କନକ ବ୍ୟୁରୋ: ଛୁଆକୁ ବାପାର ପରିଚୟ ଓ ନିଜକୁ ସ୍ତ୍ରୀର ମାନ୍ୟତା ଦାବିରେ ଦୀର୍ଘଦୀନ ଧରି ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣା ଦେଇଥିବା ଦୀପିକାଙ୍କୁ ନ୍ୟାୟ ମିଳିବା ନେଇ ବାଟ ଫିଟିଛି । ଏବେ ସାମ୍ନାକୁ ଆସିଛି ଦିପିକା-ଦିନେଶଙ୍କ ଡିଏନଏ ରିପୋର୍ଟ । ଜନ୍ମିତ ଶିଶୁର ପ୍ରକୃତ ବାପା ଦିନେଶ ବୋଲି ଡିଏନଏ ରିପୋର୍ଟରେ ଜଣାପଡ଼ିଛି । ଆସିଲା ଦୀପିକା-ଦିନେଶଙ୍କ ଡିଏନଏ ରିପୋର୍ଟ ଦୀପିକାଙ୍କ ପିଲାର ବାପା ଦିନେଶ ୨୦୨୨ ମସିହାରେ ଏହି ରିପୋର୍ଟ ରାଜ୍ୟContinue reading “ଆସିଲା ଦୀପିକା-ଦିନେଶଙ୍କ ଡିଏନଏ ରିପୋର୍ଟ । ସ୍ପଷ୍ଟ ହେଲା ଦୀପିକାଙ୍କ ପୁଅର ବାପା ହେଉଛନ୍ତି ଦିନେଶ ।”
Tag Archives: News
ଅନାସ୍ଥା ଆଲୋଚନାରେ ମୋଦୀଙ୍କ ଅଭିଭାଷଣକୁ ନେଇ ରାହୁଲଙ୍କ କଟାକ୍ଷ । କହିଲେ, ୨ ଘଣ୍ଟା ୧୩ ମିିନିଟର ଭାଷଣରେ ମାତ୍ର ୨ମିନିଟ୍ ମଣିପୁର ପ୍ରସଙ୍ଗରେ କହିଲେ ମୋଦୀ
କନକ ବ୍ୟୁରୋ: ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ପ୍ରାୟ ୨ଘଣ୍ଟା ୧୩ମିନିଟ୍ ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଭିଭାଷଣରେ ତାଙ୍କ ସରକାରର ସଫଳତା ଗଣାଇବା ସହ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ବିରୋଧୀ ମେଣ୍ଟ ଇଣ୍ଡିଆକୁ କଡା ସମାଲୋଚନା କରିଥିଲେ । ତେବେ ଯେଉଁ ମଣିପୁର ପ୍ରସଙ୍ଗରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ସେ ନେଇ ବହୁତ କମ୍ ସମୟ କହିଥିଲେ । ଯାହାକୁ ନେଇ କଡା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲContinue reading “ଅନାସ୍ଥା ଆଲୋଚନାରେ ମୋଦୀଙ୍କ ଅଭିଭାଷଣକୁ ନେଇ ରାହୁଲଙ୍କ କଟାକ୍ଷ । କହିଲେ, ୨ ଘଣ୍ଟା ୧୩ ମିିନିଟର ଭାଷଣରେ ମାତ୍ର ୨ମିନିଟ୍ ମଣିପୁର ପ୍ରସଙ୍ଗରେ କହିଲେ ମୋଦୀ”
ରାଜ୍ୟ ସରକାରଙ୍କ ଟାର୍ଗେଟରେ ଯୁବପିଢ଼ି । ନୂଆ ଓଡିଶା ଯୋଜନାରେ ୧ ଲକ୍ଷ ଯୁବକ-ଯୁବତୀଙ୍କ କରାଯିବ ଦକ୍ଷତା ବିକାଶ । ୧୯ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର
କନକ ବ୍ୟୁରୋ: ନିର୍ବାଚନ ଆଗୁଆ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି । କିନ୍ତୁ ରାଜ୍ୟ ସରକାର ନିର୍ବାଚନୀ ମୋଡକୁ ଆସିଗଲେଣି । ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ଘୋଷଣା କରୁଛନ୍ତି । ଏହି କ୍ରମରେ ଆଜି ରାଜ୍ୟ କ୍ୟାବିନେଟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ବିଶେଷକରି ନୂଆ ଓଡିଶା ଯୋଜନାରେ ୧ ଲକ୍ଷ ଯୁବକ-ଯୁବତୀଙ୍କ ଦକ୍ଷତା ବିକାଶ କରିବା ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ୍ । ଆସିଲାContinue reading “ରାଜ୍ୟ ସରକାରଙ୍କ ଟାର୍ଗେଟରେ ଯୁବପିଢ଼ି । ନୂଆ ଓଡିଶା ଯୋଜନାରେ ୧ ଲକ୍ଷ ଯୁବକ-ଯୁବତୀଙ୍କ କରାଯିବ ଦକ୍ଷତା ବିକାଶ । ୧୯ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍ ମୋହର”
ବଦଳିବ ବ୍ରିଟିଶ ଅମଳର ଆଇନ୍ । ଅପରାଧିକ ନ୍ୟାୟ ପ୍ରଣାଳୀରେ ବଡ଼ ପରିବର୍ତ୍ତନ । ହଟିବ ଆଇପିସି, ସିଆରପିସି ଏବଂ ଆଇଇଏ
କନକ ବ୍ୟୁରୋ: ୧୮୬୦ରୁ ଏପର୍ଯ୍ୟନ୍ତ ଦେଶରେ ଚାଲି ଆସିଥିବା ଆଇପିସି, ସିଆରପିସି ଏବଂ ଆଇଇଏ ବା ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ହଟାଇ ଦିଆଯିବ । ଏହା ବଦଳରେ ଲୋକସଭାରେ ଆଗତ ହୋଇଛି ଭାରତୀୟ ନ୍ୟାୟ ସଂହିତା-୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା -୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ବିଧେୟକ -୨୦୨୩ । ମୌସୁମୀ ଅଧିବେଶନର ଶେଷ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ତିନିଟି ନୂଆ ବିଲ ଆଗତ କରିଛନ୍ତି । ଦେଶରେ ବ୍ରିଟିଶ ଅମଳରContinue reading “ବଦଳିବ ବ୍ରିଟିଶ ଅମଳର ଆଇନ୍ । ଅପରାଧିକ ନ୍ୟାୟ ପ୍ରଣାଳୀରେ ବଡ଼ ପରିବର୍ତ୍ତନ । ହଟିବ ଆଇପିସି, ସିଆରପିସି ଏବଂ ଆଇଇଏ”
ଅଡୁଆରେ ପୂର୍ବତନ ସାଂସଦ ଜୟା ପ୍ରଦା । ଏହି ମାମଲାରେ କୋର୍ଟ ଶୁଣାଇଲେ ୬ମାସ ଜେଲଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା
କନକ ବ୍ୟୁରୋ : ଚଳଚିତ୍ର ଅଭିନେତ୍ରୀ ତଥା ରାମପୁର ଲୋକସଭା ନିର୍ବାଚନମଣ୍ଡଳୀର ପୂର୍ବତନ ସାଂସଦ ଜୟା ପ୍ରଦାଙ୍କୁ ଚେନ୍ନାଇର ଏକ କୋର୍ଟ ୬ମାସ ଜେଲଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି । ଚେନ୍ନାଇର ରାୟପେଟା ଠାରେ ଥିବା ଏକ ମୋଭି ଥିଏଟରର ଜଣେ କର୍ମଚାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ଏହି ସିନେମା ହଲକୁ ଚେନ୍ନାଇର ରାମ କୁମାର ଓ ରାଜା ବାବୁContinue reading “ଅଡୁଆରେ ପୂର୍ବତନ ସାଂସଦ ଜୟା ପ୍ରଦା । ଏହି ମାମଲାରେ କୋର୍ଟ ଶୁଣାଇଲେ ୬ମାସ ଜେଲଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା”
ଭଙ୍ଗା ଦଦରା କୁଡିଆରେ ରହୁଛନ୍ତି ଅଭାବୀ ପରିବାର । ବିଂଝାରପୁରରୁ ଆସିଲା ଆବାସ ଯୋଜନାର ବାସ୍ତବ ଚିତ୍ର
କନକ ବ୍ୟୁରୋ: ଭଙ୍ଗା ଝାଟି ମାଟି ଘରଟିଏ ଆଉ ଘର ଚାରି ପଟ ସବୁ ଭାଙ୍ଗି ଯାଇଛି । ତାଳ ବରଡ଼ା ଘେରା ହେଇଛି, ଆଉ ଘର ଉପରେ ଗୋଟିଏ ପାଲ ପଡ଼ିଛି । କାହିଁ କେତେ ଦିନୁ ଏ ଘର ଛଣ ଛପର ବି ହୋଇନି ଆଉ ସେଇ ଘରେ ରହୁଛନ୍ତି ତିନିପ୍ରାଣୀ କୁଟୁମ୍ବ । ବର୍ଷା ହେଲେ ଶୋଇବି ହୁଏନି, କାହିଁକି ନା ଘର ଭିତରେ ପଡ଼େ ପାଣି, ଦୁଇ ଓଳି ଗଣ୍ଡେ ଖାଇବାContinue reading “ଭଙ୍ଗା ଦଦରା କୁଡିଆରେ ରହୁଛନ୍ତି ଅଭାବୀ ପରିବାର । ବିଂଝାରପୁରରୁ ଆସିଲା ଆବାସ ଯୋଜନାର ବାସ୍ତବ ଚିତ୍ର “
ଅବହେଳିତ ଅବସ୍ଥାରେ ପୂଜା ପାଉଛନ୍ତି ମହାବାହୁ । ମନ୍ଦିର ନୁହେଁ, ଭଙ୍ଗା ଦଦରା ଆଜବେଷ୍ଟସ୍ ଘରେ ପାଉଛନ୍ତି ପୂଜା ।
କନକ ବ୍ୟୁରୋ: ଚିଲିକା ଟାପୁରେ ପୂଜା ପାଉଛନ୍ତି କଳାଶ୍ରୀମୁଖ । ମନ୍ଦିର ନୁହେଁ, ଏକ ଭଙ୍ଗା ଦଦରା ଆଜବେଷ୍ଟସ୍ ଘରେ ରହୁଛନ୍ତି ବଡ ଠାକୁର । ବଡ ଦେଉଳ ରତ୍ନସିଂହାସନରେ ୫୬ ପଉଟି ଭୋଗ ଖାଉଥିବା ବଡ ଠାକୁର, କାନ୍ଥରେ ତିଆରି ଏକ ଛୋଟିଆ ଥାକରେ ରହୁଛନ୍ତି । ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ କାଳିଆ ସାଆନ୍ତଙ୍କୁ କାନ୍ଥରେ ରଖି ପୂଜା କରୁଛନ୍ତି ପୂଜକ । ପୁରୀ ଠାରୁ ମାତ୍ର ୬୦ କିଲୋମିଟରContinue reading “ଅବହେଳିତ ଅବସ୍ଥାରେ ପୂଜା ପାଉଛନ୍ତି ମହାବାହୁ । ମନ୍ଦିର ନୁହେଁ, ଭଙ୍ଗା ଦଦରା ଆଜବେଷ୍ଟସ୍ ଘରେ ପାଉଛନ୍ତି ପୂଜା । “
୨୦୨୪ ନିର୍ବାଚନ ପାଇଁ ଦକ୍ଷିଣ ଓଡିଶାରେ ଉଷ୍ମ ହେଲାଣି ରାଜନୈତିକ ପାଣିପାଗ । ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଏଥର ମାଝୀ ବନାମ ମାଝୀ ଲଢେଇ
କନକ ବ୍ୟୁରୋ: ୨୦୨୪ରେ ଆଗୁଆ ନିର୍ବାଚନ ଲାଗି କଳ୍ପନା ଜଳ୍ପନା ଚାଲିଛି, ଏହାରି ମଧ୍ୟରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ନେତା ପ୍ରସ୍ତୁତି ଚଳାଇଛନ୍ତି । ଶାସକ ବିଜେଡି ହେଉ ବା ବିଜେପି କି କଂଗ୍ରେସ, ସମସ୍ତ ଦଳର ନେତା ତୃଣମୁଳ ସ୍ତରରେ ସଂଗଠନକୁ ମଜବୁତ କରି ଟିକେଟ ଲବି ଆରମ୍ଭ କରିଛନ୍ତି । କିଏ ପାଇବ ବିଜେଡି ଟିକେଟ? ରମେଶ ମାଝୀ ନା ପ୍ରଦୀପ ମାଝୀ ନବରଙ୍ଗପୁର ଲୋକସଭା ଆସନରେ ବିଗତ ନିର୍ବାଚନରେ ରମେଶ ମାଝୀ, ପ୍ରଦୀପContinue reading “୨୦୨୪ ନିର୍ବାଚନ ପାଇଁ ଦକ୍ଷିଣ ଓଡିଶାରେ ଉଷ୍ମ ହେଲାଣି ରାଜନୈତିକ ପାଣିପାଗ । ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଏଥର ମାଝୀ ବନାମ ମାଝୀ ଲଢେଇ “
ବନ୍ୟା ଛାଡିବା ପରେ ଯାଜପୁରରେ ବଢ଼ିଯାଇଛି ଦୁର୍ଦଶା । ଦଶରଥପୁର, କୋରେଇ ଓ ଯାଜପୁର ସଦର ବ୍ଲକର ବ୍ୟାପକ ଫସଲ ନଷ୍ଟ ।
କନକ ବ୍ୟୁରୋ: ବନ୍ୟା ଛାଡିବା ପରେ ବଢ଼ିଯାଇଛି ଦୁର୍ଦ୍ଦଶା । ଯାଜପୁର ଜିଲ୍ଲାରେ ବୈତରଣୀ ଏବଂ ଶାଖା ନଦୀରେ ଆସିଥିବା ବନ୍ୟା ଯୋଗୁଁ ଦଶରଥପୁର, କୋରେଇ ଓ ଯାଜପୁର ବ୍ଲକର ବ୍ୟାପକ ଅଞ୍ଚଳ ପ୍ରଭାବିତ ହୋଇଛି । ଚାଷ ଜମି ଗୁଡିକ ନଷ୍ଟ ହୋଇଛି । ବନ୍ୟା ପଣି ମାଡିବାରୁ ପନିପରିବା ଚାଷିଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ପୋଟଳ, ଭେଣ୍ଡି, କାଲରା, ବାଇଗଣ ଆଦି ପରିବା ଗଛ ସଢି ଯାଇଛି । ଧାନ ରୁଆପୋତା ସମୟରେContinue reading “ବନ୍ୟା ଛାଡିବା ପରେ ଯାଜପୁରରେ ବଢ଼ିଯାଇଛି ଦୁର୍ଦଶା । ଦଶରଥପୁର, କୋରେଇ ଓ ଯାଜପୁର ସଦର ବ୍ଲକର ବ୍ୟାପକ ଫସଲ ନଷ୍ଟ ।”
ଦାଦନ ଶ୍ରମିକରୁ ଡାକ୍ତରୀ ଛାତ୍ର । ୟୁଟ୍ୟୁବ୍ ସାଜିଲା ଗୁରୁ, ପରୀକ୍ଷାରେ ସଫଳତା ପାଇଲେ କୃଷ୍ଣଚନ୍ଦ୍ର
କନକ ବ୍ୟୁରୋ: ମେଡିକାଲ ପଢିବା ପାଇଁ ଧନୀ ଘରର ପିଲାମାନେ ବର୍ଷ ବର୍ଷ ଧରି ପ୍ରସ୍ତୁତି କରନ୍ତି । ବଡ ବଡ ସହରରେ ରହି କୋଚିଂ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରନ୍ତି । ୨-୩ ଥର ଲେଖାଏଁ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇ ବି ସଫଳ ହୋଇପାରନ୍ତି ନାହିଁ । କିନ୍ତୁ ରାୟଗଡା ଜିଲ୍ଲାର ଆଦିବାସୀ ଯୁବକ କୃଷ୍ଣଚନ୍ଦ୍ର ଅଟକା ୨୦୧୦ ମସିହାରୁ ପାଠ ଠାରୁ ଦୂରେଇ ରହିବା ପରେ ବି ୨୦୨୩ ନିଟ୍Continue reading “ଦାଦନ ଶ୍ରମିକରୁ ଡାକ୍ତରୀ ଛାତ୍ର । ୟୁଟ୍ୟୁବ୍ ସାଜିଲା ଗୁରୁ, ପରୀକ୍ଷାରେ ସଫଳତା ପାଇଲେ କୃଷ୍ଣଚନ୍ଦ୍ର”