କନକ ବ୍ୟୁରୋ: ବିଷଧର ସାପକୁ ଦେଖିଲେ ଲୋକେ ଭୟଭୀତ ହୋଇପଡନ୍ତି । ଆତଙ୍କିତ ହୋଇପଡନ୍ତି । କିନ୍ତୁ ଏଠି ଏମିତି ବି ଲୋକ ଅଛନ୍ତି, ଯେଉଁମାନେ ସେହି ବିଷଧର ସାପକୁ ଧରି ବ୍ୟବସାୟ କରନ୍ତି । ବିଷଧର ସାପ ଚାଲାଣ କରି କୋଟି କୋଟି ଟଙ୍କା ରୋଜଗାର କରନ୍ତି । ଆଜି ସେମିତି ଏକ ବିଷଧର ସାପ ତସ୍କର ର୍ୟାକେଟକୁ ବାଲେଶ୍ୱର ବାଲିଆପାଳ ଥାନା ନୂଆ ଗାଁ ପଂଚୁପାଲି ଅଂଚଳରୁ ଧରିବାରେ ସକ୍ଷମ ହୋଇଛି ବନବିଭାଗର ସ୍ପେଶାଲContinue reading “ବନବିଭାଗ କବଜାରେ ବିଷଧର ସାପ ତସ୍କର। ଚାଲାଣ ପୂର୍ବରୁ ଧରିଲା ସ୍ପେଶାଲ ସ୍କ୍ୱାର୍ଡ”
Tag Archives: News
ନଈରେ ମାତିଛି ମଣିଷଖିଆ କୁମ୍ଭୀର। ମହିଳାଙ୍କୁ ମାରି ଖାଇଗଲା ଶରୀର
କନକ ବ୍ୟୁରୋ: ଲୁଣି ଜଳର କୁମ୍ଭୀର ଏବେ ମଧୁର ଜଳ ମୁହାଁ । ଆଉ ଲୁଣି କୁମ୍ଭୀର ଆଁରେ ଜଣେ ମହିଳାଙ୍କ ଜୀବନ ଛଟପଟ ହୋଇ ଚାଲିଯାଇଛି । ବିରୂପା ନଦୀରେ ମହିଳାକୁ ଟାଣି ନେଇ ଖାଇଦେଇଛି କୁମ୍ଭୀର । ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଅମଠପୁର ଅଞ୍ଚଳରେ । ଗାଁର ଜ୍ୟୋତ୍ସା ଜେନା ନଦୀରେ ଲୁଗା ଧୋଉଥିବାବେଳେ ହଠାତ୍ ମଣିଷଖିଆ କୁମ୍ଭୀର ମଝି ନଈକୁ ଟାଣି ନେଇ ଛଟପଟ କରି ମାରିଛି ।Continue reading “ନଈରେ ମାତିଛି ମଣିଷଖିଆ କୁମ୍ଭୀର। ମହିଳାଙ୍କୁ ମାରି ଖାଇଗଲା ଶରୀର”
ଭକ୍ତଙ୍କୁ ଡରାଉଛି ମହାପ୍ରସାଦ ଦର। ଅନ୍ନ ବାଇହାଣ୍ଡି ହେବ ୧୩ ଶହ ଟଙ୍କା!
କନକ ବ୍ୟୁରୋ: ବଡଦେଉଳର ଆନନ୍ଦ ବଜାରରେ ମହାପ୍ରସାଦର ଦରକୁ ନେଇ ଅନେକ ସମୟରେ ତର୍କବିତର୍କ ଦେଖାଦେଇଛି । କିନ୍ତୁ ଏବେ ଆନନ୍ଦବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା । ରେଟ୍ ଚାର୍ଟ ଅନୁସାରେ, ବାଇ ହାଣ୍ଡି ଅନ୍ନ ପାଇଁ ୧୩ଶହ ରୁ ୨୫ଶହ ଟଙ୍କା ରଖାଯାଇଥିବାବେଳେ, ଦାସିଆ ହାଣ୍ଡି କାନିକା ପାଇଁ ୩ହଜାର ଟଙ୍କା ରଖାଯାଇଛି । ଥାଳି – ଅବଢା, ଡାଲି, ବେସର, ମହୁର, ଖଟା ଓ କାନିକା (୧୨୦ ଟଙ୍କା) ଥାଳି – ଅବଢା,Continue reading “ଭକ୍ତଙ୍କୁ ଡରାଉଛି ମହାପ୍ରସାଦ ଦର। ଅନ୍ନ ବାଇହାଣ୍ଡି ହେବ ୧୩ ଶହ ଟଙ୍କା!”
ଦେଶର ଶହେଟି ସହରରେ ଚାଲିବ ଦଶହଜାର ଇ-ବସ୍। ଇ-ବସ୍ ସେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
କନକ ବ୍ୟୁରୋ: ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ ଯେଉଁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ, ସେହି ଘୋଷଣାର ଠିକ୍ ପରଦିନ, ବିଶ୍ୱକର୍ମା ଯୋଜନାକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଂଜୁରୀ । କୌଳିକ ବୃତିଗତ ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅଳ୍ପସୁଧରେ ମିଳିବ ଋଣ । ବିଶ୍ୱକର୍ମା ଯୋଜନାରେ ବୃତ୍ତିଗତ ବ୍ୟବସାୟୀଙ୍କୁ ୫% ସୁଧରେ ଏକ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯିବ । ଏହି ଯୋଜନାରେ ୩୦ ଲକ୍ଷ କୌଳିକ ବୃତ୍ତିଧାରୀ ଏବଂ ସେମାନଙ୍କ ପରିବାର ଉପକୃତ ହେବେContinue reading “ଦେଶର ଶହେଟି ସହରରେ ଚାଲିବ ଦଶହଜାର ଇ-ବସ୍। ଇ-ବସ୍ ସେବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ”
ସାରଙ୍କୁ ମାର୍କ ଦେଲେ ଛାତ୍ରଛାତ୍ରୀ। କହିଲେ, ମଦ ଖାଇ ପଢାଇବାକୁ ଆସନ୍ତି ସାର୍
କନକ ବ୍ୟୁରୋ: ବଡ଼ ବଡ଼ ଶିକ୍ଷାନୁଷ୍ଠାନ, ହେଲେ ପାଠପଢ଼ା ହେଉନାହିଁ । ଶୈକ୍ଷିକ ବାତାବରଣ ନାହିଁ । ଏସବୁ ଅଭିଯୋଗ ବଢ଼ିଚାଲିଥିବା ବେଳେ ଅନଲାଇନରେ ଛାତ୍ରଛାତ୍ରୀଙ୍କ ଫିଡ୍ ବ୍ୟାକ୍ ନେଇଛି ଉଚ୍ଚଶିକ୍ଷା ବିଭାଗ । ଫିଡ୍ ବ୍ୟାକରେ ଯେଉଁସବୁ ତଥ୍ୟ ସାମନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଯେଉଁ ତଥ୍ୟ ଉଚ୍ଚଶିକ୍ଷା ବିଭାଗ ଦେଇଛି, ସେଥିରୁ ଦୁଇଟି କଥା ସ୍ପଷ୍ଟ ହୋଇଛି । ଅଧ୍ୟାପକମାନେ ୭ ଘଂଟା ଶିକ୍ଷାନୁଷ୍ଠାନରେ ରହୁନାହାନ୍ତି । ଏପରିକି କିଛିContinue reading “ସାରଙ୍କୁ ମାର୍କ ଦେଲେ ଛାତ୍ରଛାତ୍ରୀ। କହିଲେ, ମଦ ଖାଇ ପଢାଇବାକୁ ଆସନ୍ତି ସାର୍”
ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ପରେ ପୋଡ଼ି ଦିଆଯାଇଥିବା ଅଭିଯୋଗ। ଘଟଣାକୁ ଚପାଇ ଦେବାକୁ ଉଦ୍ୟମ
କନକ ବ୍ୟୁରୋ: ଜୁଲାଇ ୧୮ । ମାହାଙ୍ଗାର ଶୁଖୁଆପଡା ଗାଁ । ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀ ସ୍ୱର୍ଣ୍ଣଲତା ଦାସଙ୍କର ଅଚାନକ ମୃତ୍ୟୁ ହୋଇଯାଇଥିଲା । ଆଉ ମୃତ୍ୟୁ ପରେ ଏହି ଖବରକୁ ଚାପିଦେବା ପାଇଁ ଭରପୁର ଉଦ୍ୟମ କରିଥିଲେ ତାଙ୍କ ପରିବାର ଓ ସ୍ଥାନୀୟ ପୋଲିସ ପ୍ରଶାସନ । ଏମିତିକି ମୃତ ନାବାଳିକାଙ୍କ ପୋଷ୍ଟମର୍ଟମ ନକରାଇ ଶବକୁ ପୋଡିଦେଇଥିଲେ । ପ୍ରମାଣ ନଷ୍ଟ ପାଇଁ ପାଉଁଶକୁ ମଧ୍ୟ ନଦୀରେ ଫୋପାଡି ଘଟଣାକୁ ସବୁଦିନ ପାଇଁContinue reading “ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ପରେ ପୋଡ଼ି ଦିଆଯାଇଥିବା ଅଭିଯୋଗ। ଘଟଣାକୁ ଚପାଇ ଦେବାକୁ ଉଦ୍ୟମ”
ଶ୍ରାବଣରେ ଶୁଖିଲା ପଡିଛି ଚାଷ ଜମି: ଅନେକ ଜିଲ୍ଲାରେ ମରୁଡି ପରିସ୍ଥିତି
କନକ ବ୍ୟୁରୋ: ଶ୍ରାବଣ ସରିବାକୁ ବସିଲାଣି କିନ୍ତୁ. ଚାଷ ଜମିରେ ପାଣି ବୁନ୍ଦେ ନାହିଁ । ନିଅଂଟିଆ ବର୍ଷା ପାଇଁ ଚାଷ ଜମି ଶୁଖିଲା ପଡିଛି । ଜମିରେ ପାଣି ନାହିଁ କେନାଲରେ ଖୁବ୍ କମ୍ ପାଣି ଆସୁଛି । ତାହା ତଳମୁଣ୍ଡ ଯାଏଁ ପହଂଚି ପାରୁନାହିଁ । ଯାଜପୁର ଜିଲ୍ଲାର ବିଂଝାରପୁରରେ ଜଳସଂପଦ ବିଭାଗ ତରଫରୁ କେନାଲ ସଫେଇ ହେଉନାହିଁ କି ସଢିକ ଢଙ୍ଗରେ ରକ୍ଷଣାବେକ୍ଷଣ କରାଯାଉନାହିଁ । ଚାଷ ଜମିରେ କେନାଲ ପାଣି ମାଡୁନାହିଁContinue reading “ଶ୍ରାବଣରେ ଶୁଖିଲା ପଡିଛି ଚାଷ ଜମି: ଅନେକ ଜିଲ୍ଲାରେ ମରୁଡି ପରିସ୍ଥିତି “
ଆଗପଛ ହୋଇ ଚାଲିଗଲେ ବାପା-ମାଆ: ଅନାଥ ହୋଇଗଲେ ୩ କୁନି କୁନି ପିଲା
କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପଣ୍ଡି ଗାଁର ତ୍ରିନାଥ ମାଝୀ । ବୟସ ତାଙ୍କର ୭୫ରୁ ଉଦ୍ଧ୍ବ । ନିଜ ପ୍ରତିପୋଷଣ କଷ୍ଟକର ହୋଇପଡୁଥିବା ବେଳେ ବୋଝ ଉପରେ ନଳିତା ବିଡାଭଳି ୩ ବାପା, ମାଆ ଛେଉଣ୍ଡ ଶୁଶୁଙ୍କ ବୋଝ ଏବେ ତାଙ୍କ କାନ୍ଧରେ । ଜେଜେ, ତୁମେ ଆମ ଦୁନିଆ । ତୁମରି ପାଖରେ ରହିବୁ । ବାପା-ମା’ଙ୍କ ପରେ ତୁମ କୋଳରେ ଶୋଇବୁ, ତୁମେ ଯାହା ଦେବ ତାହା ଖାଇ ଭୋକContinue reading “ଆଗପଛ ହୋଇ ଚାଲିଗଲେ ବାପା-ମାଆ: ଅନାଥ ହୋଇଗଲେ ୩ କୁନି କୁନି ପିଲା”
ନାଗାବଳୀ ଉପରେ ସରୁନି ବିଜୁ ସେତୁ ନିର୍ମାଣ: ୨୦୧୯ରୁ ଆରମ୍ଭ ହୋଇଥିବା କାମ ଏବେ ବି ଅଧାରେ
କନକ ବ୍ୟୁରୋ: ସଂଯୋଗ ହୋଇପାରୁନି ବିଜୁ ସେତୁ । ସମୟ ସୀମା ଶେଷ ପରେ ବି ଅଧାପନ୍ତରିଆ ହୋଇ ପଡିରହଛି ପୋଲ କାମ । ଫଳରେ ନାଗାବଳୀ ନଦୀର ଆରପଟେ ଥିବା ଦୁଇଟି ପଚାଂୟତର ପ୍ରାୟ ୩୦ ଖଣ୍ଡ ଗ୍ରାମବାସୀ ଲୋକ ବହୁ ଦୁର୍ଦ୍ଧଶାର ସମ୍ମୁଖିନ ହଉଛନ୍ତି । ଜୀବନକୁ ବାଜି ଲଗାଇ ବେକେ ପାଣିରେ ପଶି ଯା’ଆସ କରୁଛନ୍ତି । ରାୟଗଡାରୁ ଦେଖନ୍ତୁ ଏହି ରିପୋର୍ଟ । ଆପଣ ହୁଏତ କେବେ ଦେଖିନଥିବେ କୌଣସି ନେତାContinue reading “ନାଗାବଳୀ ଉପରେ ସରୁନି ବିଜୁ ସେତୁ ନିର୍ମାଣ: ୨୦୧୯ରୁ ଆରମ୍ଭ ହୋଇଥିବା କାମ ଏବେ ବି ଅଧାରେ “
ବସରେ ଘରକୁ ଫେରୁଥିବା ବେଳେ ବାଟରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ: ବସରୁ ଓହ୍ଲାଇ ବାଇକରେ ଗାଁକୁ ଗଲା ଶବ
କନକ ବ୍ୟୁରୋ: ଦାଦନ ଖଟିବାକୁ ଯାଇ ଅସୁସ୍ଥ ହୋଇପଡିଥିଲେ ଦାଦନ ଶ୍ରମିକ । ସାଥୀ ଶ୍ରମିକଙ୍କ ସହ ବସ ଯୋଗେ ଘରକୁ ଫେରୁଥିଲେ । ହେଲେ ଘରେ ପହଂଚିବା ଆଗରୁ ବସ୍ ଭିତରେ ଚାଲିଗଲା ଜୀବନ । ବାଇକ୍ରେ ବୁହା ହୋଇ ଘରକୁ ଗଲା ଦାଦନ ଶ୍ରମିକଙ୍କ ଶବ । ହାଇଦ୍ରାବାଦରୁ କଳାହାଣ୍ଡି ଜୟପାଟଣା ବ୍ଲକ କାଦୋପଦର ଗାଁକୁ ଫେରୁଥିଲେ ଦାଦାନ ଶ୍ରମିକ ଗିରିଧାରି ବାଗ । ନବରଙ୍ଗପୁର ନିକଟରେ ବସ୍ ଭିତରେ ଗିରିଧାରୀଙ୍କ ଜୀବନ ଚାଲିଗଲାContinue reading “ବସରେ ଘରକୁ ଫେରୁଥିବା ବେଳେ ବାଟରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ: ବସରୁ ଓହ୍ଲାଇ ବାଇକରେ ଗାଁକୁ ଗଲା ଶବ”