କନକ ବ୍ୟୁରୋ : ମହାରାଷ୍ଟ୍ର ଥାନେର ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲରେ ଅଘଟଣ । ଦିନକ ଭିତରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୮ ଜଣ ରୋଗୀଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତକଙ୍କ ସଂପର୍କୀୟମାନେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରିଛନ୍ତି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାର ଏହି ମୃତ୍ୟୁକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ପ୍ରଶାସନର ଅବହେଳାରୁ ଏପରି ଘଟିଲା ବୋଲି କହିଛନ୍ତି ।Continue reading “ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲରେ ଅଘଟଣ : ୨୪ ଘଣ୍ଟାରେ ୧୮ ରୋଗୀ ମୃତ; ଚିକିତ୍ସାରେ ଅବହେଳା ଅଭିଯୋଗ”
Tag Archives: News
ଆଷାଢ଼ ଯାଇ ସରିବାକୁ ବସିଲାଣି ଶ୍ରାବଣ : ବର୍ଷା ଅଭାବ ଯୋଗୁଁ ଶୁଖିଲା ପଡ଼ିଛି ଚାଷ ଜମି; ବିଲରେ ଚରୁଛନ୍ତି ଛେଳି
କନକ ବ୍ୟୁରୋ : ନିଅଣ୍ଟିଆ ବର୍ଷାରେ ଶୁଖିଲା ପଡିଛି ଚାଷ ଜମି । ଆଷାଢ ଗଲା ଶ୍ରାବଣ ଯିବାକୁ ବସିଲାଣି । ହେଲେ ଚାଷ ଜମିରେ ପାଣି ମୁନ୍ଦେ ନାହିଁ । ଯାହାକୁ ନେଇ ସମ୍ଭାବ୍ୟ ମରୁଡି ଚିନ୍ତାରେ କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳର ଚାଷୀ । ଲଘୁଚାପ ଜନିତ ବର୍ଷା ହେବାରୁ ଚାଷୀ ତଳିରୁଆ, ବେଉଷଣ କାର୍ଯ୍ୟ ଶେଷ କରିଥିଲେ । ହେଲେ ଏବେ ବର୍ଷା ଉଭାନ ହେବାରୁ ଜମି ଫାଟି ଆଁ କଲାଣି ।Continue reading “ଆଷାଢ଼ ଯାଇ ସରିବାକୁ ବସିଲାଣି ଶ୍ରାବଣ : ବର୍ଷା ଅଭାବ ଯୋଗୁଁ ଶୁଖିଲା ପଡ଼ିଛି ଚାଷ ଜମି; ବିଲରେ ଚରୁଛନ୍ତି ଛେଳି”
ଆସନ୍ତାକାଲି ସ୍ୱାଧୀନତା ଦିବସ : ଉତ୍ସବ ପାଳନ ପାଇଁ ସବୁଠି ପ୍ରସ୍ତୁତି ଆରମ୍ଭ; ତ୍ରିରଙ୍ଗା ରଙ୍ଗରେ ଆଲୋକିତ ପ୍ରତିଷ୍ଠିତ ସ୍ମାରକୀସ୍ଥଳ
କନକ ବ୍ୟୁରୋ : ଆସନ୍ତାକାଲି ସ୍ୱାଧୀନତା ଦିବସ । ଦେଶର ସ୍ୱାଧୀନତା ପାଇଁ ସବୁଠି ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଦେଶର ପ୍ରତିଷ୍ଠିତ ସ୍ମାରକୀସ୍ଥଳ ଗୁଡ଼ିକ ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହୋଇଛି । ରାଜଧାନୀ ଦିଲ୍ଲୀରେ ଥିବା ସଂସଦ ଭବନ, ଇଣ୍ଡିଆ ଗେଟ୍ ଭଳି ବିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏପଟେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି । ପରେଡ୍ ସ୍ଥଳରେ ସୁରକ୍ଷାContinue reading “ଆସନ୍ତାକାଲି ସ୍ୱାଧୀନତା ଦିବସ : ଉତ୍ସବ ପାଳନ ପାଇଁ ସବୁଠି ପ୍ରସ୍ତୁତି ଆରମ୍ଭ; ତ୍ରିରଙ୍ଗା ରଙ୍ଗରେ ଆଲୋକିତ ପ୍ରତିଷ୍ଠିତ ସ୍ମାରକୀସ୍ଥଳ”
ୱେଷ୍ଟଇଣ୍ଡିଜଠାରୁ ଭାରତର ଲଜ୍ଜାଜନକ ସିରିଜ୍ ପରାଜୟ : ନିର୍ଣ୍ଣାୟକ ଟି-୨୦ରେ ୮ ୱିକେଟରେ ଜିତିଲା ଘରୋଇ ଦଳ
କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜଠାରୁ ସିରିଜ୍ ହାରିଲା ଟିମ୍ ଇଣ୍ଡିଆ । ପଞ୍ଚମ ତଥା ନିର୍ଣ୍ଣାୟକ ଟି-୨୦କୁ ୮ ୱିକେଟରେ ଜିତିନେଲା ଘରୋଇ ଦଳ । ପ୍ରଥମ ବ୍ୟାଟିଂ କରି ଭାରତର ୯ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା । ଅର୍ଦ୍ଧଶତକ ହାସଲ କରିଥିଲେ ସୂର୍ଯ୍ୟକୁମାର ଯାଦବ । ର୍ଯ୍ୟକୁମାର ଯାଦବଙ୍କ କ୍ରମାଗତ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ପ୍ରଥମେ ବ୍ୟାଟିଂ କରି ୧୬୫ ରନ୍ କରିଥିଲା। ପୂର୍ବ ରାତିରେ ଶୁବମନ ଗିଲ୍ ଓ ଯଶସ୍ବୀ ଜୟସ୍ବାଲ୍Continue reading “ୱେଷ୍ଟଇଣ୍ଡିଜଠାରୁ ଭାରତର ଲଜ୍ଜାଜନକ ସିରିଜ୍ ପରାଜୟ : ନିର୍ଣ୍ଣାୟକ ଟି-୨୦ରେ ୮ ୱିକେଟରେ ଜିତିଲା ଘରୋଇ ଦଳ”
ଫିରିଙ୍ଗିଆ ଥାନା ପୋଡି ମାମଲା : ମାଷ୍ଟରମାଇଣ୍ଡ ଗିରଫ; ମୁଖ୍ୟ ଅଭିଯୁକ୍ତ ବିଶ୍ୱରଞ୍ଜନ କହଁରକୁ ବାନ୍ଧିଲା ପୋଲିସ
କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡି ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ବାପି ଓରଫ ବିଶ୍ୱରଞ୍ଜନ କହଁରକୁ ଗିରଫ କରିଛି ପୋଲିସ । ଫୁଲବାଣୀ ସହରରୁ ଫିରିଙ୍ଗିଆର ପୂର୍ବତନ ସରପଞ୍ଚ ତଥା ବାପିକୁ ପୋଲିସ ବାନ୍ଧିଛି । ସେ ଲୋକଙ୍କୁ ଉସକାଇ ହିଂସାକାଣ୍ଡ ଭିଆଇଥିବା ଅଭିଯୋଗ ରହିଛି । ହିଂସାକାଣ୍ଡ ପଛର ମାଷ୍ଟରମାଇଣ୍ଡ ବାପି ବୋଲି ସୂଚନା ଦେଇଛନ୍ତି ଡିଏସପି କମଳାକାନ୍ତ ପଣ୍ଡା । ବାପିଙ୍କୁ ମିଶାଇ ଏହିContinue reading “ଫିରିଙ୍ଗିଆ ଥାନା ପୋଡି ମାମଲା : ମାଷ୍ଟରମାଇଣ୍ଡ ଗିରଫ; ମୁଖ୍ୟ ଅଭିଯୁକ୍ତ ବିଶ୍ୱରଞ୍ଜନ କହଁରକୁ ବାନ୍ଧିଲା ପୋଲିସ”
ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ : ଆଜି କରାଯିବ ତୃତୀୟ କକ୍ଷପଥ ହ୍ରାସ
କନକ ବ୍ୟୁରୋ : ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ । ଆଜି ଚନ୍ଦ୍ରଯାନ-୩ର ତୃତୀୟ କକ୍ଷପଥ ହ୍ରାସ ପ୍ରକ୍ରିୟା କରାଯିବ । ଏହା ପରେ ଆହୁରି ଥରେ ଚନ୍ଦ୍ରଯାନର କକ୍ଷପଥକୁ ବଦଳାଯିବ । ଏହା ଚନ୍ଦ୍ରର ସବୁଠୁ ଅଧିକ ନିଟକତର ହେବ । ବର୍ତମାନ ଚନ୍ଦ୍ରଯାନ-୩ ଚନ୍ଦ୍ରଠାରୁ ସବୁଠୁ କମ୍ ୧୭୪ କିମି ଓ ସବୁଠୁ ଅଧିକ ୧୪୩୭ କିମି ଦୂରରେ ଅଣ୍ଡାକାର ପଥରେ ଘୂରୁଛି । ଆସନ୍ତା ୧୭ ତାରିଖରେ ଚନ୍ଦ୍ରଯାନ-୩ରେ ଥିବାContinue reading “ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ : ଆଜି କରାଯିବ ତୃତୀୟ କକ୍ଷପଥ ହ୍ରାସ”
ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଯବାନଙ୍କ ପାର୍ଥିବ ଶରୀର : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ନୀଳାଞ୍ଚଳଙ୍କ ଶେଷକୃତ୍ୟ
କନକ ବ୍ୟୁରୋ : ହିଂସାଗ୍ରସ୍ତ ମଣିପୁରରେ ସହିଦ ଓଡିଆ ଯବାନଙ୍କ ମୃତଦେହ ଆଜି ଜନ୍ମମାଟି ପହଞ୍ଚିବ । ସହିଦଙ୍କ ପୈତୃକ ଗ୍ରାମ ବରଗଡର ଭେଡେନ୍ ବାଘପାଲି ଗାଁରେ ପାର୍ଥିବ ଶରୀର ପହଞ୍ଚିବ । ଗାଁରେ ସହିଦ ଯବାନଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହିନ୍ଦୁ ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ । ଗାଡି ଦୁର୍ଘଟଣା ଯୋଗୁ ତାଙ୍କରContinue reading “ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଯବାନଙ୍କ ପାର୍ଥିବ ଶରୀର : ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ନୀଳାଞ୍ଚଳଙ୍କ ଶେଷକୃତ୍ୟ”
ଏମଭି-୭୪ ଗାଁର ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଗୋ-ପାଳନ। କ୍ଷୀର, ଘିଅ ଓ ପନିର ବିକ୍ରି କରି ଲାଭବାନ
କନକ ବ୍ୟୁରୋ: ମାଲକାନଗିରି କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୪ ଗାଁର ୧୪ ଜଣ ମହିଳା ଏକାଠି ହୋଇ ଗଠନ କରିଛନ୍ତି ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ । ଏହି ଗୋଷ୍ଠୀର ସମସ୍ତ ମହିଳାମାନେ ଏବେ ଗୋପାଳନ କରି ବେଶ ଚର୍ଚ୍ଚା ସାଉଁଟିଛନ୍ତି । ମିଶନ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଶା ଜୀବିକା ମିଶନ ତରଫରୁ ୩ଲକ୍ଷ ଟଙ୍କା ବ୍ୟାଙ୍କରୁ ଋଣ ଆଣି ୭ଟି ଦୁଧିଆଳି ଗାଈ କିଣିଛନ୍ତି । ଏହି ସବୁ ଗାଈମାନଙ୍କ ଠାରୁ ଦୈନିକContinue reading “ଏମଭି-୭୪ ଗାଁର ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଗୋ-ପାଳନ। କ୍ଷୀର, ଘିଅ ଓ ପନିର ବିକ୍ରି କରି ଲାଭବାନ”
ରୋଜଗାରର ମାଧ୍ୟମ ସାଜିଛି ଛେଳି ଫାର୍ମ। ୩୦ରୁ ଅଧିକ ଛେଳି ପାଳନ କରିଛନ୍ତି ଗଞ୍ଜାମ ଧରାକୋଟ୍ ଅଞ୍ଚଳର ମହିଳା
କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ସାଆବା ପଞ୍ଚାୟତର ଉପାନ୍ତ ଗାଁ ବରପଲ୍ଲି । ଗାଁରେ ମାତ୍ର ୩୦ଟି ପରିବାର ବାସକରନ୍ତି । ଆଉ ଏହି ଗାଁର ୧୨ ଜଣ ମହିଳା ଏକାଠି ହୋଇ ଗଠନ କରିଛନ୍ତି ମା’ ଗ୍ରାମ ଦେବତୀ ସ୍ୱଂୟ ସହାୟକ ଗୋଷ୍ଠି । ପ୍ରଥମେ କିଛି କିଛି ଅର୍ଥ ସଞ୍ଚୟ କରି ଓ ସରକାରଙ୍କ ଠାରୁ ୧ ଲକ୍ଷ ୧୫ ହଜାର ଆର୍ଥିକ ସହଯୋଗରେ ଆରମ୍ଭ କରିଛନ୍ତି ଛେଳି ଚାଷ ।Continue reading “ରୋଜଗାରର ମାଧ୍ୟମ ସାଜିଛି ଛେଳି ଫାର୍ମ। ୩୦ରୁ ଅଧିକ ଛେଳି ପାଳନ କରିଛନ୍ତି ଗଞ୍ଜାମ ଧରାକୋଟ୍ ଅଞ୍ଚଳର ମହିଳା”
ବଢ଼ୁଛି ମାଣ୍ଡିଆରେ ତିଆରି ଖାଦ୍ୟ ସାମଗ୍ରୀର ଚାହିଦା। ପ୍ରସ୍ତୁତ ହେଉଛି ମାଣ୍ଡିଆ ବରା, ଆଳୁଚପ ଓ ପକୁଡ଼ି ଭଳି ଜଳଖିଆ
କନକ ବ୍ୟୁରୋ: କଡେଇରେ ଟକମକ ହୋଇ ଫୁଟୁଥିବା ତେଲରେ ଛଣାହେଉଛି ସୁଆଦିଆ ଆଳୁଚପ୍, ପକୁଡି ଓ ବରା ଭଳି ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ । ମିଶନ ଶକ୍ତି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ମାଣ୍ଡିଆ ଓ ବାଜରରେ ପ୍ରସ୍ତୁତ ହେଉଛି ଜଳଖିଆ । ମାଣ୍ଡିଆ ଓ ବାଜରାରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ତିଆରି କରିି ଚର୍ଚ୍ଚାକୁ ଆସିଛନ୍ତି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କେ. ବରିଡା ଗାଁର ଜୟ ଜଗନ୍ନାଥ ଉତ୍ପାଦିକା ସ୍ୱଂୟସହାୟକ ଗୋଷ୍ଠୀରContinue reading “ବଢ଼ୁଛି ମାଣ୍ଡିଆରେ ତିଆରି ଖାଦ୍ୟ ସାମଗ୍ରୀର ଚାହିଦା। ପ୍ରସ୍ତୁତ ହେଉଛି ମାଣ୍ଡିଆ ବରା, ଆଳୁଚପ ଓ ପକୁଡ଼ି ଭଳି ଜଳଖିଆ”