ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ୧୨ ବର୍ଷର ଓମ୍ କୁମାର । ଚିକିତ୍ସାରେ ବାଧକ ସାଜିଛି ଅର୍ଥ । ଆପଣଙ୍କ ଛୋଟିଆ ସାହାଯ୍ୟ ଦେଇପାରିବ ନୂଆ ଜୀବନ ।

କନକ ବ୍ୟୁରୋ: ଖେଳ କୁଦ ବୟସରେ ଯନ୍ତ୍ରଣାର ଦାଉ । ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ୧୨ ବର୍ଷର ବାଳକ ଓମ କୁମାର । ଅଭାବ ଅନଟନ ଭିତରେ ରହୁଥିବା ବେଳେ ପୁଅର କିଭଳି ଚିକତ୍ସା ହେବ ସେ ନେଇ ସାହାଯ୍ୟ ଅପକ୍ଷାରେ ରହିଛି ପରିବାର । କେନ୍ଦ୍ରାପଡା ଆଳି ବ୍ଲକର ଅଟାଳ ଗାଁର ରଜନୀକାନ୍ତ ବିନ୍ଧାଣି । ଏକମାତ୍ର ପୁଅ ହେଉଛି ଓମ୍ । ବେଶ ଖୁସିରେ ଚଳୁଥିଲା ପରିବାର ହେଲେ ପୁଅର ଟ୍ୟୁମର ଚିହ୍ନଟ ହେବାପରେContinue reading “ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ୧୨ ବର୍ଷର ଓମ୍ କୁମାର । ଚିକିତ୍ସାରେ ବାଧକ ସାଜିଛି ଅର୍ଥ । ଆପଣଙ୍କ ଛୋଟିଆ ସାହାଯ୍ୟ ଦେଇପାରିବ ନୂଆ ଜୀବନ ।”

ବର୍ଷେ ପୁରିନି ହେଲେ ଭାଙ୍ଗିଗଲା କେନାଲ । ନିମ୍ନମାନର କାମ ହେଇଥିବା ଅଭିଯୋଗ

କନକ ବ୍ୟୁରୋ: ବର୍ଷେ ପୁରିନି ହେଲେ ଭାଙ୍ଗିଗଲା କେନାଲ । କାମାକ୍ଷାନଗର ଗୋରଡିଆ ଗାଁରେ ନିର୍ମାଣ ହୋଇଥିବା କେନାଲ ଭାଙ୍ଗିଯାଇଛି । ଚଳିତ ବର୍ଷ ପ୍ରଥମ ପାଣିରେ ଭାଙ୍ଗିଯାଇଥିବା ବେଳେ  ନିମ୍ନ ମାନର କାମ କରାଯାଇଥିବା ହୋଇଛି ଅଭିଯୋଗ । ସେପଟେ କେନାଲ ଭାଙ୍ଗିଯାଇଥିବା ବେଳେ ତଳ ମୁଣ୍ଡକୁ ପାଣି ମାଡୁନାହିଁ । ପାଣି ଅଭାବରୁ ଜମି ଫାଟି ଆଁ କରିିିଥିବା ବେଳେ ଧାନ ଗଛ ସବୁ ମରିଗଲାଣି । ଗୋରଡିଆରେ ଥିବା ରେଙ୍ଗାଳୀ କେନାଲ ପୂର୍ବରୁContinue reading “ବର୍ଷେ ପୁରିନି ହେଲେ ଭାଙ୍ଗିଗଲା କେନାଲ । ନିମ୍ନମାନର କାମ ହେଇଥିବା ଅଭିଯୋଗ”

ଆଇନକୁ ହାତକୁ ନେଲେ ଲୋକ । ପ୍ରଧାନ ଶିକ୍ଷକଙ୍କୁ ଗୋଡେଇ ଗୋଡେଇ ପିଟିଲେ । 

କନକ ବ୍ୟୁରୋ: ଆଇନକୁ ହାତକୁ ନେଲେ ଲୋକେ । ପ୍ରଧାନ ଶିକ୍ଷକଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ।  ବାଲିଗୁଡ଼ା ଥାନା ସୁଡ଼୍ରାର ସେବାଶ୍ରମ ପ୍ରଧାନ ଶିକ୍ଷକ ଶାନ୍ତନୁ ପ୍ରଧାନ । ଚାଉଳ ବିକ୍ରି ଓ ମହିଳାଙ୍କୁ ଅଶ୍ଳିଳ ବ୍ୟବହାର ଅଭିଯୋଗରେ ସ୍ଥାନୀୟ ଲୋକେ ଆଇନକୁ ହାତକୁ ନେଇ ଶିକ୍ଷକଙ୍କୁ ଗୋଡେଇ ଗୋଡେଇ ପିଟିଛନ୍ତି । ପ୍ରଧାନ ଶିକ୍ଷକଙ୍କୁ ଟାଣି ଆଣି ବିଚ୍ ବଜାରରେ ମାଡ଼ ମାରୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।Continue reading “ଆଇନକୁ ହାତକୁ ନେଲେ ଲୋକ । ପ୍ରଧାନ ଶିକ୍ଷକଙ୍କୁ ଗୋଡେଇ ଗୋଡେଇ ପିଟିଲେ । “

ଲୁହା ଶିକୁଳିରେ ବନ୍ଧା ପଡିଛି ଶୈଶବ । ଖେଳକୁଦ ବୟସରେ ଘରେ ବନ୍ଧା ହୋଇ ରହିଛନ୍ତି ୧୩ ବର୍ଷର ମାନସିକ ବିକୃତ ପୁଅ । ଅଭାବ ଅନଟନ ଭିତରେ ହୋଇପାରୁନି ଚିକିତ୍ସା

କନକ ବ୍ୟୁରୋ: ୧୩ ବର୍ଷ ବୟସର ପିଲାମାନେ ସ୍କୁଲକୁ ଯାଉଛନ୍ତି, ହସଖୁସିରେ ସାଙ୍ଗ ସାଥିଙ୍କ ସହ ଖେଳକୁଦ କରୁଛନ୍ତି । ହେଲେ ସେହି ବୟସର କୁନି ପିଲାଟିଏ ଲୁହା ଶିକୁଳିରେ ବନ୍ଧା ହୋଇଛି । ମନର କଥାକୁ ମନରେ ମାରି ପୁଅକୁ ବାନ୍ଧି ରଖିଛନ୍ତି ମାଆ । ମାନସିକ ବିକାରଗ୍ରସ୍ତ ପୁଅ କାଳେ କୁଆଡେ ଚାଲିଯିବ, କାହାର କିଛି କ୍ଷତି କରିଦେବ । ସେମିତି କିଛି ଆଶଙ୍କା କରି ପୁଅକୁ ଲୁହା ଜଞ୍ଜିରରେ ବାନ୍ଧି ରଖିବାକୁ ବାଧ୍ୟContinue reading “ଲୁହା ଶିକୁଳିରେ ବନ୍ଧା ପଡିଛି ଶୈଶବ । ଖେଳକୁଦ ବୟସରେ ଘରେ ବନ୍ଧା ହୋଇ ରହିଛନ୍ତି ୧୩ ବର୍ଷର ମାନସିକ ବିକୃତ ପୁଅ । ଅଭାବ ଅନଟନ ଭିତରେ ହୋଇପାରୁନି ଚିକିତ୍ସା”

ବେଲୁଚିସ୍ତାନରେ ବଡଧରଣର ଆକ୍ରମଣ। ୪ ଚୀନ ନାଗରିକଙ୍କ ମୃତ୍ୟୁ

କନକ ବ୍ୟୁରୋ: ପାକିସ୍ତାନ ବେଲୁଚିସ୍ତାନରେ ବଡଧରଣର ଆକ୍ରମଣ । ଚୀନର ଇଞ୍ଜିନିୟରଙ୍କୁ ନେଇ ଯାଉଥିବା କାରକେଡ ଉପରେ ଆକ୍ରମଣ ହୋଇଛି । ଏଥିରେ ଅନେକ ଜଣ ମୃତାହତ ହୋଇଥିବା ଜଣାପଡିଛି । ସେହିଭଳି ପାକିସ୍ତାନର ୨ ସୁରକ୍ଷା କର୍ମୀ ମଧ୍ୟ ଏଥିରେ ଆହତ ହୋଇଛନ୍ତି । ଏହି ଆକ୍ରମଣ ଗ୍ୱାଦରର ଫକିର ବ୍ରିଜରେ ହୋଇଛି । ପାକିସ୍ତାନ ପକ୍ଷରୁ ଆକ୍ରମଣ ନେଇ ସୂଚନା ଦିଆଯାଇଛି । ବେଲୁଚ ଲିବରେସନ ଆର୍ମି ଏଥିପାଇଁ ନିଜକୁ ଦାୟୀ କରିଛି ।Continue reading “ବେଲୁଚିସ୍ତାନରେ ବଡଧରଣର ଆକ୍ରମଣ। ୪ ଚୀନ ନାଗରିକଙ୍କ ମୃତ୍ୟୁ”

ଧାମରା ମାଛଧରା ବନ୍ଦରରେ ବୋଟରୁ ଖସି ଧୀବର ନିଖୋଜ

କନକ ବ୍ୟୁରୋ: ଭଦ୍ରକ ଜିଲ୍ଲା ଧାମରା ମାଛଧରା ବନ୍ଦରରେ ଜଣେ ଧୀବର ନିଖୋଜ । ରବିବାର ଅପରାହ୍ନରେ ଜଣେ ଧୀବର ବୋଟରୁ ଖସି ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ହେଲେ ବିଜୟ ନାୟକ । ନିଖୋଜ ବ୍ୟକ୍ତିଙ୍କ ଘର କରଣପଲ୍ଲୀ ପଂଚାୟତ କୁଆମରା ଗ୍ରାମର । ମେରାଇନ ଥାନାଧିକାରୀଙ୍କ ଅନୁଯାୟୀ, ଯାଜ୍ଞସେନୀ ନାମକ ଏକ ବୋଟ ଧାମରାଠାରେ ନଙ୍ଗର ପକାଇ ରହିଥିଲା । ରବିବାର ଦିନ ୨ଟା ସମୟରେ ଧୀବର ଜଣକ ବୋଟରୁ ଓହ୍ଲାଉଥିବା ସମୟରେContinue reading “ଧାମରା ମାଛଧରା ବନ୍ଦରରେ ବୋଟରୁ ଖସି ଧୀବର ନିଖୋଜ”

୭୭ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି, ପ୍ରଦର୍ଶନୀ ପଡ଼ିଆରେ ଫୁଲଡ୍ରେସ୍ ରିହରସାଲ

କନକ ବ୍ୟୁରୋ: ଦିନକ ପରେ ପାଳିତ ହେବ ୭୭ତମ ସ୍ୱାଧୀନତା ଦିବସ । ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରଦାରରେ ପ୍ରସ୍ତୁତି କରାଯାଇଛି । ହାତରେ ଆଉ ଗୋଟିଏ ଦିନ ସମୟ ଥିବାରୁ ଆଜି ଫୁଲଡ୍ରେସ୍ ରିହରସାଲ କରାଯାଇଛି । ଆଜି ପରେଡ୍ ରିହରସାଲରେ ସାମିଲ ହୋଇଥିଲେ ପୁଲିସ ଡିଜି ସୁନୀଲ ବଂଶଲ । ପୁଲିସ ଡିଜି କହିଛନ୍ତି ସ୍ୱାଧୀନତା ଦିବସ ପାଇଁ ସାରା ରାଜ୍ୟରେ ବ୍ୟାପକContinue reading “୭୭ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି, ପ୍ରଦର୍ଶନୀ ପଡ଼ିଆରେ ଫୁଲଡ୍ରେସ୍ ରିହରସାଲ”

ଏସିଆ କପ୍, ବିଶ୍ୱକପ୍ ପୂର୍ବରୁ ଭଗବାନଙ୍କ ଶରଣରେ ହିଟ୍ ମ୍ୟାନ୍ । ପତ୍ନୀ ଏବଂ ଝିଅଙ୍କ ସହ କଲେ ତିରୁପତି ବାଲାଜୀ ମନ୍ଦିର ଦର୍ଶନ ।

କନକ ବ୍ୟୁରୋ: ଏସିଆ କପ୍ ଓ ବିଶ୍ୱକପ୍ ପୂର୍ବରୁ ଭଗବାନଙ୍କ ଶରଣରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା । ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପରେ ଏବେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ନିଜ ପତ୍ନୀ ଓ ଝିଅଙ୍କ ସହ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିର ପହଞ୍ଚି ଭଗବାନଙ୍କ ପୂଜା କରିଛନ୍ତି । ତେବେ ତିରୁପତି ମନ୍ଦିରରେ ରୋହିତ ପହଞ୍ଚିବା ପରେ ପୂଜକ ମାନେ ତାଙ୍କୁ ନେଇ ଭଗବାନଙ୍କ ଦର୍ଶନ କରାଇଥିଲେ । ରୋହିତ ଶର୍ମାଙ୍କ ସହContinue reading “ଏସିଆ କପ୍, ବିଶ୍ୱକପ୍ ପୂର୍ବରୁ ଭଗବାନଙ୍କ ଶରଣରେ ହିଟ୍ ମ୍ୟାନ୍ । ପତ୍ନୀ ଏବଂ ଝିଅଙ୍କ ସହ କଲେ ତିରୁପତି ବାଲାଜୀ ମନ୍ଦିର ଦର୍ଶନ ।”

୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଆଶଙ୍କା, ୧୫ ଜିଲ୍ଲାରେ ୟେଲୋ ଓ୍ଵାର୍ଣ୍ଣିଂ ଜାରି

କନକ ବ୍ୟୁରୋ: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ-ରେଖା ଆଜି ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଏବଂ ଏହା ଆଜି ଉତ୍ତରପ୍ରଦେଶର ମୁଜାଫରପୁର, ମଧ୍ୟଦେଇ ପଶ୍ଚିମବଙ୍ଗର ବାଲୁରଘାଟରୁ ପୂର୍ବ ଦିଗରେ ମଣିପୁର ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନାContinue reading “୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଆଶଙ୍କା, ୧୫ ଜିଲ୍ଲାରେ ୟେଲୋ ଓ୍ଵାର୍ଣ୍ଣିଂ ଜାରି”

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ହଟିଆନାଳି ଗାଁରୁ ଆସିଲା ଅଭାବନୀୟ ଘଟଣା। ସ୍କୁଲ ନ ଯିବାରୁ ନାବାଳକ ପୁଅକୁ ଚେଙ୍କ ଦେଲା ବାପା

କନକ ବ୍ୟୁରୋ: ସ୍କୁଲ ଗଲା ନାହିଁ ବୋଲି ନାବାଳକକୁ ଚେଙ୍କ ଦେଲେ ବାପା । ସାବତ ମାଆଙ୍କ କଥାରେ ଆସି ନିଜ ବାପା ପିଲାଟିକୁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ହଟିଆନାଳି ଗାଁରେ ଦେଖିବାକୁ ମିଳିଛି । ଖବରପାଇ ଚାଇଲ୍ଡ ହେଲପଲାଇନ ଓ ପୁଲିସ ପହଁଚି ନାବାଳକୁ ଉଦ୍ଧାର କରିଛନ୍ତି । ସୂଚନା ଅନୁସାରେ, ୧୨ ବର୍ଷର ନାବାଳକକୁ ସାବତ ମାଆ ସ୍କୁଲ ଯିବାକୁ ମନା କରିଥିଲେ ।Continue reading “ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ହଟିଆନାଳି ଗାଁରୁ ଆସିଲା ଅଭାବନୀୟ ଘଟଣା। ସ୍କୁଲ ନ ଯିବାରୁ ନାବାଳକ ପୁଅକୁ ଚେଙ୍କ ଦେଲା ବାପା”

Design a site like this with WordPress.com
Get started