କନକ ବ୍ୟୁରୋ: ହିମାଚଳ ପ୍ରଦେଶର ଶିମଲାର ଭୟଙ୍କର ଅଘଟଣ । ପ୍ରବଳ ବର୍ଷା ପରେ ହେଲା ଭୂସ୍ଖଳନ । ଏହି ଭୟଙ୍କର ଭୂସ୍ଖଳନରେ ସେଠାକାର ଏକ ମନ୍ଦିର ଭୁଶୁଡି ପଡିଛି । ଯାହା ଫଳରେ ୫୦ରୁ ଅଧିକ ଲୋକ ଏହା ଭିତରେ ଚାପି ହେଇ ରହିଥିବା ଖବର ମିଳିଛି । ଭୂସ୍ଖଳନ ପରେ ସେଠାରେ ବର୍ତ୍ତମାନ ରେସ୍କ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛି । କୁହାଯାଉଛି ଶ୍ରାବଣ ସୋମବାର ପାଇଁ ଶିବ ମନ୍ଦିରରେ ଭିଡ ଥିଲା ।Continue reading “ହିମାଚଳ ପ୍ରଦେଶରେ ଭୟଙ୍କର ଅଘଟଣ । ଭୂସ୍ଖଳନରେ ଦବିଲା ଶିବ ମନ୍ଦିର, ଦବିଗଲେ ୫୦ରୁ ଅଧିକ ଶ୍ରଦ୍ଧାଳୁ ।”
Tag Archives: News
ଆଜି ଭାରତ-ଚୀନ ଗୁରୁତ୍ୱପୂର୍ଣ୍ଣ ବୈଠକ : ଆଲୋଚନା ପୂର୍ବରୁ ସାମ୍ନାକୁ ଆସିଲା ୨୦୨୦ ଗଲୱାନ ସଂଘର୍ଷ ପରେ ଭାରତର ଯୁଦ୍ଧ ପ୍ରସ୍ତୁତିର କଥା
କନକ ବ୍ୟୁରୋ : ୨୦୨୦ ଗଲୱାନ ଘାଟି ରକ୍ତାକ୍ତ ସଂଘର୍ଷ ପରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିଲା ଭାରତ । ଭାରତ-ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଭାରତ ଆପଣାଇଥିଲା ଆକ୍ରମଣାତ୍ମକ ଆଭିମୁଖ୍ୟ । ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ ସହ ଯୁଦ୍ଧ ପାଇଁ ମଧ୍ୟ ହୋଇଥିଲା ସମସ୍ତ ପ୍ରସ୍ତୁତି । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପିଟିଆଇକୁ ଦିଆଯାଇଥିବା ଏକ ରିପୋର୍ଟରେ ଏହି ତଥ୍ୟ ଏବେ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଡ୍ରାଗନ୍Continue reading “ଆଜି ଭାରତ-ଚୀନ ଗୁରୁତ୍ୱପୂର୍ଣ୍ଣ ବୈଠକ : ଆଲୋଚନା ପୂର୍ବରୁ ସାମ୍ନାକୁ ଆସିଲା ୨୦୨୦ ଗଲୱାନ ସଂଘର୍ଷ ପରେ ଭାରତର ଯୁଦ୍ଧ ପ୍ରସ୍ତୁତିର କଥା”
ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଲୁଟେରା : ଝରକା କାଟି ଲୁଟିନେଲେ ୧୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର
କନକ ବ୍ୟୁରୋ : ଝରକା କାଟି ବଡ଼ ଧରଣର ଡକାୟତି । ୧୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ମୟୂରଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ ବଢ଼େଇ ଭୋଳ ବଜାରରେ ଥିବା ଏକ ଘରୁ ଝରକା କାଟି ଲୁଟେରା ଏଭଳି ଲୁଟ୍ପାଟ୍ କରିଛନ୍ତି । ଗତକାଲି ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ଏଭଳି କାଣ୍ଡ ଘଟାଇଛନ୍ତି । କରଞ୍ଜିଆ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭContinue reading “ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଲୁଟେରା : ଝରକା କାଟି ଲୁଟିନେଲେ ୧୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର”
ଜନ୍ମମାଟିରେ ସହିଦ ଯବାନଙ୍କ ପାର୍ଥିବ ଶରୀର : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ନୀଳାଞ୍ଚଳ ପଟେଲଙ୍କ ହେବ ଶେଷକୃତ୍ୟ
କନକ ବ୍ୟୁରୋ : ଜନ୍ମମାଟିରେ ପହଞ୍ଚିଲା ହିଂସାଗ୍ରସ୍ତ ମଣିପୁରରେ ସହିଦ ଓଡିଆ ଯବାନଙ୍କ ମରଶରିର । ସହିଦଙ୍କ ପୈତୃକ ଗାଁ ବରଗଡର ଭେଡେନ୍ ବାଘପାଲିରେ ପହଁଚିଲା ସଦିଦ ଯବାନଙ୍କ ପାର୍ଥିବ ଶରୀର । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହିନ୍ଦୁ ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ । ଗାଡି ଦୁର୍ଘଟଣା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଖବର ପହଞ୍ଚିବାContinue reading “ଜନ୍ମମାଟିରେ ସହିଦ ଯବାନଙ୍କ ପାର୍ଥିବ ଶରୀର : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ନୀଳାଞ୍ଚଳ ପଟେଲଙ୍କ ହେବ ଶେଷକୃତ୍ୟ”
ମିଶନ ଶକ୍ତି କାଫେ ଉଦଘାଟନକୁ ନେଇ ବିବାଦ : ସକାଳେ ଉଦଘାଟନ କଲେ ବିଧାୟିକା ଦୀପାଳି ଦାସ, ସଂଧ୍ୟାରେ ତାଲା ପକାଇଲେ ସରପଞ୍ଚ
କନକ ବ୍ୟୁରୋ : ଝାରସୁଗୁଡ଼ା ଲଇକେରା ବ୍ଲକ ମିଶନ ଶକ୍ତି କାଫେ ପଞ୍ଚାୟତ ମାର୍କେଟ୍ କମ୍ପ୍ଲେକ୍ସ ଗୃହ ଉଦଘାଟନକୁ ନେଇ ବିବାଦ । ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ । ପରେ ଏକ ସଭାର ଆୟୋଜନ କରାଯାଇଥିଲା । ମଧ୍ୟାହ୍ନରେ କାଫେ ଉଦଘାଟନ କରାଯାଇଥିବା ବେଳେ ସଂଧ୍ୟାରେ ତାଲା ପଡ଼ିଗଲା । ଲଇକେରା ସରପଞ୍ଚ ପ୍ରିୟମ୍ବଦା ବେହେରା ଉଦଘାଟନୀ ଫଳକରେ ତାଙ୍କର ନାଁ ନଥିବା ଏବଂ ହୋଇଥିବାContinue reading “ମିଶନ ଶକ୍ତି କାଫେ ଉଦଘାଟନକୁ ନେଇ ବିବାଦ : ସକାଳେ ଉଦଘାଟନ କଲେ ବିଧାୟିକା ଦୀପାଳି ଦାସ, ସଂଧ୍ୟାରେ ତାଲା ପକାଇଲେ ସରପଞ୍ଚ”
ଡିପି ବଦଳାଇବା ପରେ ହଟିଗଲା ବ୍ଲୁ-ଟିକ୍ । ଯୋଗୀ ଆଦିତ୍ୟନାଥ ସମେତ ବିସିସିଆଇର ଟ୍ୱିଟର ଆକାଉଣ୍ଟରୁ ବ୍ଲୁ-ଟିକ୍ ଗାଏବ୍ ।
କନକ ବ୍ୟୁରୋ: ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ବ୍ଲୁ-ଟିକକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଟ୍ୱିଟରରେ ନିଜ ଆକାଉଣ୍ଟର ଡିପି ପରିବର୍ତ୍ତନ କଲେ ଆପେ ଆପେ କଟିଯାଉଛି ବ୍ଲୁଟିକ୍ । ଅଗଷ୍ଟ ୧୩ ତାରିଖ ଅର୍ଥାତ ରବିବାରଠାରୁ ଟ୍ୱିଟରରେ ଏଭଳି କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି । ଯାହାଫଳରେ ଦେଶର ନାମୀଦାମୀ ବ୍ୟକ୍ତିତ୍ୱଙ୍କ ଟ୍ୱିଟର ଆକାଉଣ୍ଟରୁ ଏବେ ବ୍ଲୁଟିକ୍ ଉଡିଯାଇଛି । ହର୍ ଘର ତ୍ରିରଙ୍ଗା ଅଭିଯାନରେ ଏବେ ଅଧିକାଂଶ ଲୋକ ଏବଂContinue reading “ଡିପି ବଦଳାଇବା ପରେ ହଟିଗଲା ବ୍ଲୁ-ଟିକ୍ । ଯୋଗୀ ଆଦିତ୍ୟନାଥ ସମେତ ବିସିସିଆଇର ଟ୍ୱିଟର ଆକାଉଣ୍ଟରୁ ବ୍ଲୁ-ଟିକ୍ ଗାଏବ୍ । “
୧୭ରୁ ସମୂହ ଛୁଟିରେ ଯିବେ ପଞ୍ଚାୟତ ଏକଜିକ୍ୟୁଟିଭ ଅଫିସର : ୪ଦଫା ଦାବିରେ କଳାବ୍ୟାଚ ପିନ୍ଧି କରୁଛନ୍ତି କାମ
କନକ ବ୍ୟୁରୋ : ଚଳିତ ମାସ ୧୭ ତାରିଖରୁ ପଞ୍ଚାୟତ ଏକଜିକ୍ୟୁଟିଭ ଅଫିସରମାନେ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି । ୪ ଦଫା ଦାବିରେ କଳା ବ୍ୟାଚ ପିନ୍ଧି ସରକାରୀ କାମ କରୁଛନ୍ତି । ହେଲେ ସରକାର ଦାବି ପୂରଣ କରିବାକୁ ଆଗେଇ ଆସୁନଥିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନର ଚେତାବନୀ ଦେଇଛି ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ । ଆସନ୍ତା ୧୭ରୁ ସାରା ରାଜ୍ୟର ସମସ୍ତ ପିଇଓମାନେ ରାଜଧାନୀର ଲୋୟର ପିଏମଜିରେ ଆନ୍ଦୋଳନContinue reading “୧୭ରୁ ସମୂହ ଛୁଟିରେ ଯିବେ ପଞ୍ଚାୟତ ଏକଜିକ୍ୟୁଟିଭ ଅଫିସର : ୪ଦଫା ଦାବିରେ କଳାବ୍ୟାଚ ପିନ୍ଧି କରୁଛନ୍ତି କାମ”
ରାସ୍ତା ପ୍ରଶସ୍ତିକରଣ ପାଇଁ ବଳି ପଡିଲା ଶହ ଶହ ଗଛ : ପାଟଣାଗଡ ହରିଶଙ୍କର ରାସ୍ତା ପ୍ରଶସ୍ତିକରଣ ପାଇଁ କଟିଲା ଗଛ
କନକ ବ୍ୟୁରୋ : ରାସ୍ତା ପ୍ରଶସ୍ତିକରଣ ପାଇଁ ବଳି ପଡୁଛି ଶହ ଶହ ଗଛ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ହରିଶଙ୍କର ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତାକଡକରେ ଥିବା ଶହ ଶହ ବର୍ଷର ପୁରୁଣା ଗଛ କାଟି ଦିଆଯାଇଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସ୍ଥାନୀୟ ଅଞ୍ଚଳର ପରିବେଶବିତ୍ । ବଡ ଗଛକୁ କାଟି ରାସ୍ତା ଉପରେ ପକାଇ ଦେଇଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ହେଉଥିବାContinue reading “ରାସ୍ତା ପ୍ରଶସ୍ତିକରଣ ପାଇଁ ବଳି ପଡିଲା ଶହ ଶହ ଗଛ : ପାଟଣାଗଡ ହରିଶଙ୍କର ରାସ୍ତା ପ୍ରଶସ୍ତିକରଣ ପାଇଁ କଟିଲା ଗଛ”
ସାଧାରଣ ନିର୍ବାଚନ ପୂର୍ବରୁ ଗାଁ ଭୋଟରଙ୍କ ଉପରେ ବିଜେପିର ଫୋକସ : ପଞ୍ଚାୟତସ୍ତରରୁ ସଙ୍ଗଠନକୁ ମଜବୁତ କରିବା ପାଇଁ ମାନସମନ୍ଥନ
କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପୂର୍ବରୁ ଗାଁ ଭୋଟରଙ୍କ ଉପରେ ଫୋକସ କରିଛି ବିଜେପି । ପଞ୍ଚାୟତସ୍ତରରୁ ସଂଗଠନକୁ ମଜବୁତ କରିବା ପାଇଁ କୋଣାର୍କରେ ଆୟୋଜିତ ଦୁଇଦିନିଆ କର୍ମଶାଳାରେ ମାନସ ମନ୍ଥନ କରାଯାଇଛି । କର୍ମଶାଳାର ଦ୍ୱିତୀୟ ଦିନରେ ବିଜେପି ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଯୋଗ ଦେଇଥିଲେ । କର୍ମଶାଳାର ଅନ୍ତିମ ଦିନରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଅର୍ଜୁନ ମୁଣ୍ଡା ସାମିଲ ହୋଇ ବିଜେପି କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେContinue reading “ସାଧାରଣ ନିର୍ବାଚନ ପୂର୍ବରୁ ଗାଁ ଭୋଟରଙ୍କ ଉପରେ ବିଜେପିର ଫୋକସ : ପଞ୍ଚାୟତସ୍ତରରୁ ସଙ୍ଗଠନକୁ ମଜବୁତ କରିବା ପାଇଁ ମାନସମନ୍ଥନ”
ସୀମା ବିବାଦର ସମାଧାନ ପାଇଁ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ : ଭାରତ ପକ୍ଷରୁ ନେତୃତ୍ୱ ନେବେ ଲେପ୍ଟନାଣ୍ଟ ଜେନେରାଲ ରସିମ୍ ବାଲି
କନକ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ହେବ ଆଜି ମିଲିଟାରୀ କମାଣ୍ଡରସ୍ତରୀୟ ବୈଠକ । ଏହି ବୈଠକ ଭାରତୀୟ ସୀମାରେ ଥିବା ଚୁସୁଲ ମୋଲଡା- ବର୍ଡର ପଏଂଟରେ ଆୟୋଜିତ ହେବ । ଏହା ଭାରତ ଓ ଚୀନ ମଧ୍ୟରେ ଏଲଏସି ସୀମା ବିବାଦକୁ ନେଇ ୧୯ ତମ ସାମରିକ ବୈଠକ । ଅପ୍ରେଲ ୨୩ ତାରିଖରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା ଓ ଏହାର ପ୍ରାୟ ୪ ମାସ ପରେ ଆଜି ପୁଣି ବୈଠକ ବସୁଛିContinue reading “ସୀମା ବିବାଦର ସମାଧାନ ପାଇଁ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ : ଭାରତ ପକ୍ଷରୁ ନେତୃତ୍ୱ ନେବେ ଲେପ୍ଟନାଣ୍ଟ ଜେନେରାଲ ରସିମ୍ ବାଲି”