କନକ ବ୍ୟୁରୋ: ୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ୧୦ମ ଥର ପାଇଁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୯୦ ମିନିଟର ଭାଷଣରେ , ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ର ଭାବେ ଉଭା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ମୋଦୀ । କେବଳ ଏତିକି ନୁହେଁ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସୁଦ୍ଧା ଦେଶ ବିଶ୍ୱର ୫ମ ଅର୍ଥଶକ୍ତି ହୋଇପାରିଛି ଏବଂ ଆଗାମୀ ୫ ବର୍ଷରେ ଭାରତ ବିଶ୍ୱରContinue reading “‘ଆସନ୍ତା ବର୍ଷ ମୁଁ ପୁଣିଥରେ ଆସିବି’: ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା”
Tag Archives: News
‘ବିଶେଷଜ୍ଞ କହୁଛନ୍ତି, ଭାରତ ଆଉ ଅଟକିବ ନାହିଁ’ । ଦେଶର ଯୁବଶକ୍ତି ଉପରେ ମୋଦୀଙ୍କ ଗୁରୁତ୍ୱ
କନକ ବ୍ୟୁରୋ: ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ଦେଶର ଯୁବ ଶକ୍ତି ପାଖରେ ସାମର୍ଥ୍ୟ ଅଛି । ଏବେ ଦୁନିଆ ପ୍ରଯୁକ୍ତିରେ ଆଗକୁ ବଢୁଛି । ଭାରତ ପ୍ରଯୁକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଦେଶ ଆଶା , ଆକାକ୍ଷାର ସହ ଆଗକୁ ବଢୁଛି । କରୋନା ସମୟରେ ବି ଭାରତ ଆଗକୁ ବଢିଛି, ମାନବତାକୁ ବଞ୍ଚାଇଛି । ବିଶେଷଜ୍ଞ କହୁଛନ୍ତି ଭାରତ ଆଉ ଅଟକିବ ନାହିଁ’ ।Continue reading “‘ବିଶେଷଜ୍ଞ କହୁଛନ୍ତି, ଭାରତ ଆଉ ଅଟକିବ ନାହିଁ’ । ଦେଶର ଯୁବଶକ୍ତି ଉପରେ ମୋଦୀଙ୍କ ଗୁରୁତ୍ୱ”
ସ୍ୱାଧୀନତା ଦିବସ ପାଇଁ ଉତ୍ସବ ମୁଖର ଓଡ଼ିଶା : ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ଓଡିଶାରେ ପାଳିତ ହୋଇଛି ୭୭ତମ ସ୍ୱାଧୀନତା ଦିବସ । ରାଜଧାନୀର ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ଦେଶ ପାଇଁContinue reading “ସ୍ୱାଧୀନତା ଦିବସ ପାଇଁ ଉତ୍ସବ ମୁଖର ଓଡ଼ିଶା : ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ”
‘ଏବେ ଭାରତ ବିଶ୍ୱର ୫ମ ଅର୍ଥଶକ୍ତି ହୋଇଛି’: ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
କନକ ବ୍ୟୁରୋ: ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବା କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଏବେ ଭାରତ ବିଶ୍ୱର ୫ମ ଅର୍ଥଶକ୍ତି ହୋଇଛି । ଆଗାମୀ ୫ ବର୍ଷରେ ୩ୟ ଆର୍ଥିକ ମହାଶକ୍ତିରେ ପରିଣତ ହେବ । ଗତ ୫ ବର୍ଷରେ ୧୩ କୋଟି ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି । ଏହାସହ ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ମୋଦୀ । କହିଛନ୍ତି ‘ଗାଁରେ ୨ କୋଟି ଲକ୍ଷପତି ଦିଦି ବନାଇବା ମୋର ଲକ୍ଷ୍ୟContinue reading “‘ଏବେ ଭାରତ ବିଶ୍ୱର ୫ମ ଅର୍ଥଶକ୍ତି ହୋଇଛି’: ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ”
ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ଦେଶରୁ ପରିବାରବାଦକୁ ହଟାଇବାକୁ ଦେଲେ ଗୁରୁତ୍ୱ
କନକ ବ୍ୟୁରୋ: ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ କରିବା କ୍ରମରେ ପରିବାରବାଦ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ ‘ପରିବାରବାଦ ଦେଶର ଅଧିକାର ଛଡେଇ ନେଇଛି । ଦେଶକୁ ଦୃଢ କରିବାକୁ ହେଲେ ଦେଶକୁ ପରିବାରବାଦରୁ ମୁକ୍ତ କରିବାକୁ ପଡିବ । ଏଠି ସମସ୍ତଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ । ‘ସର୍ବଜନ ହିତାୟ ସର୍ବଜନ ସୁଖାୟ’ ଉକ୍ତିକୁ ସଫଳ କରିବାକୁ ହେଲେ ଦେଶରୁ ପରିବାରବାଦକୁ ହଟାଇବାକୁ ପଡିବ । ‘ଯଦି ଦେଶକୁ ପ୍ରଗତି ଦିଗରେContinue reading “ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ : ଦେଶରୁ ପରିବାରବାଦକୁ ହଟାଇବାକୁ ଦେଲେ ଗୁରୁତ୍ୱ”
ଚର୍ଚ୍ଚାରେ ଦାନବୀର ତ୍ୟାଗରାଜନ : କର୍ମଚାରୀଙ୍କ ପାଇଁ ପ୍ରସ୍ତୁତ ଟ୍ରଷ୍ଟକୁ ୬ହଜାର କୋଟି ଦାନ କରିବାକୁ ଘୋଷଣା
କନକ ବ୍ୟୁରୋ : ଚର୍ଚ୍ଚାରେ ଦାନବୀର । କୋଟିଏ କି ଦୁଇକୋଟି ନୁହେଁ ପୂରା ୬ହଜାର ୨ଶହ ୧୦କୋଟି ଟଙ୍କା ଦାନ କରିବାକୁ ନିଷ୍ପତି ନେଇ ଚର୍ଚ୍ଚାରେ ଶିଳ୍ପପତି ତ୍ୟାଗ୍ରାଜନ । ଶ୍ରରାମଗ୍ରୁପର ପ୍ରତିଷ୍ଠାତା ନିଜର ଏହି କାମ ପାଇଁ ଏବେ ଯେତିକି ଚର୍ଚ୍ଚାରେ ରହିଛନ୍ତି ସେତିକି ଧନ୍ୟବାଦ ଓ ଆର୍ଶୀବାଦ ମଧ୍ୟ ସାଉଁଟୁଛି । ଏହି ବିରାଟ ଅର୍ଥକୁ ସେ ନିଜର କର୍ମଚାରୀଙ୍କ ପାଇଁ ପ୍ରସ୍ତୁତ ଟ୍ରଷ୍ଟକୁ ଦାନ କରିବାକୁ ଘୋଷଣା କରିଛନ୍ତି । ତାମିଲନାଡୁରContinue reading “ଚର୍ଚ୍ଚାରେ ଦାନବୀର ତ୍ୟାଗରାଜନ : କର୍ମଚାରୀଙ୍କ ପାଇଁ ପ୍ରସ୍ତୁତ ଟ୍ରଷ୍ଟକୁ ୬ହଜାର କୋଟି ଦାନ କରିବାକୁ ଘୋଷଣା “
ହିମାଚଳପ୍ରଦେଶକୁ ପ୍ରକୃତିର ପ୍ରହାର : ଭୁସ୍ଖଳନ ଯୋଗୁଁ ମାଟିରେ ମିଶିଲା ସିମଲାର ଶିବ ମନ୍ଦିର; ବର୍ଷା ବିତ୍ପାତରେ ୫୦ରୁ ଅଧିକ ମୃତ, ଉଦ୍ଧାରକାର୍ଯ୍ୟ ଜାରି
କନକ ବ୍ୟୁରୋ : ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଛି ହିମାଚଳ ପ୍ରଦେଶ । ଗତ ୨୪ ଘଣ୍ଟାରେ ଭୂସ୍ଖଳ ଓ ବାଦଲ ଫଟା ବର୍ଷା ଯୋଗୁଁ ରାଜ୍ୟରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହାସହ ଶତାଧିକ ଲୋକେ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଶିମଲାର ୧୬ ଜଣ, ମଣ୍ଡିର ୧୯ ଜଣ, ସିରମୌରର ୪ ଜଣ ରହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ୭୫୨ ରାସ୍ତା ବନ୍ଦContinue reading “ହିମାଚଳପ୍ରଦେଶକୁ ପ୍ରକୃତିର ପ୍ରହାର : ଭୁସ୍ଖଳନ ଯୋଗୁଁ ମାଟିରେ ମିଶିଲା ସିମଲାର ଶିବ ମନ୍ଦିର; ବର୍ଷା ବିତ୍ପାତରେ ୫୦ରୁ ଅଧିକ ମୃତ, ଉଦ୍ଧାରକାର୍ଯ୍ୟ ଜାରି”
ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଦୁଇ ଗିରଫ : ଅଭିଯୁକ୍ତ ସଦାଶିବ ପ୍ରଧାନ ଏଜେଣ୍ଟ ଓ ପାର୍ଥ ସେନ୍ ପ୍ରିଣ୍ଟିଂ ପ୍ରେସରେ କରୁଥିଲେ କାମ
କନକ ବ୍ୟୁରୋ : ଓଏସଏସସି ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଆଉ ଦୁଇ ଜଣକୁ ଗିରଫ କରିଛି ବାଲେଶ୍ୱର ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପୁରୀ ଜିଲ୍ଲାର ବାସୁଦେବ ପ୍ରଧାନ ଓ ପଶ୍ଚିମବଙ୍ଗର ପାର୍ଥ ସେନଗୁପ୍ତ । ପାର୍ଥ ପଶ୍ଚିମବଙ୍ଗ ଏକ ପ୍ରେସରେ ଠିକାଦାର ଭାବେ କାର୍ଯ୍ୟରତ ଥିଲେ । ସେ ପ୍ରେସକୁ ଶ୍ରମିକ ଯୋଗାଇ ଦିଏ । ଫାଇନାଲ ସେଟ୍ ପ୍ରଶ୍ନପତ୍ର ପ୍ରିଣ୍ଟିଂ ହେବା ପରେ ସେ ପ୍ରେସ କର୍ମଚାରୀ ବୀରେନ୍ଦ୍ର କୁମାରକୁ ଦେଇଥିଲାContinue reading “ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଦୁଇ ଗିରଫ : ଅଭିଯୁକ୍ତ ସଦାଶିବ ପ୍ରଧାନ ଏଜେଣ୍ଟ ଓ ପାର୍ଥ ସେନ୍ ପ୍ରିଣ୍ଟିଂ ପ୍ରେସରେ କରୁଥିଲେ କାମ”
ନୃଶଂସ ପାଲଟିଲା ମାଆ : ମାସକର ଶିଶୁ ପୁତ୍ରର କାଟିଦେଲା ମୁଣ୍ଡ; ପୂର୍ବରୁ ବର୍ଷକର ଶିଶୁକନ୍ୟାକୁ ମାରି ଯାଇଥିଲା ଜେଲ୍
କନକ ବ୍ୟୁରୋ : ମାସକର ଶିଶୁ ପୁତ୍ରକୁ ନୃଶଂସ ହତ୍ୟା । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି ଜନ୍ମକଲା ମାଆ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବିମଳା ପଞ୍ଚାୟତ ଅନ୍ତର୍ଗତ ନମକାନି ଜୁଆଙ୍ଗ ସାହିରେ ଅଭାବନୀୟ ଘଟଣା ଘଟିଛି । ମାନସିକ ବିକାରଗ୍ରସ୍ତ ମାଆ ତା’ର ଜନ୍ମକଲା ଶିଶୁ ପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁର ମୃତଦେହ ଜବଦ କରିବା ସହିତ ହତ୍ୟାକାରୀ ମା’କୁ ଗିରଫ କରିଛି ।Continue reading “ନୃଶଂସ ପାଲଟିଲା ମାଆ : ମାସକର ଶିଶୁ ପୁତ୍ରର କାଟିଦେଲା ମୁଣ୍ଡ; ପୂର୍ବରୁ ବର୍ଷକର ଶିଶୁକନ୍ୟାକୁ ମାରି ଯାଇଥିଲା ଜେଲ୍”
ସ୍ୱାଧୀନତା ଦିବସ ପାଇଁ ଉତ୍ସବମୁଖର ଓଡ଼ିଶା : ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ସ୍ୱାଧୀନତା ଦିବସ ଅବସରରେ ରାଜ୍ୟରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରାଜଧାନୀର ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ପୂର୍ବାହ୍ନ ୯ଟା ବେଳେ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିବେ । ଏହି ଅବସରରେ ରାଜଧାନୀରେ ଦେଖିବାକୁ ମିଳିବ ରାଜ୍ୟସ୍ତରୀୟ ପରେଡ୍ ।Continue reading “ସ୍ୱାଧୀନତା ଦିବସ ପାଇଁ ଉତ୍ସବମୁଖର ଓଡ଼ିଶା : ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ”