କନକ ବ୍ୟୁରୋ: ପୁଅ ସ୍କୁଲ ଗଲାନି ବୋଲି ମାଡ ମାରିଲେ ଓ ଲୁହା ରଡରେ ଚେଙ୍କ ଦେଲେ ବାପା । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ହଟିଆନାଳି ଗାଁର ଏହି ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ଘଟଣା ପଛର ପୁରା କାହାଣୀ ଜାଣିଲେ ଆପଣ ବି ବିଚଳିତ ହୋଇଉଠିବେ । ମାଆ ଛେଉଣ୍ଡ ୧୨ ବର୍ଷର ନାବାଳକକୁ ସ୍କୁଲ ଯିବାକୁ ନିଜେ ମନା କରି ସାବତ ମାଆ ବାପା ହାତରୁ ମାଡ ଖୁଆଇଥିଲା । ଏପରିକିContinue reading “ସ୍କୁଲ ନ ଯିବାରୁ ନାବାଳକ ପୁଅକୁ ଚେଙ୍କ ଦେଲା ବାପା । ନାବାଳକକୁ ଉଦ୍ଧାର କଲା ଚାଇଲ୍ଡ ହେଲ୍ପ ଲାଇନ୍ସ । ବାପା ଓ ସାବତ ମାକୁ ଅଟକ ରଖି ଜେରା କରୁଛି ପୋଲିସ୍”
Tag Archives: News
ସଫଳ ମାଛଚାଷୀ ଶୁଭେନ୍ଦୁ। ମାଛ ଜାଆଁଳ ଚାଷ କରୁଛନ୍ତି ଚମ୍ପୁଆ ଅଞ୍ଚଳର ଯୁବ ଉଦ୍ୟୋଗୀ
କନକ ବ୍ୟୁରୋ: ରୋହି, ଭାକୁର. ମିରକାଳି, ଗ୍ରାସକପ୍, ପଙ୍ଗାସ, ଚିଙ୍ଗୁଡ଼ି, ରୁପଚାନ୍ଦି ଭଳି ମାଛ ଚାଷ କରି ଆତ୍ମନିର୍ଭର ହୋଇଛନ୍ତି କେନ୍ଦୁଝର ଚମ୍ପୁଆ ଅଞ୍ଚଳର ଶୁଭେନ୍ଦୁ ମହାନ୍ତ । ତାଙ୍କ ପୋଖରୀରୁ ଧରାହେଉଛି କ୍ୱିଂଟାଲ କ୍ୱିଂଟାଲ ମାଛ । ସପ୍ତାହକୁ ୨ରୁ ୩ ଥର ମାଛ ଧରି ସ୍ଥାନୀୟ ବଜାର ସହ ପଡ଼ୋଶୀ ରାଜ୍ୟରେ ବିକ୍ରି କରୁଛନ୍ତି ଶୁଭେନ୍ଦୁ । ଏହି ଚାଷକୁ ଆପଣାଇ ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତିContinue reading “ସଫଳ ମାଛଚାଷୀ ଶୁଭେନ୍ଦୁ। ମାଛ ଜାଆଁଳ ଚାଷ କରୁଛନ୍ତି ଚମ୍ପୁଆ ଅଞ୍ଚଳର ଯୁବ ଉଦ୍ୟୋଗୀ”
ଜୀବିକା ଯୋଗାଉଛି ଜିଆ ଖତ। ଖତ ବିକି ଗାଁର ୮୨ ଘର ଲକ୍ଷପତି
କନକ ବ୍ୟୁରୋ: ଜିଆ, ଗାଇ ଗୋବର ଓ ବିଭିନ୍ନ ପ୍ରକାରର ପନିପରିବା ଚୋପାକୁ ବ୍ୟବହାର କରି ସେଥିରେ ଖତ ପ୍ରସ୍ତୁତ କରୁଛନ୍ତି ମହିଳା । ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନାକୁ ଏକାଠି କରି ସେଥିରେ ଜିଆ ଛାଡ଼ିବାର ୬ମାସ ପରେ ପ୍ରସ୍ତୁତ ହେଉଛି ଖତ । ଘରେ ଘରେ ୩ରୁ ୪ଟି କୁଣ୍ଡ ତିଆରି ଖତ ପ୍ରସ୍ତୁତ କରୁଛନ୍ତି ମହିଳା । ଆଉ ଏହାକୁ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି କେନ୍ଦୁଝର ଆହରପୋଷି ଗାଁରContinue reading “ଜୀବିକା ଯୋଗାଉଛି ଜିଆ ଖତ। ଖତ ବିକି ଗାଁର ୮୨ ଘର ଲକ୍ଷପତି”
ଦିବ୍ୟାଙ୍ଗ ଯୁବକଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପଛର ସତ । ପରିବାର ଓ ଦୁରୁଆ ସମ୍ପ୍ରଦାୟ ପକ୍ଷରୁ ମାମଲା । ଆଶାକର୍ମୀ ରେଖାମଣ୍ଡଳଙ୍କ ନାଁରେ ଥାନାରେ ଅଭିଯୋଗ
କନକ ବ୍ୟୁରୋ: ରୋଚକ ମୋଡ଼ ନେଉଛି ବହୁଚର୍ଚ୍ଚିତ ମାଲକାନଗିରି ଜିଲ୍ଲା ମାଥିଲିରେ ଦିବ୍ୟାଙ୍ଗ ଯୁବକଙ୍କୁ ବନ୍ଧ୍ୟାକରଣ ଘଟଣା । ସତ ଲୁଚାଇବା ପାଇଁ ଚାଲିଛି ସାଂଘାତିକ୍ ଷଡ଼ଯନ୍ତ୍ର । ଏପଟେ ଯୁବକଙ୍କ ପରିବାର ଓ ଦୁରୁଆ ସମ୍ପ୍ରଦାୟର ସଂଘ ପକ୍ଷରୁ ମାଥିଲି ଥାନାରେ ଏତଲା ଦାୟର କରାଯାଇଛି । ସଂପୃକ୍ତ ଆଶାକର୍ମୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଆମ୍ବାଗୁଡା ଗାଁର ଦିବ୍ୟାଙ୍ଗ ଯୁବକ ଗଙ୍ଗା ଦୁରୁଆଙ୍କ ମାଆ ଚମ୍ପା ଦୁରୁଆ । ସତ ଲୁଚାଇବା ପାଇଁ ସାଂଘାତିକ୍Continue reading “ଦିବ୍ୟାଙ୍ଗ ଯୁବକଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପଛର ସତ । ପରିବାର ଓ ଦୁରୁଆ ସମ୍ପ୍ରଦାୟ ପକ୍ଷରୁ ମାମଲା । ଆଶାକର୍ମୀ ରେଖାମଣ୍ଡଳଙ୍କ ନାଁରେ ଥାନାରେ ଅଭିଯୋଗ”
ପାରିବାରିକ କଳହର କରୁଣ କାହାଣୀ । ୯ ମାସର ଶିଶୁ କନ୍ୟାକୁ ନେଇ ନଦୀକୁ ଡେଇଁପଡିଲା ବାପା । ଶିଶୁ କନ୍ୟାର ଚାଲିଛି ଚିକିତ୍ସା, ଏବେବି ନିଖୋଜ ବାପା
କନକ ବ୍ୟୁରୋ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହର ପରିଣତି କେତେ ଦୁଃଖଦାୟକ ହୋଇପାରେ ତାହା ଦେଖିବାକୁ ମିଳିଛି, କଟକ ସଦର ଅଞ୍ଚଳର ସଇଁଦାରେ । ଘରୋଇ କଳିରେ ଅତିଷ୍ଠ ହୋଇ ନିଜ ୧୦ମାସର ଶିଶୁ କନ୍ୟାକୁ ଧରି ସଢୁଆ ନଦୀକୁ ଡେଇଁପଡିଥିଲେ ବାପା । ସୌଭାଗ୍ୟବଶତଃ ଶିଶୁକନ୍ୟାକୁ ଉପସ୍ଥିତ ଲୋକେ ଜୀବନ୍ତ ଉଦ୍ଧାର କରିଛନ୍ତି । ହେଲେ ବାପା ବନ୍ୟା ପାଣିର ପ୍ରଖର ସ୍ରୋତରେ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ବାହିନୀ ଏବେ ସଢୁଆ ନଦୀରେ ରେସକ୍ୟୁ ଅପରେସନContinue reading “ପାରିବାରିକ କଳହର କରୁଣ କାହାଣୀ । ୯ ମାସର ଶିଶୁ କନ୍ୟାକୁ ନେଇ ନଦୀକୁ ଡେଇଁପଡିଲା ବାପା । ଶିଶୁ କନ୍ୟାର ଚାଲିଛି ଚିକିତ୍ସା, ଏବେବି ନିଖୋଜ ବାପା”
ମନ୍ତ୍ରୀଙ୍କ ନାଁରେ ମିଛ ଫୋନ୍ କଲ୍ । ନିଜକୁ ମନ୍ତ୍ରୀର ପରିଚୟ ଦେଇ ହୋଟେଲ ମାଲିକଙ୍କୁ ଫୋନ୍ କଲେ ଠକ । ତାନ୍ତ୍ରିକ ନାଁରେ ତାବିଜ କଥା କହି ଠକେଇ ଉଦ୍ୟମ
କନକ ବ୍ୟୁରୋ: ରାଜ୍ୟରେ ସାଇବର ଠକ ମାତିଥିବା କଥା ଆପଣ ଜାଣିଥିବେ, ଶୁଣିଥିବେ । କିନ୍ତୁ ନିଜକୁ ମନ୍ତ୍ରୀର ପରିଚୟ ଦେଇ, ଠକେଇ କରିବା ଖବର ହୁଏତ ଆପଣ ଶୁଣି ନଥିବେ । ରାଜ୍ୟର ଜଣେ ମନ୍ତ୍ରୀଙ୍କ ନାଁରେ ମିଛ ଫୋନକଲ୍ କରି ଠକେଇ କରିବାକୁ ଉଦ୍ୟମ କରିଛନ୍ତି ଠକ । ଠକେଇ କରିବା ପାଇଁ ସବୁ ସୀମା ଟପି ଯାଇଛନ୍ତି ଠକ । ବିଶ୍ୱାସ ଜନ୍ମାଇବା ପାଇଁ ନିଜକୁ ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀ ରାଜା ସ୍ୱାଇଁContinue reading “ମନ୍ତ୍ରୀଙ୍କ ନାଁରେ ମିଛ ଫୋନ୍ କଲ୍ । ନିଜକୁ ମନ୍ତ୍ରୀର ପରିଚୟ ଦେଇ ହୋଟେଲ ମାଲିକଙ୍କୁ ଫୋନ୍ କଲେ ଠକ । ତାନ୍ତ୍ରିକ ନାଁରେ ତାବିଜ କଥା କହି ଠକେଇ ଉଦ୍ୟମ”
ଋଷର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସ ଚଢିଲେ ଓଡିଆ ପୁଅ । ୧୮ ହଜାର ୫୧୦ ଫୁଟ ଉଚ୍ଚକୁ ଚଢି ରଚିଲେ ଇତିହାସ
କନକ ବ୍ୟୁରୋ: ସ୍ୱାଧୀନତା ଦିବସ ପୂର୍ବରୁ ଋଷର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସରେ ଜାତୀୟ ପତାକା ଉଡାଇଲେ ଓଡିଆ ପୁଅ । ନୟାଗଡର ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ମାଉଣ୍ଟ ଏଲବ୍ରସ ଚଢି ଇସିହାସ ରଚିଛନ୍ତି । ୟୁରୋପ ଓ ଋଷ ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସରେ ତ୍ରିରଙ୍ଗା ଉଡାଇ ଦେଶ ଓ ରାଜ୍ୟର ଗୌରବ ବଢାଇଛନ୍ତି । ଭାରତୀୟ ସମୟ ଅନୁସାରେ ଦିନ ୧୧ଟା ୧୦ରେ ମାଉଣ୍ଟ ଏଲବ୍ରସରେ ୫ହଜାର ୬୪୨ ମିଟର ବା ୧୮Continue reading “ଋଷର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସ ଚଢିଲେ ଓଡିଆ ପୁଅ । ୧୮ ହଜାର ୫୧୦ ଫୁଟ ଉଚ୍ଚକୁ ଚଢି ରଚିଲେ ଇତିହାସ “
ଶକ୍ତି ଗୋଟାଉଛି କୋରାପୁଟ କଂଗ୍ରେସ । ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର । ଦିଲ୍ଲୀରେ ଓଡିଶା ପ୍ରଭାରୀଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା
କନକ ବ୍ୟୁରୋ: କଂଗ୍ରେସକୁ ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର । ଦିଲ୍ଲୀରେ ଓଡିଶା ପ୍ରଭାରୀ ଚେଲ୍ଲାକୁମାରଙ୍କୁ ଭେଟିବା ପରେ ଏଭଳି ଚର୍ଚ୍ଚା ଜୋରଦାର ହେଉଛି । କଂଗ୍ରେସ ଛାଡିବା ପରେ ବିଜେପି ଓ ଏହାପରେ ବିଆରଏସରେ ଯୋଗ ଦେଇଥିଲେ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ । ହେଲେ ଓଡିଶାରେ ବିଆରଏସ ନିଷ୍କ୍ରିୟ ଥିବା ଅଭିଯୋଗ ଆଣି ପୁରୁଣା ଘର କଂଗ୍ରେସ ଫେରିବାକୁ ମନ ବଳାଇଛନ୍ତି । କୁହାଯାଉଛି ଗମାଙ୍ଗ ପରିବାରContinue reading “ଶକ୍ତି ଗୋଟାଉଛି କୋରାପୁଟ କଂଗ୍ରେସ । ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର । ଦିଲ୍ଲୀରେ ଓଡିଶା ପ୍ରଭାରୀଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା “
ଖୁବଶୀଘ୍ର ଗଠନ ହୋଇପାରେ ଓଡ଼ିଶା ବିଧାନ ପରିଷଦ । ଶୀତ ଅଧିବେସନରେ ସଂସଦରେ ବିଲ୍ ଆଗତ କରିପାରନ୍ତି କେନ୍ଦ୍ର ସରକାର । ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି
କନକ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାକୁ ଫେରିଛି ଓଡିଶା ବିଧାନପରିଷଦ ଗଠନ ପ୍ରସଙ୍ଗ । ଆଉ ଖୁବଶୀଘ୍ର ବିଧାନ ପରିଷଦକୁ ଅନୁମୋଦନ ମିଳିପାରେ ବୋଲି କୁହାଯାଉଛି । ଏଥିପାଇଁ କେନ୍ଦ୍ର ସରକାର ଶୀତ ଅଧିବେଶନରେ ସଂସଦରେ ବଲ୍ ଆଣିପାରନ୍ତି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏନେଇ ଆଲୋଚନା ଶେଷ ହୋଇଥିବା କୁହାଯାଉଛି । ତେବେ ବିଧାନ ପରିଷଦ ପ୍ରସଙ୍ଗ ଉଠିବା ପରେ, ତେଜିଛି ରାଜନୈତିକ ବୟାନବାଜି । ଓଡିଶାରେ ଗଠନ ହେବ ବିଧାନ ପରିଷଦ! ଶୀତContinue reading “ଖୁବଶୀଘ୍ର ଗଠନ ହୋଇପାରେ ଓଡ଼ିଶା ବିଧାନ ପରିଷଦ । ଶୀତ ଅଧିବେସନରେ ସଂସଦରେ ବିଲ୍ ଆଗତ କରିପାରନ୍ତି କେନ୍ଦ୍ର ସରକାର । ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି”
ସେପ୍ଟେମ୍ବର ମାସରେ ଭାଙ୍ଗିପାରେ ଓଡିଶା ବିଧାନସଭା । ଡିସେମ୍ବର ମାସରେ ଓଡିଶାରେ ହୋଇପାରେ ଆଗୁଆ ନିର୍ବାଚନ
କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ଶାସକ ଦଳ ବିଜେଡିର ଆଭିମୁଖ୍ୟକୁ ଦେଖି, ରାଜ୍ୟରେ ଆଗୁଆ ନିର୍ବାଚନର ଅଙ୍କକଷା ଆରମ୍ଭ ହୋଇଛି । ବିଶେଷ କରି ମୌସୁମୀ ଅଧିବେଶନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ଆଣିବା ଖବର, ଚର୍ଚ୍ଚାକୁ ଖୋରାକ ଯୋଗାଇଛି । କୁହାଯାଉଛି, ସେପ୍ଟେମ୍ବର ମାସରେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଆଣିପାରନ୍ତି । ଅର୍ଥାତ ସେପ୍ଟେମ୍ବର ମାସରେ ବିଧାନସଭା ଭଙ୍ଗ କରିପାରନ୍ତି ନବୀନ ସରକାର । କେନ୍ଦ୍ର ସରକାର ସହମତିContinue reading “ସେପ୍ଟେମ୍ବର ମାସରେ ଭାଙ୍ଗିପାରେ ଓଡିଶା ବିଧାନସଭା । ଡିସେମ୍ବର ମାସରେ ଓଡିଶାରେ ହୋଇପାରେ ଆଗୁଆ ନିର୍ବାଚନ”