ଅବସର ନେଇ ଖେଳ ମନ୍ତ୍ରୀଙ୍କ ୟୁଟର୍ଣ୍ଣ, ୫ ଦିନ ପରେ ବଦଳାଇଲେ ନିଷ୍ପତ୍ତି !

କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଖେଳାଳି ମନୋଜ ତିୱାରୀ ଅଗଷ୍ଟ ୩ରେ ସବୁ ପ୍ରକାର ଫର୍ମାଟରୁ ସନ୍ୟାସ ନେଇ ଘୋଷଣା କରିଥିଲେ । ତେବେ ୫ ଦିନ ଭିତରେ ସେ ଅବସର ନିଷ୍ପତ୍ତିରେ ୟୁଟର୍ଣ୍ଣ ନେଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ମନୋଜ ତିୱାରୀ ଅବସର ନିଷ୍ପତ୍ତିକୁ ବଦଳାଇ ପୁଣିଥରେ ବେଙ୍ଗଲ ପାଇଁ ଖେଳିବା ପାଇଁ ନଜର ଆସିବେ । ତେବେ ଏନେଇ ଆଧିକାରିକ ଭାବେ କୌଣସି ଘୋଷଣା କରାଯାଇନାହିଁ । ଏନେଇContinue reading “ଅବସର ନେଇ ଖେଳ ମନ୍ତ୍ରୀଙ୍କ ୟୁଟର୍ଣ୍ଣ, ୫ ଦିନ ପରେ ବଦଳାଇଲେ ନିଷ୍ପତ୍ତି !”

ସମାନ ନାଗରିକ ସଂହିତା ବିରୋଧରେ କେରଳ ବିଧାନସଭାରେ ପ୍ରସ୍ତାବ ପାରିତ, ମୁଖ୍ୟମନ୍ତ୍ରୀ ପୀନାରାଇ ବିଜୟନ କହିଲେ ତରତର ହୋଇ ସରକାର ନେଇଛନ୍ତି ପଦକ୍ଷେପ

କନକ ବ୍ୟୁରୋ : କେରଳ ମୁଖ୍ୟମନ୍ତ୍ରୀ ପୀନାରାଇ ବିଜୟନ ମଙ୍ଗଳବାର ଦିନ କେରଳ ବିଧାନସଭାରେ କେନ୍ଦ୍ର ସରକାରଙ୍କ ସମାନ ନାଗରିକ ସଂହିତା ଲାଗୁ କରିବା ଯୋଜନା ବିରୋଧରେ ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବ କେରଳ ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ହୋଇଛି । କେରଳରେ କଂଗ୍ରେସ ନେତୃତ୍ୱରେ ଥିବା ବିରୋଧୀମେଣ୍ଟ ୟୁଡିଏଫ ରାଜ୍ୟସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଏହାସହ ବିରୋଧୀମେଣ୍ଟ ମୁଖ୍ୟମନ୍ତ୍ରୀ ପୀନାରାଇ ବିଜୟନଙ୍କ ଦ୍ୱାରା ୟୁସିସି ବିରୋଧରେ ପ୍ରସ୍ତାବ ଉପସ୍ଥାପନ ହେବା ପରେContinue reading “ସମାନ ନାଗରିକ ସଂହିତା ବିରୋଧରେ କେରଳ ବିଧାନସଭାରେ ପ୍ରସ୍ତାବ ପାରିତ, ମୁଖ୍ୟମନ୍ତ୍ରୀ ପୀନାରାଇ ବିଜୟନ କହିଲେ ତରତର ହୋଇ ସରକାର ନେଇଛନ୍ତି ପଦକ୍ଷେପ”

ବିହାର ଜେଲରେ ରହିବେ ମନୀଷ କଶ୍ୟପ। ପାଟନା ସିଭିଲ କୋର୍ଟ ଜାରିକଲେ ନିର୍ଦ୍ଦେଶ

କନକ ବ୍ୟୁରୋ: ୟୁଟ୍ୟୁବର ମନୀଷ କଶ୍ୟପଙ୍କ ବଡ ଆଶ୍ୱସ୍ତି ମିଳିଛି । ବର୍ତ୍ତମାନ ସେ ବିହାର ଜେଲରେ ହିଁ ରହିବେ । ପାଟନା ସିଭିଲ କୋର୍ଟ ନିଜ ରାୟରେ କହିଛନ୍ତି ଯେ, ମନୀଷ କଶ୍ୟପ ତାମିଲନାଡୁରେ ଆବଶ୍ୟକ ପଡିଲେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେବେ । ସୂଚନା ଅନୁସାରେ ମନୀଷ କଶ୍ୟପ ତାମିଲନାଡୁରେ ସମସ୍ତ ମାମଲାରେ ଜାମିନ ପାଇସାରିଛନ୍ତି । ଶୁଣିବାକୁ ମିଳୁଛି ଯେ ବର୍ତ୍ତମାନ ଯାଏ ମନୀଷ କଶ୍ୟପଙ୍କୁ ଯେତେବେଳ ଯାଏ ବିହାର ମାମଲାରେContinue reading “ବିହାର ଜେଲରେ ରହିବେ ମନୀଷ କଶ୍ୟପ। ପାଟନା ସିଭିଲ କୋର୍ଟ ଜାରିକଲେ ନିର୍ଦ୍ଦେଶ”

ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା: ବିଜେଡି ପକ୍ଷରୁ ଅନାସ୍ଥା ପ୍ରସ୍ତାବକୁ ବିରୋଧ କଲେ ପିନାକୀ ମିଶ୍ର, ମୋଦିଙ୍କୁ ଜଣେ ଭଲ ବକ୍ତା କହି କଂଗ୍ରେସକୁ କଲେ ଟାର୍ଗେଟ

କନକ ବ୍ୟୁରୋ: ଲୋକସଭାରେ ଅନାସ୍ଥା ପ୍ରସ୍ତବ ଆଲୋଚନାରେ ଭାଗ ନେଇ ପ୍ରସ୍ତାବକୁ ବିରୋଧ କରିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । କହିଛନ୍ତି କେନ୍ଦ୍ର ସରକାର ଓଡିଶାର ଅନେକ ଦାବିକୁ ମାନି ନାହାନ୍ତି । ହେଲେ ଏକଥା ଭୁଲିଯିବା ଉଚିତ ନୁହେଁ ଯେ ଅନେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସହଯୋଗ କରିଛି । କିନ୍ତୁ ବିଜେଡି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ ନାହିଁ ବୋଲି ପିନାକୀ କହିଛନ୍ତି । ଏଥିସହ ବିରୋଧୀଙ୍କୁ ଟାର୍ଗେଟ କରି ସେContinue reading “ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା: ବିଜେଡି ପକ୍ଷରୁ ଅନାସ୍ଥା ପ୍ରସ୍ତାବକୁ ବିରୋଧ କଲେ ପିନାକୀ ମିଶ୍ର, ମୋଦିଙ୍କୁ ଜଣେ ଭଲ ବକ୍ତା କହି କଂଗ୍ରେସକୁ କଲେ ଟାର୍ଗେଟ”

ସାଂସଦ ପଦ ପରେ ରାହୁଲ ଗାନ୍ଧୀ ଫେରିପାଇଲେ ସରକାରୀ ବଙ୍ଗଳା, ଜାଣନ୍ତୁ କଣ ରଖିଲେ ପ୍ରତିକ୍ରିୟା

କନକ ବ୍ୟୁରୋ : ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ଫେରିପାଇବାର ଗୋଟିଏ ଦିନ ପରେ ପୁଣି ତାଙ୍କୁ ସରକାରୀ ବଙ୍ଗଳା ଫେରାଇଦିଆଯାଇଛି । ସବୁଠୁ ବଡ କଥା ହେଉଛି କି ରାହୁଲ ଗାନ୍ଧୀ ଯେଉଁ ସରକାରୀ ବଙ୍ଗଳରେ ପୂର୍ବରୁ ରହୁଥିଲେ ତାଙ୍କୁ ସେହି ବଙ୍ଗଳା ଫେରାଇଦିଆଯାଇଛି । ଅର୍ଥାତ ଏବେ ସେ ପୁଣି ୧୨ତୁଗଲକ ଲେନରେ ଥିବା ସରକାରୀ ବଙ୍ଗଳାରେ ରହିବେ । ହେଲେ ତାଙ୍କଠାରୁ ସରକାରୀ ବଙ୍ଗଳା ଫେରାଇନେବା ବେଳେ ସେ ତାଙ୍କର ସମସ୍ତ ଜିନିଷପତ୍ରContinue reading “ସାଂସଦ ପଦ ପରେ ରାହୁଲ ଗାନ୍ଧୀ ଫେରିପାଇଲେ ସରକାରୀ ବଙ୍ଗଳା, ଜାଣନ୍ତୁ କଣ ରଖିଲେ ପ୍ରତିକ୍ରିୟା”

ବିକ୍ରି ହୋଇଯିବ ଦେଶର ଏହି ବଡ ଫାର୍ମା କମ୍ପାନୀ । ନେହେରୁ ଓ ସୁଭାଷ ବୋଷ ଦେଇଥିଲେ ସାହାରା

କନକ ବ୍ୟୁରୋ: ଦେଶର ସର୍ବ ପୁରାତନ ଓ ସବୁଠୁ ବଡ ଫାର୍ମା କମ୍ପାନୀ ସିପ୍ଲା ବିକ୍ରି ହେବାକୁ ଯାଉଛି । ଏହାକୁ କିଣିବା ରେସରେ ବିଦେଶୀ କମ୍ପାନୀ ରହିଥିବା ଜଣାପଡିଛି । ଭାରତ ସ୍ୱାଧୀନ ହେବା ପୂର୍ବରୁ ୧୯୩୫ ମସିହାରେ ଭାରତୀୟଙ୍କୁ ସୁଲଭ ମୂଲ୍ୟରେ ଜୀବନରକ୍ଷାକାରୀ ଔଷଧ ବିତରଣ କରିବା ଉଦ୍ଦେଶ୍ୟରେ ସିପ୍ଲା କମ୍ପାନୀ ପ୍ରତିଷ୍ଠା କରିଥିଲେ ଖ୍ୱାଜା ଅବଦୁଲ ହମିଦ । ସେ ସମୟରେ ଜର୍ମାନୀରେ କେମିଷ୍ଟ ଚାକିରି ଛାଡି ଭାରତ ଆସି ଦେଶବାସୀଙ୍କ ସେବାContinue reading “ବିକ୍ରି ହୋଇଯିବ ଦେଶର ଏହି ବଡ ଫାର୍ମା କମ୍ପାନୀ । ନେହେରୁ ଓ ସୁଭାଷ ବୋଷ ଦେଇଥିଲେ ସାହାରା”

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିୟା ସୁଲେ, ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ହଟାଇବାକୁ ଦାବି

କନକ ବ୍ୟୁରୋ: ମଣିପୁର ମାମଲାରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଜାରିରହିଛି । ମଧ୍ୟାହ୍ନ ୧୨ଟାରୁ ଆଲୋଚନା ଆରମ୍ଭ ହୋଇଛି । ବିରୋଧୀ ମଣିପୁର ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ସଂସଦରେ ଦାବି କରିଥିଲେ । ଏହି ଦାବି ପୂରଣ ନହେବା ପରେ ବିରୋଧୀ ଦଳ ଅନାସ୍ଥା ପ୍ରସ୍ତାବ ସରକାର ବିରୋଧରେ ଆଣିଛନ୍ତି । ମଙ୍ଗଳବାର ଗୃହରେ ୧୬ ଘଣ୍ଟାର ଆଲୋଚନା ଆରମ୍ଭ ହୋଇଛି । ଏହା ଗୁରୁବାର ଶେଷ ହେବ । କଂଗ୍ରେସContinue reading “କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିୟା ସୁଲେ, ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ହଟାଇବାକୁ ଦାବି”

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ପାଇଁ ରହିବ ନାହିଁ ସାଂସଦ କୋଟା

କନକ ବ୍ୟୁରୋ : ସାରା ଦେଶରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରେ ଆଡମିଶନ ବେଳେ ସାଂସଦଙ୍କ ପାଇଁ କିଛି ସିଟ୍ ରିଜର୍ଭ ରହିଥାଏ । ଅର୍ଥାତ ଆଡମିଶନ ବେଳେ ସାଂସଦଙ୍କ ପାଇଁ କୋଟା ରହିଥାଏ । ହେଲେ ଏହି କୋଟାକୁ କିଛିବର୍ଷ ହେବ ସରକାର ବନ୍ଦ କରିଦେଇଛନ୍ତି । ପୁଣି ଏହି କୋଟା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡୁଥିବା ବେଳେ ସଂସଦରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ (ରାଜ୍ୟ) ଅର୍ଣ୍ଣପୂର୍ଣ୍ଣା ଦେବୀ ସ୍ପଷ୍ଟ କରିଛନ୍ତି କି ପୁଣିContinue reading “କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ପାଇଁ ରହିବ ନାହିଁ ସାଂସଦ କୋଟା”

ବାପା ନା ପୁଅ, ପ୍ରଭାତ ନା ସୌଭିକ: କାହା ହାତରେ ରହିବ କଟକ-ଚୌଦ୍ୱାର ଚାବି? ବିଜେଡି କର୍ମୀ ଦ୍ୱନ୍ଦ୍ୱରେ, ବିରୋଧୀ ସୁଯୋଗ ଅପେକ୍ଷାରେ

କନକ ବ୍ୟୁରୋ: ମୌସୁମୀ ବର୍ଷାର ଥଣ୍ଡା କୋହଲା ପାଗ ଭିତରେ ଏବେ ଉଷ୍ମ ହୋଇଛି କଟକ-ଚୌଦ୍ୱାର ରାଜନୀତି । ଖାସକରି ବିଜେଡି ରାଜନୀତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା । କିଏ ପାଇବ ବିଜେଡି ଟିକେଟ? ବିଜେଡି ସୁପ୍ରିମୋ କାହାକୁ ଦେବେ ଗ୍ରୀନ୍ ସିଗନାଲ? ପୂର୍ବତନ ବିଧାୟକ ନା ଏବେର ବିଧାୟକ? ବାପା ପ୍ରଭାତ ବିଶ୍ୱାଳ ନା ପୁଅ ସୌଭିକ ବିଶ୍ୱାଳ । ଆଉ ଏଭଳି ଚର୍ଚ୍ଚା ଏବେ ବିଜେଡି କର୍ମୀଙ୍କୁ ଶଙ୍କାରେ ପକାଇଛି ।Continue reading “ବାପା ନା ପୁଅ, ପ୍ରଭାତ ନା ସୌଭିକ: କାହା ହାତରେ ରହିବ କଟକ-ଚୌଦ୍ୱାର ଚାବି? ବିଜେଡି କର୍ମୀ ଦ୍ୱନ୍ଦ୍ୱରେ, ବିରୋଧୀ ସୁଯୋଗ ଅପେକ୍ଷାରେ”

କ୍ରିପ୍ଟୋରେ ନିବେଶ ନାଁରେ ହଜାରେ କୋଟି ଟଙ୍କାର ଠକେଇ ମାମଲା: ଗିରଫ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ଇଓଡବ୍ଲ୍ୟୁ

କନକ ବ୍ୟୁରୋ: କ୍ରିପ୍ଟୋ ନିବେଶ ନାଁରେ ହଜାର କୋଟି ଟଙ୍କାର ଠକେଇ ମାମଲାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ତିନିଦିନିଆ ରିମାଣ୍ଡରେ ନେଲା ଇଓଡବ୍ଲ୍ୟୁ । ରିମାଣ୍ଡରେ ନେଇ ଦୁଇ ଅଭିଯୁକ୍ତ ଗୁରୁତେଜ ସିଂ ସିଦ୍ଧୁ ଓ ନିରଦ ଦାସଙ୍କୁ ଅଧିକ ପଚରାଉଚରା କରିବ ଅର୍ଥନୈତିକ ଅପରାଧ ଶାଖା । ସୋମବାର ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଓପିଆଇଡି କୋର୍ଟରେ ଆବେଦନ କରିଥିଲା ଇଓଡବ୍ଲ୍ୟୁ । ତେବେ କୋର୍ଟ ତିନି ଦିନର ରିମାଣ୍ଡ ପାଇଁ ଅନୁମତିContinue reading “କ୍ରିପ୍ଟୋରେ ନିବେଶ ନାଁରେ ହଜାରେ କୋଟି ଟଙ୍କାର ଠକେଇ ମାମଲା: ଗିରଫ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ଇଓଡବ୍ଲ୍ୟୁ”

Design a site like this with WordPress.com
Get started