କନକ ବ୍ୟୁରୋ: ଲାଲକିଲ୍ଲାରୁ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅବସର ଥିଲା ୭୭ତମ ସ୍ୱାଧୀନତା ଦିବସ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କର ଏହା ଶେଷ ଅଭିଭାଷଣ ଥିଲା । ତେଣୁ ପ୍ରଧାନମନ୍ତ୍ରୀ କ’ଣ କହିବେ, ତାହା ଉପରେ ଥିଲା ସମସ୍ତଙ୍କ ନଜର । ନିଜର ୧୦ ବର୍ଷର କାର୍ଯ୍ୟକାଳରେ କ’ଣ କ’ଣ ସବୁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ତାହା ଉପରେ କହିବା ସହ ବିରୋଧୀଙ୍କ ଉପରେContinue reading “ଲାଲକିଲ୍ଲାରେ ନାଁ ନନେଇ ବିରୋଧୀଙ୍କୁ ଘାଇଲା କଲେ ପ୍ରଧାନମନ୍ତ୍ରୀ: କହିଲେ, ତୁଷ୍ଟିକରଣ ଓ ପରିବାରବାଦ ପାଇଁ ବାଧାପ୍ରାପ୍ତ ହେଉଛି ବିକାଶ “
Tag Archives: News
ସାର୍ଟିଫିକେଟରେ ବୟସ ତାରତମ୍ୟ: ଚାକିରିର ଶେଷ ସମୟରେ ଶିକ୍ଷୟିତ୍ରୀଙ୍କ ଆଖିରେ ଲୁହ, ଦରମା ବନ୍ଦ କରିଛନ୍ତି ଉଚ୍ଚ କର୍ତ୍ତୃପକ୍ଷ
କନକ ବ୍ୟୁରୋ: ସାର୍ଟିଫିକେଟରେ ବୟସ ତାରତମ୍ୟକୁ ନେଇ ଲୁହ ଝରାଉଛନ୍ତି ଜଣେ ଅସହାୟ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ନାୟକ । ସାମାନ୍ୟ ଭୁଲ ଯୋଗୁଁ ଚାକିରିର ଶେଷ ସମୟରେ ଦରମା ବନ୍ଦ କରିଛନ୍ତି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ । ମିଛ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଅଭିଯୋଗରେ ତାଙ୍କର ୫ମାସ ହେବ ଦରମା ବନ୍ଦ କରିଦିଆଯାଇଛି । ଦରମା ପାଇଁ ଯାଇ ଗୁହାରି କଲେ ମଧ୍ୟ ତାଙ୍କ ଅଭିଯୋଗ କେହି ଶୁଣୁନଥିବା କହିଛନ୍ତି ଶିକ୍ଷୟିତ୍ରୀ । ଭୋଗରାଇContinue reading “ସାର୍ଟିଫିକେଟରେ ବୟସ ତାରତମ୍ୟ: ଚାକିରିର ଶେଷ ସମୟରେ ଶିକ୍ଷୟିତ୍ରୀଙ୍କ ଆଖିରେ ଲୁହ, ଦରମା ବନ୍ଦ କରିଛନ୍ତି ଉଚ୍ଚ କର୍ତ୍ତୃପକ୍ଷ”
ବଦଳୁଛି ଗୋପାଳପୁର ସମୀକରଣ? ବଢ଼ୁଛି କି ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରଭାବ? ସ୍ୱାଧୀନତା ଦିବସରେ ଦମ୍ ଦେଖାଇଲେ ପ୍ରଦୀପ
କନକ ବ୍ୟୁରୋ: ବଦଳୁଛି କି ଗୋପାଳପୁର ରାଜନୀତିର ସମୀକରଣ । ପୂର୍ବ ଭଳି ପୁଣି ଥରେ ପ୍ରଭାବ ବିସ୍ତାର କରୁଛନ୍ତି କି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ନିଜ ନିର୍ବାଚନମଣ୍ଡଳରେ ଯେଉଁଠି ପ୍ରଦୀପ ପାଣିଗ୍ରାହୀଙ୍କୁ ଦିନେ ବିରୋଧର ସାମ୍ନା କରିବାକୁ ପଡୁଥିଲା, ସେଇଠି ଆଜି ପୂର୍ବ ଭଳି ନିଜର ଦମ୍ ଦେଖାଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ସାମିଲ୍ ହୋଇ, ଫାଇଭ୍-ଟି ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି । ଠିକ୍ ବର୍ଷ ତଳେ ସ୍ୱାଧୀନତାContinue reading “ବଦଳୁଛି ଗୋପାଳପୁର ସମୀକରଣ? ବଢ଼ୁଛି କି ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରଭାବ? ସ୍ୱାଧୀନତା ଦିବସରେ ଦମ୍ ଦେଖାଇଲେ ପ୍ରଦୀପ”
ରାଜସ୍ଥାନ ସରକାରଙ୍କ ବଡ ଘୋଷଣା: ଅନ୍ନପୂର୍ଣ୍ଣ ଯୋଜନାରେ ଯୋଗାଇ ଦେବେ ଖାଦ୍ୟ ପ୍ୟାକେଟ୍
କନକ ବ୍ୟୁରୋ: ପୁଣି ଥରେ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି ରାଜସ୍ଥାନରେ କ୍ଷମତାରେ ଥିବା ଅଶୋକ ଗେହଲଟଙ୍କ କଂଗ୍ରେସ ନେତୃତ୍ୱାଧୀନ ସରକାର । ରଜସ୍ଥାନବାସୀଙ୍କ ମନ ଜିଣିବା ପାଇଁ ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି । ଏହି କ୍ରମରେ ସ୍ୱାଧୀନତା ଦିବସ ଅବସରରେ ଅନ୍ନପୂର୍ଣ୍ଣା ଯୋଜନାରେ, ଗରିବ ପରିବାରକୁ ଖାଦ୍ୟ ପୁଡିଆ ଦେବାକୁ ଘୋଷଣା କରି, ସମସ୍ତଙ୍କ ଚମକାଇ ଦେଇଛନ୍ତି ଗେହଲଟ୍ । ଓଡିଶାର ପ୍ରମୁଖ ଖବରକାଗଜରେ ପ୍ରକାଶ ପାଇଥିବା ବିଜ୍ଞାପନରୁ ଏହା ଜଣାପଡିଛି । ସ୍ୱାଧୀନତା ଦିବସContinue reading “ରାଜସ୍ଥାନ ସରକାରଙ୍କ ବଡ ଘୋଷଣା: ଅନ୍ନପୂର୍ଣ୍ଣ ଯୋଜନାରେ ଯୋଗାଇ ଦେବେ ଖାଦ୍ୟ ପ୍ୟାକେଟ୍”
ବିଜେଡିର ବଦଳିଲା ଆଭିମୁଖ୍ୟ: କେନ୍ଦ୍ର ଅବହେଳା ନୁହେଁ ଏଥର ବିକାଶ, ଭୋଟରଙ୍କୁ କହିବେ ୨୦ ସୁତ୍ରୀ ଯୋଜନାର କଥା
କନକ ବ୍ୟୁରୋ: କେନ୍ଦ୍ରୀୟ ଅବହେଳା ହେବନି ବିଜେଡିର ପ୍ରସଙ୍ଗ । ଅମିତ ଶାହ ଓ ନବୀନ ପଟ୍ଟନାୟକଙ୍କ ରୁଦ୍ଧଦ୍ୱାର ବୈଠକ ପରେ ବିଜେଡି ଆଭିମୁଖ୍ୟରେ ହଠାତ ପରିବର୍ତନ ଦେଖିବାକୁ ମିଳିଛି । ଏବେ ରାଜ୍ୟ ସରକାରଙ୍କ ୨୦ ସୁତ୍ରୀ ବିକାଶ ଯୋଜନାକୁ ନେଇ ଦଳ ଭୋଟରଙ୍କ ପାଖକୁ ଯିବ । ଅମିତ ଶାହ-ନବୀନ ପଟ୍ଟନାୟକଙ୍କ ରୁଦ୍ଧଦ୍ୱାର ବୈଠକ ପରେ ବିଜେଡି ଆଭିମୁଖ୍ୟରେ ବିରାଟ ପରିବର୍ତନ ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି କେନ୍ଦ୍ର ଅବହେଳାକୁ ମୁଖ୍ୟContinue reading “ବିଜେଡିର ବଦଳିଲା ଆଭିମୁଖ୍ୟ: କେନ୍ଦ୍ର ଅବହେଳା ନୁହେଁ ଏଥର ବିକାଶ, ଭୋଟରଙ୍କୁ କହିବେ ୨୦ ସୁତ୍ରୀ ଯୋଜନାର କଥା”
ଲୁହା ପଥର ଖଣି ଖୋଳାରେ ନାହିଁ ଲଗାମ: ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ, ସରକାରଙ୍କୁ ମାଗିଲେ ଜବାବ
କନକ ବ୍ୟୁରୋ: ରାଜ୍ୟରେ ଖଣି ଉତ୍ତୋଳନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଲୁହାପଥର ଖଣି ଖୋଳାରେ ଲଗାମ ନଥିବା ଦର୍ଶାଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ଏହା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ବି ରାଜ୍ୟ ସରକାରଙ୍କୁ ଘେରିଛି । ଓଡିଶାର ମାଟି ତଳେ ଥିବା ଲୁହା ପଥର ଉତୋଳନରେ ବ୍ୟାପକ ଦୁନୀତି ହେଉଥିବା, ଭୁବନେଶ୍ୱରContinue reading “ଲୁହା ପଥର ଖଣି ଖୋଳାରେ ନାହିଁ ଲଗାମ: ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ, ସରକାରଙ୍କୁ ମାଗିଲେ ଜବାବ”
ବିଶ୍ୱକର୍ମା ଜୟନ୍ତୀରେ ଆସିବ ‘ବିଶ୍ୱକର୍ମା’ ଯୋଜନା’: ଭୋଟବ୍ୟାଙ୍କ ରାଜନୀତି ନା କାରିଗରଙ୍କୁ ମିଳିବ ସୁବିଧା?
କନକ ବ୍ୟୁରୋ: ଆସନ୍ତା ବର୍ଷ ନିର୍ବାଚନୀ ବର୍ଷ ହୋଇଥିବାରୁ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଣ କହିବେ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା । ଆଉ ଆଗାମୀ ବିଶ୍ୱକର୍ମା ଜୟନ୍ତୀରେ ନୂଆ ଯୋଜନା ଘୋଷଣାର ସଂକେତ ଦେଇଛନ୍ତି ମୋଦୀ । ବିଶ୍ୱକର୍ମା ଜୟନ୍ତୀରେ ଆସିବ ନୂଆ ଯୋଜନା । କୌଳିକ ବୃତ୍ତିକୁ ପ୍ରୋତ୍ସାହନ ପାଇଁ ‘ବିଶ୍ୱକର୍ମା’ ଯୋଜନା ଆରମ୍ଭ ହେବ । ଏହାଦ୍ୱାରା ଲାଭବାନ ହେବେ ସୁନା, ଲୁହା, ଚମଡା, ହସ୍ତତନ୍ତ ଭଳି ପାରମ୍ପରିକ କାରିଗରContinue reading “ବିଶ୍ୱକର୍ମା ଜୟନ୍ତୀରେ ଆସିବ ‘ବିଶ୍ୱକର୍ମା’ ଯୋଜନା’: ଭୋଟବ୍ୟାଙ୍କ ରାଜନୀତି ନା କାରିଗରଙ୍କୁ ମିଳିବ ସୁବିଧା?”
ମୋଦୀଙ୍କ ୩ଡି, ନବୀନଙ୍କ ୫ଟି: କେତେ କାମ ଦେବ କାହା ମନ୍ତ୍ର?
କନକ ବ୍ୟୁରୋ: ସ୍ୱାଧୀନତା ଦିବସରେ ମୋଦି ୩ଡି ମନ୍ତ୍ର ଦେଇଥିବାବେଳେ ନବୀନ ପଟ୍ଟନାୟକ ଦେଇଛନ୍ତି ୫-ଟିର ମନ୍ତ୍ର । ମୋଦିଙ୍କ ମନ୍ତ୍ର ହେଉଛି ଡେମୋଗ୍ରାଫି, ଡାଇଭର୍ସିଟି, ଡେମୋକ୍ରାସି । ଏହି ତ୍ରିଶକ୍ତି ଦେଶବାସୀଙ୍କ ସ୍ୱପ୍ନ କିଭଳି ପୂରଣ କରିବ, ତା ଉପରେ ଗୁରୁତ୍ୱ ଦେଇଛନ୍ତି ନରେନ୍ଦ୍ର ମୋଦି । ଏହା କେମିତି ୧୪୦ କୋଟି ଦେଶବାସୀଙ୍କ ସ୍ୱପ୍ନ ପୂରଣ କରିପାରିବ, ତା’ ଉପରେ ପ୍ରଧାନମନ୍ତ୍ରୀ ଫୋକସ କରିଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋହରାଇଛନ୍ତି ୫-ଟିContinue reading “ମୋଦୀଙ୍କ ୩ଡି, ନବୀନଙ୍କ ୫ଟି: କେତେ କାମ ଦେବ କାହା ମନ୍ତ୍ର?”
ଦେଶବାସୀଙ୍କୁ ପରିବାର କହି ସମ୍ବୋଧନ: ଲାଲକିଲ୍ଲାରୁ ୯୦ ମିନିଟର ଅଭିଭାଷଣ
କନକ ବ୍ୟୁରୋ: ଲାଲକିଲ୍ଲାରୁ ୯୦ ମିନିଟର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମଣିପୁର ହିଂସାରୁ ଆରମ୍ଭ କରି ଦୁର୍ନୀତି, ଦରଦାମ ଓ ବିକାଶର କଥା କହିଛନ୍ତି । ବିରୋଧୀଙ୍କୁ ବି ଆକ୍ରମଣ କରିଛନ୍ତି । ପୁଣି ୨୦୨୪ରେ ଲାଲକିଲ୍ଲାରୁ ପୁଣି ତ୍ରିରଙ୍ଗା ଉଡାଇବେ ବୋଲି ପ୍ରଧାନମନ୍ତ୍ରୀ କହିବା ପରେ ତାତିଛନ୍ତି ବିରୋଧୀ । ନିଜକୁ ପ୍ରଧାନ ସେବକ ବୋଲି କହୁଥିବା ନରେନ୍ଦ୍ର ମୋଦୀ, ଆଜି ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇ ଦେଶବାସୀଙ୍କୁ ପରିବାର ସଦସ୍ୟ କହିି ସମ୍ବୋଧନ କରିଛନ୍ତିContinue reading “ଦେଶବାସୀଙ୍କୁ ପରିବାର କହି ସମ୍ବୋଧନ: ଲାଲକିଲ୍ଲାରୁ ୯୦ ମିନିଟର ଅଭିଭାଷଣ”
ମାଛ ଗୋଟାକୁ ୫ ଲକ୍ଷ: ଧାମରା ମୁହାଣରୁ ୨୬ କିଲୋର ମାଛ ଧରିଲେ ଧିବର
କନକ ବ୍ୟୁରୋ: ମାଛ ଗୋଟାକୁ ୫ ଲକ୍ଷ । ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । ଯେ ଏମିତି କୋଉ ମାଛ ଅଛି ଯାହାର ଏତେ ରେଟ୍ । କାନରେ ବିଶ୍ୱାସ ହେଉନଥିଲେ ବି ଏଘଟଣା ହେଉଛି ସତ । ଚାନ୍ଦବାଲି ଧାମରା ମୁହାଣଠାରୁ ୨୫ କିଲୋମିଟର ଦୂର ଗଭୀର ସମୁଦ୍ର ମଧ୍ୟରୁ ଏହି ମାଛଟିକୁ ଧରାଯାଇଛି । ଏହି ବିରଳ ମାଛଟିକୁ ମାଟିଆ ତେଲି ମାଛ ବୋଲି କୁହାଯାଉଛି । ଏହି ମାଟିଆ ତେଲି ମାଛଟିକୁContinue reading “ମାଛ ଗୋଟାକୁ ୫ ଲକ୍ଷ: ଧାମରା ମୁହାଣରୁ ୨୬ କିଲୋର ମାଛ ଧରିଲେ ଧିବର”