ଜଣାଶୁଣା ମୋଦି ବିରୋଧୀ ସିଲା ରଶିଦ୍ ଏବେ ମୋଦିଙ୍କ ପ୍ରଶଂସାରେ ଶତମୁଖ

  ଦିନଥିଲା ଜେଏନୟୁ ଛାତ୍ରସଙ୍ଘର ପୂର୍ବତନ ଉପସଭାପତି  ସିଲା ରଶିଦ୍ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦକୁ ତୀବ୍ର ବିରୋଧ କରୁଥିଲେ । ଏବେ କିନ୍ତୁ ସେ ମୋଦିଙ୍କ କାଶ୍ମୀର ନୀତିକୁ ଖୁବ ପ୍ରଶଂସା କରୁଛନ୍ତି । ଆଗରୁ ବହୁ ସଭାରେ ସେ ମୋଦିଙ୍କ ନୀତିକୁ ଖୁଲମ୍ଖୁଲା ସମାଲୋଚନା କରୁଥିଲେ । ସମୟକ୍ରମେ ତାଙ୍କର ମୋଦି ବିରୋଧ ସ୍ବର ଧୀରେଧୀରେ କ୍ଷୀଣ ହେବାରେ ଲାଗିଛି । ତାଙ୍କ କହିବା ଅନୁସାରେ ଏବେ କାଶ୍ମୀରରେ ମାନବାଧିକାର ସମସ୍ୟାରେ ବହୁତ ସୁଧାରContinue reading “ଜଣାଶୁଣା ମୋଦି ବିରୋଧୀ ସିଲା ରଶିଦ୍ ଏବେ ମୋଦିଙ୍କ ପ୍ରଶଂସାରେ ଶତମୁଖ”

ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ । ଉପକୃତ ହେବେ କୌଳିକ ବୃତ୍ତି କରୁଥିବା ଲୋକେ ।

କନକ ବ୍ୟୁରୋ: ପିଏମ୍ ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ମିଳିଛି ମଞ୍ଜୁରୀ । ପ୍ରେସମିଟରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରର ଏହି ନୂଆ ଯୋଜନାରେ ଉପକୃତ ହେବେ କୌଳିକ ବୃତ୍ତି କରୁଥିବା ଲୋକେ । ଏହା ଦ୍ୱାରା ହିତାଧିକାରୀଙ୍କୁ ୧ଲକ୍ଷ ଯାଏଁ ଋଣ ମିଳିବାର ଯୋଜନା ରହିଛି । ବିଶେଷ କରି ସୁନାରୀ, ବୁଣାକାର, ରାଜମିସ୍ତ୍ରୀ, ବାରିକ ଏବଂ ଅନ୍ୟ କୁଶଳୀ କାରିଗରଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଏହି ଯୋଜନାContinue reading “ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ । ଉପକୃତ ହେବେ କୌଳିକ ବୃତ୍ତି କରୁଥିବା ଲୋକେ ।”

ଭାରତ-ପାକିସ୍ତାନ ମ୍ୟାଚର କ୍ରେଜ । ଅହମ୍ମଦାବାଦରେ ଲକ୍ଷାଧିକ ଟଙ୍କାରେ ବୁକ୍ ହେଉଛି ହୋଟେଲ, ବିମାନ ଯାତ୍ରା ଦର ୨ରୁ ୩ ଗୁଣ ବଢିଲା । 

କନକ ବ୍ୟୁରୋ : ଭାରତରେ ହେବାକୁ ଥିବା କ୍ରିକେଟ ବିଶ୍ୱକପ ପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଲାଣି । ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ନୂଆ କାର୍ଯ୍ୟସୂଚୀ ମଧ୍ୟ ଆଇସିସି ପକ୍ଷରୁ ଜାରି କରାଯାଇଛି । ଆସନ୍ତା ଅକ୍ଟୋବର ୫ ତାରିଖରେ ବିଶ୍ୱକପ୍ ମହାକୁମ୍ଭ ଆରମ୍ଭ ହେବାକୁ ଥିବା ବେଳେ ୧୯ ନଭେମ୍ବରରେ ଫାଇନାଲ ମୁକାବିଲା ଖେଳାଯିବ । ତେବେ ଏହି ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛିContinue reading “ଭାରତ-ପାକିସ୍ତାନ ମ୍ୟାଚର କ୍ରେଜ । ଅହମ୍ମଦାବାଦରେ ଲକ୍ଷାଧିକ ଟଙ୍କାରେ ବୁକ୍ ହେଉଛି ହୋଟେଲ, ବିମାନ ଯାତ୍ରା ଦର ୨ରୁ ୩ ଗୁଣ ବଢିଲା । “

ଜରାଜୀର୍ଣ୍ଣ ଅବସ୍ଥାରେ ଜରାନିବାସ: ନା ମିଳୁଛି ଭଲ ଖାଇବାକୁ ନା ପିନ୍ଧିବାକୁ, ଦୁର୍ଦ୍ଦଶାରେ କଟୁଛି ଅସହାୟଙ୍କ ଜୀବନ

କନକ ବ୍ୟୁରୋ: ପରିବାର ପର କରିଦେଲା ପରେ ସାହାରା ଦେଇଥିଲା ଏଇ ଜରାନିବାସ । ବାକିତକ ଜୀବନ ଶାନ୍ତିରେ ବଞ୍ଚିବାକୁ ଏଇ ଜରା ନିବାସକୁ ସେମାନେ ନିଜର କରିନେଇଥିଲେ । ହେଲେ ଏବେ ଜରା ନିବାସ ବି ତାଙ୍କ ଦୁଃଖକୁ ଦ୍ୱିଗୁଣା କରିଦେଇଛି । ନା ଭଲରେ ଖାଇବାକୁ ଦିନକୁ ଦି’ଓଳି ମିଳୁଛି ନା’ ପିନ୍ଧିବାକୁ ଭଲ ଦି’ ଖଣ୍ଡ । ୬ମାସ ହେବ ଆମିଷ ପାଟିରେ ବାଜିନି । ପାଣିଆ ଡାଲି, ଆଳୁଭର୍ତାରେ ପେଟ ପୁରୁନିContinue reading “ଜରାଜୀର୍ଣ୍ଣ ଅବସ୍ଥାରେ ଜରାନିବାସ: ନା ମିଳୁଛି ଭଲ ଖାଇବାକୁ ନା ପିନ୍ଧିବାକୁ, ଦୁର୍ଦ୍ଦଶାରେ କଟୁଛି ଅସହାୟଙ୍କ ଜୀବନ”

ଆସନ୍ତା ବର୍ଷ ପାଇଁ ନାସାର ସତର୍କବାଣୀ । ଏବେଠାରୁ ପ୍ରସ୍ତୁତ ରହିବାକୁ ସାରା ବିଶ୍ୱକୁ ଚେତାବନୀ

କନକ ବ୍ୟୁରୋ: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି (ନାସା) ଆସନ୍ତା ବର୍ଷ ପାଇଁ ଦେଇଛନ୍ତି ସତର୍କବାଣୀ । ୧୮୮୦ ପରେ ଚଳିତ ବର୍ଷ ସବୁଠୁ ଉତପ୍ତ ବର୍ଷ ଥିବାବେଳେ ଆସନ୍ତା ବର୍ଷ ଏହି ସମସ୍ୟା ଆହୁରି ଉକ୍ରଟ ହେବ ବୋଲି ସାରା ବିଶ୍ୱକୁ ଚେତାଇଛି ନାସା । ଏଭଳି ହେଲେ ଅନେକ ଧନଜୀବନ ହାନି ଘଟିବ ବୋଲି ଆକଳନ କରିଛନ୍ତି ନାସା ମୁଖ୍ୟ ବିଲ୍ ନେଲସନ୍ । ନାସାର ସର୍ବେକ୍ଷଣ ରିପୋର୍ଟ ମୁତାବକ, ଚଳିତ ବର୍ଷ ଜୁଲାଇ ୩ରୁContinue reading “ଆସନ୍ତା ବର୍ଷ ପାଇଁ ନାସାର ସତର୍କବାଣୀ । ଏବେଠାରୁ ପ୍ରସ୍ତୁତ ରହିବାକୁ ସାରା ବିଶ୍ୱକୁ ଚେତାବନୀ”

ଚାନ୍ଦା ମାଗିବାକୁ ବିରୋଧ କରିବାରୁ  ସରପଞ୍ଚଙ୍କୁ ଶକ୍ତ ଚାପୁଡା । ମାଡ ମାରୁଥିବା ଭିଡିଓ ଭାଇରାଲ

କନକ ବ୍ୟୁରୋ:  ସରପଞ୍ଚଙ୍କୁ ଶକ୍ତ ଚାପୁଡ଼ା । ସମ୍ବଲପୁର ଜିଲ୍ଲା କବରାପାଲି ପଞ୍ଚାୟତର ସରପଞ୍ଚଙ୍କୁ କିଛି ଯୁବକ ମାଡ ମାରୁଥିବାର ଭିଡ଼ିଓ ଭାଇରାଲ ହେଉଛି । ଚାନ୍ଦା ମାଗିବାକୁ ଯାଇ କିଛି ଯୁବକଙ୍କ ସହ ଯୁକ୍ତି ତର୍କ ହେଉଥିବା ଭିଡିିଓରେ ଦେଖିବାକୁ ମିଳିଛି । ଏକ କେମିକାଲ କମ୍ପାନୀରେ ଚାନ୍ଦା ମାଗିବାକୁ କେନ୍ଦ୍ର କରି ସରପଞ୍ଚ ଓ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି । ଯୁବକ ମାନେ ସରପଞ୍ଚଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ କରୁଛନ୍ତି ।Continue reading “ଚାନ୍ଦା ମାଗିବାକୁ ବିରୋଧ କରିବାରୁ  ସରପଞ୍ଚଙ୍କୁ ଶକ୍ତ ଚାପୁଡା । ମାଡ ମାରୁଥିବା ଭିଡିଓ ଭାଇରାଲ”

ବିଶ୍ୱକପ ପୂର୍ବରୁ ପାକିସ୍ତାନକୁ ବଡ ଝଟକା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଦଳର ଷ୍ଟାର ଖେଳାଳୀ ।

କନକ ବ୍ୟୁରୋ : ଆଇସିସି ବିଶ୍ୱକପ ପୂର୍ବରୁ ପାକିସ୍ତାନ ଟିମକୁ ବଡ ଝଟକା ଲାଗିଛି । ଦଳର ଷ୍ଟାର ବୋଲର ୱହାବ ରିଆଜ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ୱହାବ ଏବେ ଫ୍ରାଞ୍ଚାଇଜ କ୍ରିକେଟ ଖେଳିବାକୁ ମନସ୍ଥିର କରିଛନ୍ତି । ଦୀର୍ଘ ୧୫ ବର୍ଷ ହେବ ପାକିସ୍ତାନ ପାଇଁ କ୍ରିକେଟ ଖେଳି ଆସୁଥିଲେ ୱହାବ । ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ଅନେକ ସଫଳତା ପାଇଛନ୍ତି ୱହାବ ।Continue reading “ବିଶ୍ୱକପ ପୂର୍ବରୁ ପାକିସ୍ତାନକୁ ବଡ ଝଟକା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଦଳର ଷ୍ଟାର ଖେଳାଳୀ ।”

ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ଓ ସୁପରଭାଇଜର : ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ଓ ସୁପରଭାଇଜର । ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ ଅଧିନସ୍ତ ବଣିଆ ପଞ୍ଚାୟତ ଅଙ୍ଗନୱାଡି କର୍ମୀ ଇତିଶ୍ରୀ ସେଠୀ ଚାକିରୀ ପାଇବା ପରେ କାର୍ଯ୍ୟରେ ଯୋଗ ଦେଇ ସାରିଥିବା ବେଳେ ସିଡିପିଓ ସୁନନ୍ଦା ଦାସ ଇତିଶ୍ରୀଙ୍କୁ ୫୦ ହଜାର ଟଙ୍କା ବାରମ୍ବାର ମାଗୁଥିଲେ । ଶେଷରେ ଅତିଷ୍ଟ ହୋଇ ଇତିଶ୍ରୀଙ୍କ ଦାଦା ପ୍ରଶାନ୍ତ ସେଠୀ ବାଲେଶ୍ବର ଭିଜିଲାନ୍ସ ଏସପିଙ୍କୁ ସୂଚନା ଦେଇଥିଲେ । ଆଜି ପ୍ରଶାନ୍ତ ପୁର୍ବContinue reading “ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ଓ ସୁପରଭାଇଜର : ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ”

କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଠକେଇ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ : କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଠକେଇ ଘଟଣା । ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୀତି ଅପରାଧ ଶାଖା । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ରତ୍ନାକର ପଲେଇ । ରତ୍ନାକର ଚିଟଫଣ୍ଡ ସଂସ୍ଥା ପାଇଁ କାମ କରୁଥିଲେ । ସୋସିଆଲ ମିଡିଆରେ ସଂସ୍ଥାର ପ୍ରଚାର ପ୍ରସାର କରୁଥିଲ । ସଂସ୍ଥାର ଭାରତ ମୁଖ୍ୟ ଗୁରୁତେଜ ସିଂ ଓ ଓଡ଼ିଶା ମୁଖ୍ୟ ନିରଦ ଦାସର ଅତି ନିକଟତର ଥିଲାContinue reading “କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଠକେଇ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ”

ହଲିଉଡରେ ବଢୁଛି ବଲିଉଡ ଅଭିନେତ୍ରୀଙ୍କ ଦବଦବା

  ହଲିଉଡ ଚଳଚ୍ଚିତ୍ରମାନଙ୍କରେ ଭାରତୀୟ କଳାକାର ମାନେ ବିଗତ କିଛିବର୍ଷ ଧରି ନିଜର ଅଭିନୟ ଚାତୁରୀ ଦେଖାଇ ଆସୁଛନ୍ତି । ବିଦେଶୀ ପ୍ରଯୋଜଙ୍କ ମାନେ ମଧ୍ୟ ସେମାନଙ୍କୁ ନିଜ ଫିଲ୍ମରେ ସମ୍ମାନର ସହିତ ସୁଯୋଗ ଦେବାରେ କୁଣ୍ଠାବୋଧ କରୁନାହାନ୍ତି । ଏହି ଧାରା ଆଗକୁ ମଧ୍ୟ ବଜାୟ ରହିବ ବୋଲି ଧୀରେ ଧୀରେ ବିଶ୍ବାସ ହେଉଛି କାରଣ ବିଦେଶୀ ଫିଲ୍ମରେ ଖାସକରି ହଲିଉଡରେ ଭାରତୀୟ ଅଭିନେତ୍ରୀମାନେ ସେମାନଙ୍କର ପାଦ ଜମେଇ ଆସିଲେଣି । ଚାରି ଦଶକ ପୂର୍ବେContinue reading “ହଲିଉଡରେ ବଢୁଛି ବଲିଉଡ ଅଭିନେତ୍ରୀଙ୍କ ଦବଦବା”

Design a site like this with WordPress.com
Get started