ମନଇଛା ମାଟି ତଳୁ ଉତ୍ତୋଳନ ହେଉଛି ଲୁହାପଥର: ମାମଲା ସୁପ୍ରିମକୋର୍ଟରେ ପହଁଚିବା ପରେ ଉଦବେଗ ପ୍ରକାଶ କଲେ ଖଣ୍ଡପୀଠ 

କନକ ବ୍ୟୁରୋ: ଲୁହା ପଥର ଖଣି ଖୋଳାରେ ନାହିଁ ଲଗାମ । ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏନେଇ ସରକାରଙ୍କୁ ଜବାବ ମାଗିଛନ୍ତି । ଓଡିଶାର ମାଟି ତଳେ ଥିବା ଲୁହା ପଥର ଉତୋଳନରେ ବ୍ୟାପକ ଦୁର୍ନୀତି ହେଉଥିବା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ଆଉ ଏବେ ସେହି ଖଣି ଉତୋଳନାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି  ସୁପ୍ରିମକୋର୍ଟ । ଖଣି ଉତୋଳନକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟରେ ହୋଇଥିବାContinue reading “ମନଇଛା ମାଟି ତଳୁ ଉତ୍ତୋଳନ ହେଉଛି ଲୁହାପଥର: ମାମଲା ସୁପ୍ରିମକୋର୍ଟରେ ପହଁଚିବା ପରେ ଉଦବେଗ ପ୍ରକାଶ କଲେ ଖଣ୍ଡପୀଠ “

ମାତିଛି ମଣିଷଖିଆ କୁମ୍ଭୀର । କୂଳରେ ଯାହାକୁ ଦେଖୁଛି, ଟାଣି ନେଉଛି, ଝୁଣି ଖାଇଯାଉଛି ।

କନକ ବ୍ୟୁରୋ: ଲୁଣିପାଣିର ମଗର ଏବେ ମଧୁର ଜଳ ମୁହାଁ । ନଈ କୂଳରେ ଯାହାକୁ ଦେଖୁଛି, ଟାଣି ନେଉଛି । ପାଣି ଭିତରେ ଶକ୍ତି ଦେଖାଇ ଝୁଣି ଝୁଣି ଖାଇଯାଉଛି । ନଦୀ ଭିତରେ କୁମ୍ଭୀର ମଣିଷକୁ ଖାଉଥିବାର ଭିଡ଼ିଓ ଯାଜପୁରରୁ ଆସିଛି । ମଣିଷଖିଆ ମଗରର ଆତଙ୍କ ଦେଖି ଭୟରେ ନଦୀ କୂଳକୁ ବି ଯିବାକୁ ଡରୁଛନ୍ତି ନଦୀକୂଳିଆ ଲୋକେ । ଯାଜପୁର ବରୀ ବ୍ଲକ ଅମଠପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା ।Continue reading “ମାତିଛି ମଣିଷଖିଆ କୁମ୍ଭୀର । କୂଳରେ ଯାହାକୁ ଦେଖୁଛି, ଟାଣି ନେଉଛି, ଝୁଣି ଖାଇଯାଉଛି ।”

ସକ୍ରିୟ ରହିଛି ଘୁର୍ଣ୍ଣିବଳୟ: ଆଗାମୀ ୧୨ ଘଂଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

କନକ ବ୍ୟୁରୋ: ସକ୍ରିୟ ରହିଛି ଘୁର୍ଣ୍ଣିବଳୟ । ଆଗାମୀ ୧୨ ଘଂଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୧୪ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଜିଲ୍ଲାରେ ୨୦ସେଂଟିମିଟରରୁ ଅଧିକ ବର୍ଷା ହେବ । ଗତକାଲିର ଘୂର୍ଣ୍ଣିବଳୟ ଆଜି ଉତରପଶ୍ଚିମ ବଙ୍ଗୋପସାଗର ଅଂଚଳରେ ସମୁଦ୍ରContinue reading “ସକ୍ରିୟ ରହିଛି ଘୁର୍ଣ୍ଣିବଳୟ: ଆଗାମୀ ୧୨ ଘଂଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା”

ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲା: ନିଜ ଆଡୁ ମାମଲା କଲେ ମହିଳା କମିଶନ, ୧୫ଦିନ ଭିତରେ ଜବାବ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ

କନକ ବ୍ୟୁରୋ: ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲାରେ ରାଜ୍ୟ ମହିଳା କମିଶନ ନିଜ ଆଡୁ ମାମଲା କରିଛନ୍ତି । ଏହାସହ ଏସପିଙ୍କୁ ଜବାବ ମାଗିଛନ୍ତି ରାଜ୍ୟ ମହିଳା କମିଶନ । ୧୫ ଦିନ ଭିତରେ ଜବାବ ଦେବାକୁ ଏସପିଙ୍କୁ କୁହାଯାଇଛି । ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ କଣ ପଦକ୍ଷେପ ନିଆଯାଇଛି ସେ ନେଇ ଉତର ରଖିବାକୁ କହିଛନ୍ତି ରାଜ୍ୟ ମହିଳା କମିଶନ । ମହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲା । ସ୍ୱର୍ଣ୍ଣଲତାଙ୍କContinue reading “ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲା: ନିଜ ଆଡୁ ମାମଲା କଲେ ମହିଳା କମିଶନ, ୧୫ଦିନ ଭିତରେ ଜବାବ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ”

ଏଣିକି ଗୋଟିଏ ଆଇଡିରେ ମିଳିବ କେତୋଟି ସିମ୍ କାର୍ଡ? ଆଜି ବଡ ନିଷ୍ପତ୍ତି ନେଇପାରନ୍ତି ସରକାର ।

କନକ ବ୍ୟୁରୋ : ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସିମ କାର୍ଡକୁ ନେଇ ବଡ ଘୋଷଣା କରିପାରନ୍ତି । ଗୋଟିଏ ଆଇଡିରେ ମିଳୁଥିବା ସିମର ଲିମିଟ୍ କମାଇବା ନେଇ ଘୋଷଣା କରିପାରନ୍ତି ଅଶ୍ୱିନୀ । ଏବେ ଗୋଟିଏ ଆଇଡିରେ ୯ଟି ସିମ୍ ମିଳୁଛି । କିନ୍ତୁ ଏହି ସଂଖ୍ୟା ହ୍ରାସ ହୋଇପାରେ । ଏବେ ଗୋଟିଏ ଆଇଡିରେ ସର୍ବାଧିକ ୪ଟି ସିମ୍ ଇସ୍ୟୁ ହୋଇପାରେ । ତେବେ ହଠାତ୍ ସିମ୍ କାର୍ଡ ହ୍ରାସ କରିବା ପଛର କାରଣContinue reading “ଏଣିକି ଗୋଟିଏ ଆଇଡିରେ ମିଳିବ କେତୋଟି ସିମ୍ କାର୍ଡ? ଆଜି ବଡ ନିଷ୍ପତ୍ତି ନେଇପାରନ୍ତି ସରକାର ।”

ରାଜଧାନୀରେ ହଜାରେରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ : ରୋଗୀଙ୍କ ରକ୍ତରେ କମୁଛି ପ୍ଲେଟଲେଟ୍, ବଢ଼ାଇବା ପାଇଁ ଖାଉଛନ୍ତି ଅମୃତଭଣ୍ଡା ପତ୍ର ଜୁସ୍

କନକ ବ୍ୟୁରୋ : ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି । କେବଳ ରାଜଧାନୀ ଭୁବନେଶ୍ୱରରେ ୧ ହଜାର ୧୭୬ ରୋଗୀ ଚିହ୍ନଟ ହୋଇଛନ୍ତି । ଏପଟେ ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ଭିଡ ଲାଗୁଛି । ଘରୋଇ ହସ୍ପିଟାଲରେ ବି ମାଳମାଳ ରୋଗୀ ଭର୍ତି ହେଉଛନ୍ତି । ରାଜଧାନୀର ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ଘର ପିଛା ୨ ଜଣ ରୋଗୀ ଚିହ୍ନଟ ହେଉଛନ୍ତି । ବିଶେଷ କରି ଆଚାର୍ଯ୍ୟ ବିହାର, ନୟାପଲ୍ଲୀ ଓContinue reading “ରାଜଧାନୀରେ ହଜାରେରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ : ରୋଗୀଙ୍କ ରକ୍ତରେ କମୁଛି ପ୍ଲେଟଲେଟ୍, ବଢ଼ାଇବା ପାଇଁ ଖାଉଛନ୍ତି ଅମୃତଭଣ୍ଡା ପତ୍ର ଜୁସ୍”

ପୁରୀରେ ସହିଦଙ୍କ ପରିବାରକୁ ସମ୍ମାନୀତ କଲେ ଅର୍ଥମନ୍ତ୍ରୀ : ଭିଡ ଭିତରେ ମହିଳାଙ୍କ ହାତରୁ ମୋବାଇଲ ଟାଣି ଆଣି ନେଲେ ସେଲଫି

କନକ ବ୍ୟୁରୋ : ସହିଦଙ୍କ ଗାଁକୁ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରଥମ କରି ପୁରୀ ବୀରହରେକୃଷ୍ଣପୁର ଗାଁକୁ ଆସିଥିବାରୁ ସମସ୍ତେ ବେଶ୍ ଉତ୍ସାହିତ ଥିଲେ । ନିର୍ମଳାଙ୍କ ସହ ଫଟୋ ଉଠାଇବାକୁ ଚାହୁଁଥିଲେ । ଗାଁରେ ଘର ଘର ବୁଲି ମାଟି ସଂଗ୍ରହ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହା ପରେ ଏକ ଜନସଭାରେ ସାମିଲ ହୋଇଥିଲେ । ସଭା ମଂଚରୁ କେତେବେଳେ ଫେରିବେ ନିର୍ମଳା ଓ ତାଙ୍କ ସହ ଫଟୋ ଉଠାଇବେContinue reading “ପୁରୀରେ ସହିଦଙ୍କ ପରିବାରକୁ ସମ୍ମାନୀତ କଲେ ଅର୍ଥମନ୍ତ୍ରୀ : ଭିଡ ଭିତରେ ମହିଳାଙ୍କ ହାତରୁ ମୋବାଇଲ ଟାଣି ଆଣି ନେଲେ ସେଲଫି”

ସଫଳତା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ ୩ : ପରସ୍ପରଠାରୁ ଅଲଗା ହେଲେ ଲ୍ୟାଣ୍ଡର ଓ ପ୍ରପଲସନ ମଡ୍ୟୁଲ; ଟ୍ୱିଟ କରି ସୂଚନା ଦେଲା ଇସ୍ରୋ

କନକ ବ୍ୟୁରୋ : ସଫଳତା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ ୩ । ଆଜି ଦିନ ଗୋଟାଏ ୧୫ମିନିଟରେ ପରସ୍ପରଠାରୁ ଅଲଗା ହେଲେ ଲ୍ୟାଣ୍ଡର ଓ ପ୍ରପଲସନ ମଡ୍ୟୁଲ । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ପ୍ରପଲସନ ମଡ୍ୟୁଲ ଠାରୁ ଅଲଗା ହୋଇ ଯାତ୍ରା ଜାରି ରଖିଛି ଲ୍ୟାଣ୍ଡର । ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପର୍ଯ୍ୟନ୍ତ ଲ୍ୟାଣ୍ଡର ବିକ୍ରମ ଏବେ ଏକୁଟିଆ ତାର ଏହି ଯାତ୍ରା ଜାରି ରଖିବ ।Continue reading “ସଫଳତା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ ୩ : ପରସ୍ପରଠାରୁ ଅଲଗା ହେଲେ ଲ୍ୟାଣ୍ଡର ଓ ପ୍ରପଲସନ ମଡ୍ୟୁଲ; ଟ୍ୱିଟ କରି ସୂଚନା ଦେଲା ଇସ୍ରୋ”

ମାହାଙ୍ଗାରେ ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ମାମଲା : ତଦନ୍ତ ପାଇଁ ଖେଳ ଶିକ୍ଷକଙ୍କ ଘରେ ପହଞ୍ଚିଲା ପୋଲିସ

କନକ ବ୍ୟୁରୋ : ମାହାଙ୍ଗା ମାଟ୍ରିକ ଛାତ୍ରୀ ମୃତ୍ୟୁ ମାମଲା । ସ୍ୱର୍ଣ୍ଣଲତାଙ୍କ ସହ ପ୍ରେମ ସଂପର୍କକୁ ସ୍ୱୀକାର କଲେ ଖେଳ ଶିକ୍ଷକ । ସେପଟେ ଜଗତସିଂହପୁର ଛେଳିଆଗଡ ଗାଁରେ ପହଞ୍ଚିଛନ୍ତି ତଦନ୍ତକାରୀ ଟିମ୍ । ଗତକାଲି କଟକ ଜିଲ୍ଲା ଏସପି ମିହିର ପଣ୍ଡା ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଆଉ ଆଜି ତଦନ୍ତକାରୀ ଟିମ୍ ସ୍ୱର୍ଣ୍ଣଲତାଙ୍କ ପ୍ରେମିକ ତଥା ଖେଳ ସାରଙ୍କ ଘରେ ପହଞ୍ଚିଛନ୍ତି । ମୃତ୍ୟୁ ପୂର୍ବରୁ ଛାତ୍ରୀ ଜଣଙ୍କContinue reading “ମାହାଙ୍ଗାରେ ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ମାମଲା : ତଦନ୍ତ ପାଇଁ ଖେଳ ଶିକ୍ଷକଙ୍କ ଘରେ ପହଞ୍ଚିଲା ପୋଲିସ”

ସାଉଥ ଡ଼ାଇରେକ୍ଟର ‘ଶଙ୍କର’ ଯିଏ ଗୋଟେ ଫିଲ୍ମ ପାଇଁ ନିଅନ୍ତି ୪୦ କୋଟି ଟଙ୍କା

ଇଣ୍ଡିଆନ, ଅପରିଚିତ, ରୋବଟ ଏହି ଫିଲ୍ମ ଗୁଡ଼ିକର ନାଁ ସମସ୍ତ ଚଳଚ୍ଚିତ୍ର ପ୍ରେମୀ ମାନଙ୍କ ମଧ୍ୟରେ ବେଶ ପରିଚିତ । ଏଗୁଡ଼ିକ ସବୁ ସାଉଥର ସୁପରଡୁପର ହିଟ ଫିଲ୍ମ । ଯାହାର ନିର୍ଦ୍ଦେଶକ ହେଉଛନ୍ତି ଶଙ୍କର । ଶଙ୍କର ହେଉଛନ୍ତି ଭାରତର ଦ୍ଵିତୀୟ ସର୍ବାଧିକ ପାରିଶ୍ରମିକ ନେଉଥିବା ଡ଼ାଇରେକ୍ଟର । ତାଙ୍କର ଗୋଟେ ଫିଲ୍ମର ଫିସ୍ ହେଉଛି ୪୦ କୋଟି ଟଙ୍କା । ଶଙ୍କର ଭାରତର ଆଙ୍ଗୁଠି ଗଣତି କେଇଜଣ ଡ଼ାଇରେକ୍ଟରଙ୍କ ମଧ୍ୟରେ ଅଛନ୍ତି ଯେଉଁମାନକର ସଫଳତାରContinue reading “ସାଉଥ ଡ଼ାଇରେକ୍ଟର ‘ଶଙ୍କର’ ଯିଏ ଗୋଟେ ଫିଲ୍ମ ପାଇଁ ନିଅନ୍ତି ୪୦ କୋଟି ଟଙ୍କା”

Design a site like this with WordPress.com
Get started