କନକ ବ୍ୟୁରୋ; ପୁଣିଥରେ ତୁର୍କୀରେ ଭୂମିକମ୍ପ । ଏହାସହ ଜାପାନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ତୁର୍କୀରେ ୫.୨ ତୀବ୍ରତାର ଭୂମିକମ୍ପ ହୋଇଛି । ଗଣମାଧ୍ୟମ ରିପୋର୍ଟ ମୁତାବକ, ତୁର୍କୀରେ ସୃଷ୍ଟ ଏହି ଭୂମିକମ୍ପରେ ଅନେକ ଘର କ୍ଷତିଗ୍ରସ୍ତ ହେବା ସହ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ର ମାଲତ୍ୟା ପ୍ରାନ୍ତର ୟେସିଲୁର୍ଟ ସହର ବୋଲି ଜଣାପଡିଛି ।Continue reading “ମହାବିନାଶ ପରେ ପୁଣି ଥରିଲା ତୁର୍କୀ । ଜାପାନରେ ବି ଭୂମିକମ୍ପ ।”
Tag Archives: News
ଘରେ କେହି ନଥିବା ବେଳେ ଗ୍ରୀଲ କାଟି ଲୁଟପାଟ୍ : ଆଲମାରି ତାଡି ଲୁଟିନେଲେ ସୁନାଗହଣା ଓ ଟଙ୍କା, ପୋଲିସର ତଦନ୍ତ ଜାରି
କନକ ବ୍ୟୁରୋ : ଘର ମାଲିକ ବାହାରକୁ ଯାଇ ଥିବା ବେଳେ ଲୁଟେରା ଗ୍ରୀଲ ଭାଙ୍ଗି ଆଲମିରା ତାଡି ଲୁଟ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁରର ଚନ୍ଦ୍ରଦେଇପୁର ଗାଁରେ । ଲକ୍ଷାଧିକ ଟଙ୍କାର ସୁନା ରୁପା ଓ ଟଙ୍କା ଲୁଟ କରିଛନ୍ତି ଲୁଟେରା । ଘର ମାଲିକ ଶରତ ଚନ୍ଦ୍ର ଦ୍ୱିବେଦୀ ଗତ ୧୮ ତାରିଖରୁ ବାହାରକୁ ଯାଇଛନ୍ତି । ଆଉ ଯେଉଁ ମାନେ ତାଙ୍କ ଘର ଭଡା ନେଇContinue reading “ଘରେ କେହି ନଥିବା ବେଳେ ଗ୍ରୀଲ କାଟି ଲୁଟପାଟ୍ : ଆଲମାରି ତାଡି ଲୁଟିନେଲେ ସୁନାଗହଣା ଓ ଟଙ୍କା, ପୋଲିସର ତଦନ୍ତ ଜାରି”
କୃମି ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ : ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି
କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗୁଡ଼ିଖାଳ ବନବିହାରୀ ଲାଲ ବିଦ୍ୟାଳୟରେ କୃମି ବଟିକା ଖାଇ ୬ ଜଣ ଛାତ୍ରୀ ଓ ୨ ଜଣ ଛାତ୍ର ଅସୁସ୍ଥ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁରୁବାର ବିଦ୍ୟାଳୟରେ ୩୬୦ ଜଣ ଛାତ୍ରଛାତ୍ରୀଙ୍କୁ କୃମି ବଟିକା ଖାଇବାକୁ ଦିଆଯାଇଥିଲା । ଏହି ବଟିକା ଖାଇବା ପରେ କିନ୍ତୁ ବିଦ୍ୟାଳୟର ଏକାଧିକ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବାContinue reading “କୃମି ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ : ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି”
ଏମବିବିଏସ ଓ ବିଡିଏସ ନାମଲେଖା : ପ୍ରଥମ ପର୍ଯ୍ୟାୟ ପରେ ୪୫୨ ସିଟ୍ ପଡିଲା ଖାଲି
କନକ ବ୍ୟୁରୋ : ରାଜ୍ୟରେ ୧୨ଟି ସରକାରୀ ଓ ଦୁଇଟି ଘରୋଇ ମେଡିକାଲ କଲେଜ ପାଇଁ ଏମବିବିଏସ ଓ ବିଡିଏସ ପାଇଁ ନାମଲେଖା ଚାଲିଛି । ରାଜ୍ୟରେ ୧୯୦୦ ଏମବିବିଏସ ଓ ୧୬୩ ବିଡିଏସ ସିଟକୁ ମିଶାଇ ୨୦୬୩ ସିଟ ପାଇଁ ଚାଲିଛି ନାମଲେଖା । ଏଥିମଧ୍ୟରୁ ରାଜ୍ୟ କୋଟାରେ ୧୮୨୦ ସିଟ୍ ଲାଗି ଓଜେଇଇ କାଉନସେଲିଂ କରୁଛି । ପ୍ରଥମ ପର୍ଯ୍ୟାୟ ପରେ ୪୫୨ ସିଟ୍ ପଡିଲା ଖାଲି । କେବଳ ପୂରଣ ହୋଇଛି ବାଲେଶ୍ୱରContinue reading “ଏମବିବିଏସ ଓ ବିଡିଏସ ନାମଲେଖା : ପ୍ରଥମ ପର୍ଯ୍ୟାୟ ପରେ ୪୫୨ ସିଟ୍ ପଡିଲା ଖାଲି”
ବଜ୍ରାଘାତ ନେଲା ଦୁଇ ଜୀବନ : ବିଲକୁ ଚାଷ କରିବାକୁ ଯାଇଥିବା ବେଳେ ଅଘଟଣ
କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତରେ ବଜ୍ରପାତ ନେଲା ଜୀବନ । ଦୁଇ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି । ଜଣେ ଓସଙ୍ଗ ଗ୍ରାମର ଉପେନ୍ଦ୍ର ମଳିକ । ଅନ୍ୟଜଣେ ବଳରାମପୁର ଗ୍ରାମର ମଙ୍ଗ ମଳିକ । ଦୁଇ ଜଣ ଯାକ ପୃଥକ ପୃଥକ ଭାବେ ଗୁରୁବାର ଅପରାହ୍ନରେ ନିଜ ନିଜ ଗ୍ରାମର ବିଲକୁ ଧାନ କାମ କରିବାକୁ ଯାଇ କାମ କରୁ ଥିବାବେଳେ ବଜ୍ରପାତ ହୋଇଥିଲା । ଫଳରେ ଦୁଇContinue reading “ବଜ୍ରାଘାତ ନେଲା ଦୁଇ ଜୀବନ : ବିଲକୁ ଚାଷ କରିବାକୁ ଯାଇଥିବା ବେଳେ ଅଘଟଣ”
ଏସୀୟ ଚାମ୍ପିଅନ୍ସ ଟ୍ରଫି : ଆଜି ଭାରତ-ଜାପାନ ସେମିଫାଇନାଲ; ମ୍ୟାଚକୁ ନେଇ କ୍ରୀଡାପ୍ରେମୀଙ୍କ ମନରେ ଉତ୍ସାହ
କନକ ବ୍ୟୁରୋ : ଏସୀୟ ଚାମ୍ପିଅନ୍ସ ଟ୍ରଫି । ଆଜି ଭାରତ-ଜାପାନ ସେମିଫାଇନାଲ । ଚଳିତ ଥର ଏଯାବତ ଅପରାଜେୟ ରହିଛି ଆୟୋଜକ ଦଳ ଭାରତ । ଆଉ ଗତଥରର ଉପବିଜେତା ହେଉଛି ଜାପାନ । ଏହି ମ୍ୟାଚ୍ ରାତି ୮ଟା ୩୦ରେ ଖେଳାଯିବ । ଅନ୍ୟଏକ ସେମି ଫାଇନାଲରେ ସଂଧ୍ୟା ୬ଟାରେ ଲିଗ୍ ପର୍ଯ୍ୟାୟର ଦ୍ୱିତୀୟ-ତୃତୀୟ ଦଳ ମାଲେସିଆ -ଦକ୍ଷିଣ କୋରିଆ ମୁହାଁମୁହିଁ ହେବେ । ଲିଗ୍ ପର୍ଯ୍ୟାୟରେ ଘରୋଇ ଦଳ କେବଳ ଜାପାନ ସହContinue reading “ଏସୀୟ ଚାମ୍ପିଅନ୍ସ ଟ୍ରଫି : ଆଜି ଭାରତ-ଜାପାନ ସେମିଫାଇନାଲ; ମ୍ୟାଚକୁ ନେଇ କ୍ରୀଡାପ୍ରେମୀଙ୍କ ମନରେ ଉତ୍ସାହ”
ରାଜଧାନୀରେ ଅପରାଧୀ ଦମନ ପାଇଁ ଡିସିପିଙ୍କ ନୂଆ ମନ୍ତ୍ର : ଦଫା ୪୧୩ ଲଗାଇବାକୁ ଥାନାଗୁଡିକୁ ଦେଲେ ପରାମର୍ଶ
କନକ ବ୍ୟୁରୋ :ଅପରାଧୀଙ୍କ ଦମନ ଚିନ୍ତା । ରାଜଧାନୀରେ ବଢୁଥିବା ଅପରାଧୀ ଓ ଅପରାଧ ସଂଖ୍ୟାକୁ ଦେଖି ଥାନା ମାନଙ୍କୁ ଡିସିପିଙ୍କ ନୂଆ ମନ୍ତ୍ର । ଏଣିକି ଲଗାଅ ଦଫା -୪୧୩ । ଚୋରି, ଲୁଟ ଆଦି ଘଟଣାରେ ସପ୍ତାହକ ମଧ୍ୟରେ ଅପରାଧୀ ଜାମିନ ପାଇଯାଉଥିବା ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ଡିସିପି ପ୍ରତୀକ ସିଂହ ଦଫା ୪୧୩ ଲଗାଇବାକୁ ଥାନା ମାନଙ୍କୁ ପରାମର୍ଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ନିକଟରେ ଏକContinue reading “ରାଜଧାନୀରେ ଅପରାଧୀ ଦମନ ପାଇଁ ଡିସିପିଙ୍କ ନୂଆ ମନ୍ତ୍ର : ଦଫା ୪୧୩ ଲଗାଇବାକୁ ଥାନାଗୁଡିକୁ ଦେଲେ ପରାମର୍ଶ”
ନିର୍ବାଚନ କମିସନର ନିଯୁକ୍ତିରେ ସୁପ୍ରିମକୋର୍ଟଙ୍କ ରାୟକୁ କେନ୍ଦ୍ରର ଚ୍ୟାଲେଞ୍ଜ : ସଂସଦରେ ଆଗତ ହେଲା ଆଉ ଏକ ବିବାଦୀୟ ବିଲ୍
କନକ ବ୍ୟୁରୋ : ନିର୍ବାଚନ କମିସନର ନିଯୁକ୍ତିରେ ସୁପ୍ରିମକୋର୍ଟଙ୍କ ରାୟକୁ କେନ୍ଦ୍ରର ଚ୍ୟାଲେଞ୍ଜ । ଦିଲ୍ଲୀ ସେବାକୁ ବିଲକୁ ଚ୍ୟାଲେଞ୍ଜ କରି ନୂଆ ବିଲ୍ ସଂସଦରେ ପାରିତ ହୋଇଛି । ଆଉ ଏହାପରେ ସଂସଦରେ ଆଗତ ହୋଇଛି ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତୀୟ ବିଲ୍ । ଆଗତ ହୋଇଥିବା ନୂଆ ବିଲ ଅନୁଯାୟୀ ମୁଖ୍ୟ ନିର୍ବାଚନ କମିଶନର ଓ ପ୍ୟାନେଲର କମିଶନରମାନଙ୍କୁ ଏଣିକି କେନ୍ଦ୍ର ସରକାର ନିଜ ଇଚ୍ଛାରେ ନିଯୁକ୍ତି ଦେବେ । କାରଣ ନିର୍ବାଚନ କମିଶନରContinue reading “ନିର୍ବାଚନ କମିସନର ନିଯୁକ୍ତିରେ ସୁପ୍ରିମକୋର୍ଟଙ୍କ ରାୟକୁ କେନ୍ଦ୍ରର ଚ୍ୟାଲେଞ୍ଜ : ସଂସଦରେ ଆଗତ ହେଲା ଆଉ ଏକ ବିବାଦୀୟ ବିଲ୍”
ଅନାସ୍ଥା ପ୍ରସ୍ତାବ ବେଳେ ଦୁଇ ବିଜେଡି ସାଂସଦ ଅନୁପସ୍ଥିତ : ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହୋଇଥିଲା ହ୍ୱିପ୍ ଜାରି
କନକ ବ୍ୟୁରୋ : ଗତକାଲି ଅନାସ୍ଥା ପ୍ରସ୍ତାବ ଭୋଟିଂ ହୋଇଥିଲା ସଂସଦରେ । ଅନାସ୍ଥା ପ୍ରସ୍ତାବର ଶେଷ ଦିନରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିଥିଲେ । ହେଲେ ଏହି ସମୟରେ ଦୁଇ ବିଜେଡି ସାଂସଦ ଅନୁପସ୍ଥିତ ଥିବା ନେଇ ସୂଚନା ମିଳିଛି । ସାଂସଦ ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତ ଅନୁପସ୍ଥିତ ଥିବା ନେଇ ସୂଚନା ରହିଛି । ବିରୋଧୀ ଇଣ୍ଡିଆ ମେଣ୍ଟ କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା । ହେଲେ ବିଜେଡି ଏହାକୁ ବିରୋଧContinue reading “ଅନାସ୍ଥା ପ୍ରସ୍ତାବ ବେଳେ ଦୁଇ ବିଜେଡି ସାଂସଦ ଅନୁପସ୍ଥିତ : ସମସ୍ତ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହୋଇଥିଲା ହ୍ୱିପ୍ ଜାରି”
ଆସ୍ଥା ଜିତିଲା ମୋଦୀ ସରକାର, କାଟ ଖାଇଲା ଅନାସ୍ଥା : ବାଚନିକ ଭୋଟ ପୂର୍ବରୁ ବିରୋଧୀଙ୍କ କକ୍ଷତ୍ୟାଗ; ଏପଟେ ସସପେଣ୍ଡ ହେଲେ ଅଧୀର ରଞ୍ଜନ ଚୌଧୁରୀ
କନକ ବ୍ୟୁରୋ : ମୋଦୀ ସରକାର ଜିତିଲେ ବିଶ୍ୱାସ । ଲୋକସଭାରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇଯାଇଛି । ଧ୍ୱନିମତରେ ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଛି । ମୋଦୀ ଭାଷଣ ଦେବାବେଳେ ବିରୋଧୀ କକ୍ଷତ୍ୟାଗ କରିଥିଲେ । ବିରୋଧୀ ଅଭିଯୋଗ ଆଣିଛନ୍ତି, ପ୍ରାୟ ଦୁଇଘଣ୍ଟାର ଭାଷଣରେ ମୋଦି ମଣିପୁର କଥା କହିନଥିଲେ । ଭାଷଣର ଶେଷ ସମୟରେ ମଣିପୁର କଥା କହିଥିଲେ । ଆଲୋଚନାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମଣିପୁର ସମେତ ବିଭିନ୍ନ ପ୍ରସଙ୍ଗContinue reading “ଆସ୍ଥା ଜିତିଲା ମୋଦୀ ସରକାର, କାଟ ଖାଇଲା ଅନାସ୍ଥା : ବାଚନିକ ଭୋଟ ପୂର୍ବରୁ ବିରୋଧୀଙ୍କ କକ୍ଷତ୍ୟାଗ; ଏପଟେ ସସପେଣ୍ଡ ହେଲେ ଅଧୀର ରଞ୍ଜନ ଚୌଧୁରୀ”