ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକ, ମହାରାଷ୍ଟ୍ର ରାଜନୀତି ସରଗରମ

କନକ ବ୍ୟୁରୋ : ମହାରାଷ୍ଟ୍ର ଏନସିପି ଅଧ୍ୟକ୍ଷ ଶରଦ ପାୱାର ଓ ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ଅଜିତ ପାୱାରଙ୍କ ମଧ୍ୟରେ ଶନିବାର ପୁଣେ ଠାରେ ଏକ ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟରେ ଭେଟ ହୋଇଛି । ଏହି ଭେଟ ବେଳେ ଉଭୟଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଥିବା କୁହାଯାଉଛି । ଏହି ଗୁପ୍ତ ବୈଠକର ଖବର ଆସିବା ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି । ଏହାକୁ ନେଇ ଏନସିପି ନେତା ଅମୋଲ ମିଟକରୀ କହିଛନ୍ତି କି, ଏହାContinue reading “ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକ, ମହାରାଷ୍ଟ୍ର ରାଜନୀତି ସରଗରମ”

ବ୍ରହ୍ମପୁର କେ ଦୀପିକା ମାମଲାରେ ନୂଆ ମୋଡ, ଗୃହବନ୍ଦୀ ଅଭିଯୋଗରେ ଦକ୍ଷିଣାଂଚଳ ଆଇଜିଙ୍କ ଦ୍ୱାରସ୍ଥ ହେଲେ ପରିବାର

କନକ ବ୍ୟୁରୋ : ସ୍ତ୍ରୀର ମାନ୍ୟତା ଦାବିରେ ଧାରଣାରେ ବସିଥିବା ବ୍ରହ୍ମପୁରର କେ. ଦୀପିକା ମାମଲାରେ ନୂଆ ମୋଡ । ଦକ୍ଷିଣାଂଚଳ ଆଇଜିଙ୍କ ଦ୍ୱାରସ୍ଥ ହେଲେ ଦିନେଶଙ୍କ ପରିବାର ଲୋକେ । ଗୃହବନ୍ଦୀ ଅଭିଯୋଗରେ ଆଇଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦିନେଶଙ୍କ ଜେଜେ ବାପା ଓ ଜେଜେ ମା’ ଙ୍କ ମାନବାଧିକାର କ୍ଷୂର୍ଣ୍ଣ ହେଉଥିବା ଅଭିଯୋଗ ଆଣିଛନ୍ତି ଦିନେଶଙ୍କ ମା’ । ଆଉ ଏଥିପାଇଁ ସପରିବାର ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି । ବ୍ରହ୍ମପୁରରContinue reading “ବ୍ରହ୍ମପୁର କେ ଦୀପିକା ମାମଲାରେ ନୂଆ ମୋଡ, ଗୃହବନ୍ଦୀ ଅଭିଯୋଗରେ ଦକ୍ଷିଣାଂଚଳ ଆଇଜିଙ୍କ ଦ୍ୱାରସ୍ଥ ହେଲେ ପରିବାର”

ଏ ବୟସରେ ବେସାହାରା ବୁଢା ବାପା । ରୋଗରେ ଛଟପଟ ପୋଷିଲା ପୁଅକୁ ଦେଖି ଡହଳବିକଳ ଜୀବନ

କନକ ବ୍ୟୁରୋ: ଏ ବସୟରେ ଦଇବ ଏତେ କଷ୍ଟ ଦେଲା । ଯେଉଁ ବୟସରେ ପୁଅଠାରୁ ସେବା ପାଇବା କଥା ସେ ବୟସରେ ପୁଅର ସେବା କରୁଛନ୍ତି ବୁଢା ବାପା । ଦେହରେ ହାଡ ଦିଖଣ୍ଡ, ଦେହ ଥରିଲାଣି । କାନକୁ ଭଲ ଶୁଭୁନି କି ଆଖିକୁ ଭଲ ଦିଶୁନି । ତଥାପି ଯନ୍ତ୍ରଣାରେ ଛଟପଟ ପୋଷିଲା ପୁଅକୁ ଦେଖି ଛାତି ଫାଟିଯାଉଛି । କିଛି ନକରି ପାରିଲେ ବି ତା ପାଖରେ ବସି ଗୋଡ ହାତContinue reading “ଏ ବୟସରେ ବେସାହାରା ବୁଢା ବାପା । ରୋଗରେ ଛଟପଟ ପୋଷିଲା ପୁଅକୁ ଦେଖି ଡହଳବିକଳ ଜୀବନ”

ଦିବ୍ୟାଙ୍ଗ ବନ୍ଧ୍ୟାକରଣ ଘଟଣା । ଆଶାକର୍ମୀଙ୍କ ନାଁରେ ଥାନାରେ ଏତଲା

କନକ ବ୍ୟୁରୋ : ମାଲକାନଗିରି ମାଥିଲିରେ ଦିବ୍ୟାଙ୍ଗ ଯୁବକଙ୍କୁ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ଘଟଣା । ପରିବାର ଓ ଦୁରୁଆ ସମ୍ପ୍ରଦାୟ ପକ୍ଷରୁ ଥାନାରେ ମାମଲା । ଆଶାକର୍ମୀ ରେଖାମଣ୍ଡଳଙ୍କ ନାଁରେ ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହେଲେ ଆମ୍ବାଗୁଡାଗାଁର ଦିବ୍ୟାଙ୍ଗ ଯୁବକ ଗଙ୍ଗା ଦୁରୁଆଙ୍କ ମାଆ ଚମ୍ପା ଦୁରୁଆ । ଦିବ୍ୟାଙ୍ଗ ଯୁବକଙ୍କୁ ପ୍ରବର୍ତାଇ ବନ୍ଧ୍ୟାକରଣ ପାଇଁ କାହାର ଥିଲା ଷଡଯନ୍ତ୍ର ତାହାକୁ ନେଇ ଉଠିଛି ପ୍ରଶ୍ନ । ଗଙ୍ଗା ଦୁରୁଆଙ୍କ ସରଳତାର ସୁଯୋଗ ନେଇContinue reading “ଦିବ୍ୟାଙ୍ଗ ବନ୍ଧ୍ୟାକରଣ ଘଟଣା । ଆଶାକର୍ମୀଙ୍କ ନାଁରେ ଥାନାରେ ଏତଲା”

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ, ମାଲେସିଆକୁ ୪-୩ ଗୋଲରେ କଲା ପରାସ୍ତ

କନକ ବ୍ୟୁରୋ : ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ । ଚେନ୍ନାଇର ମେୟର ରାଧାକୃଷ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ୪-୩ ଗୋଲରେ ମାଲେସିଆକୁ ହରାଇଛି ଟିମ୍ ଇଣ୍ଡିଆ । ଏଥିସହ ଭାରତ ଚତୁର୍ଥର ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଛି । ଏହା ପୂର୍ବରୁ ଭାରତ ୨୦୧୧, ୨୦୧୬ ଓ ୨୦୧୮ରେ ଟ୍ରଫି ଜିତିଥିଲା । ମ୍ୟାଚ୍ ଆରମ୍ଭରୁ ଆକ୍ରମଣ କରିଥିଲା ଭାରତ । ମାଲେସିଆ ମଧ୍ୟ କଡ଼ା ମୁକାବିଲା କରି ମ୍ୟାଚକୁ ଫେରିଥିଲା । ଏକContinue reading “ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ, ମାଲେସିଆକୁ ୪-୩ ଗୋଲରେ କଲା ପରାସ୍ତ”

ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ଆଜି ଫାଇନାଲ ମୁକାବିଲା । ଫ୍ଲୋରିଡାର ରିଜନାଲ ପାର୍କ ଷ୍ଟାଡିୟମରେ ହେବ ହାଇଭୋଲଟେଜ ମ୍ୟାଚ

କନକ ବ୍ୟୁରୋ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବ ଫାଇନାଲ ମୁକାବିଲା । ଟି-୨୦ ସିରିଜରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତି ବରାବରରେ ଅଛନ୍ତି । ୫ ମ୍ୟାଚ ବିଶିଷ୍ଟ ଏହି ଶୃଙ୍ଖଳାର ଅନ୍ତିମ ମ୍ୟାଚରେ ଯେଉଁ ଦଳ ବିଜୟ ହେବ ସେ ସିରିଜ ବିଜୟ ହେବ । ତେଣୁ ଆଜି ନିର୍ଣ୍ଣାୟକ ଲଢେଇ ପାଇଁ ପଡିଆକୁ ଓହ୍ଲାଇବେ ଉଭୟ ଦଳ । ସେପଟେ ଗତକାଲି ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୯Continue reading “ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ଆଜି ଫାଇନାଲ ମୁକାବିଲା । ଫ୍ଲୋରିଡାର ରିଜନାଲ ପାର୍କ ଷ୍ଟାଡିୟମରେ ହେବ ହାଇଭୋଲଟେଜ ମ୍ୟାଚ”

ବାଲେଶ୍ୱର ସେଂଟ୍ରାଲ ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ୭୦ ଲକ୍ଷ ଟଙ୍କା ଠକେଇର ପର୍ଦ୍ଦାଫାଶ । ବ୍ୟାଙ୍କର ବଣିଆ ଥିଲା ଠକେଇର ମାଷ୍ଟର ମାଇଣ୍ଡ

କନକ ବ୍ୟୁରୋ : ନକଲି ସୁନା ବନ୍ଧକ ରଖି ବ୍ୟାଙ୍କରୁ ଉଠାଇନେଲେ ୭୦ ଲକ୍ଷ ଟଙ୍କା । ବାଲେଶ୍ୱର ସେଂଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରୁ ନକଲି ସୁନା ବନ୍ଧକ ରଖି ୭୦ ଲକ୍ଷ ଟଙ୍କା ଉଠାଣର ପର୍ଦ୍ଦାଫାସ କରିଛି ପୋଲିସ । ବ୍ୟାଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଠକେଇର ମାଷ୍ଟର ମାଇଣ୍ଡ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଛି । ଏହି ଠକେଇରେ ବ୍ୟାଙ୍କର ବଣିଆ ପଦ୍ମଲୋଚନ ରଣା ଥିଲା ମାଷ୍ଟର ମାଇଣ୍ଡ ।Continue reading “ବାଲେଶ୍ୱର ସେଂଟ୍ରାଲ ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ୭୦ ଲକ୍ଷ ଟଙ୍କା ଠକେଇର ପର୍ଦ୍ଦାଫାଶ । ବ୍ୟାଙ୍କର ବଣିଆ ଥିଲା ଠକେଇର ମାଷ୍ଟର ମାଇଣ୍ଡ”

ନୂଆପଡାର ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କୁ ଦିଲ୍ଲୀରୁ ଡାକରା । ସ୍ୱାଧିନତା ଦିବସରେ ସ୍ୱତନ୍ତ୍ର ଅତିଥୀ ଭାବେ ହେବେ ସାମିଲ

କନକ ବ୍ୟୁରୋ : ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କୁ ଦିଲ୍ଲୀରୁ ଡାକରା । ସ୍ୱାଧିନତା ଦିବସରେ ହେବେ ସ୍ୱତନ୍ତ୍ର ଅତିଥି । ନୂଆପଡା ଜିଲ୍ଲା କୋମାନା ବ୍ଲକ ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଜନଜାତି ସଂପ୍ରଦାୟର ଯୁବ ଚାଷୀ ଯୁବରାଜ ଛତ୍ରିଆ ଓ ତାଙ୍କ ସ୍ତ୍ରୀ ଆସମତି ଛତ୍ରିଆଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ସ୍ୱାଧିନତା ଦିବସରେ ଆଦିମ ଜନଜାତୀ ସଂପ୍ରଦାୟରୁ ଅତିଥି ଭାବେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱତନ୍ତ୍ର ନିମନ୍ତ୍ରଣ ଆସିଛି । ଦିଲ୍ଲୀContinue reading “ନୂଆପଡାର ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କୁ ଦିଲ୍ଲୀରୁ ଡାକରା । ସ୍ୱାଧିନତା ଦିବସରେ ସ୍ୱତନ୍ତ୍ର ଅତିଥୀ ଭାବେ ହେବେ ସାମିଲ”

କଂଗ୍ରେସକୁ ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର । ଦିଲ୍ଲୀରେ ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ : କଂଗ୍ରେସକୁ ଫେରିବେ ଗମାଙ୍ଗ ପରିବାର ଓ ଜୟରାମ ପାଙ୍ଗୀ । ଏ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ଓ ଜୟରାମ ପାଙ୍ଗୀ ସଙ୍କେତ ଦେଇଛନ୍ତି । ଦିଲ୍ଲୀରେ ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ଏ ନେଇ ଆଲୋଚନା କରିଛନ୍ତି ଶିଶିର ଗମାଙ୍ଗ । ୨୦୧୯ ନିର୍ବାଚନ ପୂର୍ବରୁ ଗିରିଧର ଗମାଙ୍ଗ ଓ ଶିଶର ଗମାଙ୍ଗ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ଏବେ କିଛି ଦିନContinue reading “କଂଗ୍ରେସକୁ ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାର । ଦିଲ୍ଲୀରେ ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କୁ ଭେଟିବା ପରେ ବଢିଲା ଚର୍ଚ୍ଚା”

ଦେଶରେ ବଦଳିବ ଇଂରେଜ ଅମଳର ଆଇନ । ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ, ନାବାଳିକାଙ୍କ ସହ ଅପରାଧ ପାଇଁ ମୃତ୍ୟୁଦଣ୍ଡ

କନକ ବ୍ୟୁରୋ : ମହିଳାଙ୍କ ବିରୋଧରେ ଅପରାଧ ଓ ସାମାଜିକ ସମସ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ବ୍ୟବସ୍ଥା । ପ୍ରଥମ ଥର ପାଇଁ ବିବାହ, ଚାକିରି ଓ ପଦୋନ୍ନତିର ମିଥ୍ୟା ପ୍ରତିଶ୍ରୁତି ଆଧାରରେ ଏବଂ ମିଥ୍ୟା ପରିଚୟ ଆଧାରରେ ଶାରୀରିକ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରାଯିବାର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ଶୁକ୍ରବାର ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସୂଚନା ଦେଇଛନ୍ତି । ୩ଟି ବିଲରେ ଏମିତି କିଛିContinue reading “ଦେଶରେ ବଦଳିବ ଇଂରେଜ ଅମଳର ଆଇନ । ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ, ନାବାଳିକାଙ୍କ ସହ ଅପରାଧ ପାଇଁ ମୃତ୍ୟୁଦଣ୍ଡ”

Design a site like this with WordPress.com
Get started