ମତେ ରହିବାକୁ ଜାଗା ଟିକେ ମିଳିବ କି ? ମୁଁ ରହୁଥିବା ଗଛ କାଟି ଦିଆଯାଇଛି । ମୁଁ କେଉଁଠି ରହିବି? କେହି ଉତ୍ତର ଦେବେ କି ?

କନକ ବ୍ୟୁରୋ: ମୁଁ ଏବେ ନିରାଶ୍ରୟ…ରାଜଧାନୀ ଭୁବନେଶ୍ୱରରେ ରହିବାକୁ ମତେ ଅନୁମତି ନାହିଁ । ମତେ ରହିବାକୁ ଜାଗା ଟିକେ ମିଳିବ କି ? ମୁଁ ରହୁଥିବା ଗଛ କାଟି ଦିଆଯାଇଛି । ମୁଁ କେଉଁଠି ରହିବି? କେହି ଉତ୍ତର ଦେବେ କି ? ହଁ , ଯଦି ସେ ମଣିଷ ହୋଇଥାନ୍ତା ହୁଏତ ଆଜି ନିଜ ଘର ପାଇଁ ଏଭଳି ନିବେଦନ କରିଥାନ୍ତା । ରାସ୍ତା ଉପରେ ଆନ୍ଦୋଳନ କରିଥାନ୍ତା ପ୍ଲା କାର୍ଡ ଧରି ବିକ୍ଷୋଭContinue reading “ମତେ ରହିବାକୁ ଜାଗା ଟିକେ ମିଳିବ କି ? ମୁଁ ରହୁଥିବା ଗଛ କାଟି ଦିଆଯାଇଛି । ମୁଁ କେଉଁଠି ରହିବି? କେହି ଉତ୍ତର ଦେବେ କି ?”

ବାପା ଫେରିବାଲା, ଝିଅ ହେବେ ଡାକ୍ତର । ଗରିବ ଝିଅ ଆଣିଲେ ଗାଁ ପାଇଁ ଗୌରବ ।

କନକ ବ୍ୟୁରୋ: ଦୁଃଖ, ଦାରିଦ୍ର୍ୟତା, ଅଭାବ ଓ ଅନଟନ । ଏସବୁ ଶବ୍ଦ କେବେ ସଫଳତାର ବାଟ ରୋକିପାରେନି, ସଂଘର୍ଷ ଓ ସମସ୍ୟାର ସମୁଦ୍ର ପାରି ହୋଇ ସଫଳତାର ଗୋଟିଏ ସିଡ଼ି ଚଢ଼ିଛନ୍ତି ଫେରିବାଲାଙ୍କ ଝିଅ । ଯେବେ ନିଟ୍ ପରୀକ୍ଷାରେ ସଫଳ ହୁଏ ଗରିବ ଘରର ଝିଅ, ସେବେ ଘରେ ଖେଳିଯାଏ ଖୁସି, ପାଳନ ହୁଏ ଗୋଟେ ବଡ଼ପର୍ବ । କାରଣ ଗରିବ ଝିଅ ରଖିଛି ପରିବାରର ଟେକ ଆଉ ବନିଛି ଗାଁର ଗର୍ବ ।Continue reading “ବାପା ଫେରିବାଲା, ଝିଅ ହେବେ ଡାକ୍ତର । ଗରିବ ଝିଅ ଆଣିଲେ ଗାଁ ପାଇଁ ଗୌରବ ।”

ବାର୍ଦ୍ଧକ୍ୟ ଭତ୍ତା ସମସ୍ୟାର ସମାଧାନ ଦାବିରେ ବେଲପଡା ବ୍ଲକ ଘେରାଉ । ଖଟିଆରେ ବୃଦ୍ଧାଙ୍କୁ ବୋହିଆଣି ବିରୋଧ ପ୍ରଦର୍ଶନ

କନକ ବ୍ୟୁରୋ: ଭତ୍ତା ସମସ୍ୟାର ସମାଧାନ ଦାବିରେ ଅଭିନବ ଉପାୟରେ ପ୍ରତିବାଦ । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଘେରାଉ କରିଛନ୍ତି ହିତାଧିକାରୀ । ଜଣେ ବୃଦ୍ଧାଙ୍କୁ ଏକ ଖଟିଆରେ ବୋହି ଆଣି ବ୍ଲକ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ବେଲପଡା ବ୍ଲକର ବହୁ ପଞ୍ଚାୟତର ପ୍ରକୃତ ହିତାଧିକାରୀଙ୍କୁ ଭତ୍ତା ମିଳୁନଥିବାରୁ ଲୋକେ ତାତିଛନ୍ତି । ଖଟିଆରେ ଥିବା ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତା ମିଳୁନାହିଁ । ଏହାର ପ୍ରତିବାଦରେ ଲୋକେ ସଂପୃକ୍ତ ବୃଦ୍ଧାଙ୍କୁ ଖଟିଆରେContinue reading “ବାର୍ଦ୍ଧକ୍ୟ ଭତ୍ତା ସମସ୍ୟାର ସମାଧାନ ଦାବିରେ ବେଲପଡା ବ୍ଲକ ଘେରାଉ । ଖଟିଆରେ ବୃଦ୍ଧାଙ୍କୁ ବୋହିଆଣି ବିରୋଧ ପ୍ରଦର୍ଶନ”

ସଞ୍ଜୟ ରାୱତଙ୍କ ବଡ ବୟାନ । ବାରଣାସୀରୁ ପ୍ରିୟଙ୍କା ଗାନ୍ଧୀ ଲଢିଲେ, ହାରିଯିବେ ନରେନ୍ଦ୍ର ମୋଦୀ । ବିଜେପି ପାଇଁ ଏଥର ରାୟବରେଲୀ, ବାରଣାସୀ ଏବଂ ଆମେଥୀ ସିଟ୍ ଲଢେଇ ହେବ କଷ୍ଟକର ।

କନକ ବ୍ୟୁରୋ: ଯଦି ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ଲଢିବେ ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ହରେଇଦେବେ । ଲୋକସଭା ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ଏବଂ ନରେନ୍ଦ୍ର ମୋଦୀ ମୁହାଁମୁହିଁ ହେଲେ ବିଜୟ କେବଳ ପ୍ରିୟଙ୍କା ଗାନ୍ଧୀଙ୍କର ହେବ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ଏପରି ଦାବି କରିଛନ୍ତି ଶିବସେନା (ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାୱତ । ତାଙ୍କ କହିବା କଥା, ବାରଣାସୀରେ ମୋଦୀ-ପ୍ରିୟଙ୍କା ଲଢେଇ ହେଲେ ଏହି ଲଢେଇରେ ପ୍ରିୟଙ୍କା ବିଜୟୀ ହେବେContinue reading “ସଞ୍ଜୟ ରାୱତଙ୍କ ବଡ ବୟାନ । ବାରଣାସୀରୁ ପ୍ରିୟଙ୍କା ଗାନ୍ଧୀ ଲଢିଲେ, ହାରିଯିବେ ନରେନ୍ଦ୍ର ମୋଦୀ । ବିଜେପି ପାଇଁ ଏଥର ରାୟବରେଲୀ, ବାରଣାସୀ ଏବଂ ଆମେଥୀ ସିଟ୍ ଲଢେଇ ହେବ କଷ୍ଟକର ।”

ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା। ମୁଖ୍ୟ ଅଭିଯୁକ୍ତ ବିଷ୍ଣୁକୁ ଗିରଫ କଲା ପୁଲିସ

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା। ବୃନ୍ଦାବନ ସେକ୍ଟର 19ରେ କାରରୁ ଓଡିଆ ଯୁବତୀ ସୁସ୍ମିତା ରାଉତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁସ୍ମିତାଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁର ବାଙ୍କିପାଳ ଗାଁରେ। ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ବଡ ଖୁଲାସା ହୋଇଛି । ରିପୋର୍ଟରେ କୁହାଯାଇଛି ଯେ ସୁସ୍ମିତାଙ୍କ ତଣ୍ଟିଚିପି ହତ୍ୟା କରାଯାଇଛି। ସାଙ୍ଗମାନଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହେବାପାଇଁ ଯାଇଥିବା ବେଳେ ପରେ କାରରୁ ତାଙ୍କର ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ସେପଟେContinue reading “ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା। ମୁଖ୍ୟ ଅଭିଯୁକ୍ତ ବିଷ୍ଣୁକୁ ଗିରଫ କଲା ପୁଲିସ”

ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ; କହିଲେ, ୪-୫ଜଣ ବାବୁ ଆସି ଦେଖିଦେଇଗଲେ ମେଟ୍ରୋ ହୋଇଯାଏନି

କନକ ବ୍ୟୁରୋ : ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ୪-୫ଜଣ ବାବୁ ଆସି ଦେଖିଦେଇଗଲେ ମେଟ୍ରୋ ହୋଇଯାଏନି । ମାଟିର ଅନୁଧ୍ୟାନ କଲେ କଣ ମେଟ୍ରୋ ହୋଇଯାଏ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହା ସହ ଷ୍ଟେସନ୍ ଆଗରେ ପାଣି ଜମୁଥିବା କଥା କହି ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାସହ ମେଟ୍ରୋ ନେଇ ରେଳContinue reading “ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗ : ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ; କହିଲେ, ୪-୫ଜଣ ବାବୁ ଆସି ଦେଖିଦେଇଗଲେ ମେଟ୍ରୋ ହୋଇଯାଏନି”

କଂଗ୍ରେସ ସାଂସଦ ରଣଦୀପ ସୂର୍ଯ୍ୟେୱାଲାଙ୍କ ବିବାଦୀୟ ବୟାନ : କହିଲେ, ବିଜେପିକୁ ଭୋଟ୍ ଦେଉଥିବା ଭୋଟର ରାକ୍ଷସ; କଡ଼ା ଜବାବ ରଖିଲା ବିଜେପି

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରଣଦୀପ ସୂର୍ଯ୍ୟେବାଲାଙ୍କ ବିବାଦୀୟ ବୟାନ । ହରିୟାଣା, କୈଥଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ, ବିଜେପିକୁ ଭୋଟ୍ ଦେଉଥିବା ପ୍ରତ୍ୟେକ ଭୋଟର ରାକ୍ଷସ । ହରିୟାଣାର ବିଜେପି ଓ ଜନନାୟକ ପାର୍ଟିର ମେଣ୍ଟ ସରକାର ବି ରାକ୍ଷସ । ଯେଉଁମାନେ ଯୁବପିଢୀଙ୍କ ରୋଜଗାର ମଉକାକୁ ବି ଛଡେଇ ନେଇଛନ୍ତି । ତେବେ ସୂର୍ଯ୍ୟେବାଲାଙ୍କ ଏହି ବୟାନକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୈତିକ ବୟାନବାଜି । ବିଜେପି ଜବାବ ଦେଇContinue reading “କଂଗ୍ରେସ ସାଂସଦ ରଣଦୀପ ସୂର୍ଯ୍ୟେୱାଲାଙ୍କ ବିବାଦୀୟ ବୟାନ : କହିଲେ, ବିଜେପିକୁ ଭୋଟ୍ ଦେଉଥିବା ଭୋଟର ରାକ୍ଷସ; କଡ଼ା ଜବାବ ରଖିଲା ବିଜେପି”

ଇନଷ୍ଟାଗ୍ରାମ ଫଲୋୟର୍ସଙ୍କୁ ନେଇ ଇର୍ଷା ! ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

କନକ ବ୍ୟୁରୋ : ଇନଷ୍ଟାଗ୍ରାମ ଫଲୋୟର୍ସ ବଢିବାକୁ ନେଇ ଇର୍ଷା । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ୧୫ ବର୍ଷ ତଳେ ବିବାହ କରିଥିବା ସ୍ତ୍ରୀଙ୍କୁ  ୩୭ ବର୍ଷୀୟ ବ୍ୟବସାୟୀ ଜଣକ କାର ଭିତରେ ପିଲାଙ୍କ ସାମ୍ନାରେ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ହତ୍ୟା କରିବାର ମୂଳ କାରଣ ‘ଇନ୍‌ଷ୍ଟାଗ୍ରାମ୍‌’ ବୋଲି ଜଣାପଡିଛି ।  ସ୍ତ୍ରୀ ଗୃହିଣୀ ହୋଇଥିବା ବେଳେ ଅଭିଯୁକ୍ତ ସ୍ବାମୀ ‘ଟୁର୍‌ ଓ ଟ୍ରାଭେଲ୍‌ ଏଜେନ୍‌ସି’ ବ୍ୟବସାୟContinue reading “ଇନଷ୍ଟାଗ୍ରାମ ଫଲୋୟର୍ସଙ୍କୁ ନେଇ ଇର୍ଷା ! ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ”

ପେଟପାଇଁ ରାସ୍ତାରେ କଲମ ବିକୁଥିବା ଜନି ଲିଭର ଆଜି ୨୨୭କୋଟି ଟଙ୍କାର ମାଲିକ

ଜନି ଲିଭର ପ୍ରାୟ ୩୫୦ରୁ ଉର୍ଦ୍ଧ ଚଳଚ୍ଚିତ୍ରରେ କାମ କରିଛନ୍ତି କିନ୍ତୁ ପ୍ରଥମରୁ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ତାଙ୍କର ଆଦୌ ଇଚ୍ଛା ନଥିଲା । ଆର୍ଥିକ ଦୁରବସ୍ଥା ଯୋଗୁଁ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥିଲେ । ପ୍ରଥମ ଫିଲ୍ମରେ ଅଭିନୟକୁ ଡରି ତାଙ୍କୁ ଜର ହେଇଯାଇଥିଲା । ତ୍ରିରଙ୍ଗାକୁ ଅପମାନ କରି ଜେଲ ମଧ୍ୟ ଯାଇଥିଲେ । ତାଙ୍କର ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷ ଏବଂ ସଫଳତାର କାହାଣୀ । ଜନି ଲିଭରଙ୍କର ଜନ୍ମContinue reading “ପେଟପାଇଁ ରାସ୍ତାରେ କଲମ ବିକୁଥିବା ଜନି ଲିଭର ଆଜି ୨୨୭କୋଟି ଟଙ୍କାର ମାଲିକ”

ଏମିତି ବି ଆସେ ମୃତ୍ୟୁ : ଫୋନରେ କଥା ହେଉଥିବା ବେଳେ ଟଳି ପଡିଲେ ଯୁବକ, ଚାଲିଗଲା ଜୀବନ

କନକ ବ୍ୟୁରୋ : ମୃତ୍ୟୁ କେତେବେଳେ କେଉଁଠି ଆସିବ କେହି ଜାଣିପାରନ୍ତି ନାହିଁ । ଏଭଳି ଏକ ଦୁଃଖଦ ଘଟଣା ବୈପାରିଗୁଡା ସହରରେ ଘଟିଛି । ବୈପାରିଗୁଡା ବ୍ଲକର ଡିଶାରିଗୁଡା ଗ୍ରାମର ଭାଗିରଥୀ ଭେମିଣ୍ଡି ଟାଟା ପାୱାର କମ୍ପାନିରେ ନିୟୋଜିତ ହୋଇଥିବା ଅଣକୁଶଳୀ ଶ୍ରମିକ ଭାବେ କାମ କରୁଥିଲେ । ବୈପାରିଗୁଡାରୁ ଦିଗାପୁର ରାସ୍ତାରେ ପୋଲ ପୋତିବା କାମ ଚାଲିଥିଲା । ତେବେ ଭାଗିରଥୀ ବୈପାରିଗୁଡାର ତହସିଲ ନିକଟରେ ଏକ ଜଳଖିଆ ଦୋକାନରେ ଜଳଖିଆ ଖାଇବା ପାଇଁContinue reading “ଏମିତି ବି ଆସେ ମୃତ୍ୟୁ : ଫୋନରେ କଥା ହେଉଥିବା ବେଳେ ଟଳି ପଡିଲେ ଯୁବକ, ଚାଲିଗଲା ଜୀବନ”

Design a site like this with WordPress.com
Get started