ଆଇଆଇଟି ହାଇଦ୍ରାବାଦରେ ଓଡ଼ିଆ ଛାତ୍ରୀଙ୍କ ମୃତ୍ୟୁ : ରାଗିଂ ପରେ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ ଆଣିଲେ ପରିବାର

କନକ ବ୍ୟୁରୋ : ଆଇଆଇଟି ହାଇଦ୍ରାବାଦରେ ଓଡ଼ିଆ ଛାତ୍ରୀଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ବୀରମହାରାଜପୁରର ମମିତା ନାଏକଙ୍କ ମୃତ୍ୟୁ ହୋଇଛି । ସେ ରହୁଥିବା ହଷ୍ଟେଲ ରୁମ୍ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ହଷ୍ଟେଲ ରୁମ୍ରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ପୋଲିସ ଜବତ କରିଛି । ମମିତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ରାଗିଂ କରି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗContinue reading “ଆଇଆଇଟି ହାଇଦ୍ରାବାଦରେ ଓଡ଼ିଆ ଛାତ୍ରୀଙ୍କ ମୃତ୍ୟୁ : ରାଗିଂ ପରେ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ ଆଣିଲେ ପରିବାର”

ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା । ବ୍ରେକ୍ ଫେଲ ହେବାରୁ ୪ କାରକୁ ଦଳିଦେଇଗଲା ଟ୍ରକ୍, ଘଟଣାସ୍ଥଳରେ ଦମ୍ପତ୍ତିଙ୍କ ମୃତ୍ୟୁ

କନକ ବ୍ୟୁରୋ: ହିମାଚଳପ୍ରଦେଶ ସିମଲାରୁ ଆସିଛି ଛାତଥରା ଦୃଶ୍ୟ । ଯେଉଁଠି ଏକ ସେଓ ଲୋଡ୍ ଟ୍ରକ୍ ଭାରସାମ୍ୟ ହରାଇ ଗୋଟିଏ ପରେ ଗୋଟିଏ କାରକୁ ଦଳିଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ସ୍ୱାମୀ , ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଟ୍ରକର ବ୍ରେକ୍ ଫେଲ ହୋଇଯିବାରୁ ଏଭଳି ଅଘଟଣ ହୋଇଥିବା ଜଣାପଡିଛି । ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଟ୍ରକରେ ୬୦୦ରୁ ଅଧିକ ସେଓ ପେଟି ଲଦା ହୋଇଥିଲା । ହେଲେ ହଠାତ୍ ଟ୍ରକର ବ୍ରେକ୍ ଫେଲContinue reading “ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା । ବ୍ରେକ୍ ଫେଲ ହେବାରୁ ୪ କାରକୁ ଦଳିଦେଇଗଲା ଟ୍ରକ୍, ଘଟଣାସ୍ଥଳରେ ଦମ୍ପତ୍ତିଙ୍କ ମୃତ୍ୟୁ”

ଦୁର୍ଘଟଣାରେ କଲରାପତରିଆର ମୃତ୍ୟୁ : ଦୁର୍ଘଟଣା ନେଇ ତଦନ୍ତ କରୁଛି ବନବିଭାଗ

କନକ ବ୍ୟୁରୋ : ଦୁର୍ଘଟଣାରେ କଲରାପତରିଆର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଘୁମୁସର ବନଖଣ୍ଡ ମୂଜାଗଡ଼ ଗାଁ ନିକଟ ମୁଖ୍ୟରାସ୍ତାରୁ ଗୁରୁତର ଭାବେ ଆହତ ହୋଇଥିବା କଲରାପତରିଆ ବାଘକୁ ଉଦ୍ଧାର କରାଯାଇଥିଲା । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ କୌଣସି ଏକ ଭାରି ଯାନ ଧକ୍କାରେ କଲରାପତରିଆ ବାଘଟି ତଳେ ପଡି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି କଲରାପତରିଆ ବାଘଟିକୁContinue reading “ଦୁର୍ଘଟଣାରେ କଲରାପତରିଆର ମୃତ୍ୟୁ : ଦୁର୍ଘଟଣା ନେଇ ତଦନ୍ତ କରୁଛି ବନବିଭାଗ”

ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଅଭିଭାଷଣକୁ ବିଜେପିର ପ୍ରଶଂସା : ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଲେ, ଏହା ସବୁଠୁ ଭଲ ବିତର୍କ

କନକ ବ୍ୟୁରୋ : ବିଜେଡିକୁ ପୁଣି ବିଜେପିର ପ୍ରଶଂସା । ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା ବେଳେ ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ଅଭିଭାଷଣକୁ ପ୍ରଶଂସା କରିଛନ୍ତି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ । ସେ ଟ୍ୱିଟ କରି କହିଛନ୍ତି, ଅନାସ୍ଥା ଆଲୋଚନା ବେଳେ ସବୁଠୁ ଭଲ ତର୍କ ପିନାକୀ ମିଶ୍ରଙ୍କର ଥିଲା । ପିନାକୀଙ୍କ ଅଭାଷଣର କିଛି ଅଂଶକୁ ଉଦ୍ଧୃତ କରି ସେ ଟ୍ୱିଟ୍ କରିଛନ୍ତି । ସେContinue reading “ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଅଭିଭାଷଣକୁ ବିଜେପିର ପ୍ରଶଂସା : ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଲେ, ଏହା ସବୁଠୁ ଭଲ ବିତର୍କ”

ସଲମାନଙ୍କ ଫିଲ୍ମ ‘ବଡିଗାର୍ଡ’ ନିର୍ଦ୍ଦେଶକ ସିଦ୍ଦିକି ଇସ୍ମାଇଲଙ୍କ ହୃଦଘାତରେ ପରଲୋକ । ୬୩ ବର୍ଷରେ ଶେଷ ନିଃଶ୍ୱାସ

କନକ ବ୍ୟୁରୋ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ତଥା ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘ ବଡିଗାର୍ଡ’ର ନିର୍ଦ୍ଦେଶକ ସିଦ୍ଦିକି ଇସ୍ମାଇଲଙ୍କ ହୃଦଘାତରେ ପରଲୋକହୋଇଛି । କିଛି ଦିନ ଧରି ସେ ନିମୋନିଆ ଓ ଲିଭର ସଂକ୍ରମଣ ଜନିତ ସମସ୍ୟା ନେଇ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ରାବସ୍ଥା ଅଧିକ ଖରାପ ହେବାରୁ ତାଙ୍କ କୋଚି ଅମୃତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ଚିକିତ୍ସା ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁContinue reading “ସଲମାନଙ୍କ ଫିଲ୍ମ ‘ବଡିଗାର୍ଡ’ ନିର୍ଦ୍ଦେଶକ ସିଦ୍ଦିକି ଇସ୍ମାଇଲଙ୍କ ହୃଦଘାତରେ ପରଲୋକ । ୬୩ ବର୍ଷରେ ଶେଷ ନିଃଶ୍ୱାସ”

ପୁଅ ଝିଅ ଥାଇ କି ଲାଭ? ଦି ମୁଠା ଭାତ ପାଇଁ ତରସୁଛି ମା’ । ନ୍ୟାୟ ପାଇଁ ପ୍ରଶାସନର ଦ୍ୱାରସ୍ଥ

କନକ ବ୍ୟୁରୋ: ଥର ଥର କଣ୍ଠରେ କହୁଥିବା ଏ ବୁଢି ମାଉସୀଙ୍କ କଥାକୁ ଯିଏ ଶୁଣିବ ଆଖି ଜକେଇ ଆସିବ । ୫ ପୁଅ ୪ ଝିଅ ଜନ୍ମ କରି ସେ ଯେମିତି ପାପ କରିଛନ୍ତି । ୯୨ ବର୍ଷ ବୟସରେ ମା’କୁ ଭାଗ ବାଣ୍ଟୁଛନ୍ତି ୫ ପୁଅ । ତାଙ୍କ ଅର୍ଜିତ ସବୁ କିଛି ସମ୍ପତ୍ତିକୁ ପୁଅମାନେ ଭୋଗ କରୁଛନ୍ତି ହେଲେ ମା’କୁ ରଖିବାକୁ ସମସ୍ତେ ଅମଙ୍ଗ । ତେଣୁ ଜୀବନର ଏ ଶେଷ ସମୟରେContinue reading “ପୁଅ ଝିଅ ଥାଇ କି ଲାଭ? ଦି ମୁଠା ଭାତ ପାଇଁ ତରସୁଛି ମା’ । ନ୍ୟାୟ ପାଇଁ ପ୍ରଶାସନର ଦ୍ୱାରସ୍ଥ”

ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ : ଅପରାହ୍ନ ଗୋଟାଏରୁ ଦୁଇଟା ମଧ୍ୟରେ କରାଯିବ ଦ୍ୱିତୀୟ କକ୍ଷପଥ ହାସଲ

କନକ ବ୍ୟୁରୋ : ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ । ଆଜି ଅପରାହ୍ଣ ଗୋଟାଏରୁ ୨ଟା ମଧ୍ୟରେ ଚନ୍ଦ୍ରଯାନ-୩ର ଦ୍ୱିତୀୟ କକ୍ଷପଥ ହ୍ରାସ ପ୍ରକ୍ରିୟା କରାଯିବ । ଏହା ପରେ ଆହୁରି ଦୁଇ ଥର ଚନ୍ଦ୍ରଯାନର କକ୍ଷପଥକୁ ବଦଳାଯିବ । ଏହା ଚନ୍ଦ୍ରର ସବୁଠୁ ଅଧିକ ନିଟକତର ହେବ । ବର୍ତ୍ତମାନ ଚନ୍ଦ୍ରଯାନ-୩ ଚନ୍ଦ୍ରଠାରୁ ସବୁଠୁ କମ୍ ୧୭୦ କିମି ଓ ସବୁଠୁ ଅଧିକ ୪ ହଜାର ୩୧୩ କିମି ଦୂରରେ ଅଣ୍ଡାକାର ପଥରେContinue reading “ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ : ଅପରାହ୍ନ ଗୋଟାଏରୁ ଦୁଇଟା ମଧ୍ୟରେ କରାଯିବ ଦ୍ୱିତୀୟ କକ୍ଷପଥ ହାସଲ”

ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି : ସ୍କୁଲରେ ପଶି ୪ ଛାତ୍ରୀଙ୍କୁ ଶୌଚାଳୟରେ ପକାଇ ଦେଲେ ତାଲା

କନକ ବ୍ୟୁରୋ : ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି । ସ୍କୁଲରେ ପଶି ଶୌଚାଳୟରେ ୪ ଛାତ୍ରୀଙ୍କୁ ତାଲା ପକାଇଦେଲେ । କଣ୍ଟାବାଞ୍ଜି ଥାନା ବୁରୋମାଲ ହାଇସ୍କୁଲରୁ ଏଭଳି ଅଭିଯୋଗ ଆସିଛି । ଗତକାଲି ଅପରାହ୍ନ ସାଢ଼େ ୩ଟାରେ ସ୍କୁଲ କମିଟି ସଭାପତି ସଦାନନ୍ଦ ବନଛୋର ସ୍କୁଲକୁ ଆସି ଦାଦାଗିରି କରିଥିବା ଅଭିଯୋଗ ହୋଇଛି । ୪ ଜଣ ଛାତ୍ରୀଙ୍କୁ ସେ ଗାଳିଗୁଲଜ କରିଥିଲେ, ଆଉ ଭୟରେ ପିଲାମାନେ ସ୍କୁଲର ଶୌଚାଳୟକୁ ପଳାଇଥିଲେ । ହେଲେContinue reading “ସ୍କୁଲ ପରିଚାଳନା କମିଟି ସଭାପତିଙ୍କ ଦାଦାଗିରି : ସ୍କୁଲରେ ପଶି ୪ ଛାତ୍ରୀଙ୍କୁ ଶୌଚାଳୟରେ ପକାଇ ଦେଲେ ତାଲା”

ଅନାସ୍ଥା ପ୍ରସ୍ତାବ, ଆଜି ଦ୍ୱିତୀୟ ଦିନ ଆଲୋଚନା : ପ୍ରଥମ ଦିନରେ କଡ଼ା ସମାଲୋଚନା କରିଥିଲେ ବିରୋଧୀ, ଜବାବ ରଖିଥିଲା ବିଜେପି

କନକ ବ୍ୟୁରୋ : ଲୋକସଭାରେ ଅନାସ୍ଥା ପ୍ରସ୍ତାବ ନେଇ ଆଜି ଦ୍ୱିତୀୟ ଦିନ ଆଲୋଚନା ଜାରି ରହିବ । ମଙ୍ଗଳବାର ଆଲୋଚନା ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଦଳର ସାଂସଦ ଭାଷଣ ରଖିଥିଲେ । ବିରୋଧୀମାନେ ମୋଦୀ ସରକାରକୁ ମଣିପୁର ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି । ସେପଟେ ବିଜେପି ସାଂସଦ ମଧ୍ୟ ଏହାର ଜବାବ ରଖିଛନ୍ତି । ହେଲେ ଯେଉଁ ଦୁଇ ଜଣଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର ଅଟକିଛି, ସେ ଦୁହେଁ ଏଯାଏ ନିଜContinue reading “ଅନାସ୍ଥା ପ୍ରସ୍ତାବ, ଆଜି ଦ୍ୱିତୀୟ ଦିନ ଆଲୋଚନା : ପ୍ରଥମ ଦିନରେ କଡ଼ା ସମାଲୋଚନା କରିଥିଲେ ବିରୋଧୀ, ଜବାବ ରଖିଥିଲା ବିଜେପି”

ତପ୍ତପାଣି କେନାଲରୁ ମିଳିଲା ନିଖୋଜ ଯୁବତୀଙ୍କ ମୃତଦେହ : ସୁନାଗହଣା ଲୁଟ୍ ପରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କନକ ବ୍ୟୁରୋ : କେମିତି ଗଲା ୪ ଦିନ ତଳେ ନିଖୋଜ ଥିବା ଯୁବତୀଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗୋବିନ୍ଦପୁର ପଞ୍ଚାୟତ ତପ୍ତପାଣି ପର୍ଯ୍ୟଟନସ୍ଥଳୀ ନିକଟ କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକେ ମାଛ ଧରିବାକୁ ଯାଇଥିବା ବେଳେ ମୃତଦେହ ଦେଖିବାକୁ ପାଇଥିଲେ, ଏହାପରେ ପୋଲିସକୁ ଜଣାଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସମ୍ପୃକ୍ତ ଯୁବତୀ ଜଣକ ୪Continue reading “ତପ୍ତପାଣି କେନାଲରୁ ମିଳିଲା ନିଖୋଜ ଯୁବତୀଙ୍କ ମୃତଦେହ : ସୁନାଗହଣା ଲୁଟ୍ ପରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ”

Design a site like this with WordPress.com
Get started