ଏଣିକି ଏଟିଏମ୍ ଲୁଟ୍ ପରି ଚୋରି ଅପରାଧ ପାଇଁ କଠୋର ହେବ ଦଣ୍ଡ : ଆଇପିସି ବଦଳରେ ଲାଗିବ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୦

କନକ ବ୍ୟୁରୋ : ଏଣିକି ଏଟିଏମ୍ ଲୁଟ୍ ପାଇଁ କଠୋର ହେବ ଦଣ୍ଡ । ଏଟିଏମ୍ ଲୁଟକୁ ସଙ୍ଗଠିତ ଅପରାଧ ଭାବେ ଗଣାଯିବ । ଭାରତୀୟ ନ୍ୟାୟ ସଂହିତା ବିଧେୟକ ୨୦୨୩ରେ କଠୋର ଦଣ୍ଡର ବ୍ୟବସ୍ଥା ରହିବ । ନୂଆ ଆଇନ ଅନୁସାରେ ଏପରି ଅପରାଧ ପାଇଁ ଦଣ୍ଡାଦେଶ ମଧ୍ୟ ଅଧିକ ରହିବ । ପୂର୍ବରୁ ଏଟିଏମ୍ ଲୁଟ୍ ପରି ଅପରାଧ ପାଇଁ ଆଇପିସିରେ କୌଣସି ସ୍ୱତନ୍ତ୍ର ଧାରା ନଥିଲା । ଧାରା ୩୭୮ ଅନୁସାରେ ଏହାକୁContinue reading “ଏଣିକି ଏଟିଏମ୍ ଲୁଟ୍ ପରି ଚୋରି ଅପରାଧ ପାଇଁ କଠୋର ହେବ ଦଣ୍ଡ : ଆଇପିସି ବଦଳରେ ଲାଗିବ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୦”

ରାଜ୍ୟ ସରକାର କେବେ ଆଗୁଆ ନିର୍ବାଚନ କଥା କହିନାହାନ୍ତି, ଅପରାଜିତା ଜାଣିଲେ କେମିତି? ଭୁବନେଶ୍ୱର ସାଂସଦଙ୍କୁ କାଉଣ୍ଟର କଲା ବିଜେଡି ।

କନକ ବ୍ୟୁରୋ : ଅପରାଜିତାଙ୍କ ଆଗୁଆ ନିର୍ବାଚନ ବୟାନକୁ କାଉଣ୍ଟର କରିଛି ବିଜେଡି । ଦଳର ବିଧାୟକ ପର୍ଶୁରାମ ଧଡା କହିଛନ୍ତି, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସରକାର ଚାହିଁଲେ ଯେ କୌଣସି ସମୟରେ ସରକାର ଭାଙ୍ଗି ପାରିବେ । ଯଦି ବି ଆଗୁଆ ନିର୍ବାଚନ ହୁଏ ଏଥିରେ କିଛି ନୂଆ କଥା ନାହିଁ । ପୂର୍ବରୁ ବି ଅନେକ ଥର ଆଗୁଆ ନିର୍ବାଚନ ହୋଇଛି । କିନ୍ତୁ ଏଯାଏଁ ସରକାର କେଉଁଠି ଆଗୁଆ ନିର୍ବାଚନ ପାଇଁ କହିContinue reading “ରାଜ୍ୟ ସରକାର କେବେ ଆଗୁଆ ନିର୍ବାଚନ କଥା କହିନାହାନ୍ତି, ଅପରାଜିତା ଜାଣିଲେ କେମିତି? ଭୁବନେଶ୍ୱର ସାଂସଦଙ୍କୁ କାଉଣ୍ଟର କଲା ବିଜେଡି ।”

ଆମ ଓଡିଶା ଓ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହେଲା ‘ଓଡିଶା ଆଟ୍ ୫୦’ କାର୍ଯ୍ୟକ୍ରମ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଓଡିଶାକୁ ଠିକ୍ ନକଲେ, ଦେଶ ଠିକ୍ ହେଇପାରିବନି ।

କନକ ବ୍ୟୁରୋ: “ମୁଁ ସମ୍ବାଦର ଅନେକ କାର୍ଯ୍ୟକ୍ରମକୁ ଆଗରୁ ଆସିଛି । ହେଲେ ଏଥରର କାର୍ଯ୍ୟକ୍ରମ ଟିକେ ଅଲଗା । ଏଠି ପ୍ରାୟୋଜିତ ଲୋକମାନେ ନାହାଁନ୍ତି । ଖାଣ୍ଟି ଲୋକମାନେ ଅଛନ୍ତି, ଖାଣ୍ଟି ମାଆମାନେ ଅଛନ୍ତି ।”, ସୋମବାର ଆମ ଓଡିଶା ଏବଂ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଓଡିଶା ଆଟ୍ ୫୦ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟର ନାରୀମାନଙ୍କୁ ପ୍ରଂଶସା କରି କେନ୍ଦ୍ରମନ୍ତ୍ରୀContinue reading “ଆମ ଓଡିଶା ଓ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହେଲା ‘ଓଡିଶା ଆଟ୍ ୫୦’ କାର୍ଯ୍ୟକ୍ରମ । ମୁଖ୍ୟ ଅତିଥି ଭାବେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଓଡିଶାକୁ ଠିକ୍ ନକଲେ, ଦେଶ ଠିକ୍ ହେଇପାରିବନି ।”

ବିଜେଡି ସହ ମେଣ୍ଟର ପ୍ରଶ୍ନ ଉଠୁନି, ୫ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି, ୫ ବର୍ଷ ପାଇଁ କାମ କରନ୍ତୁ । ଆଗୁଆ ନିର୍ବାଚନ ଓ ମେଣ୍ଟକୁ ନେଇ ମୁହଁ ଖୋଲିଲେ ଅପରାଜିତା ।

କନକ ବ୍ୟୁରୋ : ରାଜ୍ୟରେ ବିଜେଡି ସହ ମେଣ୍ଟର ପ୍ରଶ୍ନ ଉଠୁନି । ଯେବେ ବି ଓଡ଼ିଶାରେ ନିର୍ବାର୍ଚନ ହେବ ସେଥିପାଇଁ ବିଜେପି ପ୍ରସ୍ତୁତ ଅଛି । ବିଜେଡି ସରକାର ବିରୋଧରେ ତୃଣମୂଳସ୍ତରରେ ପହଞ୍ଚିବାକୁ ଅମିତ ଶାହା ମନ୍ତ୍ର ଦେଇ ଫେରିଛନ୍ତି । ଆଗାମୀ ନିର୍ବାଚନରେ ବିଜେଡି ବିରୋଧରେ ବିଜେପି ଯିବ, ବିଜେପି ବିରୋଧରେ ବିଜେଡି ଯିବ । ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ । ରାଜ୍ୟରେ ଆଗୁଆ ନିର୍ବାଚନ ଓ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚାକୁ ନେଇContinue reading “ବିଜେଡି ସହ ମେଣ୍ଟର ପ୍ରଶ୍ନ ଉଠୁନି, ୫ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି, ୫ ବର୍ଷ ପାଇଁ କାମ କରନ୍ତୁ । ଆଗୁଆ ନିର୍ବାଚନ ଓ ମେଣ୍ଟକୁ ନେଇ ମୁହଁ ଖୋଲିଲେ ଅପରାଜିତା ।”

ସୀମାଙ୍କ ମୁହଁରେ ହିନ୍ଦୁସ୍ତାନ ଜିନ୍ଦାବାଦ : ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଡି ହେଲେ ପାକିସ୍ତାନରୁ ଆସିଥିବା ସୀମା ହାଇଦର

କନକ ବ୍ୟୁରୋ : ପାକିସ୍ତାନରୁ ଆସିଥିବା ସୀମା ହାଇଦରଙ୍କ ଭାରତ ପ୍ରେମ । ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଡି ହୋଇ ସଚିନଙ୍କ ସହ ଘରେ ଉପରେ ଉଡାଇଲେ ଜାତୀୟ ପତାକା । ତ୍ରିରଙ୍ଗାର ଶାଢି ପିନ୍ଧି, ମୁଣ୍ଡରେ ବୈଷ୍ଣୋଦେବୀଙ୍କ ଲାଲ୍ କପଡା ବାନ୍ଧି ନଜର ଆସିଲେ ସୀମା । ଗଣ ମାଧ୍ୟମ କ୍ୟାମେରା ଆଗରେ କହିଲେ ହିନ୍ଦୁସ୍ତାନ ଜିନ୍ଦାବାଦ, ପାକିସ୍ତାନ ମୁରଦାବାଦ୍ । ସୀମାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛିContinue reading “ସୀମାଙ୍କ ମୁହଁରେ ହିନ୍ଦୁସ୍ତାନ ଜିନ୍ଦାବାଦ : ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଡି ହେଲେ ପାକିସ୍ତାନରୁ ଆସିଥିବା ସୀମା ହାଇଦର”

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ଫାର୍ମାସିଷ୍ଟ ବଦଳରେ ପିଅନ ଦେଉଛନ୍ତି ଔଷଧ, ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ଅପରେସନ କରାଉଛନ୍ତି ସିକ୍ୟୁରିଟି ଗାର୍ଡ

କନକ ବ୍ୟୁରୋ : ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ପିଅନ ଦେଉଛି ଔଷଧ, ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସିକ୍ୟୁରିଟି ଗାର୍ଡ ଅପରେସନ କରାଉଛନ୍ତି । ଏଭଳି ଅଭାବନୀୟ ଘଟଣା ଜୟପୁର ବ୍ଲକ ରାବଣାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି । ହସ୍ପିଟାଲରେ ଫାର୍ମାସିଷ୍ଟ ଯେଉଁ ମେଡିସିନ୍ ଦେବା କଥା ସେହି ମେଡିସିନ୍ ଦେଉଛନ୍ତି ଜଣେ ଦଶମ ଫେଲ କରିଥିବା ପିଅନ୍ । ଏସବୁ ହସ୍ପିଟାଲରେ ହେଉଥିବା ଖୋଦ୍ ଡାକ୍ତର ସ୍ୱୀକାର କରିଛନ୍ତି । ଓଲଟିContinue reading “ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ଫାର୍ମାସିଷ୍ଟ ବଦଳରେ ପିଅନ ଦେଉଛନ୍ତି ଔଷଧ, ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ଅପରେସନ କରାଉଛନ୍ତି ସିକ୍ୟୁରିଟି ଗାର୍ଡ”

ପ୍ରକୃତିର କରାଳ ରୂପ : ବୁଡିଲା ମନ୍ଦିର, ଭୁଶୁଡିଲା ଘରଦ୍ୱାର; ସିମଲାରେ ମାଟିତଳେ ଦବିଗଲେ ୫୦ରୁ ଅଧିକ ଶ୍ରଦ୍ଧାଳୁ, ଉଦ୍ଧାରକାର୍ଯ୍ୟ ଜାରି

କନକ ବ୍ୟୁରୋ :  ପ୍ରକୃତିର କରାଳ ରୂପ । ବାଦଲ ଫଟା ବର୍ଷାରେ ବେହାଲ ପୂର୍ବ ଭାରତର ପାହାଡି ରାଜ୍ୟ । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ପାଇଁ ଉଛୁଳୁଛି ନଦୀ ପାଣି । ଫଳରେ ଏହି ଦୁଇଟି ରାଜ୍ୟରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ହିମାଚଳପ୍ରଦେଶର ସିମଲାରେ ପ୍ରବଳ ବର୍ଷା ଓ ଭୁସ୍ଖଳନ ପାଇଁ ମାଟି ତଳେ ଦବି ଯାଇଛି ଶିବ ମନ୍ଦିର । ଫଳରେ ଶ୍ରାବଣ ମାସ ସୋମବାରContinue reading “ପ୍ରକୃତିର କରାଳ ରୂପ : ବୁଡିଲା ମନ୍ଦିର, ଭୁଶୁଡିଲା ଘରଦ୍ୱାର; ସିମଲାରେ ମାଟିତଳେ ଦବିଗଲେ ୫୦ରୁ ଅଧିକ ଶ୍ରଦ୍ଧାଳୁ, ଉଦ୍ଧାରକାର୍ଯ୍ୟ ଜାରି”

କଡା ସୁରକ୍ଷା ବଳୟ ଭିତରେ ରାଜଧାନୀ ଦିଲ୍ଲୀ । ସୁରକ୍ଷାରେ ନିୟୋଜିତ ୧୦ ହଜାର ପୋଲିସ ଫୋର୍ସ ।

କନକ ବ୍ୟୁରୋ: ସ୍ୱାଧୀନତା ଦିବସ ପାଇଁ କଡା ସୁରକ୍ଷା ବଳୟ ଭିତରେ ଦିଲ୍ଲୀ । ରାଷ୍ଟ୍ରୀୟ ରାଜଧାନୀକୁ ଜଗିବେ ୧୦ ହଜାର ପୋଲିସ ଫୋର୍ସ । ଖାଲି ସେତିକି ନୁହେଁ, ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଅନ୍ୟ ସୁରକ୍ଷା ବାହିନୀ ମଧ୍ୟ ସଜାଗ ରହିବେ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ସ୍ୱାଧୀନତା ଦିବସ ସମାରୋହ ବେଳେ କେହି ଯେପରି ଅସୁବିଧାରେ ନପଡନ୍ତି, ଏହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ବିଶେଷକରିContinue reading “କଡା ସୁରକ୍ଷା ବଳୟ ଭିତରେ ରାଜଧାନୀ ଦିଲ୍ଲୀ । ସୁରକ୍ଷାରେ ନିୟୋଜିତ ୧୦ ହଜାର ପୋଲିସ ଫୋର୍ସ ।”

ଭୁବନେଶ୍ୱରରେ ହରଘର-ତ୍ରିରଙ୍ଗା କାର୍ଯ୍ୟକ୍ରମ : ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ : ଭୁବନେଶ୍ୱରରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଲିଙ୍ଗରାଜ ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ଏକ କିଲୋମିଟର ଲମ୍ବ ତ୍ରିରଙ୍ଗାକୁ ଧରି ଶୋଭାଯାତ୍ରାରେ ଯାଇଥିଲେ ବିଜେପି ନେତା ଓ କର୍ମୀ । କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ବିଜେପି ଓ ଜିଲ୍ଲା ବିଜେପିର କାର୍ଯ୍ୟକର୍ତ୍ତାContinue reading “ଭୁବନେଶ୍ୱରରେ ହରଘର-ତ୍ରିରଙ୍ଗା କାର୍ଯ୍ୟକ୍ରମ : ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ”

ମଶାଣି ଯିବାକୁ ଶବ ଖୋଜୁଛି ରାସ୍ତା : କୋରାପୁଟ ଦଶମନ୍ତପୁରରୁ ଆସିଲା ଦୁର୍ଦ୍ଦଶାର ଚିତ୍ର

କନକ ବ୍ୟୁରୋ : ମଶାଣି ଯିବାକୁ ଶବ ଖୋଜୁଛି ରାସ୍ତା । ବର୍ଷା ଦିନେ ମଶାଣି ଯିବା ପାଇଁ ଗ୍ରାମବାସୀଙ୍କୁ ନଦୀ ପାର ହୋଇ ଯିବାକୁ ପଡୁଛି । ଯାତାୟତର ସୁବିଧା ନଥିବାରୁ ଶବ କାନ୍ଧେଇ ନଦୀରେ ପସି ପାରି ହେଉଛନ୍ତି ଗ୍ରାମବାସୀ । ଏଭଳି ଦୁର୍ଦ୍ଦଶା ନେଇ ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଞ୍ଚାୟତ ପଝାର ଗାଁଲୋକେ । ଗାଁର ୭୫ ବର୍ଷିଆ ବୃଦ୍ଧାଙ୍କ ପରଲୋକ ପରେ ତାଙ୍କ ମରଶରୀରକୁContinue reading “ମଶାଣି ଯିବାକୁ ଶବ ଖୋଜୁଛି ରାସ୍ତା : କୋରାପୁଟ ଦଶମନ୍ତପୁରରୁ ଆସିଲା ଦୁର୍ଦ୍ଦଶାର ଚିତ୍ର”

Design a site like this with WordPress.com
Get started