କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି । ଇମ୍ରାନ ୫ ବର୍ଷ ଯାଏଁ ଲଢ଼ିପାରିବେନି । ଏନେଇ ଘୋଷଣା କରିଛି ପାକିସ୍ତାନ ନିର୍ବାଚନ କମିଶନ । ତୋଷଖାନା ଦୁର୍ନୀତି ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ଇମ୍ରାନ । ଏହାପରେ ୫ ବର୍ଷ ନିର୍ବାଚନ ଲଢ଼ି ପାରିବେନି ଏହି ନିର୍ଦ୍ଦେଶ ତାଙ୍କ ପାଇଁ ବଡ଼ ଝଟକା ହୋଇଛି । ଖୁବଶୀଘ୍ର ପାକିସ୍ତନରେ ଶେହବାଜ ସରିଫ ସରକାରରContinue reading “ବଢ଼ିଲା ଇମ୍ରାନ ଖାନଙ୍କ ଅଡ଼ୁଆ : ୫ ବର୍ଷ ନିର୍ବାଚନ ଲଢ଼ିପାରିବେନି ପିଟିଆଇ ମୁଖ୍ୟ; ନିର୍ଦ୍ଦେଶ ଦେଲେ ପାକିସ୍ତାନ ନିର୍ବାଚନ କମିଶନ”
Tag Archives: News
ତୃତୀୟ ଟି-୨୦ ମ୍ୟାଚ୍ ଜିତି ସିରିଜ୍ ବଞ୍ଚାଇ ରଖିଲା ଭାରତ : ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ
କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ଜିତି ଭାରତ ସିରିଜରେ ନିଜକୁ ବଞ୍ଚାଇ ରଖିଛି । ପୂର୍ବରୁ ଦୁଇଟି ଯାକ ମ୍ୟାଚ୍ ହାରି ସାରିଥିବାରୁ ତୃତୀୟ ମ୍ୟାଚ୍ ଜିତିବା ଟିମ୍ ଇଣ୍ଡିଆ ପାଇଁ ନିହାତି ଜରୁରୀ ହୋଇପଡ଼ିଥିଲା । ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ବ୍ରାଣ୍ଡନ୍ କିଙ୍ଗ୍ ଓ କାଏଲ୍ ମାୟର୍ସ ପ୍ରଥମ ୱିକେଟ୍ ପାଇଁ ୫୫ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଏଥି ପାଇଁ ୭.୪ ଓଭରContinue reading “ତୃତୀୟ ଟି-୨୦ ମ୍ୟାଚ୍ ଜିତି ସିରିଜ୍ ବଞ୍ଚାଇ ରଖିଲା ଭାରତ : ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ”
ବାଦବିବାଦର ଅନ୍ତ : ଆଜି ଶ୍ରୀମନ୍ଦିରରେ ହେବ ବନକଲାଗି ନୀତି; ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ଶ୍ରୀମନ୍ଦିରରେ ଆଜି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ । ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଏକ ମାସ ପରେ ପରେ ଶ୍ରୀଜିଉଙ୍କ ବନକଲାଗି ନୀତି କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଦତମହାପାତ୍ର ସେବାୟତଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ବନକଲାଗିContinue reading “ବାଦବିବାଦର ଅନ୍ତ : ଆଜି ଶ୍ରୀମନ୍ଦିରରେ ହେବ ବନକଲାଗି ନୀତି; ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ”
ଭାରତ ଯୋଡୋ ଯାତ୍ରାରେ ପୁଣି ବାହାରିବେ ରାହୁଲ ଗାନ୍ଧୀ। ଗୁଜରାଟରୁ ମେଘାଳୟ ଯାଏ କରିବେ ପଦଯାତ୍ରା
କନକ ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବେ । ନିଜର ପଦଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ସେ ଗୁଜରାଟରୁ ମେଘାଳୟକୁ ଯାତ୍ରା କରିବେ । ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟେଲ ଗଣମାଧ୍ୟମକୁ ସୂଚନା ଦେଇ ଏହି ଖବର ଦେଇଛନ୍ତି । ଏହି ସମୟରେ ବିଭିନ୍ନ ରାଜ୍ୟରେ ମଧ୍ୟ ନେତା ମାନେ ସମାନ୍ତରାଳ ପଦଯାତ୍ରା କରିବେ । ପଟେଲ ଆହୁରି ମଧ୍ୟ କହିଥିଲେ, ଯେ ପ୍ରମୁଖ ନେତା ମାନେ ପଶ୍ଚିମରContinue reading “ଭାରତ ଯୋଡୋ ଯାତ୍ରାରେ ପୁଣି ବାହାରିବେ ରାହୁଲ ଗାନ୍ଧୀ। ଗୁଜରାଟରୁ ମେଘାଳୟ ଯାଏ କରିବେ ପଦଯାତ୍ରା”
ଲୋକସଭା ସଦସ୍ୟତା ଫେରି ପାଇବା ପରେ ପୁଣି ଥରେ ସରକାରୀ ବାସଭବନରେ ରହିବେ ରାହୁଲ ଗାନ୍ଧୀ । ୧୨ତୁଗଲକ ରୋଡରେ ଥିବା ଘରକୁ ଫେରିବେ ରାହୁଲ
କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ଫେରି ପାଇବା ପରେ ଏବେ ଫେରିପାଇବେ ତାଙ୍କର ପୁରୁଣା ସରକାରୀ ବାସଭବନ । ଦିଲ୍ଲୀ ୧୨ ତୁଗଲକ ରୋଡରେ ଥିବା ଘରକୁ ପୁଣି ଫେରିଯିବେ ରାହୁଲ । ପ୍ରତିକ୍ରିୟା ରଖି ରାହୁଲ କହିଛନ୍ତି ସାରା ଭାରତ ମୋ ଘର । ସେପଟେ ଅଗଷ୍ଟ ୧୨ରେ ନିଜର ସଂସଦୀୟ କ୍ଷେତ୍ର ୱାୟନାଡା ରାହୁଲ ଯିବା ନେଇ ସୂଚନା ମିଳିଛି । ଏନେଇ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳContinue reading “ଲୋକସଭା ସଦସ୍ୟତା ଫେରି ପାଇବା ପରେ ପୁଣି ଥରେ ସରକାରୀ ବାସଭବନରେ ରହିବେ ରାହୁଲ ଗାନ୍ଧୀ । ୧୨ତୁଗଲକ ରୋଡରେ ଥିବା ଘରକୁ ଫେରିବେ ରାହୁଲ”
ବିବାଦରେ ଅକ୍ଷୟଙ୍କ ଅଭିନୀତ ‘ଓଏମଜି ଟୁ” । ନିର୍ଦ୍ଦେଶକ ଓ ଅଭିନେତାଙ୍କୁ ମିଳିଲା ନୋଟିସ, ଦୃଶ୍ୟକୁ ନେଇ ଆପତ୍ତି ପ୍ରକାଶ
କନକ ବ୍ୟୁରୋ : ମୁକ୍ତିଲାଭ ଅପେକ୍ଷାରେ ଥିବା ଓମଏମଜି ଟୁ ବିବାଦରେ ଫଶିଛି । ଫିଲ୍ମରେ ସ୍ଥାନ ପାଇଥିବା କିଛି ଦୃଶ୍ୟକୁ ନେଇ ଉଠିଛି ଆପତ୍ତି । ଟ୍ରେଲରର ଏକ ଦୃଶ୍ୟରେ ଅକ୍ଷୟ କୁମାରଙ୍କୁ ଶିବଙ୍କ ବେଶଭୁଷାରେ ଦେଖିବାକୁ ମିଳିଛି । ଚରିତ୍ର ସହ ଖାପ ଖୁଆଇ ଅକ୍ଷୟଙ୍କୁ ଏଭଳି ବେଶଭୂଷା ଦିଆଯାଇଛି ସତ କିନ୍ତୁ ବଜାରରେ ବୁଲି କଚୋରୀ କିିଣିବା ଦୃଶ୍ୟକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ଉତରପ୍ରଦେଶ ଉଜ୍ଜେୟନ ମହାକାଳ ମନ୍ଦିରର ସାଧୁସନ୍ଥ । ଏନେଇContinue reading “ବିବାଦରେ ଅକ୍ଷୟଙ୍କ ଅଭିନୀତ ‘ଓଏମଜି ଟୁ” । ନିର୍ଦ୍ଦେଶକ ଓ ଅଭିନେତାଙ୍କୁ ମିଳିଲା ନୋଟିସ, ଦୃଶ୍ୟକୁ ନେଇ ଆପତ୍ତି ପ୍ରକାଶ”
କଂଗ୍ରେସ ଉପରେ ଅଭିଯୋଗ ଆଣିଲା ବିଜେପି । ଦେଶଦ୍ରୋହୀଙ୍କୁ କଂଗ୍ରେସ ସାହାଯ୍ୟ କରୁଥିବା ବିଜେପିର ଅଭିଯୋଗ
କନକ ବ୍ୟୁରୋ : ୱେବ ପୋର୍ଟାଲ ନ୍ୟୁଜ କ୍ଲିକ୍କୁ ମାଧ୍ୟମ କରି ଚୀନର ରାଜନୈତିକ ବିଚାରଧାରାକୁ ଭାରତରେ ପ୍ରସାର ଓ ପ୍ରଚାର କରାଯାଉଛି । ଚୀନର କମ୍ୟୁନିଷ୍ଟ ପାର୍ଟି ସରକାରଙ୍କ ବିଚାରାଧାରାକୁ ଭାରତରେ ପ୍ରସାର ଓ ପ୍ରଚାର କରିବାକୁ ମିଳୁଛି କୋଟିକୋଟି ଟଙ୍କା । ଆଉ ଏଥିପାଇଁ କିଛି ଘରୋଇ ୱେବ ପୋର୍ଟାଲ, ୟୁଟ୍ୟୁବ ଚ୍ୟାନେଲକୁ ଚୀନ ଦେଉଛି କୋଟିକୋଟି ଟଙ୍କା । ସୋମବାର ଲୋକସଭାରେ ଏଭଳି କିଛି ଅଭିଯୋଗକୁ ନେଇ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା ।Continue reading “କଂଗ୍ରେସ ଉପରେ ଅଭିଯୋଗ ଆଣିଲା ବିଜେପି । ଦେଶଦ୍ରୋହୀଙ୍କୁ କଂଗ୍ରେସ ସାହାଯ୍ୟ କରୁଥିବା ବିଜେପିର ଅଭିଯୋଗ”
୬ରାଜ୍ୟ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ । ସେପ୍ଟେମ୍ବର ୫ରେ ପଡିବ ଭୋଟିଂ, ୮ରେ ଗଣତି
କନକ ବ୍ୟୁରୋ : ୨୦୨୪ ରେ ହେବ ସାଧାରଣ ନିର୍ବାଚନ, ତା ପୂର୍ବରୁ ମଧ୍ୟ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ହେଲେ ତା ପୂର୍ବରୁ ୬ଟି ରାଜ୍ୟରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଏହି କ୍ରମରେ ୬ଟି ରାଜ୍ୟର ୭ଟି ବିଧାନସଭା କ୍ଷେତ୍ରରେ ଉପ ନିର୍ବାଚନ ହେବ । ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ଏନେଇ ସେପ୍ଟେମ୍ବର ୫ ତାରିଖରେ ଭୋଟିଂ ହେବ ଓContinue reading “୬ରାଜ୍ୟ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ । ସେପ୍ଟେମ୍ବର ୫ରେ ପଡିବ ଭୋଟିଂ, ୮ରେ ଗଣତି”
ବଢ଼ିପାରେ ଆପ ସାଂସଦଙ୍କ ସମସ୍ୟା । ଜାଲ୍ ଦସ୍ତଖତ ଅଭିଯୋଗ ଘେରରେ ରାଘବ ଚଢ଼ା । ପଠାଯିବ ସ୍ୱାଧୀକାର ଭଙ୍ଗ ନୋଟିସ
କନକ ବ୍ୟୁରୋ : ସୋମବାର ରାଜ୍ୟସଭାରେ ଦିଲ୍ଲୀ ସେବା ସଂଶୋଧନ ବିଲକୁ ନେଇ ଅନୁମୋଦନ ଚାଲିଥିବାବେଳେ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା ଏକ ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବରେ ୫ଜଣ ସାଂସଦଙ୍କ ଦସ୍ତଖତ ରହିଥିଲା ବୋଲି କହିଥିଲେ ଆପ ସାଂସଦ । ତେବେ ଏହି ଦସ୍ତଖତ ଜାଲ ବୋଲି ଅଭିଯୋଗ ହୋଇଛି । ସାଂସଦମାନେ ଯଦି ଦସ୍ତଖତ କରିନାହାଁନ୍ତି ତେବେ ଆପେ ଆପେ କିଭଳି ଦସ୍ତଖତ ହେଲା ବୋଲି ଉଠିଛି ପ୍ରଶ୍ନ ।Continue reading “ବଢ଼ିପାରେ ଆପ ସାଂସଦଙ୍କ ସମସ୍ୟା । ଜାଲ୍ ଦସ୍ତଖତ ଅଭିଯୋଗ ଘେରରେ ରାଘବ ଚଢ଼ା । ପଠାଯିବ ସ୍ୱାଧୀକାର ଭଙ୍ଗ ନୋଟିସ”
ଦିଲ୍ଲୀରେ ବିଜେପିର ସଂସଦୀୟ ଦଳ ବୈଠକ । ସାଂସଦଙ୍କୁ ସମ୍ବୋଧିତ କରିବା ସହ ଦିଲ୍ଲୀ ସେବା ବିଲ ପାସ ନେଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ଦିଲ୍ଲୀ ସେବା ସଂଶୋଧନ ବିଲ ଉପରେ ସୋମବାର ରାଜ୍ୟସଭା ହୋଇଥିଲା ଭୋଟିଂ । ବିରୋଧୀଙ୍କ ବିରୋଧ ସତ୍ୱ ବିଲ ପାସ ହୋଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଆଜିର ସଂସଦୀୟ ଦଳ ବୈଠକରେ କଟାକ୍ଷ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀ ଦଳ ବିଲକୁ ସେମିଫାଇନାଲ କହୁଥିଲେ ଓ ଏବେ ହାରିଯାଇଛନ୍ତି । ସେପଟେ ଦିଲ୍ଲୀ ସେବା ବିଧେୟକ ଉଭୟ ଗୃହରେ ସୁରୁଖୁରୁରେ ପାରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦଳର ସମସ୍ତ ସାଂସଦଙ୍କୁContinue reading “ଦିଲ୍ଲୀରେ ବିଜେପିର ସଂସଦୀୟ ଦଳ ବୈଠକ । ସାଂସଦଙ୍କୁ ସମ୍ବୋଧିତ କରିବା ସହ ଦିଲ୍ଲୀ ସେବା ବିଲ ପାସ ନେଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ”