କ୍ୟାବିନେଟ ନିଷ୍ପତ୍ତି : ଆସିଲା ନୂଆ ଯୋଜନା, NUA ଓଡ଼ିଶା । ବାର୍ଷିକ ୧ ଲକ୍ଷ ଯୁବକଯୁବତୀଙ୍କୁ କରାଯିବ ଦକ୍ଷ ।

କନକ ବ୍ୟୁରୋ : କ୍ୟାବିନେଟ ବୈଠକରେ ୧୯ଟି ପ୍ରସ୍ତାବରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ୧୯ଟି ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ କରିଛି । ଯେଉଁଥିରେ ନୂଆ ଯୋଜନା ନୂତନ ଉନ୍ନତ ଅଭିଲାଷା ( NUA) ଓଡ଼ିଶାକୁ ମଞ୍ଜୁରୀ ମିଳିଛି । ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିବର୍ଷ ୧ ଲକ୍ଷ ଯୁବକ ଯୁବତୀଙ୍କୁ କରାଯିବ ଦକ୍ଷ । ଏଥିପାଇଁ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା । ଉନ୍ନତ ମାନରContinue reading “କ୍ୟାବିନେଟ ନିଷ୍ପତ୍ତି : ଆସିଲା ନୂଆ ଯୋଜନା, NUA ଓଡ଼ିଶା । ବାର୍ଷିକ ୧ ଲକ୍ଷ ଯୁବକଯୁବତୀଙ୍କୁ କରାଯିବ ଦକ୍ଷ ।”

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ପୋଲିସକର୍ମୀ ମୃତ, ୪ ଗୁରୁତର

କନକ ବ୍ୟୁରୋ : ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ଜଣ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ହିମାଚଳ ପ୍ରଦେଶର ଚମ୍ବା ଠାରେ ଏହି ଦୁର୍ଘଟଣା ଘଟିଛି । ପୋଲିସକର୍ମୀଙ୍କ ଗାଡି ତିସା ବୈରାଗଡ ମାର୍ଗରେ ଥିବା ତରବାଇ ପୋଲ ନିକଟ ଦେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଗାଡିରେ ମୋଟ ୧୧ ଜଣ ପୋଲିସକର୍ମୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।Continue reading “ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ପୋଲିସକର୍ମୀ ମୃତ, ୪ ଗୁରୁତର”

ବୁର୍ଲାରେ ଜବରଦଖଲ ଉଚ୍ଛେଦ : ଘଟଣାସ୍ଥଳରେ ଉତ୍ତେଜନା; ବ୍ୟାପକ ପୋଲିସ ଫୋର୍ସ ମୁତୟନ

କନକ ବ୍ୟୁରୋ : ସମ୍ବଲପୁର ବୁର୍ଲାରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରୁଛି ପ୍ରଶାସନ । ରାସ୍ତା ପ୍ରଶସ୍ତିକରଣ ପାଇଁ ଏହି ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି ସମ୍ବଲପୁର ମହାନଗର ନିଗମ । ଜେସିବି ମେସିନ ସାହାଯ୍ୟରେ ବଡ଼ ବଡ଼ କୋଠା ଭାଙ୍ଗୁଛି ପ୍ରଶାସନ । ମହାନଗର ନିଗମର ବରିଷ୍ଠ ଅଧିକାରୀ ଓ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ଉଚ୍ଛେଦ କାମ ଆରମ୍ଭ ହୋଇଛି । ପେଟ୍ରୋଲ ପମ୍ପ ଛକରୁ ଇନ୍ଦିରା ଛକ ଯାଏଁ ଏହି ଉଚ୍ଛେଦ କରାଯିବ ।Continue reading “ବୁର୍ଲାରେ ଜବରଦଖଲ ଉଚ୍ଛେଦ : ଘଟଣାସ୍ଥଳରେ ଉତ୍ତେଜନା; ବ୍ୟାପକ ପୋଲିସ ଫୋର୍ସ ମୁତୟନ”

ଦିଲ୍ଲୀ ଆଇଆଇଟି ପ୍ରସ୍ତୁତ କଲା ହାଲୁକା ବୁଲେଟ ପ୍ରୁଫ୍ ଜ୍ୟାକେଟ୍, କିଛିକ୍ଷତି କରିପାରିବ ନାହିଁ ଏକଂ-୪୭ ଏବଂ ସ୍ନାଇପରର ଗୁଳି 

କନକ ବ୍ୟୁରୋ: ଆଇଆଇଟି ଦିଲ୍ଲୀକୁ ମିଳିଛି ନୂଆ ସଫଳତା । ନୂତନ ଜ୍ଞାନକୌଶଳରେ ଯବାନଙ୍କ ପାଇଁ ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଏହି ଜ୍ୟାକେଟକୁ ଜ୍ଞାନକୌଶଳର ଆଦାନପ୍ରଦାନ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ସମ୍ବନ୍ଧରେ ଡିନ୍ ରିସର୍ଚ୍ଚ ନରେଶ ଭଟନାଗର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପୂର୍ଣ୍ଣ ଭାବେ ଏହା ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏବିଏଚଇଡି । ଅର୍ଥାତ ଆଡଭାନ୍ସ ବାଲାଷ୍ଟିକ୍ ହାର୍ଡ ଏନର୍ଜି ଡିଫିଟ୍ । ଆଇଆଇଟି ଦିଲ୍ଲୀରContinue reading “ଦିଲ୍ଲୀ ଆଇଆଇଟି ପ୍ରସ୍ତୁତ କଲା ହାଲୁକା ବୁଲେଟ ପ୍ରୁଫ୍ ଜ୍ୟାକେଟ୍, କିଛିକ୍ଷତି କରିପାରିବ ନାହିଁ ଏକଂ-୪୭ ଏବଂ ସ୍ନାଇପରର ଗୁଳି “

ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ ଘଟଣା : ବର୍ଷିଲେ ମଲ୍ଲିକାର୍ଜୁନ ଖଡଗେ: କହିଲେ ସେ କୌଣସି ଭୁଲ କଥା କହିନାହାନ୍ତି

କନକ ବ୍ୟୁରୋ : ଆଜି ରାଜ୍ୟସଭାରେ ବି ଅଧିର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ ଘଟଣାରେ ବର୍ଷିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ସେ କୌଣସି ଭୁଲ କଥା କହି ନାହାଁନ୍ତି । ତାଙ୍କୁ ଯେଉଁ ଭଳି ଭାବେ ନିଲମ୍ବନ କରାଗଲା ଏହା ଉଚିତ୍ ନୁହେଁ ବୋଲି ମଲ୍ଲିକାର୍ଜୁନ୍ ଖଡଗେ କହିଛନ୍ତି । ସଂସଦର ମୌସୁମୀ ଅଧିବେଶନରୁ ନିଲମ୍ବିତ ହୋଇଛନ୍ତି କଂଗ୍ରେସ ସାଂସଦ ଏବଂ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ । ଅଧିବେଶନର ଆଜିContinue reading “ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ ଘଟଣା : ବର୍ଷିଲେ ମଲ୍ଲିକାର୍ଜୁନ ଖଡଗେ: କହିଲେ ସେ କୌଣସି ଭୁଲ କଥା କହିନାହାନ୍ତି”

ଦୀପିକା-ଦିନେଶଙ୍କ ଡିଏନଏ ରିପୋର୍ଟ : ସ୍ପଷ୍ଟ ହେଲା ଦୀପିକାଙ୍କ ପୁଅର ବାପା ହେଉଛନ୍ତି ଦିନେଶ; ଉଠିଲା ପ୍ରଶ୍ନ ଏବେ ଆପଣେଇ ନେବେ କି ଶାଶୂ ଘର ଲୋକେ ?

କନକ ବ୍ୟୁରୋ : କନକ ନ୍ୟୁଜ୍ ହାତରେ ଦୀପିକା-ଦିନେଶଙ୍କ ଡିଏନଏ ରିପୋର୍ଟ । ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ ଦିନେଶ ଓ ଦିପିକା ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଗତକାଲି ଥାନାରୁ ସାର୍ଟିଫାଏଡ଼ କପି ଆଣିଥିଲେ ଦୀପିକା । ୨୦୨୨ରେ ଏହି ତଥ୍ୟ ରାଜ୍ୟ ଫରେନ୍ସିକ୍ ଲାବ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏହି ଘଟଣାରେ ଦୀପିକା ନିଜ ପ୍ରତିକ୍ରିୟା ରଖିଛନ୍ତି । ଏହାରି ଭିତରେ ବର୍ଷେ ବିତିଗଲାଣି । ଘଟଣାକୁ ଦବାଇ ଦେବାକୁContinue reading “ଦୀପିକା-ଦିନେଶଙ୍କ ଡିଏନଏ ରିପୋର୍ଟ : ସ୍ପଷ୍ଟ ହେଲା ଦୀପିକାଙ୍କ ପୁଅର ବାପା ହେଉଛନ୍ତି ଦିନେଶ; ଉଠିଲା ପ୍ରଶ୍ନ ଏବେ ଆପଣେଇ ନେବେ କି ଶାଶୂ ଘର ଲୋକେ ?”

ବଡ ପରଦାରେ ମୁକ୍ତିଲାଭ କଲା ‘ଗଦ୍ଦର-୨’ : ୨୨ବର୍ଷ ପରେ ସନି ଦେୱାଲ-ଅମିଷା ପଟେଲଙ୍କୁ ଦେଖିବାକୁ ହଲରେ ଭିଡ; ସେପଟେ ରିଲିଜ ହେଲା ଅକ୍ଷୟକୁମାରଙ୍କ ‘ଓ ମାଇଁ ଗଡ-୨’

କନକ ବ୍ୟୁରୋ : ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଗଦ୍ଦର-୨’ । ସନି ଦେୱଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଏହି ଫିଲ୍ମ ଦେଖିବା ପାଇଁ ସିନେମା ହଲ ଗୁଡ଼ିକରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ୨୦୦୧ ମସିହାରେ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଗଦର ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ୨୨ ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ରିଲିଜ ହୋଇଛି । ଯାହାକୁ ଦେଖିବା ପାଇଁ ଦର୍ଶକ ମଧ୍ୟରେ ଉତ୍ସାହContinue reading “ବଡ ପରଦାରେ ମୁକ୍ତିଲାଭ କଲା ‘ଗଦ୍ଦର-୨’ : ୨୨ବର୍ଷ ପରେ ସନି ଦେୱାଲ-ଅମିଷା ପଟେଲଙ୍କୁ ଦେଖିବାକୁ ହଲରେ ଭିଡ; ସେପଟେ ରିଲିଜ ହେଲା ଅକ୍ଷୟକୁମାରଙ୍କ ‘ଓ ମାଇଁ ଗଡ-୨’”

ଆଜି ରାଜ୍ୟ କ୍ୟାବିନେଟରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ମିଶନ ଶକ୍ତି ମହିଳାଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା

କନକ ବ୍ୟୁରୋ : ଆଜି ବସିବ କ୍ୟାବିନେଟ ବୈଠକ । ୧୨ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ଆଜି ୧୦ରୁ ଅଧିକ ଗୁୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିପାରେ । ମିଶନ ଶକ୍ତି ମହିଳାଙ୍କ ପାଇଁ ବୈଠକରେ ବଡ଼ ଘୋଷଣା କରିପାରନ୍ତି ରାଜ୍ୟ ସରକାର । ବିଭିନ୍ନ ବିଭାଗର କ୍ୟାଡର ପୁନର୍ଗଠନ କୃଷି ଓ ମହିଳା ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । The post ଆଜି ରାଜ୍ୟ କ୍ୟାବିନେଟରେ ହୋଇପାରେContinue reading “ଆଜି ରାଜ୍ୟ କ୍ୟାବିନେଟରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ମିଶନ ଶକ୍ତି ମହିଳାଙ୍କ ପାଇଁ ହୋଇପାରେ ବଡ଼ ଘୋଷଣା”

ଦିବ୍ୟାଙ୍ଗ ଯୁବକଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର : କାଗଜ ପତ୍ରରେ ବିବାହିତ ଦର୍ଶାଇ ବନ୍ଧ୍ୟାକରଣ କରି ବୁଡ଼ାଇଦେଲେ ବଂଶ; ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମଓ

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଆମ୍ବଗୁଡା ଗାଁର ଚମ୍ପା ଦୁରୁଆଙ୍କ ସ୍ୱାସ୍ଥ୍ୟ ବିଭାଗ ଏମିତି ଖେଳ ଖେଳିଛି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ୱାମୀଙ୍କ ମୃତ୍ୟୁ ପରେ ଦିବ୍ୟାଙ୍ଗ ପୁଅ ଗଙ୍ଗା ଦୁରୁଆଙ୍କୁ ନେଇ ଚମ୍ପା ଆଖିରେ ଥିଲା ଆଖିଏ ସ୍ୱପ୍ନ । ପୁଅ ବାହା କରାଇବ, ନାତି ନାତୁଣୀଙ୍କ ମେଳରେ ତାର ଶେଷ ଜୀବନ କଟିବ । ହେଲେ ସ୍ୱାସ୍ଥ୍ୟ ବିଭାଗ ନିରୀହ ସରଳ ଆଦିବାସୀ ମହିଳା ଚମ୍ପା ଦୁରୁଆଙ୍କ ସ୍ୱପ୍ନକୁ ଛଡାଇContinue reading “ଦିବ୍ୟାଙ୍ଗ ଯୁବକଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର : କାଗଜ ପତ୍ରରେ ବିବାହିତ ଦର୍ଶାଇ ବନ୍ଧ୍ୟାକରଣ କରି ବୁଡ଼ାଇଦେଲେ ବଂଶ; ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମଓ”

ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଓଡିଶା କଂଗ୍ରେସକୁ ମୋଦୀଙ୍କ କଟାକ୍ଷ : ଦୀର୍ଘ ୨୮ ବର୍ଷ ହେଲା କ୍ଷମତାରୁ ଦୂରେଇ ଦେଇଛନ୍ତି ଜନତା

କନକ ବ୍ୟୁରୋ : ଲୋକସଭାରେ କେନ୍ଦ୍ର ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ । ବିରୋଧୀ ଓ କଂଗ୍ରେସ ଉପରେ ତୀବ୍ର ଆକ୍ରମଣ କରିଛନ୍ତି ନରେନ୍ଦ୍ର ମୋଦୀ । ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ଅହଂକାରରେ ଭରି ରହିଛି । ସେ କହିଥିଲେ, ଓଡିଶାରେ କଂଗ୍ରେସ ଉପରେ ଲୋକଙ୍କ ଆଉ ବିଶ୍ୱାସ ନାହିଁ । ଓଡିଶା ସହ ତାମିଲନାଡୁ, ପଶ୍ଚିମବଙ୍ଗ, ନାଗାଲାଣ୍ଡ, ୟୁପି ଓContinue reading “ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଓଡିଶା କଂଗ୍ରେସକୁ ମୋଦୀଙ୍କ କଟାକ୍ଷ : ଦୀର୍ଘ ୨୮ ବର୍ଷ ହେଲା କ୍ଷମତାରୁ ଦୂରେଇ ଦେଇଛନ୍ତି ଜନତା”

Design a site like this with WordPress.com
Get started