସ୍ୱାଧିନତା ଦିବସ ଅବସରରେ କୋରାପୁଟରେ ଆୟୋଜିତ ସଭାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇ, ବିଧାୟକ ପର୍ଶୁରାମ ଧଡା ଓ କୋରାପୁଟ ଜିଲ୍ଲାପାଳଙ୍କୁ ନିଜ ଗାଁର ସମସ୍ୟା ଜଣାଇଛି ।Continue reading “କୋରାପୁଟିଆ ଭାଷାରେ କୁନି ଝିଅର ବଡ ପ୍ରଶ୍ନ: ସଭା ମଂଚରେ ମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳଙ୍କୁ ଜଣାଇଲେ ନିଜ ଗାଁର ସମସ୍ୟା “

ବର୍ଷା ଆଗରୁ ଯାଜପୁର ଦଶରଥପୁରରେ ଧସିଲା ବୈତରଣୀ ନଦୀ ବନ୍ଧ: ଆତଙ୍କିତ ନଇକୂଳିଆ ଗ୍ରାମବାସୀ

କନକ ବ୍ୟୁରୋ: ଲଘୁଚାପ ବର୍ଷା ଆଗରୁ ଧସିଲା ନଦୀ ବନ୍ଧ । ଲଘୁଚାପ ଫଳରେ ରଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷାର ଆଶଙ୍କା ରହିଛି । ବର୍ଷା ଯୋଗୁ ଯାଜପୁର ଜିଲ୍ଲାର ବୈତରଣୀ ନଦୀରେ ବନ୍ୟା ଆସିବା ଆଗରୁ ୧୦୦ ଫୁଟରୁ ଅଧିକ ଲମ୍ବର ମାଟି ଅତଡା ଧସି ବୈତରଣୀ ନଦୀରେ ମିଶି ଯାଇଛି । ବନ୍ଧ ପାଶ୍ୱର୍ରେ ଥିବା ପଥର ଓ ବଡ଼ ବଡ଼ ଗଛ ମଧ୍ୟ ନଦୀ ଭିତରକୁ ଚାଲିଯାଇଛି । ଫଳରେ ଯାଜପୁର ଦଶରଥପୁରContinue reading “ବର୍ଷା ଆଗରୁ ଯାଜପୁର ଦଶରଥପୁରରେ ଧସିଲା ବୈତରଣୀ ନଦୀ ବନ୍ଧ: ଆତଙ୍କିତ ନଇକୂଳିଆ ଗ୍ରାମବାସୀ”

ଘାତକ ସାଜୁଛି ବଜ୍ରପାତ: ୨୪ ଘଂଟାରେ ବଜ୍ରାଘାତରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: କାନ୍ଦ ବୋବାଳିରେ ଫାଟି ପଡୁଛୁ ଡାକ୍ତରଖାନା ପରିସର । ବଜ୍ରପାତରେ ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଛନ୍ତି ସ୍ତ୍ରୀ । ବିଲକୁ କାମ କରିବାକୁ ସାଙ୍ଗ ହୋଇ ଯାଇଥିଲେ ସ୍ୱାମୀ-ସ୍ତ୍ରୀ । ବର୍ଷା ଆସିବାରୁ ସ୍ତ୍ରୀକୁ ଘରକୁ ପଠାଇ ନିଜେ ଜମିରେ କାମ କରୁଥିଲେ । କହିଥିଲେ, ତୁ ଆଗରେ ଯା’ ମୁଁ ପଛରେ ଯିବି, ହେଲେ ସେ ଆଉ ଘରକୁ ଆସିଲେ ନାହିଁ, ବଜ୍ରାଘାତରେ ବିଲରେ ଜୀବନ ଚାଲିଗଲା । ଘରକୁ ଯିବାContinue reading “ଘାତକ ସାଜୁଛି ବଜ୍ରପାତ: ୨୪ ଘଂଟାରେ ବଜ୍ରାଘାତରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩ ଜଣଙ୍କ ମୃତ୍ୟୁ”

କେବେ ସବୁ ଗରିବର ମୁଣ୍ଡ ଉପରେ ରହିବ ଛାତ? ଆଉ କେତେ ବର୍ଷ ଯାଏଁ ଭଙ୍ଗା ଘରେ ମୁଣ୍ଡ ଗୁଂଜିବେ ଅଭାବି ମଣିଷ?

କନକ ବ୍ୟୁରୋ: ବିପଦ ସଂକୁୁଳ ଭଙ୍ଗା ଘର । ପଲିଥିନ ଛପର ଘରେ ରହୁଛନ୍ତି କେନ୍ଦ୍ରାପଡା ଆଳି ବ୍ଲକ ନରେନ୍ଦ୍ରପୁରୁ ଗାଁର କିଛି ପରିବାର । ଗାଁର ବିଜୟ ଧଳଙ୍କ ପରିବାର ଅତ୍ୟନ୍ତ ଗରିବ । ୧୧ ବର୍ଷର ପୁଅ, ସ୍ତ୍ରୀକୁ ନେଇ ଏକ ଭଙ୍ଗା ଘରେ ରହୁଛନ୍ତି । ବିଜୟ, ଖଟିଲେ ଖାଆନ୍ତି । ଏଭଳି ସ୍ଥିତିରେ ଟଙ୍କା ଅଭାବରୁ ଘର ଛପର କରିନାହାନ୍ତି । ଫଳରେ ଘରଟି ଏବେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ।Continue reading “କେବେ ସବୁ ଗରିବର ମୁଣ୍ଡ ଉପରେ ରହିବ ଛାତ? ଆଉ କେତେ ବର୍ଷ ଯାଏଁ ଭଙ୍ଗା ଘରେ ମୁଣ୍ଡ ଗୁଂଜିବେ ଅଭାବି ମଣିଷ?”

ଚାଲି ନପାରିବାରୁ ମାସ ମାସ ଧରି ମିଳିଲା ନାହିଁ ଭତ୍ତା ଟଙ୍କା: ଟ୍ରଲିରେ ବୁହା ହୋଇ ବ୍ୟାଙ୍କ ଓ ପୌରପରିଷଦ କାର୍ଯ୍ୟାଳୟ ଗଲେ ବୃଦ୍ଧା

କନକ ବ୍ୟୁରୋ: ଘରକୁ ଯାଇ ଭତା ଟଙ୍କା ଦିଆଯିବ । ଯେଉଁ ହିତାଧିକାରୀ ଭତା ଟଙ୍କା ପାଇଁ ବ୍ୟାଙ୍କକୁ ଆସିବାକୁ ଅସମର୍ଥ ସେମାନଙ୍କ ଘରକୁ ଯାଇ ଟଙ୍କା ଦେଇ ଆସିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଅସହାୟ ହିତାଧିକାରୀଙ୍କ ଘରକୁ ବ୍ୟାଙ୍କ ଯିବ ବୋଲି ବାରମ୍ବାର କୁହାଯାଉଛି । ହେଲେ ରାଜ୍ୟରେ ବହୁ କଷ୍ଟରେ ଅଧିକ ଖର୍ଚାନ୍ତ ହୋଇ ଭତା ନେବାକୁ ଯାଉଛନ୍ତି ହିତାଧିକାରୀ । ଆଜି ଏହି ଦୃଶ୍ୟ ଆସିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ।Continue reading “ଚାଲି ନପାରିବାରୁ ମାସ ମାସ ଧରି ମିଳିଲା ନାହିଁ ଭତ୍ତା ଟଙ୍କା: ଟ୍ରଲିରେ ବୁହା ହୋଇ ବ୍ୟାଙ୍କ ଓ ପୌରପରିଷଦ କାର୍ଯ୍ୟାଳୟ ଗଲେ ବୃଦ୍ଧା”

ମନ୍ତ୍ରୀ ନକଲେ ମୋ ସ୍ତ୍ରୀ ଆତ୍ମହତ୍ୟା କରିଦେବ? ସିନ୍ଦେଙ୍କୁ କିଛି ଏଭଳି ବ୍ଲାକମେଲ କରିଥିଲେ ବିଧାୟକ, ଜାଣନ୍ତୁ କିଏ କଲା ଏଭଳି ଖୁଲାସା?

କନକ ବ୍ୟୁରୋ : ମହାରାଷ୍ଟ୍ରରେ ସିନ୍ଦେ ସରକାରର କ୍ୟାବିନେଟ ବିସ୍ତାର ହୋଇନଥିବା ବେଳେ ସିନ୍ଦେ ଗୋଷ୍ଠୀର ଜଣେ ବିଧାୟକ ବଡ ଖୁଲାସା କରିଛନ୍ତି । ସିନ୍ଦେ ଗୋଷ୍ଠୀର ବିଧାୟକ ଭରତସେଠ୍ ଗୋଗାବଲେ କହିଛନ୍ତି, ସିନ୍ଦେ ସରକାରରେ ମନ୍ତ୍ରୀ ହେବାକୁ କିଛି ବିଧାୟକ ଭିନ୍ନ ଉପାୟ ଆପଣାଇଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ କିଛି ବିଧାୟକ ବ୍ଲାକମେଲ କରିଥିବା ନେଇ କହିଛନ୍ତି ଗୋଗାବେଲ । ଏପରିକି ମୁଁ ମଧ୍ୟ ମନ୍ତ୍ରୀପଦ ରେସରେ ରହିଥିଲି କିନ୍ତୁ ଯେତେବେଳେ ଏହିContinue reading “ମନ୍ତ୍ରୀ ନକଲେ ମୋ ସ୍ତ୍ରୀ ଆତ୍ମହତ୍ୟା କରିଦେବ? ସିନ୍ଦେଙ୍କୁ କିଛି ଏଭଳି ବ୍ଲାକମେଲ କରିଥିଲେ ବିଧାୟକ, ଜାଣନ୍ତୁ କିଏ କଲା ଏଭଳି ଖୁଲାସା?”

ଆମେରିକାର ଟାଇମ୍ସ ସ୍କେ୍ୱାୟରର ଶୋଭା ବଢ଼ାଉଛି କୋଣାର୍କ ଚକର ପ୍ରତିକୃତି: ଅନାବରଣ କରିଛନ୍ତି ସେଲିବ୍ରିଟି ସେଫ ବିକାଶ ଖନ୍ନା

କନକ ବ୍ୟୁରୋ: ଆମେରିକାରେ ସ୍ଥାପିତ ହେଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ଚକର ଏକ ପ୍ରତିକୃତି । ଆମେରିକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଟାଇମ୍ସ ସ୍କେ୍ୱାୟାରରେ ଏବେ ସୂର୍ଯ୍ୟ ମନ୍ଦିର ଚକର ଅବିକକଳ ପ୍ରତିକୃତି ଶୋଭା ବଢାଉଛି । ଭାରତର ୭୭ତମ ସ୍ୱାଧୀନତା ଦିବସ ଅବସରରେ ସେଲିବ୍ରେଟି ସେଫ ବିକାଶ ଖାନ୍ନା ଏହି ପ୍ରତିକୃତିର ଅନାବରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଅବସରରେ ବିକାଶ ଖନ୍ନାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ସମଗ୍ରContinue reading “ଆମେରିକାର ଟାଇମ୍ସ ସ୍କେ୍ୱାୟରର ଶୋଭା ବଢ଼ାଉଛି କୋଣାର୍କ ଚକର ପ୍ରତିକୃତି: ଅନାବରଣ କରିଛନ୍ତି ସେଲିବ୍ରିଟି ସେଫ ବିକାଶ ଖନ୍ନା”

Design a site like this with WordPress.com
Get started