କନକ ବ୍ୟୁରୋ : ଜାଲ ଦସ୍ତଖତ ମାମଲାରେ ଆପ୍ ସାଂସଦ ରାଘବ ଚଢାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି । ଏହା ପୂର୍ବରୁ ଆପର ଅନ୍ୟତମ ସାଂସଦ ସଂଜୟ ସିଂଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ଏହି ଦୁଇ ସାଂସଦ ବିଶେଷଅଧିକାର ସମିତିର ନିଷ୍ପତ୍ତି ନଆସିବା ଯାଏ ରାଜ୍ୟସଭାକୁ ପ୍ରବେଶ କରିପାରିବେ ନାହିଁ । ସୂଚନା ଥାଉକି ୫ଜଣ ସାଂସଦ ଦାବି କରିଥିଲେ କି ଦିଲ୍ଲୀ ସେବା ବିଲ୍ ନେଇ ସେମାନଙ୍କ ବିନା ଅନୁମତିରେ ସିଲେକ୍ଟ କମିଟିକୁ ଯେଉଁContinue reading “ଜାଲ ଦସ୍ତଖତ ମାମଲାରେ ଆପ୍ ସାଂସଦ ରାଘବ ଚଢାଙ୍କ ପାଇଁ ବଢିଲା ଅଡୁଆ, ରାଜ୍ୟସଭାରୁ ନିଲମ୍ବିତ”
Tag Archives: News
ବିରୋଧୀ ମେଣ୍ଟର ଇଣ୍ଡିଆ ନାମ ବିରୋଧରେ ସୁପ୍ରିମକୋର୍ଟରେ ହୋଇଥିଲା ଅଭିଯୋଗ । ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ
କନକ ବ୍ୟୁରୋ : ବିରୋଧୀମେଣ୍ଟର ନାମ ଇଣ୍ଡିଆକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ । କୋର୍ଟ କହିଛନ୍ତି କି, ଏଭଳି ମାମଲା କୋର୍ଟକୁ ନଆଣି ନିର୍ବାଚନ କମିଶନରଙ୍କ ପାଖରେ ରଖାଯିବା ଦରକାର । ସୁପ୍ରିମକୋର୍ଟ ଏହି ମାମଲାରେ ସିଧାସଳଖ ଶୁଣାଣି କରିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଆବେଦନକାରୀଙ୍କ ତରଫରୁ ଇଣ୍ଡଆ ନାମକୁ ନେଇ ରାଜନୈତିକ ନୈତିକତା ଉପରେ ପ୍ରଶ୍ନ ଉଠୁଥିବା ଅଭିଯୋଗ ହୋଇଥିଲା । କୋର୍ଟ କହିଥିଲେ କିContinue reading “ବିରୋଧୀ ମେଣ୍ଟର ଇଣ୍ଡିଆ ନାମ ବିରୋଧରେ ସୁପ୍ରିମକୋର୍ଟରେ ହୋଇଥିଲା ଅଭିଯୋଗ । ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ”
ରାଜ୍ୟ କ୍ୟାବିନେଟ୍ ବୈଠକ : ୧୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର; ପ୍ରସ୍ତୁତ ହେଲା ମାଣ୍ଡିଆର ପ୍ରଚାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସରିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ୧୯ଟି ପ୍ରସ୍ତାବ ଉପରେ ବୈଠକରେ ବାଜିଛି ମୋହର । ନୂତନ ଉନ୍ନତ ଅଭିଳାଷ ବା ନୁଆଁ ଓଡ଼ିଶା ଯୋଜନାକୁ ବୈଠକରେ ମଞ୍ଜୁରୀ ମିଳିଛି । ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବକ ଯୁବତୀଙ୍କୁ କରାଯିବ ଦକ୍ଷ । ଏଥିପାଇଁ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା । ଉନ୍ନତ ମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ , ନିଯୁକ୍ତି ଦକ୍ଷତାContinue reading “ରାଜ୍ୟ କ୍ୟାବିନେଟ୍ ବୈଠକ : ୧୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର; ପ୍ରସ୍ତୁତ ହେଲା ମାଣ୍ଡିଆର ପ୍ରଚାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା”
ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଳିଲା ଆଶ୍ୱସ୍ତି : ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ କୋର୍ଟ
କନକ ବ୍ୟୁରୋ : ପୂର୍ବତନ ଗୁଣୁପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଳିଲା ଆଶ୍ୱସ୍ତି । ରାମମୂର୍ତ୍ତିଙ୍କୁ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ ଭୁବନେଶ୍ୱର ଏଡିଜେ କୋର୍ଟ । ଏହି ଦଣ୍ଡାଦେଶକୁ ଚ୍ୟାଲେଂଜ୍ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାମମୂର୍ତ୍ତି । ୧୯୯୫ ମସିହା ଅଗଷ୍ଟ ୨୯ ତାରିଖରେ ନିଜ ପତ୍ନୀଙ୍କୁ ପୋଡି ମାରିଥିବାର ଅଭିଯୋଗ ହୋଇଥିଲା । ମାମଲାରେ ପୂର୍ବତନ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନContinue reading “ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଳିଲା ଆଶ୍ୱସ୍ତି : ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ କୋର୍ଟ”
୪୩୭୩ ପଞ୍ଚାୟତରେ ମିଳିବ ବ୍ୟାଙ୍କିଙ୍ଗ ସୁବିଧା : ରାଜ୍ୟ କ୍ୟାବିନେଟରେ ମିଳିଲା ମଞ୍ଜୁରୀ
କନକ ବ୍ୟୁରୋ : ଆଜି ରାଜ୍ୟ କ୍ୟାବିନେଟ ଓଡିଶାର ୪୩୭୩ ଟି ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତରେ ୫୦୦ କୋଟି ଟଙ୍କା ବଜେଟ ସହାୟତାରେ ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ଯଥା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ସମନ୍ଵୟ ରକ୍ଷା କରି “ସି.ଏସ.ପି ପ୍ଲସ୍” ବ୍ୟାଙ୍କିଙ୍ଗ୍ ଆଉଟଲେଟ ଖୋଲିବାର ଯୋଜନାକୁ ଅନୁମୋଦନ କରିଛନ୍ତି । ଆର୍ଥିକContinue reading “୪୩୭୩ ପଞ୍ଚାୟତରେ ମିଳିବ ବ୍ୟାଙ୍କିଙ୍ଗ ସୁବିଧା : ରାଜ୍ୟ କ୍ୟାବିନେଟରେ ମିଳିଲା ମଞ୍ଜୁରୀ”
ଜୁଲାଇ ୧୮ ତାରିଖରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଆଜିଠାରୁ ଅର୍ନିର୍ଦ୍ଧିଷ୍ଠ କାଳ ପାଇଁ ସ୍ଥଗିତ, ଶେଷ ଦିନରେ ଆଇପିସି ଓ ସିଆରପିସି ବିଲ୍ ଉପସ୍ଥାପନ
କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ତାରିଖରେ ଆରମ୍ଭ ହୋଇଥିଲା ଓ ଆଜି ଅର୍ଥାତ ଅଗଷ୍ଟ ୧୧ ତାରିଖରେ ଅନିର୍ଦ୍ଧିଷ୍ଠ କାଳ ପାଇଁ ସ୍ଥଗିତ ରଖାଯାଇଛି । ୨୨ ଦିନର ଏହି ଅବଧୀ ମଧ୍ୟରେ ମୋଟ ୧୬ଟି ବୈଠକ ଅନୁଷ୍ଠିତ ହୋଇଛି । ହେଲେ ୧୮ ଜୁଲାଇରୁ ଅଗଷ୍ଟ ୧୨ ତାରିଖ ମଧ୍ୟରେ ୧୮ଟି ବୈଠକ ଅନୁଷ୍ଠିତ ହେବାର ଥିଲା । ମୌସୁମୀ ଅଧିବେଶନରେ ଲୋକସଭାରେ ମୋଟ ୭ ବିଧେୟକ ଓ ରାଜ୍ୟସଭାରେContinue reading “ଜୁଲାଇ ୧୮ ତାରିଖରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ଆଜିଠାରୁ ଅର୍ନିର୍ଦ୍ଧିଷ୍ଠ କାଳ ପାଇଁ ସ୍ଥଗିତ, ଶେଷ ଦିନରେ ଆଇପିସି ଓ ସିଆରପିସି ବିଲ୍ ଉପସ୍ଥାପନ”
ପାକିସ୍ତାନରେ କେମିତି ସାଧାରଣ ନିର୍ବାଚନ ହୁଏ ?
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନ୍ୟାସନାଲ ଆସେମ୍ବ୍ଲିକୁ ଭଙ୍ଗ କରିଦେଇଛନ୍ତି। ପାକିସ୍ତାନର ସମ୍ବିଧାନ ଅନୁଯାୟୀ ନିର୍ବାଚନ ଆୟୋଗ ଆଗାମୀ ୯୦ ଦିନ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ କରିବାକୁ ବାଧ୍ୟ। ଶାହାବାଜ ସରକାରଙ୍କ ପତନ ପରେ ବର୍ତ୍ତମାନ କାର୍ଯ୍ୟନିର୍ବାହୀ ସରକାର ଦେଶର ଦାୟିତ୍। ଗ୍ରହଣ କରିବେ। ଆସନ୍ତୁ ଜାଣିବା କେୟାର ଟେକର ସରକାରଙ୍କ ଭୂମିକା କ’ଣ ? ଏବଂ ଦେଶରେ ସାଧାରଣ ନିର୍ବାଚନ ପ୍ରକ୍ରିୟା କ’ଣ ? ବୁଧବାର (ଅଗଷ୍ଟ 9) ବିଳମ୍ବିତ ରାତିରେ ପାକିସ୍ତାନରContinue reading “ପାକିସ୍ତାନରେ କେମିତି ସାଧାରଣ ନିର୍ବାଚନ ହୁଏ ?”
ଲେବର କାର୍ଡ କରିବାକୁ କହି ମହିଳାଙ୍କୁ ଠକେଇ : ୯୦ ହଜାର ଋଣ ପରିଶୋଧ କରିବାକୁ ବ୍ୟାଙ୍କର ତାଗିଦ
କନକ ବ୍ୟୁରୋ : ଲେବର କାର୍ଡ କରିବାକୁ କହି ମହିଳାଙ୍କୁ ଠକେଇ । ମହିଳାଙ୍କ ନାମରେ ବ୍ୟାଙ୍କରୁ ଲୋନ କରି ଟଙ୍କା ନେଇଗଲେ ଗାଁର ଜଣେ ଯୁବକ । ଏବେ ଲେବର କାର୍ଡ ତ ଆସିଲାନି ବରଂ ୯୦ ହଜାର ଟଙ୍କା ରୁଣ ପରିଶୋଧ କରିବାକୁ ବ୍ୟାଙ୍କ ତାଗିଦ କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା କପ୍ତିପଦା ଥାନା ବଡଗୁଡୁଗୁଡିଆ ଗାଁରେ । ଗାଁର ସେବତୀ ମହାକୁଡ଼ଙ୍କ ସରଳତାର ସୁଯୋଗ ନେଇ ସେହି ଗାଁରContinue reading “ଲେବର କାର୍ଡ କରିବାକୁ କହି ମହିଳାଙ୍କୁ ଠକେଇ : ୯୦ ହଜାର ଋଣ ପରିଶୋଧ କରିବାକୁ ବ୍ୟାଙ୍କର ତାଗିଦ”
ବଦଳିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ୍ ! ଲୋକସଭାରେ ବିଲ୍ ଉପସ୍ଥାପିତ
କନକ ବ୍ୟୁରୋ: ଲୋକଭାରେ ଚାଲିଥିବା ମୌସୁମୀ ଅଧିବେଶନର ଶେଷ ଦିନରେ ଆଇନକାନୁନ ସମ୍ବନ୍ଧିତ ୩ଟି ବିଲ୍ ଉପସ୍ଥାପନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏଥିରେ ରହିଛି ଭାରତୀୟ ନ୍ୟାୟ ସଂହିତା ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ବିଲ୍ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ବିଲ୍ । ଏହି ୩ଟି ବିଲକୁ ଷ୍ଟାଣ୍ଡିଙ୍ଗ କମିଟିକୁ ପଠାଯିବ । ଏହା ବ୍ୟତୀତ ଅମିତ ଶାହ କହିଛନ୍ତି ଯେ, ‘ଆଜାଦିର ଅମୃତକାଳ ଆରମ୍ଭ ହୋଇଛି ।Continue reading “ବଦଳିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ୍ ! ଲୋକସଭାରେ ବିଲ୍ ଉପସ୍ଥାପିତ”
ସମାପ୍ତ ହେବ ରାଜଦ୍ରୋହ ଆଇନ । ବଦଳିବ ଆଇପିସି ଓ ସିଆରପିସିର ନାମ । ଲୋକସଭାରେ ପ୍ରସ୍ତାବ ଆଣିଲେ ଗୃହମନ୍ତ୍ରୀ
କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ସଂସଦରେ ଏକ ବଡ ଘୋଷଣା କରିବା ଅବସରରେ କହିଛନ୍ତି କି ସମ୍ବିଧାନରୁ ରାଜଦ୍ରୋହ ଆଇନ ସମାପ୍ତ କରାଯାଉଛି । ଏନେଇ ସରକାରଙ୍କ ତରଫରୁ ଏକ ପ୍ରସ୍ତାବ ଲୋକସଭାରେ ଉପସ୍ଥାପନ କରାଯାଇଛି । ଗତ କିଛି ଦଶକ ଧରି ଚାଲିଆସୁଥିବା ଏହି ଆଇନକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଉଥିଲା । ଅନେକ ବିରୋଧୀ ଦଳ ଏହାକୁ ସମାପ୍ତ କରିବାକୁ ଦାବି କରିଆସୁଥିଲେ । ଏହାସହ ସରକାର ଏହାର ଦୂରୋପଯୋଗ କରୁଥିବା ନେଇContinue reading “ସମାପ୍ତ ହେବ ରାଜଦ୍ରୋହ ଆଇନ । ବଦଳିବ ଆଇପିସି ଓ ସିଆରପିସିର ନାମ । ଲୋକସଭାରେ ପ୍ରସ୍ତାବ ଆଣିଲେ ଗୃହମନ୍ତ୍ରୀ”