ନୌସେନାରେ ସାମିଲ ହେଲା ସମୁଦ୍ରର ନୂଆ ରକ୍ଷକ ଆଇଏନଏସ ବିନ୍ଧ୍ୟଗିରି: କେଲୋକାତା ରିଚ୍ ସିଫ୍ ଡକ୍ୟାଡରେ ତିଳକ ଲଗାଇ, ନଡିଆ ଭାଙ୍ଗି ସେନାରେ ସାମିଲ କଲେ ରାଷ୍ଟ୍ରପତି 

କନକ ବ୍ୟୁରୋ: ବଢିଲା ଭାରତୀୟ ନୌସେନାର ଶକ୍ତି । ଆଧୁନିକ ଯୁଦ୍ଧ ଜାହାଜ ଆଇଏନଏସ ବିନ୍ଧ୍ୟଗିରିର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ । ନଡିଆ ବାଡେଇ , ଚନ୍ଦନ ଲଗାଇ ରାଷ୍ଟ୍ରପତି ମୁର୍ମୁ ହୁଗଲି ନଦୀ କୂଳରେ ଅବସ୍ଥିତ ଗାର୍ଡେନ ରିଚବିଲ୍ଡସ ଓ ଇଂଜିନିୟରିଂ ଲିମିଟେଡ ପରିସରରେ ଯୁଦ୍ଧ ଜାହାଜର ଉଦଘାଟନ କରିଛନ୍ତି । ଏହିଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ପ୍ରୋଜେକ୍ଟ ୧୭ ଏ ଅଧିନରେ ନିର୍ମାଣ କରାଯାଉଥିବା ଯୁଦ୍ଧ ଜାହାଜContinue reading “ନୌସେନାରେ ସାମିଲ ହେଲା ସମୁଦ୍ରର ନୂଆ ରକ୍ଷକ ଆଇଏନଏସ ବିନ୍ଧ୍ୟଗିରି: କେଲୋକାତା ରିଚ୍ ସିଫ୍ ଡକ୍ୟାଡରେ ତିଳକ ଲଗାଇ, ନଡିଆ ଭାଙ୍ଗି ସେନାରେ ସାମିଲ କଲେ ରାଷ୍ଟ୍ରପତି “

ଅଜିତଙ୍କୁ ଢାଲ କରି ଶରଦ ପାୱାରଙ୍କୁ ବିଜେପି ଦେଇଛି କି ବଡ ଅଫର? ବିରୋଧୀ ଦଳ ନେତା ବିଜୟ ୱାଡିଟିୱାର କଲେ ଦାବି

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଚାଲିଛି ହଲଚଲ । ଏହା ଭିତରେ ବିରୋଧୀ ଦଳ ନେତା ବିଜୟ ୱାଡିଟିୱାରଙ୍କ ଏକ ଦାବିକୁ ନେଇ ଖୁବ ଚର୍ଚ୍ଚା ଚାଲିଛି । ବିରୋଧୀ ଦଳ ତଥା କଂଗ୍ରେସ ନେତା ବିଜୟ ୱାଡିଟିୱାର କହିଛନ୍ତି ଉଭୟ ଶରଦ ଓ ଅଜିତଙ୍କ ମଧ୍ୟରେ ରୀତିମତ ଗୁପ୍ତ ବୈଠକ ବସୁଛି । ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ମାଷ୍ଟରପ୍ଲାନ କରୁଛି । ତେଣୁ ଅଜିତଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରିବା ଲୋଭ ଦେଖାଉଛି ଦଳContinue reading “ଅଜିତଙ୍କୁ ଢାଲ କରି ଶରଦ ପାୱାରଙ୍କୁ ବିଜେପି ଦେଇଛି କି ବଡ ଅଫର? ବିରୋଧୀ ଦଳ ନେତା ବିଜୟ ୱାଡିଟିୱାର କଲେ ଦାବି”

ଟାଇମ୍ସ ନାଓର ଓପିନିୟନ ସର୍ଭେ ରିପୋର୍ଟ: ଏନଡିଏକୁ ମିଳିପାରେ ୨୯୬ରୁ ୩୨୬ ଆସନ

କନକ ବ୍ୟୁରୋ: ସାରା ଦେଶରେ ୨୦୨୪ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେଉଁ ଆସନରେ କିପରି ନିର୍ବାଚନ ଲଢାଯିବ ସେନେଇ ଘନ ଘନ ବୈଠକ ମଧ୍ୟ ବସୁଛି । ଏହାରି ଭିତରେ ଏକ ସର୍ଭେ ପୋଲ ଆସିଛି । ସର୍ଭେ ଅନୁସାରେ ପୁଣି ସରକାର ଗଢ଼ିପାରେ ଏନଡିଏ । ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନରେନ୍ଦ୍ର ମୋଦୀ । ସମ୍ପୂର୍ଣ୍ଣ ବହୁମତ ସହ ଆଗାମୀ ନିର୍ବାଚନରେ ଏନ୍ଡିଏ ସରକାର ଗଢ଼ିପାରେ ବୋଲି ଆକଳନContinue reading “ଟାଇମ୍ସ ନାଓର ଓପିନିୟନ ସର୍ଭେ ରିପୋର୍ଟ: ଏନଡିଏକୁ ମିଳିପାରେ ୨୯୬ରୁ ୩୨୬ ଆସନ”

ଚର୍ଚ୍ଚାରେ ଗୁଲାମ ନବୀ ଆଜାଦଙ୍କ ବୟାନ: ହିନ୍ଦୁ ଓ ଇସଲାମ ଧର୍ମକୁ ନେଇ ରଖିଲେ ମତ, କହିଲେ ଦୁନିଆର ସବୁଠାରୁ ପୁରୁଣା ଧର୍ମ ହିନ୍ଦୁ

କନକ ବ୍ୟୁରୋ: ଜମ୍ମୁକଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଏକ ବୟାନକୁ ବେଶ ଭାଇରାଲ ହେଉଛି । ଜମ୍ମୁକଶ୍ମୀରର ଏକ ସଭାକୁ ସମ୍ବୋଧିତ କରି ଗୁଲାମ ହିନ୍ଦୁ ଓ ମୁସଲିମ ଧର୍ମକୁ ନେଇ ବଡ ବୟାନ ଦେଇଛନ୍ତି । ବରିଷ୍ଠ ରାଜନେତା କହିଛନ୍ତି ଇସଲାମଠାରୁ ପୁରୁଣା ହେଉଛିି ହିନ୍ଦୁ ଧର୍ମ । ସବୁ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ । ଧର୍ମ ପରିବର୍ତନ କରି ମୁସଲିମ ହୋଇଛନ୍ତି । ସେପଟେ ଗୁଲାମଙ୍କ ବୟାନକୁ ସତ ବୋଲିContinue reading “ଚର୍ଚ୍ଚାରେ ଗୁଲାମ ନବୀ ଆଜାଦଙ୍କ ବୟାନ: ହିନ୍ଦୁ ଓ ଇସଲାମ ଧର୍ମକୁ ନେଇ ରଖିଲେ ମତ, କହିଲେ ଦୁନିଆର ସବୁଠାରୁ ପୁରୁଣା ଧର୍ମ ହିନ୍ଦୁ”

ବିଦେଶରେ ଶୋଭା ପାଇବ ଓଡିଶା କୀର୍ତ୍ତିରାଜି: ଆମେରିକା ଟାଇମ୍ସ ସ୍କୋୟାରରେ କୋଣାର୍କ ଚକ

କନକ ବ୍ୟୁରୋ: ଆମେରିକାରେ ସ୍ଥାପିତ ହୋଇଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ଚକର ପ୍ରତିକୃତି । ନ୍ୟୁୟର୍କ ସହରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଟାଇମ୍ସ ସ୍କୋୟରର ଶୋଭ ବଢ଼ାଉଛି ଏହି କୋଣାର୍କ ଚକ । ସ୍ୱାଧୀନତା ଦିବସ ଅବସରରେ ଏହାକୁ ଅନାବରଣ କରିଛନ୍ତି ସେଲିବ୍ରିଟି ସେଫ ବିକାଶ ଖନ୍ନା । ବିକାଶ ଖନ୍ନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କଳାକୃତିକୁ ନିର୍ମାଣContinue reading “ବିଦେଶରେ ଶୋଭା ପାଇବ ଓଡିଶା କୀର୍ତ୍ତିରାଜି: ଆମେରିକା ଟାଇମ୍ସ ସ୍କୋୟାରରେ କୋଣାର୍କ ଚକ”

ମିରର୍ ପାଖକୁ ଗଲେ, ମଣିଷ ହୋଇଯିବ ଉଭାନ! ବ୍ରିଟିଶ ଅମଳର ମିରର୍ କହି ଲଗାଉଥିଲେ ଚୂନା

କନକ ବ୍ୟୁରୋ: ମ୍ୟାଜିକ ମିରର ଯେଉଁ ମିରର୍ ପାଖକୁ ଗଲେ, ମଣିଷ ଉଭାନ ହୋଇଯିବ । ଏପରି କଥା କହି ମ୍ୟାଜିକ ମିରରର ଲୋଭ ଦେଖାଇ ଲୁଟୁଥିରେ ଲୁଟେରା । ଏମିତି ଏକ ବଡ଼ ମ୍ୟାଜିକ୍ ମିରର୍ ର୍ୟାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ । ଏଥିସହ ୫୦ ହଜାର କୋଟି ଟଙ୍କାର ଡିଲ୍ ଭଣ୍ଡୁର ମଧ୍ୟ ହୋଇଛି । ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଅନୀଲ କପୁର ଅଭିନୀତContinue reading “ମିରର୍ ପାଖକୁ ଗଲେ, ମଣିଷ ହୋଇଯିବ ଉଭାନ! ବ୍ରିଟିଶ ଅମଳର ମିରର୍ କହି ଲଗାଉଥିଲେ ଚୂନା”

କୁଆଡେ ଗଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ? ଘର ଭିତରୁ ପଡିଛି ତାଲା

କନକ ବ୍ୟୁରୋ: ମାହାଙ୍ଗା ଶୁଖୁଆପଡାର ଦଶମ ଶ୍ରେଣୀ ଛାତ୍ରୀ ସ୍ୱର୍ଣ୍ଣଲତା ଦାସଙ୍କର ଅଚାନକ ମୃତ୍ୟୁ ପରେ କେଉଁଆଡେ ଚାଲିଯାଇଛନ୍ତି ମାହାଙ୍ଗା ବ୍ଲକର ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ । ଘର ଭିତରପଟୁ ତାଲା ପଡିଛି । ବୁଧବାରଦିନ ଘଟଣା ପ୍ରଘଟ ହେବା ପରେ ଶରତଙ୍କ ଆଉ ଖୋଜ ଖବର ନାହିଁ । ଭାଇରାଲ ଅଡିଓ ବୟାନ କରୁଛି ଶରତ ନାୟକ ପୁଲିସ ସହଯୋଗରେ ସବୁ ପ୍ରମାଣକୁ ନଦୀରେ ଭସାଇ ଦେଇଛନ୍ତି । ନାବାଳିକା ଛାତ୍ରୀContinue reading “କୁଆଡେ ଗଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ? ଘର ଭିତରୁ ପଡିଛି ତାଲା”

ଓଡିଶା ମାଟି ତଳୁ ସରିଯିବ ଖଣି? ସୁପ୍ରିମକୋର୍ଟଙ୍କ ଉଦବେଗ ପରେ ବଢ଼ିଲା ଚିନ୍ତା

କନକ ବ୍ୟୁରୋ: ଓଡିଶା ମାଟି ତଳୁ ଲୁହା ପଥର ଖଣି ସରିଯିବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି । ସୁପ୍ରିମକୋର୍ଟରେ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଖଣି ସରିଯିବା ନେଇ ତଥ୍ୟ ସହ ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିବା ପରେ, ଚିନ୍ତା ପ୍ରକଟ କରିଛନ୍ତିି ସାମାଜିକ କର୍ମୀ ଓ ବିରୋଧୀ ଦଳ । ଏବଂ ଏବେ ଠାରୁ ସତର୍କ ହୋଇ ଖଣି ଉତୋଳନ ଉପରେ ନିୟନ୍ତ୍ରଣ ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁContinue reading “ଓଡିଶା ମାଟି ତଳୁ ସରିଯିବ ଖଣି? ସୁପ୍ରିମକୋର୍ଟଙ୍କ ଉଦବେଗ ପରେ ବଢ଼ିଲା ଚିନ୍ତା”

ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ: ମାହାଙ୍ଗା ବିଜେଡି ନେତା ଶରତ ନାୟକ ନିଲମ୍ବିତ

କନକ ବ୍ୟୁରୋ: ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲାରେ ବିବାଦୀୟ ହୋଇପଡ଼ିଥିବା ନେତା ଶରତ ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି । ମାହାଙ୍ଗା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଥିବା କଟକ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଦେବାଶିଷ ସାମନ୍ତରାୟ ଜଣାଇଛନ୍ତି । ଛାତ୍ରୀ ସ୍ୱର୍ଣ୍ଣଲତା ଦାଶଙ୍କ ମୃତ୍ୟୁ ଘଟଣାରେ ଶରତ ନାୟକଙ୍କ ଏକ ଅଡିଓ ଭାଇରାଲ ହୋଇଥିଲାContinue reading “ମାହାଙ୍ଗା ଛାତ୍ରୀ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ: ମାହାଙ୍ଗା ବିଜେଡି ନେତା ଶରତ ନାୟକ ନିଲମ୍ବିତ”

ପ୍ରପଲସନ୍ ମଡ୍ୟୁଲଠାରୁ ଅଲଗା ହେଲା ଲ୍ୟାଣ୍ଡର: ସଫଳତାର ଆଉ ଏକ ପାଦ ଆଗେଇଲା ଚନ୍ଦ୍ରଯାନ-୩

କନକ ବ୍ୟୁରୋ: ୩୪ଦିନର ଯାତ୍ରା ଶେଷ କରିବା ପରେ ଚନ୍ଦ୍ରର ଆହୁରି ନିକଟତର ହୋଇଛି ଚନ୍ଦ୍ରଯାନ-୩ । ଇସ୍ରୋର ଉଦ୍ୟମରେ ଆଜି ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସୋପାନ ଅତିକ୍ରମ କରିଛି । ଲ୍ୟାଣ୍ଡରକୁ ଧରି ଚନ୍ଦ୍ର କକ୍ଷପଥରେ ବୁଲୁଥିବା ପ୍ରପଲସନ ମଡ୍ୟୁଲ ସଫଳତାର ସହ ଅଲଗା ହୋଇଛି । ଏଣିକି ଲ୍ୟାଣ୍ଡରକୁ ଧିରେ ଧିରେ ଚନ୍ଦ୍ରରେ ଅବତରଣ ପାଇଁ ପ୍ରୟାସ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ସବୁକିଛି ଠିକ୍ ଠାକ୍ ହେଲେ ୨୩ତାରିଖ ବେଳକୁContinue reading “ପ୍ରପଲସନ୍ ମଡ୍ୟୁଲଠାରୁ ଅଲଗା ହେଲା ଲ୍ୟାଣ୍ଡର: ସଫଳତାର ଆଉ ଏକ ପାଦ ଆଗେଇଲା ଚନ୍ଦ୍ରଯାନ-୩”

Design a site like this with WordPress.com
Get started