ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ : ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପବିତ୍ର ସ୍ୱାଧୀନତା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା । ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ସ୍ୱାଧୀନତାର ଅମୃତ ମହୋତ୍ସବର ସମାପନ ସହ ଦେଶ ଅମୃତ ଯୁଗରେ ପ୍ରବେଶ କରିବ । ଦୁଇ ବର୍ଷ ପୂର୍ବେ ଅହମ୍ମଦାବାଦର ସାବରମତି ଆଶ୍ରମରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଐତିହାସିକ କ୍ଷଣରContinue reading “ଆଜି ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ : ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ”

ମୋଦୀ ବନାମ ରାହୁଲ। କିଏ ଅଧିକ ଲୋକପ୍ରିୟ? କଂଗ୍ରେସ-ବିଜେପି ତଥ୍ୟଯୁଦ୍ଧ…

କନକ ବ୍ୟୁରୋ: କଂଗ୍ରେସର ନୂଆ ଦାବି । ସାମାଜିକ ଗଣମାଧ୍ୟମରେ ଦଳର ସାଂସଦ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା କୁଆଡ଼େ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଅଧିକ । ଲୋକସଭାରେ ରାହୁଲ ଗାନ୍ଧୀ ଭାଷଣ ଦେବା ସମୟରେ ସଂସଦ ଟିଭି ୟୁଟ୍ୟୁବ ଚ୍ୟାନେଲକୁ କେତେଜଣ ଲୋକ ଦେଖିଥିଲେ ତାହାର ତଥ୍ୟ ପ୍ରଦାନ କରିଛି ଦଳ । ଏଥିରେ ଦାବି କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୁଳନାରେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ଅଧିକ ଲୋକ ଦେଖିଛନ୍ତି । ଦଳ ପକ୍ଷରୁContinue reading “ମୋଦୀ ବନାମ ରାହୁଲ। କିଏ ଅଧିକ ଲୋକପ୍ରିୟ? କଂଗ୍ରେସ-ବିଜେପି ତଥ୍ୟଯୁଦ୍ଧ…”

ସୀମାଙ୍କ ମୁହଁରେ ପାକିସ୍ତାନ ମୁର୍ଦ୍ଦାବାଦ ନାରା। ସଚିନଙ୍କ ସହ ଉଡ଼ାଇଲେ ଜାତୀୟ ପତାକା, ମଥାରେ ବାନ୍ଧିଲେ ‘ଜୟ ମାତାଦି’ ଚୂନରି

କନକ ବ୍ୟୁରୋ: ପାକିସ୍ତାନ ମୁର୍ଦ୍ଦାବାଦ ହେ, ମୁର୍ଦ୍ଦାବାଦ ଥା ଔର ମୁର୍ଦ୍ଦାବାଦ ରହେଗା । ଏପରି କହୁଥିବା ମହିଳା ଜଣକ ହେଉଛନ୍ତି ସୀମା ହାଇଦର । ଯିଏ କିଛି ଦିନ ତଳେ ପ୍ରେମିକ ସଚିନଙ୍କ ପାଇଁ ପାକିସ୍ତାନରୁ ଭାରତକୁ ଚାଲି ଆସିଥିଲେ । ତେବେ ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ହର୍ ଘର୍ ତିରଙ୍ଗା ଅଭିଯାନରେ ସୀମା ଏବେ ସାମିଲ ହୋଇଛନ୍ତି । ତ୍ରିରଙ୍ଗା ସାଢ଼ି ପିନ୍ଧିବା ସହ ମୁଣ୍ଡରେ ବାନ୍ଧିଛନ୍ତି ‘ଜୟ ମାତାଦି’ର କପଡ଼ାContinue reading “ସୀମାଙ୍କ ମୁହଁରେ ପାକିସ୍ତାନ ମୁର୍ଦ୍ଦାବାଦ ନାରା। ସଚିନଙ୍କ ସହ ଉଡ଼ାଇଲେ ଜାତୀୟ ପତାକା, ମଥାରେ ବାନ୍ଧିଲେ ‘ଜୟ ମାତାଦି’ ଚୂନରି”

ହିମାଚଳପ୍ରଦେଶକୁ ପ୍ରକୃତିର ପ୍ରହାର। ଭୂସ୍ଖଳନ ଯୋଗୁଁ ମାଟିରେ ମିଶିଲା ସିମଲାର ଶିବ ମନ୍ଦିର

କନକ ବ୍ୟୁରୋ: ପାହାଡ଼ରେ ପ୍ରଳୟ । ହିମାଚଳପ୍ରଦେଶରେ ପ୍ରକୃତିର କରାଳରୂପ । ଶ୍ରାବଣମାସ ଶେଷ ସୋମବାର ଥିଲା । ହିମାଚଳପ୍ରଦେଶ ରାଜଧାନୀ ସିମଲାର ସମରହିଲରେ ଥିବା ଶିବମନ୍ଦିରରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ସକାଳୁ ସକାଳୁ ମହାଦେବଙ୍କୁ ପୂଜାର୍ଚ୍ଚନା କରି କିଏ ଦୀର୍ଘାୟୁ କାମନା କରୁଥିଲା ତ ପୁଣି କିଏ ଘର ପରିବାର ପାଇଁ ଶୁଭ ମନାସୁଥିଲା । କିନ୍ତୁ ଶ୍ରଦ୍ଧାଳୁ ଜାଣିନଥିଲେ ହଠାତ ସେମାନଙ୍କ ଉପରକୁ ମୃତ୍ୟୁର କଳାଛାଇ ମାଡି ଆସିବ ଓ କ୍ଷଣିକରେContinue reading “ହିମାଚଳପ୍ରଦେଶକୁ ପ୍ରକୃତିର ପ୍ରହାର। ଭୂସ୍ଖଳନ ଯୋଗୁଁ ମାଟିରେ ମିଶିଲା ସିମଲାର ଶିବ ମନ୍ଦିର”

ସହିଦ ନୀଳାଞ୍ଚଳ ପଟେଲଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ଜନ୍ମମାଟିରେ ଶୋକାକୁଳ ପରିବେଶ

କନକ ବ୍ୟୁରୋ: ସୁନା ଲରମ୍ଭାର ସୁନା ପୁଅକୁ ଝୁରୁଛି ଗାଁ । ସହିଦ ଯବାନଙ୍କ ପାଇଁ ସମସ୍ତଙ୍କ ଆଖିରେ ଲୁହ । ଶୋକାକୂଳ ପରିବେଶରେ ସହିଦଙ୍କ ଜନ୍ମମାଟି । ପରିବାର ଓ ସମ୍ପର୍କୀୟଙ୍କ ଅବସ୍ଥା ନକହିଲେ ଭଲ । କାଳେ ଅଚେତ୍ ହୋଇଯିବେ, ସେଇ ଆଶଙ୍କା କରି, ମଝିରେ ମଝିରେ ପାଣି ଦିଆଯାଉଛି । ସହିଦ ଯବାନଙ୍କୁ ବିଦାୟ ବେଳାରେ ଶୋକାକୂଳ ପରିବେଶ । ବରଗଡ଼ ଜିଲ୍ଲା ବାଘପାଲି ବା ସୁନା ଲରମ୍ଭା ଗାଁର ନୀଳାଂଚଳ ପଟେଲଙ୍କContinue reading “ସହିଦ ନୀଳାଞ୍ଚଳ ପଟେଲଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ଜନ୍ମମାଟିରେ ଶୋକାକୁଳ ପରିବେଶ”

କଣାସରେ ବାବୁ ହେଲେ ହଟହଟା। ତାଲା ପକାଇଲେ ମହିଳା

କନକ ବ୍ୟୁରୋ: କଥା କଟାକଟି, ହୋ ହଲ୍ଲା, ତୀବ୍ର ଉତେଜନା । ନିଜ କାର୍ଯ୍ୟାଳୟରେ ହଟହଟା ହେଲେ ବାବୁ, ନାକେଦମ୍ କରିଦେଲେ ଉତ୍ୟକ୍ତ ମହିଳା । ପୁରୀ ଜିଲ୍ଲା କଣାସ ବ୍ଲକ କାର୍ଯ୍ୟାଳୟରେ ବିଡିଓ ଏବଂ ବ୍ଲକ ଅଧ୍ୟକ୍ଷଙ୍କୁ ତାଲା ପକାଇଦେଲେ । ବିଭିନ୍ନ ପଂଚାୟତର କମ୍ୟୁନିଟି ରିସର୍ଚ୍ଚ ପର୍ସନ ବା ସିଆରପି ଏବଂ ମାଷ୍ଟର ବୁକ କିପର ବା ଏମବିକେ ଚୟନରେ ଅନିୟମିତତା ଅଭିଯୋଗ ଆଣି ବିଡିଓଙ୍କୁ ଘେରିଯାଇଥିଲେ ଉତ୍ୟକ୍ତ ମହିଳା । ଅଭ୍ିଯୋଗ ସତ୍ୱେContinue reading “କଣାସରେ ବାବୁ ହେଲେ ହଟହଟା। ତାଲା ପକାଇଲେ ମହିଳା”

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅଭିନବ ପ୍ରତିବାଦ। ଖଟିଆରେ ବୁଦ୍ଧାଙ୍କୁ ବୋହି କଲେ ଶୋଭାଯାତ୍ରା

କନକ ବ୍ୟୁରୋ: ବୃଦ୍ଧାଙ୍କୁ ଖଟିଆରେ ବସାଇ ପ୍ରତିବାଦ କରାଯାଉଛି । ବାର୍ଦ୍ଧକ୍ୟ ଭତାରୁ ବଞ୍ଚିତ ହିତାଧିକାରୀଙ୍କୁ ତୁରନ୍ତ ଭତା ପ୍ରଦାନ ପାଇଁ ଦାବିରେ ଶୋଭଯାତ୍ରା । ଖଟିଆରେ ବୃଦ୍ଧାଙ୍କୁ ବସାଇ ବିକ୍ଷୋଭକାରୀମାନେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାର ଦାଦନ ପ୍ରବଣ ବେଲପଡା ବ୍ଲକର ବହୁ ଯୋଗ୍ୟ ହିତାଧିକାରୀ ଭତା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର ପ୍ରତିବାଦରେ କୋଶଲ ମୁକ୍ତି ମୋର୍ଚ୍ଚାର ସଦସ୍ୟ ଓ ଭତା ବଣ୍ଟନରୁContinue reading “ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅଭିନବ ପ୍ରତିବାଦ। ଖଟିଆରେ ବୁଦ୍ଧାଙ୍କୁ ବୋହି କଲେ ଶୋଭାଯାତ୍ରା”

ଏଟିଏମ୍ ଲୁଟ୍ ପରି ଅପରାଧ ପାଇଁ ମିଳିବ କଠୋର ହେବ ଦଣ୍ଡ। ନୂଆ ବିଧେୟକରେ ନୂଆ ବ୍ୟବସ୍ଥା

କନକ ବ୍ୟୁରୋ: ଏଟିଏମ୍ ଲୁଟ୍ ପାଇଁ ୭ ବର୍ଷ ସଜା! ସଂଗଠିତ ଅପରାଧ ଭାବେ ଗଣାଯିବ ଏଟିଏମ୍ ଲୁଟ୍ । ଯେଉଁ ଅପରାଧ ପୂର୍ବରୁ ସ୍ୱତନ୍ତ୍ର ବିଚାର ବ୍ୟବସ୍ଥା ନଥିଲା, ଭାରତୀୟ ନ୍ୟାୟ ସଂହିତା ବିଧେୟକ ୨୦୨୩ରେ ଏ ସବୁ ଅପରାଧ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି । ପୂର୍ବରୁ ଏଟିଏମ୍ ଲୁଟ୍ ପରି ଅପରାଧ ପାଇଁ ଆଇପିସିରେ କୌଣସି ସ୍ୱତନ୍ତ୍ର ଧାରା ନଥିଲା । ଧାରା ୩୭୮ ଅନୁସାରେ ଏହାକୁ ଚୋରି ଅପରାଧ ଭାବେContinue reading “ଏଟିଏମ୍ ଲୁଟ୍ ପରି ଅପରାଧ ପାଇଁ ମିଳିବ କଠୋର ହେବ ଦଣ୍ଡ। ନୂଆ ବିଧେୟକରେ ନୂଆ ବ୍ୟବସ୍ଥା”

କଂଗ୍ରେସ ସାଂସଦ ରଣଦୀପ ସୂର୍ଯ୍ୟେୱାଲାଙ୍କ ବିବାଦୀୟ ବୟାନ। ବିଜେପିକୁ ରାକ୍ଷସ ସହ କଲେ ତୁଳନା

କନକ ବ୍ୟୁରୋ: ଧାରଣା ସୃଷ୍ଟି ହେଉଥିଲା ଯେ, କଂଗ୍ରେସ ଦୃଢ଼ ମନୋବଳ ନେଇ ମୋଦୀ ସରକାରଙ୍କ ବିରୋଧରେ ଲଢ଼େଇ କରିବାକୁ ପ୍ରସ୍ତୁତ ହେଉଛି, ଠିକ୍ ଏତିକି ବେଳେ ଦଳର ଜଣେ ବରିଷ୍ଠ ନେତା, ଏଭଳି ବୟାନ ରଖିଛନ୍ତି, ଯାହା ଦଳକୁ ପୁଣି ବେକଫୁଟ୍କୁ ଠେଲି ଦେଇଛି । ରାହୁଲ ପଦଯାତ୍ରା କଲେ, କଂଗ୍ରେସ ଉପରେ ଲୋକଙ୍କ ଭରସା ବଢ଼ିଲା । ସାଂସଦରେ ଅନାସ୍ଥା ପ୍ରସ୍ତାବ ଆଣି କଂଗ୍ରେସ ସମେତ ବିରୋଧୀ ମେଣ୍ଟ ପ୍ରମାଣ କରିବାକୁ ଚାହିଁଲେ ଯେ,Continue reading “କଂଗ୍ରେସ ସାଂସଦ ରଣଦୀପ ସୂର୍ଯ୍ୟେୱାଲାଙ୍କ ବିବାଦୀୟ ବୟାନ। ବିଜେପିକୁ ରାକ୍ଷସ ସହ କଲେ ତୁଳନା”

ଭୁବନେଶ୍ୱରରୁ କଟକ ମେଟ୍ରୋ ଟ୍ରେନକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର। କହିଲେ, ଏମିତି ହୁଏନି ମେଟ୍ରୋ ପ୍ରକଳ୍ପ

କନକ ବ୍ୟୁରୋ: ଏମିତି ହୁଏନି ମେଟ୍ରୋ ପ୍ରକଳ୍ପ, ମେଟ୍ରୋ ପାଇଁ ସଠିକ୍ ପ୍ରୟାସ ଆବଶ୍ୟକ । ରାଜ୍ୟ ସରକାର ଭୁବନେଶ୍ୱରରୁ କଟକ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ସହାୟତାରେ ଏହି କାର୍ଯ୍ୟ ଚାଲିଛି । କିନ୍ତୁ ରାଜ୍ୟ ସରକାରଙ୍କ ଏହି ପକଳ୍ପକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ୪-୫ଜଣ ବାବୁ ଆସି ଦେଖିଦେଇଗଲେ ମେଟ୍ରୋ ହୋଇଯାଏନି । ମାଟିର ଅନୁଧ୍ୟାନContinue reading “ଭୁବନେଶ୍ୱରରୁ କଟକ ମେଟ୍ରୋ ଟ୍ରେନକୁ ନେଇ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର। କହିଲେ, ଏମିତି ହୁଏନି ମେଟ୍ରୋ ପ୍ରକଳ୍ପ”

Design a site like this with WordPress.com
Get started