ଆସନ୍ତାକାଲି ମୁକ୍ତିଲାଭ କରିବ ହିନ୍ଦୀ ଆକ୍ସନ୍ ୱେବ୍ ସିରିଜ୍ ‘କମାଣ୍ଡୋ’ : ମୁଖ୍ୟ ଭୂମିକାରେ ନଜର ଆସିବେ ଓଡ଼ିଆ ପୁଅ ପ୍ରେମ୍ ପରିଜା

କନକ ବ୍ୟୁରୋ : ଆସନ୍ତାକାଲି ମୁକ୍ତିଲାଭ କରିବ ହିନ୍ଦୀ ଆକ୍ସନ୍ ୱେବ୍ ସିରିଜ୍ ‘କମାଣ୍ଡୋ’ । ଏଥିରେ ମୁଖ୍ୟ ଭୂମିକାରେ ଓଡ଼ିଶା ମାଟିର ପୁଅ ପ୍ରେମ୍ ପରିଜାଙ୍କୁ ଦେଖିବାକୁ ମିଳିବ । ଓଡ଼ିଆ ପୁଅ ପ୍ରେମ ପରିଜାଙ୍କ ଦମଦାର ଆକ୍ସନ ସାଙ୍ଗକୁ ଜବରଦସ୍ତ ଷ୍ଟଂଟ ସିନେ ପ୍ରେମିକଙ୍କ ମନ ଜିଣିବ । ପୂର୍ବରୁ କମାଣ୍ଡୋ ଚରିତ୍ରରେ ଆକ୍ସନ ହିରୋ ବିଦ୍ୟୁତ ଜୱାଁଲ ଅଭିନୟ କରିଥିବାବେଳେ ଏଥର କିନ୍ତୁ ପରଦାରେ କମାଣ୍ଡୋ ହୋଇ କମାଲ ଦେଖାଇବେ ଆମ ଓଡ଼ିଆContinue reading “ଆସନ୍ତାକାଲି ମୁକ୍ତିଲାଭ କରିବ ହିନ୍ଦୀ ଆକ୍ସନ୍ ୱେବ୍ ସିରିଜ୍ ‘କମାଣ୍ଡୋ’ : ମୁଖ୍ୟ ଭୂମିକାରେ ନଜର ଆସିବେ ଓଡ଼ିଆ ପୁଅ ପ୍ରେମ୍ ପରିଜା”

ଆଜି ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ସିନେମା ‘ଜେଲର’ : ଟିକେଟ ବୁକିଂରେ ରେକର୍ଡ, ଦକ୍ଷିଣ ଭାରତରେ ବିଭିନ୍ନ ଅଫିସ ଛୁଟି ଘୋଷଣା

କନକ ବ୍ୟୁରୋ : ଆଜି ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ସିନେମା ଜେଲର । ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ତମନ୍ନା ଭାଟିଆଙ୍କ ଅଭୀନିତ ଏହି ଫିଲ୍ମକୁ ନେଇ ସାରା ଦେଶରେ ଉତ୍ସୁକତା ରହିଛି । ଫିଲ୍ମଟି ଅଗ୍ରୀମ ଟିକେଟ ବୁକିଂରେ ସମସ୍ତ ଫିଲ୍ମର ରେକର୍ଡ ଭାଙ୍ଗିଥିବା ସୂଚନା ରହିଛି । କେବଳ ଭାରତରେ ଗତକାଲି ସୁଦ୍ଧା ୧୩ କୋଟି ଟଂକା ସଂଗ୍ରହ କରିଛି । ଏହା ରଜନୀକାନ୍ତଙ୍କ ୧୬୯ତମ ସିନେମା । ଫିଲ୍ମରେ ରଜନୀକାନ୍ତ ଜଣେContinue reading “ଆଜି ପରଦାକୁ ଆସିବ ବହୁ ପ୍ରତୀକ୍ଷିତ ସିନେମା ‘ଜେଲର’ : ଟିକେଟ ବୁକିଂରେ ରେକର୍ଡ, ଦକ୍ଷିଣ ଭାରତରେ ବିଭିନ୍ନ ଅଫିସ ଛୁଟି ଘୋଷଣା”

ପାରିବାରିକ କଳହର କରୁଣ ପରିଣତି : ଭିଣୋଇର ଆକ୍ରମଣରେ ଶଳାର ମୃତ୍ୟୁ, ୪ ଆହତ

କନକ ବ୍ୟୁରୋ : ପୁରୀରେ ପାରିବାରିକ କଳହକୁ କେନ୍ଦ୍ର କରି ଭିଣୋଇର ଉନ୍ମତକାଣ୍ଡ । ଭିଣୋଇର ଆକ୍ରମଣରେ ଶଳାର ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ସୌମ୍ୟ ରଞ୍ଜନ ପ୍ରଧାନ । ସେହିପରି ସୌମ୍ୟଙ୍କ ମା ଗୀତା ରାଣୀ ଦାସ, ବାପା ସୁକାନ୍ତ ପ୍ରଧାନ, ଆଇ ଟିକିନା ଦାସ ଓ ନନ୍ଦିନୀ ମହାନ୍ତି ଆହତ ହୋଇଛନ୍ତି । ଆହତମାନଙ୍କୁ ରୁକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।Continue reading “ପାରିବାରିକ କଳହର କରୁଣ ପରିଣତି : ଭିଣୋଇର ଆକ୍ରମଣରେ ଶଳାର ମୃତ୍ୟୁ, ୪ ଆହତ”

ସହମତିରେ ଶାରୀରିକ ସମ୍ପର୍କ, ଦୁଷ୍କର୍ମ ନୁହେଁ ! କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କନକ ବ୍ୟୁରୋ : ସହମତିରେ ଶାରୀରିିକ ସମ୍ପର୍କ ରଖିଥିଲେ ପରବର୍ତ୍ତୀ ସମୟରେ ଆଣିପାରିବେନି ଦୁଷ୍କର୍ମ ଅଭିଯୋଗ । ଘଟଣାର ୬ ବର୍ଷ ପରେ କୌଣସି ମହିଳା ଏପରି ଅଭିଯୋଗ କରିପାରିବେ ନାହିଁ । କର୍ଣ୍ଣାଟକ ହାଇକୋର୍ଟ ବେଙ୍ଗାଲୁରୁର ଜଣେ ମହିଳା ଦାଏର କରିଥିବା ଦୁଇଟି ଅପରାଧିକ ମାମଲା ଖାରଜ କରି ଏପରି କିଛି ରାୟ ଦେଇଛନ୍ତି । ମହିଳା ଜଣକ ଅଭିଯୋଗ କରିଥିଲେ ଯେ, ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ତାଙ୍କ ସହିତ ୬ ବର୍ଷ ଧରିContinue reading “ସହମତିରେ ଶାରୀରିକ ସମ୍ପର୍କ, ଦୁଷ୍କର୍ମ ନୁହେଁ ! କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ”

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି : ପାକିସ୍ତାନକୁ ୪-୦ରେ ବିଦା କଲା ଭାରତ

କନକ ବ୍ୟୁରୋ : ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରୁ ବିଦା ହେଲା ପାକିସ୍ତାନ । ଆଉ ଏହି ବିଦାୟ ରାସ୍ତା ଦେଖାଇଛି ଭାରତ । ବୁଧବାର ଖେଳାଯାଇଥିବା ଶେଷ ଲିଗ୍ ମ୍ୟାଚରେ ପୂର୍ବରୁ ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିବା ଭାରତ ଘରୋଇ ପରିବେଶର ପୂରା ଫାଇଦା ଉଠାଇଛି । ଆଉ ୪-୦ ଗୋଲରେ ପାକିସ୍ତାନକୁ ମାତ୍ ଦେଇଛି । ଏହି ବିଜୟ ସହ ଭାରତ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିବା ସହ ଟେବୁଲର ଶୀର୍ଷ ସ୍ଥାନ ଦଖଲContinue reading “ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି : ପାକିସ୍ତାନକୁ ୪-୦ରେ ବିଦା କଲା ଭାରତ”

ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି : ସମାଲୋଚନାର ଶିକାର ପରେ କଠୋର ହେଲା ବିଏମସି ; ମଶା ବଂଶ ବୃଦ୍ଧି ପାଇଁ ଆଦାୟ ହେବ ଜରିମାନା

କନକ ବ୍ୟୁରୋ : ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ବିଏମସି ସମାଲୋଚନାର ଶିକାର ହେଉଛି । ଏହାରି ଭିତରେ କଠୋର ହୋଇଛି ବିଏମସି । ଏଣିକି ମଶା ବୃଦ୍ଧି ପାଇଁ ପରିବେଶ ଅନୁକୂଳ ହେଉଥିଲେ ଜରିମାନା ଦେବାକୁ ପଡିବ ବୋଲି ବିଏମସି କହିଛି । ସ୍ୱାଧୀନତା ଦିବସ ପରଠୁ ଭୁବନେଶ୍ୱର ମହାନଗର ନିଗମ ଏହି ନୂଆ ନୀତି ଆପଣାଇବ ବୋଲି ଜଣାପଡିଛି । ସାଧାରଣ ଲୋକଙ୍କଠୁ ହଜାରେ, ବ୍ୟବସାୟୀContinue reading “ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି : ସମାଲୋଚନାର ଶିକାର ପରେ କଠୋର ହେଲା ବିଏମସି ; ମଶା ବଂଶ ବୃଦ୍ଧି ପାଇଁ ଆଦାୟ ହେବ ଜରିମାନା”

ବନକଲାଗି ହେଲେ ମହାପ୍ରଭୁ : ଦେଢ ମାସ ପରେ ବିବାଦର ହେଲା ଅନ୍ତ

କନକ ବ୍ୟୁରୋ : ୪୬ ଦିନ ପରେ ହେଲା ମହାପ୍ରଭୁଙ୍କ ବନକଲାଗି ନୀତି । ଚଳିତ ବର୍ଷ ନୀଳାଦ୍ରି ବିଜେଠାରୁ ମହାପ୍ରଭୁ ବନକଲାଗି ହୋଇପାରିନଥିଲେ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତିକ୍ରମେ ବୁଧବାର ହିଁ ଦତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିଛନ୍ତି । ବନକଲାଗି ପାଇଁ ଗତକାଲି ଅପରାହ୍ନ ପ୍ରାୟ ୫ଟା ୨୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ରାତି ପ୍ରାୟ ୧୦ଟାରେ ବନକଲାଗି ଶେଷ ପରେ ଦର୍ଶନ ସ୍ୱାଭାବିକ ହୋଇଥିଲା । ଗତକାଲିContinue reading “ବନକଲାଗି ହେଲେ ମହାପ୍ରଭୁ : ଦେଢ ମାସ ପରେ ବିବାଦର ହେଲା ଅନ୍ତ”

‘ମୋ ଜଙ୍ଗଲ ଜମି ଯୋଜନା’ : ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ; ଜନଜାତିଙ୍କ ବିକାଶରେ ନୂଆ ମାଇଲଖୁଣ୍ଟ ସ୍ଥାପନ ହେବ କହିଲେ ନବୀନ

କନକ ବ୍ୟୁରୋ :  ରାଜ୍ୟରେ ‘ମୋ ଜଙ୍ଗଲ ଜମି ଯୋଜନା’ ଆରମ୍ଭ ହୋଇଛି । ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଆରମ୍ଭ କରିଛନ୍ତି । ଏହା ଦ୍ବାରା ସମସ୍ତଙ୍କ ସହଯୋଗରେ ଜନଜାତିମାନଙ୍କ ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାରକୁ ସୁନିଶ୍ଟିତ କରିବା ଏହି ଯୋଜନାର ଲକ୍ଷ୍ୟContinue reading “‘ମୋ ଜଙ୍ଗଲ ଜମି ଯୋଜନା’ : ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ; ଜନଜାତିଙ୍କ ବିକାଶରେ ନୂଆ ମାଇଲଖୁଣ୍ଟ ସ୍ଥାପନ ହେବ କହିଲେ ନବୀନ”

ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ମହାବିତର୍କ : ଆଜି ଗୃହରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ; ମଣିପୁର ମହିଳା ନିର୍ଯାତନା ପ୍ରସଙ୍ଗରେ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ

କନକ ବ୍ୟୁରୋ : ଆଜି ଗୃହରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ଦୁଇ ଦିନ ହେବ ବିତର୍କ ଚାଲିଛି । ଆଜି ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ବିବୃତି ରଖିବେ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟ କରିଛନ୍ତି । ତେଣୁ ଲୋକସଭାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଣ କହିବେ ତା’ଉପରେ ସମସ୍ତଙ୍କ ନଜର ରହିଛି । ମଣିପୁରରେ ଦୁଇ ମହିଳାଙ୍କୁ ନିର୍ଯାତନା ଘଟଣାରେ ବିରୋଧୀ ଅନାସ୍ଥା ପ୍ରସ୍ତାବContinue reading “ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ମହାବିତର୍କ : ଆଜି ଗୃହରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ; ମଣିପୁର ମହିଳା ନିର୍ଯାତନା ପ୍ରସଙ୍ଗରେ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ”

ବନ୍ୟାରେ ବେହାଲ ଉତ୍ତରାଖଣ୍ଡ । ଜାରି ରହିଛି ପ୍ରବଳ ବର୍ଷା

କନକ ବ୍ୟୁରୋ : କିଛି ଦିନର ଆଶ୍ୱସ୍ତି ପରେ ଉତରାଖଣ୍ଡରେ ପୁଣି ବନ୍ୟାସ୍ଥିତି ଦେଖିବାକୁ ମିଳିଛି । ଲଗାତର ଭାବେ ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇପଡ଼ିଛି ଉତରାଖଣ୍ଡର ବିଭିନ୍ନ ସ୍ଥାନ । ଗାଁ ଠୁ ନେଇ ସହରର ଗଳି କନ୍ଦ ପର୍ଯ୍ୟନ୍ତ ଚାରିଆଡ଼େ ଚାଲୁଛି ପ୍ରଖର ସ୍ରୋତ । ମୁଖ୍ୟତଃ ଉତରାଖଣ୍ଡର ହଲଦ୍ୱାନୀ ସହରର ସ୍ଥିତି ବନ୍ୟା ଯୋଗୁଁ ସଙ୍ଗୀନ ହୋଇପଡ଼ିଛି । ସବୁଆଡ଼େ ଭରି ରହିଛି ଅକାତ କାତ ପାଣି । ବନ୍ୟାସ୍ଥିତିକୁ ବର୍ଷାContinue reading “ବନ୍ୟାରେ ବେହାଲ ଉତ୍ତରାଖଣ୍ଡ । ଜାରି ରହିଛି ପ୍ରବଳ ବର୍ଷା”

Design a site like this with WordPress.com
Get started