୧୨ ଜୁଲାଇରେ ହେବାକୁ ଥିଲା ଭାରତୀୟ କୁସ୍ତିସଂଘ ନିର୍ବାଚନ, ଭୋଟିଂର ଗୋଟିଏ ଦିନ ପୂର୍ବରୁ ରୋକ୍ ଲଗାଇଲେ ହାଇକୋର୍ଟ

କନକ ବ୍ୟୁରୋ : ପଞ୍ଜାବ – ହରିୟାଣା ହାଇକୋର୍ଟ ଭାରତୀୟ କୁସ୍ତି ସଂଘର ନିର୍ବାଚନ ଉପରେ ରୋକ୍ ଲଗାଇଛନ୍ତି । କୋର୍ଟ କହିଛନ୍ତି କି ଆଗାମୀ ଆଦେଶ ଆସିବା ପର୍ଯ୍ୟନ୍ତ ନିର୍ବାଚନ ହୋଇପାରିବ ନାହିଁ । କୁସ୍ତିସଂଘ ପାଇଁ ଆସନ୍ତା କାଲି ଅର୍ଥାତ ଅଗଷ୍ଟ ୧୨ ତାରିଖରେ ନିର୍ବାଚନ ହେବାକୁ ଥିଲା । ଏନେଇ ଅଧ୍ୟକ୍ଷ ପଦ ପାଇଁ ୪ ଜଣ ଆଶାୟୀ, ବରିଷ୍ଠ ଉପାଧ୍ୟକ୍ଷ ପଦ ପାଇଁ ୩ଜଣ, ଉପାଧ୍ୟକ୍ଷ ପାଇଁ ୬ଜଣ, ମହାସଚିବ ପାଇଁContinue reading “୧୨ ଜୁଲାଇରେ ହେବାକୁ ଥିଲା ଭାରତୀୟ କୁସ୍ତିସଂଘ ନିର୍ବାଚନ, ଭୋଟିଂର ଗୋଟିଏ ଦିନ ପୂର୍ବରୁ ରୋକ୍ ଲଗାଇଲେ ହାଇକୋର୍ଟ”

ଲୋକସଭାରେ ଗୃହମନ୍ତ୍ରୀ ଆଣିଲେ ଆଇନ ପରିବର୍ତ୍ତନ ନେଇ ୩ଟି ବିଲ୍ । ଜାଣନ୍ତୁ ଆଇପିସି ଓ ସିଆରପିସି ଧାରାରେ କଣ ହେବ ପରିବର୍ତ୍ତନ ?

କନକ ବ୍ୟୁରୋ : ଲୋକସଭାରେ ସଂସଦୀୟ ସ୍ଥାୟୀ କମିଟିକୁ ୩ଟି ବିଧେୟକ ପଠାଯାଇଛି । ଯାହାର ଉଦ୍ଦେଶ୍ୟ ରହିଛି ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ପୁନରୁଦ୍ଧାର କରିବା । ଏହି ଉଦ୍ଦେଶ୍ୟରେ ଗୃହମନ୍ତ୍ରୀ ଅମିତ୍ ଶାହା ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଉପସ୍ଥାପନ କରିଥିଲେ । ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ବିଲ ୨୦୨୩ । ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତି, ଆଇନ ବିଶ୍ୱବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ବିଭିନ୍ନContinue reading “ଲୋକସଭାରେ ଗୃହମନ୍ତ୍ରୀ ଆଣିଲେ ଆଇନ ପରିବର୍ତ୍ତନ ନେଇ ୩ଟି ବିଲ୍ । ଜାଣନ୍ତୁ ଆଇପିସି ଓ ସିଆରପିସି ଧାରାରେ କଣ ହେବ ପରିବର୍ତ୍ତନ ?”

ମାଓ ଆକ୍ରମଣରେ ଓଡିଆ ଯବାନ ସହିଦ । ଝାଡଖଣ୍ଡ ମାଓ ଆକ୍ରମଣରେ ଆଖି ବୁଜିଲେ ଓଡିଆ ଯବାନ ସୁଶାନ୍ତ ଖୁଣ୍ଟିଆ ।

କନକ ବ୍ୟୁରୋ: ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟରେ ଓଡିଆ ଯବାନ ସହିଦ । ମାଓ ଏନକାଉଣ୍ଟର ବେଳେ ସହିଦ ହେଲେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଂଟିଆ । ଆନନ୍ଦପୁର ପୌରାଞ୍ଚଳ ୪ନମ୍ବର ୱାର୍ଡର ବାସିନ୍ଦା ସୁଶାନ୍ତ । ସୂଚନା ଅନୁସାରେ କୁମ୍ବିଂ ଅପରେସନବେଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳିବିନିମୟ ହୋଇଥିଲା । ଏହି ସମୟରେ ଦୁଇ ଜଣ ଯବାନ ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିଲେ । ତୁରନ୍ତ ଆହତ ଦୁଇ ଯବାନଙ୍କୁ ରାଞ୍ଚି ଏୟାରଲିଫ୍ଟ କରାଯାଇଥିଲା ।Continue reading “ମାଓ ଆକ୍ରମଣରେ ଓଡିଆ ଯବାନ ସହିଦ । ଝାଡଖଣ୍ଡ ମାଓ ଆକ୍ରମଣରେ ଆଖି ବୁଜିଲେ ଓଡିଆ ଯବାନ ସୁଶାନ୍ତ ଖୁଣ୍ଟିଆ ।”

ଦଳରେ କିଏ ପାଇବ ସ୍ଥାନ, ତାହାର କିଛି ଗ୍ୟାରେଣ୍ଟି ନାହିଁ । କାହିଁକି ଅଧିନାୟକ ରୋହିତ ଶର୍ମା କହିଲେ ଏମିତି କଥା?

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ସିରିଜ ଖେଳୁଥିବା ଟିମ୍ ଇଣ୍ଡିଆରେ ଏବେ ଜୋରଦାର ଏକ୍ସପେରିମେଣ୍ଟ ଚାଲିଛି । ପ୍ରତି ଫର୍ମାଟରେ ନୂଆ ନୂଆ ଖେଳାଳୀଙ୍କୁ ସୁଯୋଗ ଦେଉଛି ଟିମ୍ ମ୍ୟାନେଜମେଣ୍ଟ । ଏପରିକି ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ କିଛି ଏଭଳି ଦେଖିବାକୁ ମିଳିଥିଲା । ପ୍ରଥମ ଦିନିକିଆକୁ ଛାଡିଦେଲେ ବାକି ୨ଟି ମ୍ୟାଚରେ ବିରାଟ ଓ ରୋହିତଙ୍କୁ ବିଶ୍ରାମ ଦିଆଯାଇ ଯୁବ ଖେଳାଳୀଙ୍କୁ ସୁଯୋଗ ଦିଆଯାଇଥିଲା । ଯେଉଁମାନଙ୍କ ମଧ୍ୟରେ କିଛିContinue reading “ଦଳରେ କିଏ ପାଇବ ସ୍ଥାନ, ତାହାର କିଛି ଗ୍ୟାରେଣ୍ଟି ନାହିଁ । କାହିଁକି ଅଧିନାୟକ ରୋହିତ ଶର୍ମା କହିଲେ ଏମିତି କଥା?”

ସେନା ଚାହିଁଥିଲେ ୨ ଦିନରେ ମଣିପୁର ହିଂସା ରୋକିପାରିଥାନ୍ତା । ହେଲେ ପ୍ରଧାନମନ୍ତ୍ରୀ ମଣିପୁରକୁ ଜଳିବାକୁ ଛାଡିଦେଲେ । ଅବିଶ୍ୱାସ ପ୍ରସ୍ତାବ କାଟ୍ ଖାଇବା ପରେ ପୁଣି ବର୍ଷିଲେ ରାହୁଲ ଗାନ୍ଧୀ ।

କନକ ବ୍ୟୁରୋ: ମଣିପୁର ମୁଦ୍ଦା ଉପରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଲୋକସଭାରେ କାଟ୍ ଖାଇବା ପରେ ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ଲୋକସଭାରେ ୨ ଘଣ୍ଟା ୧୩ ମିନିଟ୍ ଭାଷଣ ଦେଲେ, ହେଲେ ଏହା ଭିତରୁ ସେ କେବଳ ୨ ମିନିଟ୍ ମଣିପୁର ପ୍ରସଙ୍ଗରେ ହସି ହସି କହିଥିଲେ । ତେବେ ଦେଶର ପ୍ରଧାନମନ୍ତ୍ରୀ ମଣିପୁରର ମଜାକ୍ ଉଡାଇବା ଠିକ୍Continue reading “ସେନା ଚାହିଁଥିଲେ ୨ ଦିନରେ ମଣିପୁର ହିଂସା ରୋକିପାରିଥାନ୍ତା । ହେଲେ ପ୍ରଧାନମନ୍ତ୍ରୀ ମଣିପୁରକୁ ଜଳିବାକୁ ଛାଡିଦେଲେ । ଅବିଶ୍ୱାସ ପ୍ରସ୍ତାବ କାଟ୍ ଖାଇବା ପରେ ପୁଣି ବର୍ଷିଲେ ରାହୁଲ ଗାନ୍ଧୀ ।”

ସତ୍ୟବାଦୀ ଓଡିଆ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ପାଠପଢା । ଉଭୟ ପିଜି ଏବଂ ପିଏଚଜି ବିଭାଗରେ ହେବ ନାମଲେଖା ।

କନକ ବ୍ୟୁରୋ: ଖୁବଶୀଘ୍ର ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ପାଠପଢ଼ା । ସିଲାବସ୍ କମିଟି ବୈଠକରେ ଏନେଇ ନିଆଯିବ ନିଷ୍ପତି । ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାୟୋଗିକ ଭାଷା ଓ ଆଞ୍ଚଳିକ, ଆଦିବାସୀ ଭାଷା ଓ ଐତିହ ଭଳି ତିନୋଟି ବିଭାଗରେ ୨୪ଟି ଲେଖାଏଁ ସିଟ୍ ରହିବ । ଉଭୟ ପିଜି ଓ ପିଏଚଡି ପାଇଁ ନାମଲେଖା ହେବ । ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ କମିଟି ଅଧ୍ୟକ୍ଷ ରବିନାରାୟଣContinue reading “ସତ୍ୟବାଦୀ ଓଡିଆ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ପାଠପଢା । ଉଭୟ ପିଜି ଏବଂ ପିଏଚଜି ବିଭାଗରେ ହେବ ନାମଲେଖା ।”

ରାଜ୍ୟ କ୍ୟାବିନେଟ୍ ବୈଠକରେ ନୂଆ ଓଡିଶା ଯୋଜନା , ୧ ଲକ୍ଷ ଯୁବକ-ଯୁବତୀଙ୍କ କରାଯିବ ଦକ୍ଷତା ବିକାଶ , ୧୯ଟି ପ୍ରସ୍ତାବରେ ବାଜିଲା ମୋହର

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ୧୯ଟି ପ୍ରସ୍ତାବ ଉପରେ ବୈଠକରେ ବାଜିଛି ମୋହର । ନୂତନ ଉନ୍ନତ ଅଭିଳାଷ ବା ନୁଆଁ ଓଡ଼ିଶା ଯୋଜନାକୁ ବୈଠକରେ ମଂଜୁରୀ ମିଳିଛି । ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବକ ଯୁବତୀଙ୍କୁ କରାଯିବ ଦକ୍ଷ । ଏଥିପାଇଁ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା । ଉନ୍ନତ ମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ , ନିଯୁକ୍ତି ଦକ୍ଷତା କ୍ଷେତ୍ରରେContinue reading “ରାଜ୍ୟ କ୍ୟାବିନେଟ୍ ବୈଠକରେ ନୂଆ ଓଡିଶା ଯୋଜନା , ୧ ଲକ୍ଷ ଯୁବକ-ଯୁବତୀଙ୍କ କରାଯିବ ଦକ୍ଷତା ବିକାଶ , ୧୯ଟି ପ୍ରସ୍ତାବରେ ବାଜିଲା ମୋହର”

ନକଲି ସାର୍ଟିଫିକେଟ୍ ଦେଇ ଚାକିରୀ କରିବା ମାମଲାରେ ଶୀକ୍ଷୟିତ୍ରୀ ଗିରଫ । ବଲାଙ୍ଗୀର ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ବାନ୍ଧିଲା ପୋଲିସ

କନକ ବ୍ୟୁରୋ: ନକଲି ସାର୍ଟିଫିକେଟ୍ ଦେଇ ଚାକିରି କରିବା ନେଇ ବନ୍ଧାହେଲେ ବଲାଙ୍ଗୀର ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟତ୍ରୀ ମୃଣ୍ମୟୀ ପଣ୍ଡା । ଗୋଟିଏ ବର୍ଷରେ ଯୁକ୍ତଦୁଇ ସହ ହିନ୍ଦୀ ଟିଚର୍ସ ଟ୍ରେନିଂ କରିଥିବା ପ୍ରମାଣ ପତ୍ର ଦେଇଥିଲେ ଶିକ୍ଷୟତ୍ରୀ ମୃଣ୍ମୟୀ ପଣ୍ଡା । ଏଭଳି ନକଲି ସର୍ଟିଫିକେଟ୍ ଦେଇ ରଣ୍ଡା ହାଇସ୍କୁଲରେ ଅନେକ ବର୍ଷ ଧରି ଚାକିରି କରିଥିଲେ ମୃଣ୍ମୟୀ । ଏହାକୁ ନେଇ ହିନ୍ଦୀ ଶିକ୍ଷୟତ୍ରୀ ମୃଣ୍ମୟୀଙ୍କ ସମେତ ୪ଜଣଙ୍କ ନାଁରେ ଥାନାରେ ଏତଲାContinue reading “ନକଲି ସାର୍ଟିଫିକେଟ୍ ଦେଇ ଚାକିରୀ କରିବା ମାମଲାରେ ଶୀକ୍ଷୟିତ୍ରୀ ଗିରଫ । ବଲାଙ୍ଗୀର ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ବାନ୍ଧିଲା ପୋଲିସ”

ଦେଶରୁ ହଟିଯିବ ଦେଶଦ୍ରୋହ ମାମଲା! ମୃତ୍ୟୁଦଣ୍ଡାଦେଶ ବଦଳିଯିବ ଆଜୀବନ କାରାଦଣ୍ଡ ।

କନକ ବ୍ୟୁରୋ: ବଦଳିଯିବ ବ୍ରିଟିଶ ଆଇନ । ଦେଶରୁ ହଟିବ ଆଇପିସି, ସିଆରପିସି ଏବଂ ଆଇଇଏ । ଏହାକୁ ନେଇ ଲୋକସଭାରେ ତିନୋଟି ବିଲ୍ ଆଗତ କରିଛନ୍ତି କେନ୍ଦ୍ର ସରକାର । ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରୀକ ସୁରକ୍ଷା ସଂହିତା -୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ବିଧେୟକ -୨୦୨୩ ବିଲକୁ ଆଜି ଲୋକସଭାରେ ଆଗତ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ତିନୋଟି ନୂଆ ବିଲ ଆଗତ କରିଛନ୍ତି । ଏହିContinue reading “ଦେଶରୁ ହଟିଯିବ ଦେଶଦ୍ରୋହ ମାମଲା! ମୃତ୍ୟୁଦଣ୍ଡାଦେଶ ବଦଳିଯିବ ଆଜୀବନ କାରାଦଣ୍ଡ ।”

ସମ୍ପତ୍ତି ବିକି ଫେରାର ହୋଇଗଲେ ଦୁଇ ପୁଅ, ଝିଅ ବି ଘରେ ପୁରାଇଲାନି…  କନ୍ଦେଇଦେବ ରାସ୍ତାରେ ବୁଲୁଥିବା ଏ ମା’ର କାହାଣୀ 

କନକ ବ୍ୟୁରୋ: ୮୦  ବର୍ଷର ବୃଦ୍ଧା ବର୍ଷାରେ ଭିଜୁଥିଲେ ଏବଂ କଇଁକଇଁ ହୋଇ କାନ୍ଦୁଥିଲେ । ଏହା କିଛି ସହୃଦୟ ଲୋକଙ୍କ ଆଖିରେ ପଡିଥିଲା ଏବଂ ସେମାନେ ପୁଲିସକୁ ଖବର ଦେଇଥିଲେ । ତୁରନ୍ତ ଜଣେ ଥାନାଧିକାରୀ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ବୃଦ୍ଧାଙ୍କୁ ପ୍ରଥମେ ଖାଇବାକୁ ଦେଇ ହସ୍ପିଟାଲ ନେଇଥିଲେ  । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଇ ପଚରାଉଚୁରା କରିଥିଲେ । ଆଉ ଯାହା ଶୁଣିଥିଲେ ସେଥିରେ ପାଖରେ ଥିବା ଅନ୍ୟ ପୁଲିସContinue reading “ସମ୍ପତ୍ତି ବିକି ଫେରାର ହୋଇଗଲେ ଦୁଇ ପୁଅ, ଝିଅ ବି ଘରେ ପୁରାଇଲାନି…  କନ୍ଦେଇଦେବ ରାସ୍ତାରେ ବୁଲୁଥିବା ଏ ମା’ର କାହାଣୀ “

Design a site like this with WordPress.com
Get started