କନକ ବ୍ୟୁରୋ: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ), ଓଡ଼ିଶା ଦ୍ବାରା ପରିଚାଳିତ ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ୨୦୨୪ ଫେବ୍ରୁଆରି ୧୪ରୁ ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୧୩ ଯାଏଁ ଜାରି ରହିବ। ଏପ୍ରିଲ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ। ବୋର୍ଡ ପରୀକ୍ଷା ପାଇଁ ଆସନ୍ତା ନଭେମ୍ବର ୧୦ରୁ ୨୫ ମଧ୍ୟରେ ଫର୍ମ ଫିଲଅପ୍ କରାଯିବ। ଜାନୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷାContinue reading “ଫେବ୍ରୁଆରୀ ୧୪ ତାରିଖରୁ ଯୁକ୍ତ ୨ ପରୀକ୍ଷା: ଆସନ୍ତା ନଭେମ୍ବର ୧୦ରୁ ୨୫ ମଧ୍ୟରେ ଫର୍ମ ଫିଲଅପ”
Tag Archives: News
ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ଚଳାଇବା ପାଇଁ ରାଜ୍ୟ ସରକାରଙ୍କ ରୂପରେଖ ପ୍ରସ୍ତୁତ: ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟରରେ ହେବ ୨୦ଟି ଷ୍ଟେସନ
କନକ ବ୍ୟୁରୋ: ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ପାଇଁ ପ୍ରସ୍ତୁତ ହୋଇଛି, ବିସ୍ତୁତ ପ୍ରକଳ୍ପ ରିପୋର୍ଟ ବା’ ଡିପିଆର । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନଗମକୁ ଦାୟୀତ୍ୱ ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରଖି, ଭୁବନେଶ୍ୱରରେ ଟ୍ରାଫିକ୍ ସର୍ଭେ, ଟୋପାଗ୍ରାଫିକ୍ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଆଦି ଉପରେ ବିମର୍ସ କରିବା ପରେ ବିସ୍ତୁତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇଛି ।Continue reading “ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ଚଳାଇବା ପାଇଁ ରାଜ୍ୟ ସରକାରଙ୍କ ରୂପରେଖ ପ୍ରସ୍ତୁତ: ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟରରେ ହେବ ୨୦ଟି ଷ୍ଟେସନ “
ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଅର୍ଥମନ୍ତ୍ରୀ
କନକ ବ୍ୟୁରୋ: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱରରେ ପହଂଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ ସମ୍ବର୍ଧନା ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଭୁବନେଶ୍ୱରରେ ପହଂଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ସେ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସକାଳୁ ସେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେContinue reading “ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଅର୍ଥମନ୍ତ୍ରୀ”
ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଘଟଣ: ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ଘନ ଘନ ବଜ୍ରପାତ । ୬ ମୃତ, ୮ ଗୁରୁତର
କନକ ବ୍ୟୁରୋ: ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଘଟଣ । ଅପରାହ୍ଣରେ ପ୍ରବଳ ବର୍ଷା ଓ ବଜ୍ରପାତରେ ୬ ଜଣଙ୍କ ଜୀବନ ଯାଇଛି । ୮ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ବସ୍ତା ବ୍ଲକ ଅନ୍ତର୍ଗତ ବେଲ ଗାଁ, ପଣସାପଡ଼ା, ପତ୍ରଝଡ଼ା ଗାଁର କିଛି ଲୋକ ବିଲରେ କାମ କରୁଥିବା ବେଳେ ବର୍ଷା ମାଡ଼ି ଆସିଥିଲା । ବର୍ଷା ସାଙ୍ଗକୁ ଘନ ଘନ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାContinue reading “ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଘଟଣ: ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ଘନ ଘନ ବଜ୍ରପାତ । ୬ ମୃତ, ୮ ଗୁରୁତର”
ମହାରାଷ୍ଟ୍ର ରାଜନୀତିରେ ପୁଣି ହଲଚଲ: ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା
କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ପୁଣି ହଲଚଲ । ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକ ବସିଥିବା ନେଇ ଜୋର ଧରିଛି ଚର୍ଚ୍ଚ । ଦାଦା ଶରଦଙ୍କୁ ପୁତୁରା ଅଜିତ ଏକ ବଡ ଅଫର ଦେଇଥିବା କୁହାଯାଉଛି । ସେପଟେ ମୁମ୍ବାଇରେ ବସିଛି କଂଗ୍ରେସର କୋର କମିଟି ବୈଠକ । ଅନ୍ୟପଟେ ଶିବସେନା ଉଦ୍ଧବ ଗୋଷ୍ଠୀ ମଧ୍ୟ ବୈଠକ ଡକାଇଥିବା ଜଣାପଡିଛି । ।ସେପଟେ ଏନସିପି ସାଂସଦContinue reading “ମହାରାଷ୍ଟ୍ର ରାଜନୀତିରେ ପୁଣି ହଲଚଲ: ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା “
ପ୍ରତିଷ୍ଠିତ ପତ୍ରିକା ଫେମିନାର କଭର ପେଜରେ ସ୍ଥାନ ପାଇଲା ରାଷ୍ଟ୍ରପତିଙ୍କ ଫଟୋ: ମହାମହିମଙ୍କ ସଂଘର୍ଷ ଓ ସଫଳତା କଥାକୁ ନେଇ ସ୍ୱତନ୍ତ୍ର ଲେଖା ପ୍ରକାଶିତ
କନକ ବ୍ୟୁରୋ: ପ୍ରତିଷ୍ଠିତ ତଥା ଲୋକପ୍ରିୟ ପତ୍ରିକା ଫେମିନାର କଭର ପେଜରେ ସ୍ଥାନ ପାଇଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋ । ଅଗଷ୍ଟମାସ ସଂସ୍କରଣରେ ଏହି ପତ୍ରିକାରେ ଏକ ସ୍ୱତନ୍ତ୍ର ଲେଖା ସ୍ଥାନ ପାଇଛି । ଯେଉଁଥିରେ ରାଷ୍ଟ୍ରପତିଙ୍କ ପ୍ରେରଣାଦାୟୀ କଥାକୁ ସ୍ଥାନ ଦିଆଯାଇଛି । ଦେଶର ଜଣାଶୁଣା ମହିଳାଙ୍କୁ ନେଇ ପତ୍ରିକାର ପ୍ରତିମାସ ସଂସ୍କରଣରେ ପ୍ରେରଣାଦାୟୀ କଥା ପ୍ରକାଶିତ ହୁଏ । ଅଗଷ୍ଟମାସ ସଂସ୍କରଣରେ ପାଠକ ରାଷ୍ଟ୍ରପତିଙ୍କ ପ୍ରେରଣାଦାୟୀ କଥା ପଢିବାକୁ ମୌକା ପାଇବୋ ସବୁଠୁContinue reading “ପ୍ରତିଷ୍ଠିତ ପତ୍ରିକା ଫେମିନାର କଭର ପେଜରେ ସ୍ଥାନ ପାଇଲା ରାଷ୍ଟ୍ରପତିଙ୍କ ଫଟୋ: ମହାମହିମଙ୍କ ସଂଘର୍ଷ ଓ ସଫଳତା କଥାକୁ ନେଇ ସ୍ୱତନ୍ତ୍ର ଲେଖା ପ୍ରକାଶିତ”
ଚନ୍ଦ୍ର ଆଡକୁ ଆଉ ପାଦେ ବଢ଼ିଲା ଭାରତ: ଶେଷ କକ୍ଷପଥରେ ପହଁଚିଲା ‘ଚନ୍ଦ୍ରଯାନ ଥ୍ରୀ’
କନକ ବ୍ୟୁରୋ: ଚନ୍ଦ୍ରର ଆହୁରି ନିକଟତର ହେଉଛି ଚନ୍ଦ୍ରଯାନ-ଥ୍ରୀ । ନିଜ ଶେଷ କକ୍ଷପଥ ଚନ୍ଦ୍ରଚାରିପଟେ ଏବେ ଘୁରୁଛି ଚନ୍ଦ୍ରଯାନ । ବର୍ତମାନ ଚନ୍ଦ୍ରଯାନ-୩ ଚନ୍ଦ୍ରଠାରୁ ସବୁଠୁ କମ୍ ୧୫୩ କିମି ଓ ସବୁଠୁ ଅଧିକ ୧୬୩ କିମି ଦୂରରେ ଅଣ୍ଡାକାର ପଥରେ ଘରୁଛି ଚନ୍ଦ୍ରଯାନ ଥ୍ରୀ । ଆସନ୍ତକାଲି ଚନ୍ଦ୍ରଯାନ-୩ରେ ଥିବା ପ୍ରୋପୁଲସନ୍ ମୋଡ୍ୟୁଲରୁ ଲ୍ୟାଣ୍ଡର ଓ ରୋଭର ଅଲଗା ହେବ । ଲ୍ୟାଣ୍ଡରରେ ରହିଥିବା ସଫ୍ଟୱେର ସହାୟତାରେ ଏହା ଚନ୍ଦ୍ରର ଆହୁରି ନିକଟତର ହେବContinue reading “ଚନ୍ଦ୍ର ଆଡକୁ ଆଉ ପାଦେ ବଢ଼ିଲା ଭାରତ: ଶେଷ କକ୍ଷପଥରେ ପହଁଚିଲା ‘ଚନ୍ଦ୍ରଯାନ ଥ୍ରୀ’”
ନିଆଁ ପିଣ୍ଡୁଳା ସାଜିଛି ହାୱାଇ ଦ୍ୱୀପ: ଜଳୁଛି ଜଙ୍ଗଲ, ଚାଲି ଯାଉଛି ଜୀବନ
କନକ ବ୍ୟୁରୋ: ହୁହୁ ହୋଇ ଜଳୁଛି ନିଆଁ । ନିଆଁରେ ଜଳି ପୋଡ଼ି ଛାରଖାର ହୋଇଯାଇଛି ସବୁ କିଛି । ଜଙ୍ଗଲ ଜଳିଛି, ଜନବସତି ଜଳିଛି । ଭୟଙ୍କର ଅଗ୍ନିକାଣ୍ଡର ଭୟାନକ୍ ଚିତ୍ର ଆସିଛି, ହାୱାଇ ଦ୍ୱୀପରୁ । ପଶ୍ଚିମ ଆମେରିକାର ପ୍ରଶାନ୍ତ ମହାସାଗର ଭିତରେ ଥିବା ଏହି ଦ୍ୱୀପରେ ଭୟଙ୍କର ନିଆଁ ଲାଗିଛି । ଆମେରିକାର ମୁଖ୍ୟଭୂମିଠାରୁ ପ୍ରାୟ ୨ ହଜାର ମାଇଲ ଦୂରରେ ଥିବା ଏହି ଦ୍ୱୀପର ଭୟଙ୍କର ଚିତ୍ର ସବୁ ଆସିବାରେ ଲାଗିଛିContinue reading “ନିଆଁ ପିଣ୍ଡୁଳା ସାଜିଛି ହାୱାଇ ଦ୍ୱୀପ: ଜଳୁଛି ଜଙ୍ଗଲ, ଚାଲି ଯାଉଛି ଜୀବନ”
ହିମାଚଳରେ ପ୍ରକୃତିର ତାଣ୍ଡବ: ଲଗାତର ବର୍ଷା, ବନ୍ୟା ଓ ଭୂସ୍ଖଳନ । ଭାଙ୍ଗୁଛି ଘର, ବଢ଼ୁଛି ମୃତ୍ୟୁ ସଂଖ୍ୟା
କନକ ବ୍ୟୁରୋ: ପାହାଡ଼ିଆ ଅଂଚଳରେ ପ୍ରକୃତିର ତାଣ୍ଡବ । ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଲଗାତର ଭାବେ ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଦେଖିବାକୁ ମିଳିଛି । ଚାହୁଁ ଚାହୁଁ ଭାଙ୍ଗିଯାଉଛି ବହୁ ମହଲା ବିଶିଷ୍ଟ ଅଟ୍ଟାଳିକା । ଏହି ପ୍ରକୃତିର କରାଳ ରୂପ ଯୋଗୁଁ ଦୁଇ ଦିନରେ ବହୁ ଲୋକଙ୍କ ଜୀବନ ଗଲାଣି । ସ୍ଥାନୀୟ ଅଂଚଳରେ ୫ଶହରୁ ଅଧିକ ଗଛ ଭୁଷୁଡ଼ିପଡ଼ିଥିବାବେଳେ ରାସ୍ତାଘାଟ ଆଦି ଜାମ ହୋଇ ଯାତାୟତରେ ବାଧା ସୃଷ୍ଟି ହୋଇଛିContinue reading “ହିମାଚଳରେ ପ୍ରକୃତିର ତାଣ୍ଡବ: ଲଗାତର ବର୍ଷା, ବନ୍ୟା ଓ ଭୂସ୍ଖଳନ । ଭାଙ୍ଗୁଛି ଘର, ବଢ଼ୁଛି ମୃତ୍ୟୁ ସଂଖ୍ୟା”
ବଦଳିଲା ନାଁ, ବଢ଼ିଲା ବିବାଦ: ନେହେରୁ ମେମୋରିଆଲ ଏବେ ପିଏମ ସଂଗ୍ରହାଳୟ
କନକ ବ୍ୟୁରୋ: ବଦଳିଲା ନେହେରୁ ମେମୋରିଆଲ ସଂଗ୍ରହାଳୟ ଓ ଲାଇବ୍ରେରୀର ନାଁ । ଏଣିକି ଏହା ଜଣାଯିବ ପିଏମ ସଂଗ୍ରହାଳୟ ଓ ଲାଇବ୍ରେରୀ ନାଁରେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବିବାଦ ତେଜିଛି । କଂଗ୍ରେସ କହିଛ ନେହେରୁଙ୍କ ସ୍ମୃତି ନଷ୍ଟ କରିବାକୁ ବିଜେପି ଷଡଯନ୍ତ୍ର କରି ଏଭଳି କରିଛି । ସେପଟେ ବିଜେପି ମଧ୍ୟ ଜବାବ ରଖିଛି । ଧାର୍ଯ୍ୟ ସମୟ ଅନୁସାରେ ବଦଳିଲା ନେହେରୁ ମେମୋରିଆଲContinue reading “ବଦଳିଲା ନାଁ, ବଢ଼ିଲା ବିବାଦ: ନେହେରୁ ମେମୋରିଆଲ ଏବେ ପିଏମ ସଂଗ୍ରହାଳୟ”