ଦିଲ୍ଲୀରେ ବିଦ୍ୟାଳୟରେ ମୋବାଇଲ ମନା । ନିର୍ଦ୍ଦେଶନାମା ଜାରି କଲେ ଦିଲ୍ଲୀ ସରକାର

କନକ ବ୍ୟୁରୋ : ଦିଲ୍ଲୀ ବିଦ୍ୟାଳୟ ପାଇଁ ଲାଗିଲା ନୂଆ କଟକଣା । ଯେଉଁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ସ୍ମାଟ ଫୋନ ନେଇ କି ଆସୁଛନ୍ତି ଏବେ ସେମାନଙ୍କୁ ବାରଣ କରାଯିବ । କାରଣ ଦିଲ୍ଲୀ ଶିକ୍ଷା ବିଭାଗ ଉଭୟ ସରକାରୀ ଓ ଘରୋଇ ବିଦ୍ୟାଳୟରେ ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶନାମାରେ କୁହାଯାଇଛି — ଆଜିର ଦିନରେ ମୋବାଇଲ ବ୍ୟବହାରContinue reading “ଦିଲ୍ଲୀରେ ବିଦ୍ୟାଳୟରେ ମୋବାଇଲ ମନା । ନିର୍ଦ୍ଦେଶନାମା ଜାରି କଲେ ଦିଲ୍ଲୀ ସରକାର”

ବଡ଼ ପରଦାରେ‘ଗଦ୍ଦର ଟୁ’ । ଦର୍ଶକଙ୍କ ମନ ଜିତିଲେ ତାରା ସିଂ, ସକୀନା

କନକ ବ୍ୟୁରୋ : ବଡ ପରଦାରେ ଗଦ୍ଦର ଟୁ । ଗଦ୍ଦର ଏକ ପ୍ରେମ କଥା ରିଲିଜକୁ ୨୨ବର୍ଷ ପୂରିଛି । ଏବେ ପୁଣି ଥରେ ଭିନ୍ନ ଏକା କାହାଣୀ ସହ ଗଦ୍ଦର ଟୁ ଦର୍ଶକଙ୍କ ନିକଟରେ ପହଁଚିଛି । ସିନେମା ଜରିଆରେ ଏକାଠି ପୁଣି ଫେରିଛନ୍ତି ବହୁ ଚର୍ଚ୍ଚିତ କଳାକାର ଯୋଡି ତାରା ସିଂ ଓ ସକୀନା । ମୁକ୍ତିଲାଭର ପ୍ରଥମଦିନ ପ୍ରଥମ ଶୋରୁ ହିଁ ଦର୍ଶକ ଗଦ୍ଦର ଟୁ କୁ ବେଶ ପସନ୍ଦ କରିଛନ୍ତିContinue reading “ବଡ଼ ପରଦାରେ‘ଗଦ୍ଦର ଟୁ’ । ଦର୍ଶକଙ୍କ ମନ ଜିତିଲେ ତାରା ସିଂ, ସକୀନା”

ଆମ ଆଦମୀ ପାର୍ଟି ପାଇଁ ଅଶୁଭ ଦିନ । ଜାଲ ଦସ୍ତଖତ ଅଭିଯୋଗରେ ନିଲମ୍ବିତ ହେଲେ ରାଜ୍ୟସଭା ସାଂସଦ ରାଘବ ଚଢ଼ା, ସାଂସଦ ସଂଜୟ ସିଂଙ୍କ ମଧ୍ୟ ନିଲମ୍ବନ ଅବଧି ହେଲା ବୃଦ୍ଧି

କନକ ବ୍ୟୁରୋ : ଆମ ଆଦମୀ ପାର୍ଟି ପାଇଁ ବଢ଼ିଲା ଅଡୁଆ । ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ନିଲମ୍ବିତ କରାଯାଇଛି । ବିଶେଷ ଅଧିକାର ସମିତି ନିଷ୍ପତି ଆସିବା ପର୍ଯ୍ୟନ୍ତ ନିଲମ୍ବିତ ରହିବେ ଚଢ଼ା । ନକଲି ଦସ୍ତଖତ ମାମଲାରେ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି । ରାଜ୍ୟସଭାରେ ଦିଲ୍ଲୀ ସଂଶୋଧନ ସେବା ବିଲ ସର୍ମ୍ପକିତ ଏକ ପ୍ରସ୍ତାବରେ ୫ଜଣ ସାଂସଦଙ୍କ ଦସ୍ତଖତକୁ ରାଘବ ଚଢ଼ା ଜାଲିଆତି କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିContinue reading “ଆମ ଆଦମୀ ପାର୍ଟି ପାଇଁ ଅଶୁଭ ଦିନ । ଜାଲ ଦସ୍ତଖତ ଅଭିଯୋଗରେ ନିଲମ୍ବିତ ହେଲେ ରାଜ୍ୟସଭା ସାଂସଦ ରାଘବ ଚଢ଼ା, ସାଂସଦ ସଂଜୟ ସିଂଙ୍କ ମଧ୍ୟ ନିଲମ୍ବନ ଅବଧି ହେଲା ବୃଦ୍ଧି”

ରୁଷର ମିଶନ ମୁନ: ୪୭ବର୍ଷ ପରେ ରୁଷିଆ ଲଂଚ କଲା ଚନ୍ଦ୍ର ମିଶନ ଲୁନା -୨୫ । ମସ୍କୋଠାରୁ ୫ହଜାର ୫ଶହ କିିଲୋମିଟର ପୂର୍ବରେ ଅବସ୍ଥିତି ଭୋଷ୍ଟୋନରୁ ଲୁନା ୨୫ ଲଂଚ ସୂଚନା

କନକ ବ୍ୟୁରୋ : ଭାରତର ଚନ୍ଦ୍ରଯାନ-୩ ଅଭିଯାନ ଉପରେ ସାରା ବିଶ୍ୱର ନଜର ରହିଛି । ଏପରି ସମୟରେ ଦୀର୍ଘ ୪୭ ବର୍ଷ ପରେ ରୁଷିଆ ଚନ୍ଦ୍ରପୃଷ୍ଠକୁ ପଠାଇଛି ଚନ୍ଦ୍ରଯାନ । ଭାରତୀୟ ସମୟ ଅନୁସାରେ ଭୋର ୪ଟା ୪୦ ମିନିଟରେ ରୁଷର ବସ୍ତୋନି କସମୋଡ୍ରୋମରୁ ଲୁନା-୨୫ ଲାଣ୍ଡର ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏହା ପୂର୍ବରୁ ୧୯୭୬ ମସିହା ଅଗଷ୍ଟ ୧୮ରେ ଲୁନା-୨୪କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା ସୋଭିଏତ ରୁଷ । ପାଖାପାଖି ୫୦Continue reading “ରୁଷର ମିଶନ ମୁନ: ୪୭ବର୍ଷ ପରେ ରୁଷିଆ ଲଂଚ କଲା ଚନ୍ଦ୍ର ମିଶନ ଲୁନା -୨୫ । ମସ୍କୋଠାରୁ ୫ହଜାର ୫ଶହ କିିଲୋମିଟର ପୂର୍ବରେ ଅବସ୍ଥିତି ଭୋଷ୍ଟୋନରୁ ଲୁନା ୨୫ ଲଂଚ ସୂଚନା”

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ସାମ୍ବାଦିକ ସମ୍ମିଳନୀ କରି ମଣିପୁର ପ୍ରସଙ୍ଗରେ ସରକାରଙ୍କୁ କଲେ ଟାର୍ଗେଟ

କନକ ବ୍ୟୁରୋ : ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗୃହରେ ବିବୃତି ରଖିବାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସାମ୍ବାଦିକ ସମ୍ମିଳନୀ କରି ରାହୁଲ ମୋଦୀଙ୍କ ଉପରେ ବର୍ଷିଛନ୍ତି । ରାହୁଲ କହିଛନ୍ତି, ମୋଦୀଙ୍କ ୨ ଘଂଟା ୧୩ ମିନିଟ୍ ଧରି ଭାଷଣ ଭିତରେ ମଣିପୁର ପ୍ରସଙ୍ଗରେ କେବଳ ୨ ମିନିଟ୍ ହିଁ କହିଛନ୍ତି । ହସିକି ମଣିପୁର ହିଂସାକୁ ପରିହାସ କରିଛନ୍ତି । ମଣିପୁରର ସ୍ଥିତିContinue reading “କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ସାମ୍ବାଦିକ ସମ୍ମିଳନୀ କରି ମଣିପୁର ପ୍ରସଙ୍ଗରେ ସରକାରଙ୍କୁ କଲେ ଟାର୍ଗେଟ”

ରାହୁଲ, ଫ୍ଲାଇଂ କିସ୍ ଓ ବିବାଦ : ଚର୍ଚ୍ଚାରେ କଂଗ୍ରେସ ବିଧାୟିକାଙ୍କ ବୟାନ । ସ୍ମୃତି ଇରାନୀଙ୍କୁ କଲେ ଟାର୍ଗେଟ, ମୁଣ୍ଡ ଟେକିଲା ନୂଆ ବିବାଦ

କନକ ବ୍ୟୁରୋ : ଗୋଟେ ପଟେ ସଂସଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଫ୍ଲାଇଂ କିସ୍ ଦେଇଥିବା ଅଭିଯୋଗ ଆସିବା ପରେ ତୁମ୍ବିତୋଫାନ ଚାଲିଛି । ଶାସକ ଓ ବିରୋଧୀ ଘଟଣାକୁ ନେଇ ମୁହାଁମୁହିଁ ମଧ୍ୟ ଜାରି ରହିଛି । ଅନ୍ୟପଟେ ଏବେ କଂଗ୍ରେସ ବିଧାୟିକା ନିତୁ ସିଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଯେଉଁଭଳି ଭାବରେ ଆକ୍ଷେପ କରିଛନ୍ତି ତାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । କଂଗ୍ରେସ ବିଧାୟିକା କହିଛନ୍ତି ରାହୁଲ ଗାନ୍ଧୀ ଯାହାକୁContinue reading “ରାହୁଲ, ଫ୍ଲାଇଂ କିସ୍ ଓ ବିବାଦ : ଚର୍ଚ୍ଚାରେ କଂଗ୍ରେସ ବିଧାୟିକାଙ୍କ ବୟାନ । ସ୍ମୃତି ଇରାନୀଙ୍କୁ କଲେ ଟାର୍ଗେଟ, ମୁଣ୍ଡ ଟେକିଲା ନୂଆ ବିବାଦ”

ବଡ଼ ପରଦାରେ ବଡ଼ ଟକ୍କର । ‘ଗଦ୍ଦର-୨’ ବନାମ ‘ଓ ମାଇ ଗଡ୍-୨’

କନକ ବ୍ୟୁରୋ: ପରଦାକୁ ଆସିଲା ଦୁଇଟି ଭିନ୍ନ ସ୍ୱାଦର ହିନ୍ଦୀ ସିନେମା । ଗୋଟିଏ ପଟେ ରହିଛି ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଗଦ୍ଦର-ଟୁ’ । ଆଉ ଏହାକୁ ଟକ୍କର ଦେବା ପାଇଁ ମୁକ୍ତିଲାଭ କରିଛି ଅକ୍ଷୟ କୁମାରଙ୍କ ‘ଓ ମାଇ ଗଡ-ଟୁ’ । ବଡ ପରଦାରେ ଏହି ଦୁଇଟି ସିନେମାକୁ ନେଇ ଆରମ୍ଭ ହୋଇ ଯାଇଛି ବଡ ଟକ୍କର । ବଡ଼ ପରଦାରେ ବଡ଼ ଟକ୍କର ‘ଗଦ୍ଦର-୨’ ବନାମ ‘ଓContinue reading “ବଡ଼ ପରଦାରେ ବଡ଼ ଟକ୍କର । ‘ଗଦ୍ଦର-୨’ ବନାମ ‘ଓ ମାଇ ଗଡ୍-୨’”

ଅଧୀର ରଂଜନ ଚୌଧୁରୀଙ୍କୁ ନିଲମ୍ବନ ଘଟଣା । ଅସ୍ଥିର ହୋଇପଡିଛି କଂଗ୍ରେସ, ବିରୋଧୀଙ୍କ ମିଳିତ ପ୍ରଦର୍ଶନ

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସ ସାଂସଦ ଏବଂ ବିରୋଧୀ ଦଳ ନେତା ଅଧିର ରଂଜନ ଚୌଧୁରୀ । ଯାହାକୁ ନେଇ ପୁଣି ଆରମ୍ଭ ହୋଇଛି ବିରୋଧ । ଶୁକ୍ରବାର ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ ଥିଲା ଓ ଏହି ସମୟରେ ସମସ୍ତ ବିରୋଧୀଦଳ ଏକାଠି ହୋଇ ଅଧୀର ରଂଜନଙ୍କ ନିଲମ୍ବନ ଘଟଣାକୁ ବିରୋଧ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓContinue reading “ଅଧୀର ରଂଜନ ଚୌଧୁରୀଙ୍କୁ ନିଲମ୍ବନ ଘଟଣା । ଅସ୍ଥିର ହୋଇପଡିଛି କଂଗ୍ରେସ, ବିରୋଧୀଙ୍କ ମିଳିତ ପ୍ରଦର୍ଶନ”

ବାରଗାର୍ଲ ଶୁଭଲକ୍ଷ୍ମୀଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ଉଠୁନି ପରଦା । ୬ ଦିନ ପରେ ବି ପୋଲିସର ହାତ ଖାଲି

କନକ ବ୍ୟୁରୋ: ଆଜି ଥିଲା ଶୁଭଲକ୍ଷ୍ମୀଙ୍କ ଜନ୍ମଦିନ । ଜନ୍ମଦିନକୁ ଏକୁଟିଆ ନଦୀକୂଳରେ ପାଳିବାକୁ ପୁରୁଷବନ୍ଧୁ ସଂଜୟଙ୍କ ସହ କେତେ କଣ ପ୍ଲାନିଂ ଥିଲା । ଠିକ ମାସକ ପୂର୍ବରୁ ଜନ୍ମଦିନ ପାଳନ ପାଇଁ ଶୁଭଲକ୍ଷ୍ମୀ, ସଂଜୟଙ୍କ ସହ ବହୁତ କିଛି ଭାବିଥିଲେ । ହେଲେ ସବୁକିଛି ଓଲଟପାଲଟ ହୋଇଗଲା । ଜନ୍ମଦିନର କିଛିଦିନ ପୂର୍ବରୁ ଶୁଭଲକ୍ଷ୍ମୀ ଚାଲିଗଲେ । କିନ୍ତୁ ଦେଇଥିବା କଥା ରଖିଲେ ସଂଜୟ । ଯେଉଁ ଜାଗାରେ ସେମାନେ ପ୍ରଥମେ ଦେଖା ହୋଇଥିଲେContinue reading “ବାରଗାର୍ଲ ଶୁଭଲକ୍ଷ୍ମୀଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ଉଠୁନି ପରଦା । ୬ ଦିନ ପରେ ବି ପୋଲିସର ହାତ ଖାଲି”

ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ଅନୁଧ୍ୟାନ କଲା ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ପୁଲିସ ଗଞ୍ଜେଇ ବେପାର କରୁଥିବା ନେଇ ଆଣିଲା ସାଂଘାତିକ ଅଭିଯୋଗ ।

କନକ ବ୍ୟୁରୋ: ଅଗଷ୍ଟ ୫, ୨୦୨୩ । ସ୍ଥାନ: ଫିରିଙ୍ଗିଆ ଥାନା, କନ୍ଧମାଳ । ଗଞ୍ଜେଇ କାରବାରକୁ ନେଇ ପୋଲିସ ଷ୍ଟେସନ ପାଲଟିଥିଲା ରଣକ୍ଷେତ୍ର । ଏହି ଘଟଣାକୁ ଏହାରି ଭିତରେ ୬ ଦିନ ବିତିଯାଇଥିଲେ ବି ପୋଲିସ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ, ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ରାଜ୍ୟ ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ଉପରେContinue reading “ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ଅନୁଧ୍ୟାନ କଲା ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ପୁଲିସ ଗଞ୍ଜେଇ ବେପାର କରୁଥିବା ନେଇ ଆଣିଲା ସାଂଘାତିକ ଅଭିଯୋଗ ।”

Design a site like this with WordPress.com
Get started