ଆଗୁଆ ନିର୍ବାଚନ ପ୍ରସଙ୍ଗରେ ଅପରାଜିତାଙ୍କ ପ୍ରଶ୍ନ। ରାଜ୍ୟ ସରକାର ଏତେ ତର ତର କାହିଁକି?

କନକ ବ୍ୟୁରୋ: ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଛି । ଏଥିପାଇଁ ନବୀନ ଆଗୁଆ ସରକାର ଭଂଗ କରିପାରନ୍ତି ବୋଲି ଆଲୋଚନା ହେଉଛି । ଆଉ ଏହି ଆଗୁଆ ନିର୍ବାଚନ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କହିଛନ୍ତି, ଆଗୁଆ ନିର୍ବାଚନ ପାଇଁ ରାଜ୍ୟ ସରକାର କାହିଁକି ତରତର ହେଉଛନ୍ତି? ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି, ପାଞ୍ଚବର୍ଷ ପର୍ଯ୍ୟନ୍ତ କାମ କରନ୍ତୁ । ଏଥିସହ ବିଜେଡି-Continue reading “ଆଗୁଆ ନିର୍ବାଚନ ପ୍ରସଙ୍ଗରେ ଅପରାଜିତାଙ୍କ ପ୍ରଶ୍ନ। ରାଜ୍ୟ ସରକାର ଏତେ ତର ତର କାହିଁକି?”

‘ଭାରତ ହେଉଛି ଲୋକତନ୍ତ୍ରର ଜନନୀ’, ୭୭ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

କନକ ବ୍ୟୁରୋ: ୭୭ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ସେ କହିଛନ୍ତି, ଦେଶବାସୀ ଉତ୍ସାହର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳୁଛନ୍ତି । ନିଡର ପିଲାବେଳେର କଥା ମନେପକାଇଛନ୍ତି ରାଷ୍ଟ୍ରପତି । ଆମେ ସ୍କୁଲରେ ଥିବା ବେଳେ ଏହି ଦିନକୁ ଅପେକ୍ଷା କରିଥିଲୁ । ବିଶ୍ୱର ସବୁଠାରୁ ବଡ ଲୋକତନ୍ତ୍ର ହେଉଛି ଆମ ଦେଶ । ଆମେ ପ୍ରଥମେ ଭାରତର ନାଗରିକ । ଭାରତContinue reading “‘ଭାରତ ହେଉଛି ଲୋକତନ୍ତ୍ରର ଜନନୀ’, ୭୭ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ସମ୍ବୋଧନ”

ସ୍କୁଲ ଘରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗ୍ରାମବାସୀ ପକାଇଲେ ତାଲା। ଉଦ୍ଧାର କଲେ ସରପଞ୍ଚ

କନକ ବ୍ୟୁରୋ: ବିଦ୍ୟାଳୟରେ ଗାଁର ଲୋକଙ୍କ ଦବଙ୍ଗଗିରି । ସ୍କୁଲ ଘରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପକାଇଲେ ତାଲା । କଣାସ ବାଦଲପୁର ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମନ୍ୱୟ ସଭାରେ ଘଟିଛି ଏହି ଘଟଣା । ସଭାରେ ଶିକ୍ଷକମାନେ ସାମିଲ ନହେବାରୁ ପ୍ରଧାନ ଶିକ୍ଷକ କିଛି ଗାଁର ଲୋକଙ୍କୁ ଲଗାଇ ମାରପିଟ କରିଥିବା ଅଭିଯୋଗ ହୋଇଛି । ସମସ୍ତ ଶିକ୍ଷକଙ୍କୁ ସ୍କୁଲ ଘର ତାଲା ପକାଇ ମାଡମାରିଛନ୍ତି । ଏପରିକି ବହୁ ସମୟ ପର୍ଯ୍ୟନ୍ତ ବାହାରେ ଛିଡା କରାଇଦେଇଥିଲେContinue reading “ସ୍କୁଲ ଘରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗ୍ରାମବାସୀ ପକାଇଲେ ତାଲା। ଉଦ୍ଧାର କଲେ ସରପଞ୍ଚ”

ଅବହେଳିତ ସ୍ମୃତିର ସ୍ମାରକୀ ଖୋର୍ଦ୍ଧାର ଲାଲଗଡ଼। ଗଛଲତାରେ ଢାଙ୍କି ହୋଇ ଭୂତ କୋଠିର ଭ୍ରମ ସୃଷ୍ଟି କରୁଛି ଦେଶର ଶେଷ ସ୍ୱାଧୀନ ଦୁର୍ଗ

କନକ ବ୍ୟୁରୋ: ଗୁମୁରି କାନ୍ଦୁଛି ଖୋର୍ଦ୍ଧାଗଡ । ଗଛ ଲତାରେ ପୁରି ଗଲାଣି ଇତିହାସର ମୂକସାକ୍ଷୀ ପାଲଟିଥିବା ରାଜ ଉଆସ । ଦେଶକୁ ସ୍ୱାଧୀନ କରିବାରେ ଅନେକ ସହିଦ ବଳିଦାନ ଦେଇଛନ୍ତି । ଅନେକ ବୀର ପାଇକଙ୍କ ସ୍ୱୃତିକୁ ସାଉଁଟି ସ୍ମୃତିର ସ୍ମାରକୀ ପାଲଟିଥିବା ଭାରତ ବର୍ଷର ଶେଷ ସ୍ୱାଧୀନ ଗଡ ଅସ୍ତିତ୍ୱ ପାଇଁ ଗୁମୁରି କାନ୍ଦୁଛି । ଗଡଖୋର୍ଦ୍ଧାରେ ଥିବା ଖୋର୍ଦ୍ଧା ଦୁର୍ଗ ସବୁବେଳେ ତାର ବୀରତ୍ୱ ଗାଥା ନେଇ ଚର୍ଚ୍ଚା ସାଉଁଟିଛି । ହେଲେContinue reading “ଅବହେଳିତ ସ୍ମୃତିର ସ୍ମାରକୀ ଖୋର୍ଦ୍ଧାର ଲାଲଗଡ଼। ଗଛଲତାରେ ଢାଙ୍କି ହୋଇ ଭୂତ କୋଠିର ଭ୍ରମ ସୃଷ୍ଟି କରୁଛି ଦେଶର ଶେଷ ସ୍ୱାଧୀନ ଦୁର୍ଗ”

ବୟସର ଅପରାହ୍ନରେ ଜୀବନ ଜିଇଁବାର ସଂଘର୍ଷ। ଅଭାବ ଅନଟନ ସହ ଭଙ୍ଗା କୁଡିଆରେ ଲଢୁଛନ୍ତି ସୁବର୍ଣ୍ଣପୁର ବିକଳପୁରର ବୃଦ୍ଧା ଭୂମିସୁତା

କନକ ବ୍ୟୁରୋ: ବୟସର ଅପରାହ୍ନରେ ଯନ୍ତ୍ରଣାର କାହାଣୀ । ଜିଲ୍ଲା ପ୍ରଶାସନର ଭୁଲ୍ ପାଇଁ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ୭୫ ବର୍ଷୀୟା ବୃଦ୍ଧା ଭୂମିସୁତା ନାୟକ । ସମାନ ନାଁ ଥିବା ଅନ୍ୟ ଜଣକ ଭତ୍ତା କାର୍ଡ ଦେଇ ପୁଣି ଥରେ ଫେରାଇ ନେଇଛି ପ୍ରଶାସନ । ଏବେ ଜୀବନ ବଞ୍ଚାଇବାକୁ ଭତା ପାଇଁ ଡହଳ ବିକଳ ହେଉଛି ସୁବର୍ଣ୍ଣପୁର ବୀରମହାରାଜପୁର ବିକଳପୁର ଗାଁର ବୃଦ୍ଧା ଭୂମିସୁତା । ମୁଣ୍ଡ ଗୁଂଜିବାକୁ ଛପର ନଥିବା ବେଳେ ପାଲContinue reading “ବୟସର ଅପରାହ୍ନରେ ଜୀବନ ଜିଇଁବାର ସଂଘର୍ଷ। ଅଭାବ ଅନଟନ ସହ ଭଙ୍ଗା କୁଡିଆରେ ଲଢୁଛନ୍ତି ସୁବର୍ଣ୍ଣପୁର ବିକଳପୁରର ବୃଦ୍ଧା ଭୂମିସୁତା”

ଅବହେଳିତ ଆସିକାର ମେକ୍ ମାଇକେଲ ସଂସ୍କୃତ ବିଦ୍ୟାଳୟ। ୫ଟି ଶ୍ରେଣୀରେ ଅଛନ୍ତି ମାତ୍ର ୬ଜଣ ପିଲା

କନକ ବ୍ୟୁରୋ: ଅବହେଳିତ ହୋଇପଡିଛି ୧୮ଶହ ମସିହାର ବହୁ ପୁରୁଣା ବିଦ୍ୟାଳୟ । ବର୍ଷ ବର୍ଷ ଧରି ଏଠାରୁ ବହୁ କୃତୀ ଛାତ୍ର ବାହାରେ ବେଶ ନାଁ କରିଛନ୍ତି । ହେଲେ ଏବେ ଅବହେଳା କାରଣରୁ ବିଦ୍ୟାଳୟ ବନ୍ଦ ହେବାକୁ ବସିଛି । ୫ଟି ଶ୍ରେଣୀରେ ଅଛନ୍ତି ମାତ୍ର ୬ଜଣ ପିଲା । ୧୮୮୫ ମସିହାରୁ ରହିଛି ଗଞ୍ଜାମ ଆସିକାର ମେକ୍ ମାଇକେଲ ସଂସ୍କୃତ ବିଦ୍ୟାଳୟ । ଗୁରୁକୁଳ ଢାଞ୍ଚାରେ ଗଢି ଉଠିଥିଲା ଏହି ବିଦ୍ୟାଳୟଟି ।Continue reading “ଅବହେଳିତ ଆସିକାର ମେକ୍ ମାଇକେଲ ସଂସ୍କୃତ ବିଦ୍ୟାଳୟ। ୫ଟି ଶ୍ରେଣୀରେ ଅଛନ୍ତି ମାତ୍ର ୬ଜଣ ପିଲା”

ଆଗୁଆ ନିର୍ବାଚନ ନେଇ ରାଜନୀତି। ଅପରାଜିତା କହିଲେ, କାହିିଁକି ନିର୍ବାଚନ ପାଇଁ ତରତର ହେଉଛନ୍ତି ସରକାର

କନକ ବ୍ୟୁରୋ: ରାଜ୍ୟରେ ଆଗୁଆ ନିର୍ବାଚନ ଓ ବିଜେପି-ବିଜେଡି ମେଣ୍ଟ ନେଇ ଚର୍ଚ୍ଚା ଜୋରଧରିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । କହିଛନ୍ତି, ଆଗୁଆ ନିର୍ବାଚନ ନେଇ କାହିଁକି ରାଜ୍ୟ ସରକାର ତରତର ହେଉଛନ୍ତି । ପାଞ୍ଚବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି ପାଞ୍ଚ ବର୍ଷ ପାଇଁ କାମ କରନ୍ତୁ । କେନ୍ଦ୍ର ସରକାର ଯେପର୍ଯ୍ୟନ୍ତ ରାଜ୍ୟର ପ୍ରସ୍ତାବକୁ ସ୍ୱୀକାର କରି ନାହାଁନ୍ତି ତାହାଲେ ନିର୍ବାଚନ କେମିତି ହେବ ବୋଲି କହିଛନ୍ତି ସାଂସଦContinue reading “ଆଗୁଆ ନିର୍ବାଚନ ନେଇ ରାଜନୀତି। ଅପରାଜିତା କହିଲେ, କାହିିଁକି ନିର୍ବାଚନ ପାଇଁ ତରତର ହେଉଛନ୍ତି ସରକାର”

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ୧୬,୧୭ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ 

ଆସନ୍ତା ୧୬ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରୀ ୧୬ ତାରିଖରେ ବିଜେପିର ଦଳୀୟ କାର୍ୟ୍ୟକ୍ରମରେ ଯୋଗଦେବେ ଏବଂ ୧୭ ତାରିଖରେ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ ମଧ୍ୟ ଯୋଗଦେବେ । ଏହି ଦୁଇ ଦିନିଆ ଗସ୍ତ ସମୟରେ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ୟ୍ୟକ୍ରମ ମଧ୍ୟ ରହିଛି । ସେହିପରି ଅର୍ଥ ମନ୍ତ୍ରୀ କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ପୂର୍ବତନContinue reading “ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ୧୬,୧୭ ତାରିଖରେ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ “

ରାଜଧାନୀରୁ ନୂଆଦିଲ୍ଲୀକୁ ଗଡ଼ିଲା ତେଜସ ଏକ୍ସପ୍ରେସ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଶୁଭାରମ୍ଭ

କନକ ବ୍ୟୁରୋ: ନୂଆ ରୂପରେ ରାଜଧାନୀ ଏକ୍ସପ୍ରେସ । ରାଜଧାନୀରୁ ନୂଆଦିଲ୍ଲୀକୁ ଗଡ଼ିଲା ତେଜସ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିଛନ୍ତି । ତେଜସରେ ଯାତ୍ରୀମାନଙ୍କୁ ଅତ୍ୟାଧୁନିକ ସୁବିଧା ସହ ସୌନ୍ଦର୍ଯ୍ୟପୂର୍ଣ୍ଣ ଆଭ୍ୟନ୍ତରୀଣ ସାଜସଜ୍ଜା ରହିଛି । ବିଶ୍ୱସ୍ତରୀୟ ସୁବିଧା ଦେବାକୁ ଏଥିରେ ରହିଛି ସ୍ମାର୍ଟ ସ୍ଲିପର କୋଚ୍ । ଅନ୍ୟ ଟ୍ରେନ ଅପେକ୍ଷା ତେଜସରେ ଯାତ୍ରୀ ବସିଥିବା ସିଟ୍ ଚଉଡ଼ା ରହିଛି । ଅତ୍ୟାଧୁନିକ ଏହି ଟ୍ରେନ ଘଂଟାକୁ ୧୬୦ କିଲୋମିଟର ବେଗରେContinue reading “ରାଜଧାନୀରୁ ନୂଆଦିଲ୍ଲୀକୁ ଗଡ଼ିଲା ତେଜସ ଏକ୍ସପ୍ରେସ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଶୁଭାରମ୍ଭ”

ବ୍ଲକ କାର୍ଯ୍ୟାଳୟରେ ବାବୁ ହେଲେ ହଟହଟା, ନାକେଦମ୍ କରିଦେଲେ ଉତ୍ତ୍ୟକ୍ତ ମହିଳା। ପଞ୍ଚାୟତ କମ୍ୟୁନିଟି ରିସର୍ଚ୍ଚ ପର୍ସନ’ ଓ ‘ମାଷ୍ଟର ବୁକ୍ କିପର’ ଚୟନରେ ଅନିୟମିତତା ଅଭିଯୋଗ

କନକ ବ୍ୟୁରୋ: କଣାସ ଚେୟାରମ୍ୟାନ ଓ ବିଡିଓଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ମହିଳା । କଣାସ ବ୍ଲକର ଅନେକ ପଞ୍ଚାୟତର କମ୍ୟୁନିଟି ରିସର୍ଚ୍ଚ ପର୍ସନ ଓ ମାଷ୍ଟର ବୁକ କିପର ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଉତ୍ୟକ୍ତ ମହିଳା ତାଲା ପକାଇଛନ୍ତି । ଏନେଇ ବାରମ୍ବାର ବିଡିଓଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ କିଛି ମହିଳା ଗୋଷ୍ଠୀ । ହେଲେ ଲୋକଙ୍କ ଅଭିଯୋଗକୁ ଖାତିର କରିନଥିଲେ ବିଡିଓ । ଅଭିଯୋଗ ସତ୍ୱେ କୌଣସି ତଦନ୍ତ ହୋଇନଥିଲା ।Continue reading “ବ୍ଲକ କାର୍ଯ୍ୟାଳୟରେ ବାବୁ ହେଲେ ହଟହଟା, ନାକେଦମ୍ କରିଦେଲେ ଉତ୍ତ୍ୟକ୍ତ ମହିଳା। ପଞ୍ଚାୟତ କମ୍ୟୁନିଟି ରିସର୍ଚ୍ଚ ପର୍ସନ’ ଓ ‘ମାଷ୍ଟର ବୁକ୍ କିପର’ ଚୟନରେ ଅନିୟମିତତା ଅଭିଯୋଗ”

Design a site like this with WordPress.com
Get started