ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ୩ ଆହତ : ଏଟିଏମରେ ଟଙ୍କା ଜମା କରିବାକୁ ଆସିଥିବା ବେଳେ ଅଘଟଣ

କନକ ବ୍ୟୁରୋ : ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ୩ ଆହତ । ଏଟିଏମରେ ଟଙ୍କା ଜମା କରିବାକୁ ଆସିଥିବା ବେଳେ ଅଘଟଣ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ସାପ୍ତାହିକ ବଜାର ନିକଟ ଆଇସିଆଇସିଆଇ ବ୍ୟାଙ୍କ ଏଟିଏମ୍ ଠାରେ ଅଘଟଣ । ଟଙ୍କା ଭର୍ତ୍ତି ବାକ୍ସ ଓହ୍ଲାଇଲା ବେଳେ ଫୁଟିଲା ବନ୍ଧୁକ । ଜଣେ ମହିଳା ସମେତ ୩ ଗୁରୁତର ହୋଇଛନ୍ତି । ଆହତ ତିନି ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀଙ୍କୁ ପୋଲିସContinue reading “ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, ୩ ଆହତ : ଏଟିଏମରେ ଟଙ୍କା ଜମା କରିବାକୁ ଆସିଥିବା ବେଳେ ଅଘଟଣ”

‘ଇସଲାମ ଧର୍ମ ଠାରୁ ହିନ୍ଦୁ ଧର୍ମ ପୁରୁଣା, ମୁସଲିମ ପୂର୍ବରୁ ହିନ୍ଦୁ ଥିଲେ’, କାହିଁକି ଏମିତି କହିଲେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ?

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରେଟିଭ ପ୍ରୋଗ୍ରେସିଭ ପାର୍ଟି ମୁଖ୍ୟ ଗୁଲାମ ନବୀ ଆଜାଦଙ୍କ ବୟାନ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଗୁଲାମ କହିଛନ୍ତି, ଇସଲାମ ଧର୍ମ ଠାରୁ ହିନ୍ଦୁ ଧର୍ମ ଆହୁରି ପୁରୁଣା । ସମସ୍ତ ମୁସଲିମ ପୂର୍ବରୁ ହିନ୍ଦୁ ହିଁ ଥିଲେ । ଡୋଡା ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ କିଛି ଏଭଳି କହିଛନ୍ତି ଗୁଲାମ ନବୀ ଆଜାଦ । ଭାଇରାଲ ହେଉଥିବା ଭିଡ଼ିଓରେ ଗୁଲାମContinue reading “‘ଇସଲାମ ଧର୍ମ ଠାରୁ ହିନ୍ଦୁ ଧର୍ମ ପୁରୁଣା, ମୁସଲିମ ପୂର୍ବରୁ ହିନ୍ଦୁ ଥିଲେ’, କାହିଁକି ଏମିତି କହିଲେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ?”

ସହିଦ ଜୟୀ ରାଜଗୁରୁଙ୍କ ଗାଁରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ : ଅମୃତକଳା ଯାତ୍ରାର କରିବେ ଶୁଭାରମ୍ଭ

କନକ ବ୍ୟୁରୋ : ସହିଦଙ୍କ ଗାଁରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । ପୁରୀ ବୀରହରେକୃଷ୍ଣପୁର ଗଁକୁ ଯାଇଛନ୍ତି ନିର୍ମଳା ସୀତାରମଣ୍ । ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ । ସେଠାରେ ଅମୃତ କଳା ଯାତ୍ରାର ଶୁଭାରମ୍ଭ ହେବ । ଏଥିପାଇଁ ବୀରହରେକୃଷ୍ଣପୁରରେ ବ୍ୟାପକ ଆୟୋଜନ କରାଯାଇଛି । ପୁରୀ ପେଣ୍ଠକଟା ନିକଟ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳାContinue reading “ସହିଦ ଜୟୀ ରାଜଗୁରୁଙ୍କ ଗାଁରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ : ଅମୃତକଳା ଯାତ୍ରାର କରିବେ ଶୁଭାରମ୍ଭ”

ଧସିଲା ବୈତରଣୀ ନଦୀବନ୍ଧ : ନଦୀ ଗର୍ଭକୁ ଚାଲିଗଲା ୧୦୦ ଫୁଟରୁ ଅଧିକ ଲମ୍ବର ମାଟି ଅତଡା ସହ ବଡ ବଡ ପଥର ଓ ଗଛ, ଆତଙ୍କରେ ଲୋକେ

କନକ ବ୍ୟୁରୋ : ଧସିଲା ବୈତରଣୀ ନଦୀବନ୍ଧ । ଭୟଭୀତ ଅବସ୍ଥାରେ ଯାଜପୁର ଦଶରଥପୁର ବ୍ଲକ୍ କମାରଡ଼ିହ ପଞ୍ଚାୟତ ବଳରାମପୁରର ବାସିନ୍ଦା । ୧୦୦ ଫୁଟରୁ ଅଧିକ ଲମ୍ବର ମାଟି ଅତଡା ଧସି ନଦୀ ଗର୍ଭରେ ମିଶି ଯାଇଛି । ଏପରିକି ବନ୍ଧ ପାର୍ଶ୍ୱରେ ଥିବା ପଥର ଓ ବଡ଼ ବଡ଼ ଗଛ ନଦୀ ଭିତରକୁ ଚାଲି ଯାଇଛି । ଫଳରେ ଆଖପାଖ ଅଞ୍ଚଳ ୩ଟି ପଞ୍ଚାୟତର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ନଦୀ ବନ୍ଧଟିContinue reading “ଧସିଲା ବୈତରଣୀ ନଦୀବନ୍ଧ : ନଦୀ ଗର୍ଭକୁ ଚାଲିଗଲା ୧୦୦ ଫୁଟରୁ ଅଧିକ ଲମ୍ବର ମାଟି ଅତଡା ସହ ବଡ ବଡ ପଥର ଓ ଗଛ, ଆତଙ୍କରେ ଲୋକେ”

ଜିଲ୍ଲା ମାନ୍ୟତା ଦାବି : ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ପାଳନ; ଜନଜୀବନ ପ୍ରଭାବିତ

କନକ ବ୍ୟୁରୋ : ଜିଲ୍ଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ପାଳନ କରାଯାଉଛି । ଏହା ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳିତ ହେଉଛି । ଟିଟିଲାଗଡ଼ରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି । ତେବେ ଜରୁରୀ ସେବାକୁ ବନ୍ଦରୁ ବାଦ ଦିଆଯାଇଛିContinue reading “ଜିଲ୍ଲା ମାନ୍ୟତା ଦାବି : ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ପାଳନ; ଜନଜୀବନ ପ୍ରଭାବିତ”

କୋଟିଆରେ ପଶି ଆନ୍ଧ୍ର ପାଳିଲା ସ୍ୱାଧୀନତା ଦିବସ : ତିନି ଗାଁରେ ତ୍ରିରଙ୍ଗା ଉଡାଇଲା ପଡୋଶୀ; ଧୂଳିପଦରରେ ମାରିଲା ତେଲୁଗୁ ଫଳକ

କନକ ବ୍ୟୁରୋ : କୋଟିଆରେ ପସି ଆନ୍ଧ୍ର ପାଳିଲା ସ୍ୱାଧୀନତା ଦିବସ । ଓଡ଼ିଶା ଭିତରକୁ ପଶି ଆସି ପତାକା ଉତ୍ତୋଳନ କରିବା ସହ କୋଟିଆ ପଞ୍ଚାୟତର ଧୂଳିପଦର ଗ୍ରାମରେ ତେଲୁଗୁ ଫଳକ ଲଗାଇଛି ପଡୋଶୀ । ଯେଉଁଥିରେ ଆନ୍ଧ୍ର ସରକାରର ବାର୍ତ୍ତା ରହିିଛି । ସୀମାରେ ଅନୁପ୍ରବେଶ ରୋକିବାକୁ ପୋଲିସ ଜଗିଥିବା ବେଳେ କିଭଳି ପ୍ରବେଶ କଲେ ଆନ୍ଧ୍ର ଅଧିକାରୀ ତାହା ଏବେ ପ୍ରଶ୍ନବାଚୀ । ଆନ୍ଧ୍ର ପ୍ରଶାସନ ପକ୍ଷରୁ କୋଟିଆର ଫାଟୁସିନେରୀ, ନାରେଡିବାଲସା ଓContinue reading “କୋଟିଆରେ ପଶି ଆନ୍ଧ୍ର ପାଳିଲା ସ୍ୱାଧୀନତା ଦିବସ : ତିନି ଗାଁରେ ତ୍ରିରଙ୍ଗା ଉଡାଇଲା ପଡୋଶୀ; ଧୂଳିପଦରରେ ମାରିଲା ତେଲୁଗୁ ଫଳକ”

ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା : କୁଆଡେ ଗଲେ ଛାତ୍ରୀଙ୍କ ପ୍ରେମିକ ତଥା ଖେଳ ଶିକ୍ଷକ ? ସନ୍ଦେହ ଘେରରେ ପୋଲିସର ଭୂମିକା

କନକ ବ୍ୟୁରୋ : ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ କୁଆଡେ ଗଲେ ନାବାଳିକାଙ୍କ ପ୍ରେମିକ ତଥା ସେ ପଢୁଥିବା ସ୍କୁଲର ସେହି ଖେଳ ଶିକ୍ଷକ । ଯାହାଙ୍କୁ ମୃତ୍ୟୁ ପୂର୍ବରୁ ନାବାଳିକା ଜଣଙ୍କ ଏକ ଚିଠି ଲେଖିଥିଲେ । ଅନ୍ୟପଟେ ସମ୍ପୃକ୍ତ ସାରଙ୍କ ମା’ଙ୍କ ସହ ସ୍ଥାନୀୟ ବିଜେଡି ନେତା ଶରତ ନାୟକଙ୍କ ଫୋନ କଲର ରେକର୍ଡ ଭାଇରାଲ ହେଉଛି । ଯେଉଁଥିରେ ମାମଲାକୁ ରଫାଦଫା କରିବାକୁ ଶରତ ନାୟକ ୭୦ ହଜାର ଟଙ୍କା ଲାଞ୍ଚ ମାଗୁଥିବାContinue reading “ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା : କୁଆଡେ ଗଲେ ଛାତ୍ରୀଙ୍କ ପ୍ରେମିକ ତଥା ଖେଳ ଶିକ୍ଷକ ? ସନ୍ଦେହ ଘେରରେ ପୋଲିସର ଭୂମିକା”

ବିରୋଧୀ ମେଣ୍ଟରେ ଫାଟ ! ଦିଲ୍ଲୀରେ ଏକାକୀ ଲୋକସଭା ନିର୍ବାଚନ ଲଢିବ କଂଗ୍ରେସ; ଆପ୍ କହିଲା ଆଗାମୀ ବିରୋଧୀ ବୈଠକକୁ ଯିବନି ଦଳ

କନକ ବ୍ୟୁରୋ : ବିରୋଧୀ ଇଣ୍ଡିଆ ମେଣ୍ଟରେ ଫାଟ । ସାଧାରଣ ନିର୍ବାଚନରେ ଦିଲ୍ଲୀ ଲୋକସଭା ଆସନ ପାଇଁ ଆପ୍ ସହ ମେଣ୍ଟ କରିବ ନାହିଁ କଂଗ୍ରେସ । ବୁଧବାର ଦିଲ୍ଲୀରେ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ନେତା ବୈଠକ କରିଥିଲେ । ଦଳର ସଭାପତି ମଲ୍ଲକାର୍ଜନୁ ଖଡଗେ, ରାହୁଲ ଗାନ୍ଧୀଙ୍କ ସମେତ ବରିଷ୍ଠ ନେତା ବୈଠକରେ ସାମିଲ ହୋଇଥିଲେ । ୪ ଘଣ୍ଟା ଧରି ୪୦ ନେତା ବୈଠକ କରିଥିଲେ । ଯେଉଁଥିରେ ଦିଲ୍ଲୀର ସମସ୍ତContinue reading “ବିରୋଧୀ ମେଣ୍ଟରେ ଫାଟ ! ଦିଲ୍ଲୀରେ ଏକାକୀ ଲୋକସଭା ନିର୍ବାଚନ ଲଢିବ କଂଗ୍ରେସ; ଆପ୍ କହିଲା ଆଗାମୀ ବିରୋଧୀ ବୈଠକକୁ ଯିବନି ଦଳ”

ମଣିପୁରରେ ବର୍ତ୍ତିବେନି ଅଭିଯୁକ୍ତ, ହିଂସାର ଯାଞ୍ଚ କରିବ ସିବିଆଇ, ୫୩ ଅଧିକାରୀ ମୁତୟନ: ୧୭ ଏଫଆଇଆର ହେବ ଯାଞ୍ଚ

କନକ ବ୍ୟୁରୋ: ଏଣିକି ମଣିପୁରରେ ଆଉ ବର୍ତ୍ତିବେନି ଉପଦ୍ରବକାରୀ । କାରଣ ଏଣିକି ମାମଲାର ଯାଞ୍ଚ କରିବ ସିବିଆଇ । ଏଥିପାଇଁ ରାଜ୍ୟରେ ମୁତୟନ ହୋଇଛନ୍ତି ୨୯ ମହିଳା ଅଧିକାରୀଙ୍କ ସହ ମୋଟ ୫୩ ଅଧିକାରୀ । ଦାଏର ହୋଇଥିବା ୧୭ରୁ ଅଧିକ ମାମଲାର କରିବ ପୁଙ୍ଖାନୁପୁଙ୍ଖ ଯାଞ୍ଚ । ଅଧିକାରୀଙ୍କ ସୂଚନା ମୁତାବକ, ୩ଜଣ ଉପମହାନିର୍ଦ୍ଦେଶକ ର୍ୟାଙ୍କର ଅଧିକାରୀ ରାଜ୍ୟରେ ହୋଇଥିବା ହିଂସା ମାମଲାରେ ଯାଂଚ କରିବାକୁ ନିଜ ନିଜ ଟିମର ନେତୃତ୍ୱ କରିବେ ।Continue reading “ମଣିପୁରରେ ବର୍ତ୍ତିବେନି ଅଭିଯୁକ୍ତ, ହିଂସାର ଯାଞ୍ଚ କରିବ ସିବିଆଇ, ୫୩ ଅଧିକାରୀ ମୁତୟନ: ୧୭ ଏଫଆଇଆର ହେବ ଯାଞ୍ଚ”

ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ : ବ୍ଲୁ ବିଚ୍ ଯାଇ ‘ମୋ ମାଟି ମୋ ଦେଶ’ ସମ୍ପର୍କିତ ବାଲୁକା କଳାର କଲେ ପରିଦର୍ଶନ

କନକ ବ୍ୟୁରୋ : ଶ୍ରୀମନ୍ଦିରରୁ ବାହାରି ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ଯାଇଥିଲେ ଅର୍ଥମନ୍ତ୍ରୀ । ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ‘ମୋ ମାଟି ମୋ ଦେଶ’ ବିଷୟବସ୍ତୁ ଉପରେ ନିର୍ମିତ ବାଲୁକା କଳାକୃତି ପରିଦର୍ଶନ କରିଥିଲେ । କିଛି ସମୟ ରହିବା ପରେ ଫଟୋ ଉଠାଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ଏହା ପରେ ଦୁଇ କେନ୍ଦ୍ରମନ୍ତ୍ରୀ ପେଣ୍ଠକଟା ନିକଟ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ସଦାଶିବ କ୍ୟାମ୍ପସରେ ଆୟୋଜିତ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେContinue reading “ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ : ବ୍ଲୁ ବିଚ୍ ଯାଇ ‘ମୋ ମାଟି ମୋ ଦେଶ’ ସମ୍ପର୍କିତ ବାଲୁକା କଳାର କଲେ ପରିଦର୍ଶନ”

Design a site like this with WordPress.com
Get started