କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ବର୍ଷା ଓ ଭୂସ୍ଖଳନ । ୭୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ହିମାଚଳରେ ଆଗାମୀ ୨ ଦିନ ଏବଂ ଉତ୍ତରାଖଣ୍ଡରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉଦ୍ଧାରକାରୀ ଦଳ ହିମାଚଳରେ ଭୂସ୍ଖଳନ ଯୋଗୁଁ ଭାଙ୍ଗି ଯାଇଥିବା ମନ୍ଦିର ଏବଂ ଘରର ଭଗ୍ନାବଶେଷ ତଳୁ ୩ ମୃତଦେହContinue reading “ହିମାଚଳ ପ୍ରଦେଶରେ ବର୍ଷା ଓ ଭୂସ୍ଖଳନ : ୭୧ ଜଣଙ୍କ ମୃତ୍ୟୁ, ୨୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର”
Tag Archives: News
ବଜ୍ରପାତ ନେଲା ଜୀବନ : ବାଲେଶ୍ୱର ବସ୍ତା ଅଞ୍ଚଳରେ ୫ ଚାଷୀଙ୍କ ମୃତ୍ୟୁ, ୬ ଗୁରୁତର; ଚାଷ ଜମିରେ କାମ କରୁଥିବା ବେଳେ ଅଘଟଣ
କନକ ବ୍ୟୁରୋ : ବଜ୍ରପାତ ନେଲା ଜୀବନ । ବିଲରେ କାମ କରୁଥିବା ବେଳେ ଚାଷୀଙ୍କ ପାଇଁ କାଳ ସାଜିଲା ବଜ୍ରପାତ । ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଗତକାଲି ଅପରାହ୍ଣରେ ଚାଷୀ ଜମିରେ ଧାନ ତଳି ରୋଉଥିବା ସମୟରେ ବର୍ଷା ସହିତ ବଜ୍ରପାତ ହୋଇଥିଲା । ଏଥିରେ ଟଳି ପଡ଼ିଥିଲେ ୫ଜଣ ଶ୍ରମିକ । ବଜ୍ରପାତରେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ପ୍ରଥମେ ବସ୍ତା ପରେContinue reading “ବଜ୍ରପାତ ନେଲା ଜୀବନ : ବାଲେଶ୍ୱର ବସ୍ତା ଅଞ୍ଚଳରେ ୫ ଚାଷୀଙ୍କ ମୃତ୍ୟୁ, ୬ ଗୁରୁତର; ଚାଷ ଜମିରେ କାମ କରୁଥିବା ବେଳେ ଅଘଟଣ”
ଟିଟିଲାଗଡ଼ରେ ପୁଣି ଟ୍ରେନ୍ ଅଘଟଣ : ଅଲଗା ହେଲା କୋଇଲା ବୋଝେଇ ମାଲ ଗାଡି ଟ୍ରେନର ଇଞ୍ଜିନ୍ ଏବଂ ୱାଗନ
କନକ ବ୍ୟୁରୋ : ଟିଟିଲାଗଡ଼ରେ ପୁଣି ଟ୍ରେନ୍ ଅଘଟଣ । ଅଲଗା ହେଲା କୋଇଲା ବୋଝେଇ ମାଲ ଗାଡି ଟ୍ରେନର ଇଞ୍ଜିନ୍ ଏବଂ ୱାଗନ । ଫଳରେ ପ୍ରାୟ ୧ ଘଣ୍ଟା ଧରି ବଲାଙ୍ଗିର ଟିଟିଲାଗଡ଼ ରେଳ ଲାଇନର ଅପ୍ ଡାଉନରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିଲା । ସମ୍ବଲପୁରରୁ ଡବଲ ଡାଇମଣ୍ଡ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ବଲାଙ୍ଗୀର ଦେଇ ଟିଟିଲାଗଡ଼ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଖଜୁରପଡ଼ା ଫାଟକରେ ଟେନ୍ ଇଞ୍ଜିନରୁ ୮ଟି ୱାଗନ ଅଲଗାContinue reading “ଟିଟିଲାଗଡ଼ରେ ପୁଣି ଟ୍ରେନ୍ ଅଘଟଣ : ଅଲଗା ହେଲା କୋଇଲା ବୋଝେଇ ମାଲ ଗାଡି ଟ୍ରେନର ଇଞ୍ଜିନ୍ ଏବଂ ୱାଗନ”
ଶ୍ରୀଜିଉଙ୍କୁ ଦର୍ଶନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ : ସିଂହଦ୍ୱାର ସାମ୍ନାରେ ଆଣ୍ଠୁମାଡ଼ି ମାରିଲେ ମୁଣ୍ଡିଆ
କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । କିଛି ସମୟ ମନ୍ଦିରରେ ରହି ପୂଜାର୍ଚ୍ଚନା କରିଥିଲେ । କୌଳିକ ପଣ୍ଡା ଅର୍ଥମନ୍ତ୍ରୀଙ୍କୁ ଶ୍ରୀଜିଉଙ୍କ ଦର୍ଶନ କରାଇଥିଲେ । ନିର୍ମଳା ସୀତାରମଣଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ । ଅର୍ଥମନ୍ତ୍ରୀ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଅରୁଣ ସ୍ତମ୍ଭକୁ ମୁଣ୍ଡିଆ ମାରିଥିଲେ । ଏହା ପରେ ଆଣ୍ଠୁମାଡ଼ି ମୁଣ୍ଡିଆ ମାରିContinue reading “ଶ୍ରୀଜିଉଙ୍କୁ ଦର୍ଶନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ : ସିଂହଦ୍ୱାର ସାମ୍ନାରେ ଆଣ୍ଠୁମାଡ଼ି ମାରିଲେ ମୁଣ୍ଡିଆ”
ଆଜି ଅଲଗା ହେବ ବିକ୍ରମ ଲ୍ୟାଣ୍ଡର : ଚନ୍ଦ୍ରର କକ୍ଷପଥରେ ଏକାକୀ ରହିଯିବ ପ୍ରପଲସନ୍ ମଡ୍ୟୁଲ
କନକ ବ୍ୟୁରୋ : ଆଜି ପରସ୍ପରଠାରୁ ଅଲଗା ହେବେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ପ୍ରପଲସନ୍ ମଡ୍ୟୁଲ । ଏହା ପରେ ରୋଭର ପ୍ରଜ୍ଞାକୁ ଧରି ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଆଗେଇବ ବିକ୍ରମ । ଚନ୍ଦ୍ରର କକ୍ଷପଥରେ ଏକାକୀ ରହିଯିବ ପ୍ରପଲସନ୍ ମଡ୍ୟୁଲ । ଚନ୍ଦ୍ରଯାନ-୩ ନେଇ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଚନ୍ଦ୍ରଯାନ-୩ରେ ଲ୍ୟାଣ୍ଡର, ରୋଭର ଓ ପ୍ରପଲସନ୍ ମଡ୍ୟୁଲ ପରି ୩ଟି ମୁଖ୍ୟ ଅଂଶ ରହିଛିContinue reading “ଆଜି ଅଲଗା ହେବ ବିକ୍ରମ ଲ୍ୟାଣ୍ଡର : ଚନ୍ଦ୍ରର କକ୍ଷପଥରେ ଏକାକୀ ରହିଯିବ ପ୍ରପଲସନ୍ ମଡ୍ୟୁଲ”
କନକ ନ୍ୟୁଜର ପ୍ରଭାବ : ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ନାୟକଙ୍କୁ ମିଳିବ ଦରମା, ମୁଖ୍ୟମନ୍ତ୍ରୀଙ୍କଠାରୁ ମିଳିଲା ଅନୁମତି
କନକ ବ୍ୟୁରୋ : ବାଲେଶ୍ୱର ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ଗାଁର ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ନାୟକଙ୍କୁ ମିଳିବ ଦରମା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଦରମା ମିଳିବା ନେଇ ଅନୁମତି ମିଳିଛି । ବୟସ ତାରତମ୍ୟକୁ ନେଇ ଅଭିଯୋଗ ପରେ ୫ ମାସ ବିଇଓ ତାଙ୍କ ଦରମା ବନ୍ଦ କରିଦେଇଥିଲେ । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମୁଖ୍ୟମନ୍ତ୍ରୀ ସ୍ୱର୍ଣ୍ଣଲତାଙ୍କୁ ଦରମା ପ୍ରଦାନ ନେଇ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱର୍ଣ୍ଣଲତା ୧୯୮୫Continue reading “କନକ ନ୍ୟୁଜର ପ୍ରଭାବ : ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ନାୟକଙ୍କୁ ମିଳିବ ଦରମା, ମୁଖ୍ୟମନ୍ତ୍ରୀଙ୍କଠାରୁ ମିଳିଲା ଅନୁମତି”
୫୦ ହଜାର କୋଟିର ଡିଲ୍ ଭଣ୍ଡୁର : ମ୍ୟାଜିକ୍ କାଚ ରାକେଟ୍ ଗ୍ୟାଙ୍ଗର ୩ ବଙ୍ଗୀୟ ଯୁବକଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୁଲିସ
କନକ ବ୍ୟୁରୋ : ମ୍ୟାଜିକ୍ ମିରର୍ ବା ଯାଦୁ ଦର୍ପଣ ବିକ୍ରି ନାଁରେ ବଡ଼ ଧରଣର ଠକେଇ । ଇଷ୍ଟ ଇଣ୍ଡିଆ କମ୍ପାନୀ ଅମଳର ଦର୍ପଣ କହି ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନା ଲଗାଉଥିଲା ଠକ । ଏହି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଭୁବନେଶ୍ୱର ନୟାପଲ୍ଲୀ ପୁଲିସ । ମ୍ୟାଜିକ୍ ମିରର୍ ଆଗରେ ଛିଡ଼ା ହେଲେ ବିନା ପୋଷାକରେ ପ୍ରତିବିମ୍ବ ଦେଖାଯିବ, ଆଉ ଟକେ ପାଖେଇ ଆସିଲେ ଶରୀର ଭିତର ହାଡ଼ ଦେଖାଯିବContinue reading “୫୦ ହଜାର କୋଟିର ଡିଲ୍ ଭଣ୍ଡୁର : ମ୍ୟାଜିକ୍ କାଚ ରାକେଟ୍ ଗ୍ୟାଙ୍ଗର ୩ ବଙ୍ଗୀୟ ଯୁବକଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୁଲିସ”
ଫେବ୍ରୁଆରୀ ୧୪ରୁ ଯୁକ୍ତ ଦୁଇ ପରୀକ୍ଷା : ନଭେମ୍ବରରେ ଫର୍ମଫିଲପ୍, ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରାଟିକାଲ ପରୀକ୍ଷା
କନକ ବ୍ୟୁରୋ : ଫେବ୍ରୁଆରୀ ୧୪ରୁ ଯୁକ୍ତ ୨ ପରୀକ୍ଷା । ପ୍ରାୟ ୧ ମାସ ଧରି ଅର୍ଥାତ୍ ମାର୍ଚ୍ଚ ୧୩ ତାରିଖ ଯାଏଁ ପରୀକ୍ଷା ଚାଲିବ । ଏହି ଅବଧି ମଧ୍ୟରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ହେବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୂଆ କ୍ୟାଲେଣ୍ଡର ଜାରି କରାଯାଇ ଏହି ଘୋଷଣା ହୋଇଛି । ୨୦୨୪ ଏପ୍ରିଲ ଶେଷ ସପ୍ତାହ କିମ୍ବା ମେ’ ପ୍ରଥମContinue reading “ଫେବ୍ରୁଆରୀ ୧୪ରୁ ଯୁକ୍ତ ଦୁଇ ପରୀକ୍ଷା : ନଭେମ୍ବରରେ ଫର୍ମଫିଲପ୍, ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରାଟିକାଲ ପରୀକ୍ଷା”
କାଲି ଲଘୁଚାପ, ଆଜି ପ୍ରବଳ ବର୍ଷିବ ! ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ଆସନ୍ତାକାଲି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆଜି ଓ ଆସନ୍ତାକାଲି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଜି ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାର କିଛି ସ୍ଥାନରେ ୭୦ରୁ ୨୦୦ ମିଲିମିଟରContinue reading “କାଲି ଲଘୁଚାପ, ଆଜି ପ୍ରବଳ ବର୍ଷିବ ! ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି”
ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ : କିଛି ସମୟ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ
କନକ ବୁରୋ : ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । କିଛି ସମୟ ପରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ତାଙ୍କ ସହ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସକାଳ ପ୍ରାୟ ୭ଟାରେ ଦୁଇ କେନ୍ଦ୍ର ମନ୍ତ୍ରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ପରେ ସକାଳ ୮ଟାରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ‘ମେରୀ ମାଟି ମେରା ଦେଶ’ ବିଷୟବସ୍ତୁ ଉପରେ ନିର୍ମିତ ବାଲୁକା କଳାକୃତିContinue reading “ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ : କିଛି ସମୟ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ”