କନକ ବ୍ୟୁରୋ : ଭାରତର ଚନ୍ଦ୍ରଯାନ-୩ ଅଭିଯାନ ଉପରେ ସାରା ବିଶ୍ୱର ନଜର ରହିଛି । ଏପରି ସମୟରେ ଦୀର୍ଘ ୪୭ ବର୍ଷ ପରେ ଋଷିଆ ଚନ୍ଦ୍ରପୃଷ୍ଠକୁ ପଠାଇଛି ଚନ୍ଦ୍ରଯାନ । ଭାରତୀୟ ସମୟ ଅନୁସାରେ ଭୋର ୪ଟା ୪୦ ମିନିଟରେ ଋଷର ବସ୍ତୋନି କସମୋଡ୍ରୋମରୁ ଲୁନା-୨୫ ଲାଣ୍ଡର ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏହା ପୂର୍ବରୁ ୧୯୭୬ ମସିହା ଅଗଷ୍ଟ ୧୮ରେ ଲୁନା-୨୪କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା ସୋଭିଏତ ଋଷ । ପାଖାପାଖି ୫୦Continue reading “ଋଷର ମିଶନ ମୁନ : ୪୭ବର୍ଷ ପରେ ଋଷିଆ ଲଞ୍ଚ କଲା ଚନ୍ଦ୍ର ମିଶନ ଲୁନା-୨; ଭାରତର ଚନ୍ଦ୍ରଯାନ ଥ୍ରୀ ପୂର୍ବରୁ ଋଷର ଚନ୍ଦ୍ରଯାନ ଜହ୍ନରେ ଦେବ ପାଦ”
Tag Archives: News
ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୬୭ ମୃତ : ନିଆଁରେ ଜଳିଗଲା ହଜାରେରୁ ଅଧିକ ବିଲ୍ଡିଂ
କନକ ବ୍ୟୁରୋ : ଆମେରିକାର ହାୱାଇ ଦ୍ୱୀପ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ । ବର୍ତ୍ତମାନ ସୁଦ୍ଧା ୬୭ ଜଣଙ୍କ ଜୀବନ ଗଲାଣି । ନିଆଁରେ ହଜାରେରୁ ଅଧିକ ବିଲ୍ଡିଂ ଜଳି ଯାଇଛି । ଘର ଆସବାବପତ୍ର ସହ ବହୁ କାର ପୋଡି ପାଉଁଶ ହୋଇଯାଇଛି । ନିଆଁ ବ୍ୟାପୁଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ହେଲିକପ୍ଟର ଯୋଗେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି । The post ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ,Continue reading “ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୬୭ ମୃତ : ନିଆଁରେ ଜଳିଗଲା ହଜାରେରୁ ଅଧିକ ବିଲ୍ଡିଂ”
ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି : ଜାପାନକୁ ହରାଇ ଫାଇନାଲରେ ଭାରତ
କନକ ବ୍ୟୁରୋ : ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକିରେ ଫାଇନାଲକୁ ପ୍ରବେଶ କଲା ଭାରତ । ମାଲେସିଆ ସହ ଖେଳିବ ଫାଇନାଲ ମ୍ୟାଚ । ଗତକାଲି ଦ୍ୱିତୀୟ ସେମିଫାଇନାଲରେ ଜାପାନକୁ ୫-୦ ଗୋଲ୍ରେ ହରାଇ ଦେଇଛି ଟିମ୍ ଇଣ୍ଡିଆ । ପ୍ରଥମରୁ ହିଁ ଭାରତର ପ୍ରଦର୍ଶନ ପ୍ରଭାବଶାଳୀ ଥିଲା । ପ୍ରଥମ କ୍ୱାଟର ଗୋଲ ଶୂନ୍ୟ ହୋଇଥିବା ବେଳେ ଦ୍ୱିତୀୟ କ୍ୱାଟରରେ ୩ଟି ଗୋଲ ଦେଇ ଭାରତ ଆଗୁଆ ରହିଥିଲା । ହାଫ୍ ଟାଇମ୍ ପରେ ଆଉContinue reading “ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି : ଜାପାନକୁ ହରାଇ ଫାଇନାଲରେ ଭାରତ”
ଯୁବତୀଙ୍କୁ ଅପହରଣ କରିବାକୁ ଆସି ଫସିଲେ ୪ ଯୁବକ : କାରରେ ଯୁବତୀଙ୍କ ଅପହରଣ କରି ନେଉଥିବା ବେଳେ ଗୋଡାଇ ଗୋଡାଇ ଧରିଲା ପୁଲିସ
କନକ ବ୍ୟୁରୋ : ଯୁବତୀଙ୍କୁ ଅପହରଣ କରିବାକୁ ଆସି ଫସିଗଲେ ୪ ଯୁବକ । କାରରେ ଯୁବତୀଙ୍କ ଅପହରଣ କରି ନେଉଥିବା ବେଳେ ଗୋଡାଇ ଗୋଡାଇ ଧରିଲା ପୁଲିସ । ନୟାଗଡ଼ ସଦରରୁ ଆସିଛି ଏଭଳି ଖବର । ଅପହୃତ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିବା ସହ ୪ ଯୁବକଙ୍କୁ ଗିରଫ କରିଛି । ସୂଚନା ମୁତବାକ, ଗତକାଲି ଯୁବତୀ ଜଣଙ୍କ ସାଇକେଲରେ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ରାଜପାଟଣା ନିକଟରେ ୪ ଯୁବକ ଏକ କାରରେContinue reading “ଯୁବତୀଙ୍କୁ ଅପହରଣ କରିବାକୁ ଆସି ଫସିଲେ ୪ ଯୁବକ : କାରରେ ଯୁବତୀଙ୍କ ଅପହରଣ କରି ନେଉଥିବା ବେଳେ ଗୋଡାଇ ଗୋଡାଇ ଧରିଲା ପୁଲିସ”
ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାର ଫିଟୁଛି ଗୁମର : କଲ ରେକର୍ଡରୁ ମିଳିଲା ସାଂଘାତିକ ତଥ୍ୟ; ଶେଷ ଭିଡିଓ କଲର ଡିଜେ କିଏ ତାକୁ ନେଇ ବଢୁଛି ସନ୍ଦେହ
କନକ ବ୍ୟୁରୋ : ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାର ଫିଟୁଛି ଗୁମର । ଶୁଭଲକ୍ଷ୍ମୀଙ୍କ କଲ ରେକର୍ଡ ତଥା ସିଡିଆରରୁ ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଳିଥିବା ସୂଚନା ମିଳିଛି । ପ୍ରାଥମିକ ତଦନ୍ତ ରିପୋର୍ଟରୁ ମିଳିଥିବା ସୂଚନା ମୁତାବକ, ମୃତ୍ୟୁ ଦିନ ରାତିରେ ୧୨ ଜଣଙ୍କୁ କରିଥିଲେ ଫୋନ କଲ କରିଥିଲେ ଶୁଭଲକ୍ଷ୍ମୀ । ଏବଂ ୮ ଜଣଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ । ଶେଷ ଭିଡିଓ କଲରେ ଡିଜେ ନାମକ ଜଣେ ବ୍ୟକ୍ତିଙ୍କ ସହContinue reading “ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାର ଫିଟୁଛି ଗୁମର : କଲ ରେକର୍ଡରୁ ମିଳିଲା ସାଂଘାତିକ ତଥ୍ୟ; ଶେଷ ଭିଡିଓ କଲର ଡିଜେ କିଏ ତାକୁ ନେଇ ବଢୁଛି ସନ୍ଦେହ”
ଗାଁକୁ ଫେରିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମରଶରୀର : ତିନି ମାସ ତଳେ କରିଥିଲେ ବିବାହ; ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ସିଆରପିଏଫ୍ ଯବାନ
କନକ ବ୍ୟୁରୋ : କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଶୋକାକୂଳ ପରିବେଶ । ଆଜି ଗାଁକୁ ଫେରିଛି ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆ ମରଶରୀର । ରାତି ୨ଟା ଗାଁରେ ମରଶରରୀର ପହଞ୍ଚିଥିବା ବେଳେ ରିତିନୀତି ଅନୁଯାୟୀ ଶବ ସତ୍କାର କରାଯିବ । ଝାଡଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲାର ହାତିବୁରୁ ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନରେ ତାଙ୍କର ମୃତ୍ୟୁ ହୋଇଛି । ମାଓବାଦୀମାନେ ଅଚାନକ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଗୁଳିମାଡର ଜବାବ ଦେବାକୁ ଯାଇContinue reading “ଗାଁକୁ ଫେରିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମରଶରୀର : ତିନି ମାସ ତଳେ କରିଥିଲେ ବିବାହ; ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ସିଆରପିଏଫ୍ ଯବାନ”
ଫିରିଙ୍ଗିଆ ଥାନା ପୋଡି ଘଟଣା । ତତ୍କାଳୀନ ଆଇଆଇସିକୁ ନିଲମ୍ବନ କଲେ ପୋଲିସ ଡିଜି ।
କନକ ବ୍ୟୁରୋ: ଫିରିଙ୍ଗିଆ ଥାନା ପୋଡି ଘଟଣାରେ ତକ୍ରାଳୀନ ଆଇଆଇସି ତପନ କୁମାର ନାହାକଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି । କର୍ତ୍ତବ୍ୟରେ ଅବହେଳା ଓ ଥାନା ପୋଡି ବେଳେ ଥାନା ଛାଡି ଚାଲିଯାଇଥିବା ଦର୍ଶାଇ ତପନ କୁମାର ନାହାକଙ୍କୁ ନିଲମ୍ବିତ କରାଯାଇଛି । ଗତ ୫ ତାରିଖରେ ଫିରିଙ୍ଗିଆ ଥାନା ପୋଡି ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ ସ୍ଥାନୀୟ ଲୋକେ । ସେମାନଙ୍କ ଅଭିଯୋଗ ଥିଲା, ଗଞ୍ଜେଇ ଚାଲାଣରେ ସଂପୃକ୍ତ ଅଛନ୍ତି ଆଇଆଇସି ଓContinue reading “ଫିରିଙ୍ଗିଆ ଥାନା ପୋଡି ଘଟଣା । ତତ୍କାଳୀନ ଆଇଆଇସିକୁ ନିଲମ୍ବନ କଲେ ପୋଲିସ ଡିଜି ।”
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଖିବେ ‘ଗଦ୍ଦର-୨’ ଫିଲ୍ମ । ନିର୍ଦ୍ଦେଶକ କହିଲେ, ଏହା ଆମ ପାଇଁ ବଡ ସମ୍ମାନର କଥା ।
କନକ ବ୍ୟୁରୋ: ବଲିଉଡ୍ ଫିଲ୍ମ ‘ଗଦ୍ଦର-୨’ ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ହେବ ଗଦ୍ଦର-୨ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ । ଏନେଇ ନିଜେ ଫିଲ୍ମର ନିର୍ଦ୍ଦେଶକ ଅନିଲ ଶର୍ମା ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ, ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଫିଲ୍ମ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ସନ୍ନି ଦେଓଲଙ୍କ ଅଭିନୀତ ଏହି ଫିଲ୍ମ ଏବେ ବକ୍ସ ଅଫିସରେ ଧମାଲ ମଚାଉଚି । ସମସ୍ତେContinue reading “ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଖିବେ ‘ଗଦ୍ଦର-୨’ ଫିଲ୍ମ । ନିର୍ଦ୍ଦେଶକ କହିଲେ, ଏହା ଆମ ପାଇଁ ବଡ ସମ୍ମାନର କଥା ।”
ଏକ ଗୁପ୍ତ ଦସ୍ତାବିଜ ଆଧାରରେ ଆମେରିକା ଗଣମାଧ୍ୟମର ବଡ ଖୁଲାସା, ଇମ୍ରାନଙ୍କ ସରକାର ଭାଙ୍ଗିବା ପଛରେ ରହିଥିଲା ଆମେରିକାର ହାତ
କନକ ବ୍ୟୁରୋ : ପାକିସ୍ତାନରେ ଇମ୍ରାନ ଖାନଙ୍କ ସରକାର ଭାଙ୍ଗିବା ପଛରେ ଆମେରିକାର ହାତ ଥିଲା । ଆମେରିକା ଏକ ଗଣମାଧ୍ୟମ ସଂସ୍ଥା ପାକିସ୍ତାନ ସରକାରଙ୍କ ଏକ ଗୁପ୍ତ ଦସ୍ତାବିଜ ଆଧାରରେ ଏହି କଥା ପ୍ରଘଟ କରିଛି । ନିଜେ ଇମ୍ରାନ ଖାନ ମଧ୍ୟ ଏକଥାକୁ ପୂର୍ବରୁ ଅନେକ ଥର କହିଥିଲେ । ତାଙ୍କୁ ଗାଦିଚ୍ୟୁତ କରିବାରେ ବିଦେଶୀ ଷଡଯନ୍ତ୍ର ହୋଇଥିଲା ବୋଲି ଇମ୍ରାନ ଅନେକ ଥର କହିଛନ୍ତି । ଦି ଇଂଟରସେପ୍ଟ ଆମେରିକୀୟ ପତ୍ରିକାରେ ଦାବିContinue reading “ଏକ ଗୁପ୍ତ ଦସ୍ତାବିଜ ଆଧାରରେ ଆମେରିକା ଗଣମାଧ୍ୟମର ବଡ ଖୁଲାସା, ଇମ୍ରାନଙ୍କ ସରକାର ଭାଙ୍ଗିବା ପଛରେ ରହିଥିଲା ଆମେରିକାର ହାତ”
ମୋଦୀ ଡିଗ୍ରୀ ମାମଲାରେ ବଢିଲା କେଜ୍ରିୱାଲଙ୍କ ପାଇଁ ଅଡୁଆ, ଅନ୍ତରୀଣ ରୋକ ଲଗାଇବାକୁ ମନାକଲା ଗୁଜୁରାଟ ହାଇକୋର୍ଟ
କନକ ବ୍ୟୁରୋ : ମୋଦୀ ଡିଗ୍ରୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆପ ସାଂସଦ ସଂଜୟ ସିଂଙ୍କୁ ଝଟକା । ଗୁଜରାଟ ହାଇକୋର୍ଟ ଅପରାଧିକ ମାନାହାନି ମାମଲାରେ ଅନ୍ତରୀଣ ରୋକ ଲଗାଇବାକୁ ମନା କରିଛନ୍ତି । ଗୁଜରାଟ ବିଶ୍ୱବିଦ୍ୟାଳୟଙ୍କ ଦ୍ୱାରା ଅପରାଧିକ ମାନହାନି ମାମଲା ରୁଜୁ ହୋଇଥିଲା । ତେବେ ପୁନଃନିରିକ୍ଷଣ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଟାନ ଉପରେ ଅନ୍ତରୀଣ ରୋକ ଲଗାଯାଉ ବୋଲି କେଜ୍ରିୱାଙ୍କ ପକ୍ଷରୁ ଆବେଦନ ଦାୟର କରାଯାଇଥିଲା । ତେବେ କୋର୍ଟ ଏହାContinue reading “ମୋଦୀ ଡିଗ୍ରୀ ମାମଲାରେ ବଢିଲା କେଜ୍ରିୱାଲଙ୍କ ପାଇଁ ଅଡୁଆ, ଅନ୍ତରୀଣ ରୋକ ଲଗାଇବାକୁ ମନାକଲା ଗୁଜୁରାଟ ହାଇକୋର୍ଟ”