କନକ ବ୍ୟୁରୋ : ରାସ୍ତା ଉପରେ ଟ୍ରକ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ । ବାଙ୍କୀ ବୈଦେଶ୍ୱର ଥାନା ପୁରୁଣାପାଣି ଗାଁ ଛକ ନିକଟରେ ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି ଉତ୍ତ୍ୟକ୍ତ ଜନତା । ଟ୍ରକରେ ଗୋମାଂସ ବୋଝେଇ ହୋଇଥିବା ଜାଣିବା ପରେ ଗତକାଲି ରାତିରେ ସ୍ଥାନୀୟ ବାସିନ୍ଦା ଟ୍ରକଟିକୁ ଅଟକାଇଥିଲେ । ଡ୍ରାଇଭର ସହିତ ଦୁଇଜଣ ବେପାରୀଙ୍କୁ ଅଟକ ରଖିଥିଲେ । ବୈଦେଶ୍ୱର ପୋଲିସ ଗାଡ଼ିଟିକୁ ଖସାଇଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଗାଡ଼ିରେ ନିଆଁ ଲଗାଇContinue reading “ରାସ୍ତା ଉପରେ ଟ୍ରକ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ : ଟ୍ରକରେ ଗୋମାଂସ ବୋଝେଇ ହୋଇଥିବା ଅଭିଯୋଗରେ ଦୁଇ ଡ୍ରାଇଭର ଓ ବେପାରୀ ଅଟକ”
Tag Archives: News
ଜନ୍ମମାଟିରେ ସହିଦଙ୍କ ପାର୍ଥିବ ଶରୀର : ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ସିଆରପିଏଫ୍ ଯବାନ
କନକ ବ୍ୟୁରୋ : କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଶୋକାକୂଳ ପରିବେଶ । ଗାଁରେ ପହଞ୍ଚିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆ ମରଶରୀର । ମୃତ ସୁଶାନ୍ତଙ୍କ ଘର ଆନନ୍ଦପୁର ପୌର ପରିଷଦ ୪ ନମ୍ବର ୱାର୍ଡ ଅନ୍ତର୍ଗତ ଖୁଣ୍ଟିଆ ସାହିରେ । ଗାଁରେ ପାର୍ଥିବ ଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ କରାଯିବ । ଝାଡଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲାର ହାତିବୁରୁ ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନରେ ତାଙ୍କର ମୃତ୍ୟୁ ହୋଇଛି ।Continue reading “ଜନ୍ମମାଟିରେ ସହିଦଙ୍କ ପାର୍ଥିବ ଶରୀର : ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ସିଆରପିଏଫ୍ ଯବାନ”
ସୁଶାନ୍ତଙ୍କ ପରିବାର ଉପରେ ଦୁଃଖର ପାହାଡ : ତିନି ବର୍ଷରେ ପରିବାରର ୪ ଜଣଙ୍କ ମୃତ୍ୟୁ
କନକ ବ୍ୟୁରୋ : ସୁଶାନ୍ତଙ୍କ ପରିବାର ଉପରେ ଛିଡି ପଡ଼ିଛି ଦୁଃଖର ପାହାଡ । ତିନି ବର୍ଷରେ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି । ସବୁଠୁ ବିଡ଼ମ୍ବନାର କଥା ହେଉଛି ବର୍ଷକ ମଧ୍ୟରେ ତିନି ଭାଇଙ୍କର ଜୀବନ ଯାଇଛି । ୨୦୨୦ରେ କରୋନାରେ ବାପା ଆତୁଳ ଚରଣ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିଲା । ମଝିଆ ପ୍ରଶାନ୍ତ ଖୁଣ୍ଟିଆଙ୍କ ୨୦୨୨ ଏପ୍ରିଲ ୨୪ରେ ବିୟୋଗ ଘଟିଥିଲା । ଏହା ପରେ ବଡ଼ପୁଅ ସନ୍ତୋଷ ଖୁଣ୍ଟିଆଙ୍କ ୨୦୨୩ ଜାନୁଆରୀContinue reading “ସୁଶାନ୍ତଙ୍କ ପରିବାର ଉପରେ ଦୁଃଖର ପାହାଡ : ତିନି ବର୍ଷରେ ପରିବାରର ୪ ଜଣଙ୍କ ମୃତ୍ୟୁ”
ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ଦିଲ୍ଲୀପ ପଟ୍ଟନାୟକ : ନିଜକୁ ଅସହାୟ ବୃଦ୍ଧ ଦର୍ଶାଇ ଭତ୍ତା ପାଇଁ ଆବେଦନ
କନକ ବ୍ୟୁରୋ : ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ବିଜୁ ପଟ୍ଟନାୟକଙ୍କ ପୁତୁରା, ଡାକ୍ତର ଜର୍ଜ ପଟ୍ଟନାୟକଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପା ପୁଅ ଭାଇ ଦିଲ୍ଲୀପ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ନିଜକୁ ସାମିଲ କରିବା ପାଇଁ ଦରଖାସ୍ତ ଦେଇଛନ୍ତି । ଏଥିରେ ସେ ନିଜକୁ ଜଣେ ଅସହାୟ ବୃଦ୍ଧ ଦର୍ଶାଇContinue reading “ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ଦିଲ୍ଲୀପ ପଟ୍ଟନାୟକ : ନିଜକୁ ଅସହାୟ ବୃଦ୍ଧ ଦର୍ଶାଇ ଭତ୍ତା ପାଇଁ ଆବେଦନ”
ଧକ୍କା ଦେଇ ଚାଲିଗଲେ ନିସ୍ତାର ନାହିଁ । ହିଟ୍ ଆଣ୍ଡ ରନ୍ ମାମଲାରେ ମିଳିବ କଠୋର ଦଣ୍ଡ
କନକ ବ୍ୟୁରୋ: କାହାକୁ ଗାଡି ଧକ୍କା ଦେଇ ଯଦି ଚାଳକ ଭାବେ ଫେରାର ହୋଇଯିବ ବୋଲି , ଏଣିକି ତାହା ଆଉ ସମ୍ଭବ ନୁହେଁ । କାରଣ ଏ ମାମଲାରେ ଆଇନ ସଂଶୋଧନ ହେବାକୁ ଯାଉଛି । ଯଦି ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇଗଲା ତେବେ ସ୍ଥିତି ଆହୁରି ସଙ୍ଗୀନ । କାରଣ ଭାରତୀୟ ଦଣ୍ଡ ସଂହିତା ମୁତାବକ, ଦୋଷୀକୁ ମିଳିବ ଅତି କମରେ ୧୦ ବର୍ଷ ଜେଲ ଦଣ୍ଡ । କେନ୍ଦ୍ର ସରକାର ଭାରତୀୟContinue reading “ଧକ୍କା ଦେଇ ଚାଲିଗଲେ ନିସ୍ତାର ନାହିଁ । ହିଟ୍ ଆଣ୍ଡ ରନ୍ ମାମଲାରେ ମିଳିବ କଠୋର ଦଣ୍ଡ”
ଦେଶରେ ବଦଳିବ ଅପରାଧିକ ନ୍ୟାୟ ଆଇନ : ରହିବନି ଦେଶଦ୍ରୋହ ଆଇନ; ଭିଡ ହିଂସା ଓ ନାବାଳିକାଙ୍କ ସହ ଅପରାଧ ପାଇଁ ମୃତ୍ୟୁଦଣ୍ଡ, ଗଣଦୁଷ୍କର୍ମ ପାଇଁ ୨୦ ବର୍ଷ ଜେଲ୍
କନକ ବ୍ୟୁରୋ : ମହିଳାଙ୍କ ବିରୋଧରେ ଅପରାଧ ଓ ସାମାଜିକ ସମସ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ବ୍ୟବସ୍ଥା । ପ୍ରଥମ ଥର ପାଇଁ ବିବାହ, ଚାକିରି ଓ ପଦୋନ୍ନତିର ମିଥ୍ୟା ପ୍ରତିଶ୍ରୁତି ଆଧାରରେ ଏବଂ ମିଥ୍ୟା ପରିଚୟ ଆଧାରରେ ଶାରୀରିକ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରାଯିବାର ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ଗତକାଲି ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସୂଚନା ଦେଇଛନ୍ତି । ଭାରତୀୟ ନ୍ୟାୟ ସଂହିତା ବିଧେୟକContinue reading “ଦେଶରେ ବଦଳିବ ଅପରାଧିକ ନ୍ୟାୟ ଆଇନ : ରହିବନି ଦେଶଦ୍ରୋହ ଆଇନ; ଭିଡ ହିଂସା ଓ ନାବାଳିକାଙ୍କ ସହ ଅପରାଧ ପାଇଁ ମୃତ୍ୟୁଦଣ୍ଡ, ଗଣଦୁଷ୍କର୍ମ ପାଇଁ ୨୦ ବର୍ଷ ଜେଲ୍”
ଦୁର୍ବ୍ୟବହାର କଲେ ମିଳିବନି ଚିକିତ୍ସା ! ଡାକ୍ତରଙ୍କ ପ୍ରତି ବଢୁଥିବା ହିଂସାକୁ ଦେଖି ଜାତୀୟ ମେଡିକାଲ କମିଶନଙ୍କ ବଡ ନିଷ୍ପତ୍ତି
କନକ ବ୍ୟୁରୋ : ଦୁର୍ବ୍ୟବହାର କଲେ ଚିକିତ୍ସା ମିଳିବନି । ଜଣେ ରୋଗୀଙ୍କୁ ଡାକ୍ତର ଚିକିତ୍ସା କରିବେ କି ନାହିଁ ସେ ନିଷ୍ପତି ନିଜେ ନେଇପାରିବେ । ଯଦି ସେ ଚିକିତ୍ସା ବେଳେ ରୋଗୀ କିମ୍ବା ତାଙ୍କ ସଂପର୍କୀୟଙ୍କ ଦୁର୍ବ୍ୟବହାର କିମ୍ବା ଆକ୍ରମଣର ଶିକାର ହୁଅନ୍ତି ତେବେ ସଂପୃକ୍ତ ଡାକ୍ତର ଚିକିତ୍ସା କରିବେ କି ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ । ଜାତୀୟ ମେଡିକାଲ କମିଶନ ଏଭଳି ଏକ ନିଷ୍ପତ୍ତି ନେଇଛି । ଯାହାContinue reading “ଦୁର୍ବ୍ୟବହାର କଲେ ମିଳିବନି ଚିକିତ୍ସା ! ଡାକ୍ତରଙ୍କ ପ୍ରତି ବଢୁଥିବା ହିଂସାକୁ ଦେଖି ଜାତୀୟ ମେଡିକାଲ କମିଶନଙ୍କ ବଡ ନିଷ୍ପତ୍ତି”
ଆଜି ବିଶ୍ୱ ହାତୀ ଦିବସ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
କନକ ବ୍ୟୁରୋ : ଆଜି ବିଶ୍ୱ ହାତୀ ଦିବସ । ହାତୀ ବଂଶର ସୁରକ୍ଷା ପାଇଁ ଉତ୍ସର୍ଗ ହେଉଛି ଆଜିର ଦିନ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପର୍ଯ୍ୟଟକଙ୍କ ମନୋରଞ୍ଜନ କରିବେ କୁନି ହାତୀ । ସେପଟେ, ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ସମୁଦାୟ ୬୨ ହାତୀ ଅଛନ୍ତି । ଉତ୍ତର ଘୁମୁସର ବନଖଣ୍ଡରେ ୪୩ଟି ହାତୀ ରହିଥିବା ଜଣାପଡ଼ିଛି । ସେଥିରୁ ଜଗନ୍ନାଥପ୍ରସାଦ ବନାଞ୍ଚଳରେ ୧୯ଟି, ତାରିସିଂContinue reading “ଆଜି ବିଶ୍ୱ ହାତୀ ଦିବସ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ”
କର ବା ମର ସ୍ଥିତିରେ ଭାରତ : ଆଜି ୱେଷ୍ଟଇଣ୍ଡିଜ୍ ସହ ଚତୁର୍ଥ ଟି-୨୦ ମୁକାବିଲା; ମ୍ୟାଚ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ
କନକ ବ୍ୟୁରୋ : କର ବା ମର ସ୍ଥିତିରେ ଭାରତ । ଆଜି ୱେଷ୍ଟଇଣ୍ଡିଜ୍ ସହ ଚତୁର୍ଥ ଟି-୨୦ ମୁକାବିଲା । ମ୍ୟାଚ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଫ୍ଲୋରିଡାର ଲୌଡରହିଲ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ। ଆମେରିକାରେ ମାତ୍ର ଏହି ଗୋଟିଏ ଷ୍ଟାଡିୟମ୍କୁ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ ପାଇଁ ଆଇସିସି ଅନୁମତି ଦେଇଛି । ୨୦୦୭ ମସିହାରେ ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମ୍ରେ ୨୦୧୦ରେContinue reading “କର ବା ମର ସ୍ଥିତିରେ ଭାରତ : ଆଜି ୱେଷ୍ଟଇଣ୍ଡିଜ୍ ସହ ଚତୁର୍ଥ ଟି-୨୦ ମୁକାବିଲା; ମ୍ୟାଚ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ”
ଆସନ୍ତା ଦୁଇ ଦିନ ଘଡଘଡି ସହ ବର୍ଷା : ଆଜି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
କନକ ବ୍ୟୁରୋ : ଆସନ୍ତା ଦୁଇ ଦିନ ଘଡଘଡି ସହ ବର୍ଷା । ଆଜି ୧୧ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, କନ୍ଧମାଳ ଓ ବୌଦ୍ଧ । ଏହି ଜିଲ୍ଲା ଗୁଡିକରେ ବର୍ଷା ସହ ବିଜୁଳି, ଘଡଘଡି ମାରିବା ନେଇ ଆଳକନ କରାଯାଇଛି । ସେହିପରି ଆସନ୍ତାକାଲି ଅର୍ଥାତ୍ ରବିବାର ୧୦Continue reading “ଆସନ୍ତା ଦୁଇ ଦିନ ଘଡଘଡି ସହ ବର୍ଷା : ଆଜି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି”